ଭାରତ ର ୬ ଟି ରେଳଷ୍ଟେସନ କୁ ବୋମା ରେ ଉଡାଇଦେବାକୁ ଧମକ !

167

କଟକ (ଉତ୍କଳ ନ୍ୟୁଜ) ୧୦-୦୫-୨୦୨୨ : ପୁଣି ଭାରତ କୁ ଧମକଭରା ଚିଠି ପଠାଇଛି ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ | ଏହି ଚିଠି ରେ ଉତ୍ତରାଖଣ୍ଡ ର ଅନେକ ରେଲୱେ ଷ୍ଟେସନ କୁ ବୋମା ପକାଇ ଉଡାଇଦେବାକୁ ଧମକ ଦିଆଯାଇଛି | ଏହି ସୂଚନା ମିଳିବାପରେ ସାରା ରାଜ୍ୟ ରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କଡାକଡି କରିଦିଆଯାଇଛି | ସୂଚନା ଅନୁଯାୟୀ, ରୁଡ଼ିକ ରେଲୱେ ଷ୍ଟେସନ ର ଅଧିକ୍ଷକ ଙ୍କୁ ଏକ ଧମକପୂର୍ଣ ଚିଠି ମିଳିଥିଲା | ଯେଉଁଥିରେ ପାକିସ୍ତାନ ର ପ୍ରମୁଖ ଆତଙ୍କବାଦୀ ସଂଗଠନ ଯେପରିକି ଲସ୍କର, ଋଷିକେଶ , ହରିଦ୍ୱାର, ଡେରାଡୁନ , ସମେତ ଅନେକ ଧାର୍ମିକ ସ୍ଥଳ କୁ ମଧ୍ୟ ବୋମା ରେ ଉଡାଇ ଦେବାକୁ ଧମକ ଦିଆଯାଇଛି | ଅଣହିନ୍ଦୀ ଭାଷା ରେ ଲେଖାଯାଇଥିବା ଏହି ଚିଠି କୁ ପଠାଇଥିବା ଲୋକ ନିଜକୁ ଆତଙ୍କୀ ସଂଗଠନ ଜୈଶ -ଇ -ମହମ୍ମଦ ର ଏରିଆ କମାଣ୍ଡର ସଲିମ ଆନସାରୀ ବୋଲି ପରିଚୟ ଦେଇଛି | ଚିଠି ମିଳିବ ପରେ ତୁରନ୍ତ ନିକଟବର୍ତ୍ତୀ ପୋଲିସ ଷ୍ଟେସନ କୁ ଖବର ଦିଆଯାଇଥିଲା | ତେବେ ତଦନ୍ତ ବେଳେ ଏକ ଅଭୁତପୂର୍ଣ୍ଣ ଘଟଣା ସାମ୍ମନା କୁ ଆସିଛି | ଘଟଣା ତଦନ୍ତ କରୁଥିବା ପୋଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି ଯେ ଚିଠି ପଠାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ମାନସିକ ରୋଗୀ ଯିଏକି ଦୀର୍ଘ ୨୦ ବର୍ଷ ହେବ ଏଭଳି ଚିଠି ମାଧ୍ୟମରେ ରେ ଧମକ ଦେଉଛି | ଏହା ସତ୍ୱେ ଉତ୍ତରାଖଣ୍ଡ ପୋଲିସ ଏହି ଚିଠି କୁ ଗୁରୁତ୍ୱର ସହ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି |