ଏ ବର୍ଷ ମଧ୍ୟ ବିନା ଦର୍ଶକ ରେ ହେବ ଆଇପିଏଲ ଖେଳ

118

କଟକ (ଉତ୍କଳ ନ୍ୟୁଜ) ୫-୦୪-୨୦୨୧ : ଦେଶ ରେ କରୋନା ସଂକ୍ରମଣ କ୍ଷିପ୍ର ଗତି ରେ ଗତି ବଢ଼ିବାରେ ଲାଗିଛି | ଦ୍ରୁତ ଗତି ରେ କରୋନା ମହାମାରୀ ର ପ୍ରକୋପ କୁ ଦେଖି ଚଳିତ ବର୍ଷ ଆଇପିଏଲ ବିନା ଦର୍ଶକ ରେ ଆୟୋଜିତ ହେବ | ଏ ନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ସୂଚନା ଦେଇଛନ୍ତି | ୬ ଟି ଷ୍ଟାଡିୟମ ରେ ଆଇପିଏଲ ର ୧୪ ତମ ସଂସ୍କରଣ ଆୟୋଜନ ହେବ | ଖେଳାଳି, ଆୟୋଜକ ସଦସ୍ୟ , ସପୋର୍ଟ ଷ୍ଟାଫ ସମସ୍ତଙ୍କୁ କଡା ଜୈବ ନିରାପତ୍ତା ବଳୟରେ ରଖାଯାଇଛି | ଚଳିତ ବର୍ଷ ମଧ୍ୟ ସଫଳତା ର ସହ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରିତା କରାଯିବ ବୋଲି ଆଶା ରଖାଯାଇଛି |