ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରେ ଚେନ୍ନାଇ ବିଜୟୀ

179

କଟକ (ଉତ୍କଳ ନ୍ୟୁଜ) କ୍ରମାଗତ ୩ଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗସ ୧୦ ୱିକେଟ ରେ ବିଜୟ ହାସଲ କରିଛି | ୱାଟସନ ଓ ଡୁ ପ୍ଲେସିଙ୍କ ଆକର୍ଷଣୀୟ ବ୍ୟତିଙ୍ଗ ବଳରେ ସୁପର କିଙ୍ଗସ ୧୦ ୱିକେଟ ରେ କିଙ୍ଗସ ଏକାଦଶ ପଂଜାବ କୁ ପରାସ୍ତ କରିଛି | ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ପଂଜାବ ୪ ୱିକେଟ ବିନିମୟରେ ୧୭୮ ରନ ସଂଗ୍ରହ କରିଥିଲା | ପଂଜାବ ଦଳ ପକ୍ଷରୁ ଅଧିନାୟକ ରାହୁଲ ୬୩, ମୟଙ୍କ ୨୬, ପୂରଣ ୩୩ ରନ ସଂଗ୍ରହ କରିଥିଲା | ଏହାର ଜବାବରେ ଚେନ୍ନାଇ କୌଣସି ୱିକେଟ ନହରାଇ ୧୭.୪ ଓଭରରେ ବିଜୟ ହାସଲ କରିଥିଲା | ଦଳ ପକ୍ଷରୁ ୱାଟସନ ୮୩, ଡୁ ପ୍ଲେସି ୮୭ ରନ କରିଥିଲେ | ଆକର୍ଷଣୀୟ ବ୍ୟାଟିଂ ପାଇଁ ୱାଟସନ ଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ କରାଗଲା |