ରୀଚାର୍ଡସନଙ୍କ ବଦଳରେ ଜାମ୍ପା କୁ ନେଲା ଆରସିବି ଟିମ

147

କଟକ (ଉତ୍କଳ ନିଉଜ଼) ଅଷ୍ଟ୍ରେଲିଆ ସ୍ପିନର ଆଡାମ ଜାମ୍ପା ଆସନ୍ତା ଆଇପିଏଲ-୧୩ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିବାକୁ ଯାଉଛନ୍ତି | ଆରସିବି ଦଳ ପକ୍ଷରୁ ଏପରି ସୂଚନା ଦିଆଯାଇଛି | ସୂଚନା ଥାଉକି ଜାମ୍ପା ପେଶ ବୋଲର କେଁ ରୀଚାର୍ଡସନଙ୍କ ସ୍ଥାନ ରେ ଖେଳିବେ | ରୀଚାର୍ଡସନ ପ୍ରଥମ ସନ୍ତାନ ଅପେକ୍ଷାରେ ରହିଛନ୍ତି, ତେଣୁ ସେ ତାଙ୍କ ପତ୍ନୀ ଙ୍କୁ ସମୟ ଦେବା ପାଇଁ ଆଇପିଏଲରୁ ବାହାରିଯାଇଛନ୍ତି |