୮ ୱିକେଟ ରେ ଜିତିଲା ସନରାଇଜର୍ସ ହାଇଦ୍ରାବାଦ

114

କଟକ (ଉତ୍କଳ ନ୍ୟୁଜ) ଚଳିତ ଆଇପିଏଲ ମ୍ୟାଚ୍ରେ ହାଇଦ୍ରାବାଦ ୮ ୱିକେଟ ରାଜସ୍ଥାନ କୁ ପରାସ୍ତ କରିଛି | ମନୀଷ ପାଣ୍ଡେ ଓ ବିଜୟ ଶଙ୍କର ଙ୍କ ବ୍ୟାଟିଂ ବଳରେ ହାଇଦ୍ରାବାଦ ଏହି ବିଜୟ ହାସଲ କରିଛି | ଏହି ମ୍ୟାଚ ରେ ପ୍ରଥମ ବ୍ୟାଟିଂ କରି ରାଜସ୍ଥାନ ରୟଲସ ୬ ୱିକେଟ ବିନିମୟରେ ୧୫୪ ରନ ସଂଗ୍ରହ କରିଥିଲା | ଏହାର ଜବାବ ରେ ହାଇଦ୍ରାବାଦ ୧୮.୧ ଓଭରରେ ୨ ୱିକେଟ ବିନିମୟରେ ବିଜୟ ଲକ୍ଷ ହାସଲ କରିଥିଲା | ମନୀଷ ପାଣ୍ଡେ ୮୩, ଓ ବିଜୟ ୫୨ ରନ ସଂଗ୍ରହ କରି ମ୍ୟାଚ କୁ ଜିତିଥିଲେ |