ଆଇପିଏଲ -୧୪ ପାଇଁ ୫ ଟି ଭେନ୍ୟୁ ଚୂଡାନ୍ତ

121

କଟକ (ଉତ୍କଳ ନ୍ୟୁଜ) ୦୧-୦୩-୨୦୨୧ : ଭାରତ ରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୪ ତମ ସଂସ୍କରଣ ଲାଗି ମୁମ୍ବାଇ କୁ ଏ ପର୍ଯ୍ୟନ୍ତ ଚୂଡାନ୍ତ କରାଯାଇନାହିଁ | ଲିଗ ର ସମସ୍ତ ଫ୍ରାଞ୍ଚାଇଜ ସହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଲୋଚନା କରି ଏପ୍ରିଲ ୧୦ ତାରିଖ ରୁ ଆରମ୍ଭ ହେବାକୁ ଥିବା ଲିଗ ପାଇଁ ୫ ଟି ଭେନ୍ୟୁ ଚୂଡାନ୍ତ କରଯାଇଛି | ଭେନ୍ୟୁ ଗୁଡିକ ହେଲା ଚେନ୍ନାଇ , କୋଲକାତା , ଅହମଦାବାଦ , ବାଙ୍ଗାଲୋର ଓ ଦିଲ୍ଲୀ କୁ ରଖାଯାଇଛି | ମୁମ୍ବାଇ କୁ ମଧ୍ୟ ବ୍ୟବହାର କରାଯାଇପାରେ | ଏ ସମ୍ପର୍କ ରେ ମହାରାଷ୍ଟ୍ର ସରକାର ଙ୍କ ସହିତ ଆଲୋଚନା ଚାଲିଛି | ମହାରାଷ୍ଟ୍ର ରେ କରୋନା ର ଦ୍ୱିତୀୟ ଲହରୀ ଫେରିଥିବାରୁ ସେଠାରେ କିଛି ସମସ୍ୟା ଉପୁଜୁଛି |