ଚୌଦ୍ୱାର ରେ ଓଟିଏମ ପ୍ରିମିୟର ଲିଗ (ଓପିଏଲ) ଆରମ୍ଭ |

493

କଟକ(ଉତ୍କଳ ନିଉଜ)୨୬/୦୫/୨୦୨୨ :ଚୌଦ୍ୱାର ରେ ଗୁରୁବାର ଏକ ରଙ୍ଗା ରଙ୍ଗ ପରିବେଶ ଭିତରେ ଓଟିଏମ ପ୍ରିମିୟର ଲିଗ (ଓପିଏଲ) ର ଉଦ୍ଘାଟନୀ ଉତ୍ସବ ଅନୂଷ୍ଠିତ ହୋଇଯାଇଛି | ଓଟିଏମ କଲୋନୀ ସତ୍ୟନାରାୟଣ ମନ୍ଦିର ପଡିଆ ରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ଗୁରୁବାର ରୁ ଆରମ୍ଭ ହୋଇ ୨୮ ତାରିଖ ଶନିବାର ଦିନ ଶେଷ ହେବ | ଉଦ୍ଘାଟନୀ ଉତ୍ସବ ରେ ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବା ବେଳେ ଚୌଦ୍ୱାର ପୋୖରାଦକ୍ଷା ମାନସୀ ସ୍ଵର୍ଣ୍ଣପ୍ରଭା ସାମଲ, ଉପଦକ୍ଷ ଶୁଭେନ୍ଦୁ ସମ୍ମଲ ,ଚୌଦ୍ୱାର ବିଜେଡି ନଗର ସଭାପତି ବିଷ୍ଣୁ ଚରଣ ପରିଡା ,ପୂର୍ବତନ ପୋୖରାଦକ୍ଷ ପ୍ରେମ ଚାନ୍ଦ ନାୟକ ,ବିଜେପି ନେତ୍ରୀ ଦେବସ୍ମିତା ନାୟକ ,କାଉନ୍ସିଲର ଦିଲୀପ ସାହୁ ,ଆଶୁତୋଷ ଦାସ ,ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ |

ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଫିତା କାଟି ଓଟିଏମ ପ୍ରିମିୟର ଲିଗ (ଓପିଏଲ) ର ଉଦ୍ଘାଟନ କରିଥିବା ବେଳେ , ଖେଳିଥିବା ଆଠଟି ଟିମ ର ମାଲିକ ମାନଙ୍କ ଦ୍ୱାରା ଟ୍ରଫି ଗୁଡିକର ଉନ୍ମୋଚନ କରାଯାଇଥିଲା |ତିନି ଦିନ ଧରି ଖେଳ ଯିବାକୁ ଥିବା ସମସ୍ତ ମ୍ୟାଚ ରାତିରେ ଫ୍ଲଡ ଲାଇଟ ରେ ଖେଳ ଯିବା ବୋଲି ଲିଗ ଆୟୋଜକ କମିଟି ର ଚେୟାରମ୍ୟାନ ଅର୍ଜୁନ ପଣ୍ଡା କହିଛନ୍ତି |ଉଦ୍ଘାଟନୀ ମ୍ୟାଚ ର ପ୍ରଥମ ମ୍ୟାଚ ,ଅର୍ଜୁନ ଆର୍ମି ଏକାଦଶ ସହ ଟୁକୁନା ଡିଜେ ଟାଇଗରସ ଙ୍କ ସହ ଖେଳ ଯାଇଥିଲା |