ଭଦ୍ରକ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ହିନ୍ଦୁ ସଂଗଠନର ଗଣଧାରଣା |

23

କଟକ (ଉତ୍କଳ ନ୍ୟୁଜ ) ୨୭-୦୩-୨୦୨୪ : ଭଦ୍ରକ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ହିନ୍ଦୁ ସଂଗଠନର ଦେଢ ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତାଙ୍କ ଗଣଧାରଣା । ଭଦ୍ରକରେ ରାମନବମୀ ଶୋଭାଯାତ୍ରାକାରୀଙ୍କ ଉପରେ ଦୁଇ ଦୁଇ ଥର ପଥର ମାଡ ଓ ନୀରିହ ହିନ୍ଦୁଙ୍କୁ ଗିରଫ୍ କରାଯାଇଥିବା ଘଟଣା ସହ ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଶୁକ୍ରବାର ପୂର୍ବାହ୍ନରେ ବିଶ୍ୱ ହିନ୍ଦୁ ପରିଷଦ, ଧର୍ମରକ୍ଷା ସମିତି, ବଜରଙ୍ଗ ଦଳ ସମେତ ଅନ୍ୟ ହିନ୍ଦୁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁୁଖରେ ୩ ଘଣ୍ଟିଆ ଗଣଧାରଣା ପ୍ରଦର୍ଶନ କରାଯାଇଥିଲା । ଅଭିଯୋଗ ମୁତାବକ, ଚଳିତ ମାସ ୧୭ ତାରିଖ ରାମ ନବମୀ ଦିନ ନଗର ସଂକୀର୍ତ୍ତନରେ ଭାଗ ନେବାକୁ ଆସୁଥୁବା ଶୋଭାଯାତ୍ରାକାରୀମାନଙ୍କ ଉପରେ ମୁସଲମାନ ସଂପ୍ରଦାୟର କେତେକ ବ୍ୟକ୍ତି ପଥର ମାଡ କରିବା ସହ ରାମ ନବମୀ ଶୋଭାଯାତ୍ରାକୁ ଭଣ୍ଡୁର କିରିବାକୁ ପୂର୍ବ ପ୍ରସ୍ତୁତି ଓ ଯୋଜନାକରି ଅପରାଧିକ କାର୍ଯ୍ୟ କରିଥୁବା ଅପରାଧିମାନଙ୍କୁ ଏଯାବତ୍ ଗିରଫ ନକରାଯିବା ଘଟଣା ଉଭୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏ ସମ୍ପର୍କରେ ଗତ ୧୮ ତାରିଖରେ ଅଭିଯୋଗ କରାଯାଇଥିଲା ଏବଂ ଜିଲ୍ଲାପାଳଙ୍କୁ ୨୦ ତାରିଖରେ ଲିଖିତ ରୂପେ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନର ସ୍ଥାଣୁତା ପାଇଁ ବାଧ୍ୟହୋଇ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪ ଦଫା ଦାବିନେଇ ଗଣ ଧାରଣା ପ୍ରଦର୍ଶନ କରିଥିବା କହିଛନ୍ତି । ପୁରୁଣାବଜାର ଥାନା ଅଧିକାରୀଙ୍କ କର୍ଭବ୍ୟରେ ଅବହେଳା ଯୋଗୁଁ ଏପରି ସାମୂହିକ ଅପ୍ରିତିକର ଘଟଣା ଘଟିଥିଲା ଏବଂ ଘଟଣାର ୧୦ ଦିନ ପରେ ମଧ୍ୟ ସମସ୍ତ ଅପରାଧୀଙ୍କୁ ଗିରଫ ନକରିବା ବିଷୟରେ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଛଡାକମୋହିଲ୍ଲା ଛକ (ସରକାର ନଗର) ଠାରେ ଭିନ୍ନ ଭିନ୍ନ ସ୍ଥାନରେ ପଥର ଆକ୍ରମଣକରିଥିବା ସମସ୍ତ ଷଢଯନ୍ତ୍ରକାରୀ ଓ ପଥର ଫିଙ୍ଗାଳି ଅପରାଧିଙ୍କୁ ଗିରଫ କରିବା, ସଂପୃକ୍ତ ଅଂଚଳରେ ଗତବର୍ଷ ଏବଂ ଚଳିତ ବର୍ଷ ମଧ୍ୟ ଅଘଟଣ ଘଟୁଥିବାରୁ ହିନ୍ଦୁ ଓ ମୁସଲମାନ ସମାଜର ସୁରକ୍ଷା ପାଇଁ ସେଠାରେ ପୋଲିସ ଓ ପ୍ରଶାସନ ତରଫରୁ ସ୍ଥାୟୀ ସୁରକ୍ଷା ପ୍ରଦାନ କରାଯିବା, ସୋସିଆଲ ମିଡିଆ ବିଷୟକୁ ନେଇ ଗୁଜି ଦରଡାରେ ଘଟିଥିବା ଗଣ୍ଡଗୋଳରେ ନିରୀହ ନିର୍ଦ୍ଦୋଷ ହିନ୍ଦୁ ଯୁବକମାନଙ୍କୁ ଗିରଫ କରି ତାଙ୍କ ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ଥିବାରୁ ସେମାନଙ୍କ ବିରୋଧରେ ଥିବା ମାମଲା ଅବିଳମ୍ବେ ପ୍ରତ୍ୟାହାର କରିବା ଆଦି ଦାବି କରାଯାଇଛି । ଗଣଧାରଣା ସ୍ଥଳରେ ପ୍ରଶାସନ ବିରୋଧରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପରେ ଏକ ୬ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ ଦାବୀ ଗୁଡିକ ଉପରେ ଯଥାଶିଘ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନଯାଏ ତେବେ ଆଗାମୀ ଦିନରେ ଏହି ମିଳିତ ହିନ୍ଦୁ ସଂଗଠନ ଆନ୍ଦୋଳନକୁ ବ୍ୟାପକ କରିବା ସହ ଭଦ୍ରକ ବନ୍ଦର ଡାକରା ଦେବାକୁ ଚେତାବନି ଦେଇଥିବା ସୂଚନା ମିଳିଛି । ତେବେ ଜିଲ୍ଲାପାଳ ଶ୍ରୀ ବନ୍ଦୋର ଘଟଣା ସମ୍ପର୍କରେ ବିଚାର ବିମର୍ଷ କରି ଉଚିତ୍ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି । ଆଜିର ଗଣ ଧାରଣାରେ ଭଦ୍ରକର ବରିଷ୍ଠ ହିନ୍ଦୁ ସଂଗଠକ ମାନସ ମହାନ୍ତି ଉଦ୍‌ବୋଧନ ଦେଇଥିଲେ କି ହିନ୍ଦୁ ସମାଜ ଓ ଭଦ୍ରକ ଜିଲ୍ଲାର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଆମର ଚାରି ଦଫା ଦାବି ଆଗାମୀ ଦୁଇ ଦିନ ଭିତରେ ପୂରଣ ନ ହେଉଛି ତେବେ ଆଗାମୀ ଦିନରେ ଏହି ଗଣ ଧାରଣା ଏକ ଜନ ଆନ୍ଦୋଦ୍ର ରୂପ ନେବ ଏବଂ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ସର୍ବସମ୍ମତିରେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଜରଙ୍ଗଦଳର ବିପିନ ବିହାରୀ ପଣ୍ଡା, ତପନ ମହାନ୍ତି, କ୍ଷିତିଶ ରାଉତ, ଜୟ ପ୍ରକାଶ ପତି, ଦୁର୍ଗାବାହିନୀର ସିପ୍ରା ରାଉତ, ମଧୁସ୍ମିତା ମହାପାତ୍ର ବିଶ୍ୱ ହିନ୍ଦୁ ପରିଷଦର ପ୍ରସନ୍ନ ଷଡ଼ଙ୍ଗୀ, ଅରବିନ୍ଦ କର, ରଥକିଶୋର ଦାସ, ଧର୍ମ ରକ୍ଷା ସମିତିର ସଂଜୀବ ଦାସ, ବିଭାସ ନାଥ, ବଳରାମ ଜେନା, ନଗର ସଭାପତି ସୁରେନ୍ଦ୍ର ନାଥ ମହାପାତ୍ର, ଅନ୍ୟମାନଙ୍କ ମଧ୍ୟରେ ଜୟପ୍ରକାଶ ପତି, ଦଶରଥ ସାହୁ, ସତ୍ୟଜିତ ବାରିକ, ଅଶୋକ ଲେଙ୍କା, ରଜତ ଜେନା, ଶ୍ରୀକାନ୍ତ ସାହୁ, ଜଗନ୍ନାଥ ଜେନା, ତପନ ପଣ୍ଡା ଓ ପ୍ରବୀର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |