ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ରୁ ଜାଡେଜା ବାଦ ପଡିଛନ୍ତି

127

କଟକ (ଉତ୍କଳ ନ୍ୟୁଜ) ୧୨-୦୨-୨୦୨୧ : ଭାରତୀୟ ଦଳ କୁ ଲାଗିଛି ଏକ ବଡ ଝଟକା | ଆହତ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ରୁ ବାଦ ପଡିଛନ୍ତି | ଭାରତ ଚେନ୍ନାଇ ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ରେ ୨୨୭ ରନ ରେ ପରାସ୍ତ ହୋଇଛି | ଦଳ ସିରିଜ ରେ ୧-୦ ରେ ପଛୁଆ ଅଛି |