ଦିଲ୍ଲୀ କ୍ୟାପିଟାଲସ ୪୬ ରନ ରେ ବିଜୟୀ

122

କଟକ (ଉତ୍କଳ ନ୍ୟୁଜ) ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲସ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖିଛି | ଆଜି ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ୪୬ ରନ ରେ ରାଜସ୍ଥାନ ରୟାଲ କୁ ପରାସ୍ତ କରି ପଏଣ୍ଟ ତାଲିକାରେ ଶୀର୍ଷକୁ ଉନ୍ନତି ହୋଇଛି | ଦିଲ୍ଲୀ ଟସ ହରି ପ୍ରଥମ ବ୍ୟାଟିଂ କରିଥିଲା ଦଳ ପକ୍ଷରୁ ହେତମୟର ସର୍ବାଧିକ ୪୫ ରନ ସଂଗ୍ରହ କରିଥିଲେ ବ୍ୟାଟିଂ ବିପର୍ଯ୍ୟ ସତ୍ତ୍ଵେ ଦିଲ୍ଲୀ ୮ ୱିକେଟ ହରାଇ ରନ ସଂଗ୍ରହ କରିଥିଲା | ଏହାର ଜବାବ ରେ ରାଜସ୍ଥାନ ରୟଲସ ନିରାଶଜନକ ପ୍ରଦର୍ଶନ କରିଥିଲା ଦଳ ୧୯.୪ ଓଭରରେ ୧୩୮ ରନ କରି ଅଲ ଆଉଟ ହୋଇଯାଇଥିଲା | ଦଳ ପକ୍ଷରୁ ତେବେତିଆ ସର୍ବାଧିକ ୩୮ ରନ ସଂଗ୍ରହ କରିଥିଲେ | ଶୃଙ୍ଖଳିତ ବୋଲିଂ ପାଇଁ ଅଶ୍ୱନୀ କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ |