ଲିଡ୍ସରେ ଆଜିଠାରୁ ତୃତୀୟ ଟେଷ୍ଟ ;ଅଶ୍ୱିନ ଖେଳିବା ସମ୍ଭାବନା |

166

କଟକ ( ଉତ୍କଳ ନ୍ୟୁଜ ) :୨୫-୦୮-୨୦୨୧ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ତୃତୀୟ ମୁକାବୁଲା ଏଠାରେ ଅନୁଷ୍ଠିତ ହେବ |ଏହି ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ୱପୂର୍ଣ ତୃତୀୟ ଟେଷ୍ଟରେ ବିଜୟୀ ଦଳ ପରବର୍ତୀ ଫଳାଫଳ ଯାହା ହଉନା କାହିଁକି ନିୟମ ଅନୁସାରେ ଭାରତ ସିରିଜ ଜିତିବ | ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ମତରେ ପିଚରେ ଘାସ ନଥିବାରୁ ଏହା ସ୍ପିନର ମାନକୁ ବୋଲିଂରେ ସହାୟକ ହବ | ଯାହା ଫଳରେ ଭାରତର ୧ ନମ୍ବର ବୋଲର ରବିଚନ୍ଦ୍ର ଅଶ୍ୱିନ ଏହି ଟେଷ୍ଟ ରେ ଖାଳିବା ନେଇ ସମ୍ଭାବନା ସ୍ଵଷ୍ଟହୋଇଛି | ୨୦୧୫ ରୁ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ ରେ ସ୍ପିନର ମାନଙ୍କର ପ୍ରଧ୍ୟାନ୍ୟ ରହିଛି | ଏଥିପାଇଁ ଅଶ୍ୱିନ ଖେଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି |