ଶେଷ ଲିଗ ମ୍ୟାଚ ବାଙ୍କୀ ଆଥଲେଟିକ ଆସୋସିଏସନ ବିଜୟୀ |

435

କଟକ (ଉତ୍କଳ ନ୍ୟୁଜ) ୯-୧୨-୨୦୨୨ : କଟକ ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଚୌଦ୍ୱାର ଓଟିଏମ ସ୍କୁଲ ଖେଳପଡିଆ ରେ ଚାଲିଥିବା ବଚନ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଷଷ୍ଠ ଦିନ ର ଖେଳ ଶେଷ ହୋଇଯାଇଛି | ଏହି ମ୍ୟାଚ ବାଙ୍କୀ ଆଥଲେଟିକ ଆସୋସିଏସନ ସହ ଇଲେଭେନ ଗନ କ୍ଲବ କଟକ ମଧ୍ୟ ରେ ଖେଳାଯାଇଥିଲା | ମୁଖ୍ୟ ଅତିଥି ଭାବେ ହିନ୍ଦ ସେବକ ସଂଘ ର ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଦାମୋଦର ସାହୁ , ଚୌଦ୍ୱାର ସ୍ପୋର୍ଟ୍ସ କାଉନସିଲ ର ସଭାପତି ଟିକି ସାମଲ ,ଫାଓ ର ସାଧାରଣ ସମ୍ପାଦକ ବିଶ୍ୱରଂଜନ ଘଡେଇ , ସିଡିଏଏ ର ଭାଇସ ପ୍ରେସିଡେଣ୍ଟ ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଖେଳ ର ଶୁଭାରମ୍ଭ କରାଇଥିଲେ | ବାଙ୍କୀ ଆଥଲେଟିକ ଆସୋସିଏସନ ସହ ଇଲେଭେନ ଗନ କ୍ଲବ କଟକ ମଧ୍ୟ ରେ ଖେଳାଯାଇଥିବା ମ୍ୟାଚ ଟି ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ଇଲେଭେନ ଗନ କ୍ଲବ ବାରମ୍ବାର ଗୋଲ ଦେବା ର ସୁଯୋଗ ହାଥ ଛଡା କରିଥିଲା | ତେବେ ବାଙ୍କୀ ଆଥଲେଟିକ ଆସୋସିଏସନ ସଫଳତା ର ସହ ୨ ଟି ଗୋଲ ଦେଇ ୨-୦ ବ୍ୟବଧାନ ରେ ବିଜୟ ଲାଭ କରିଥିଲା | ବିଜୟୀ ଦଳ ର ଅଜିତ ନାୟକ ଶ୍ରେଷ୍ଠ ଖେଳାଳି ଭାବେ ପରିସ୍କୃତ ହୋଇଥିଲେ | ଏହି ମ୍ୟାଚ ଟିକୁ ରେଫ୍ରି ବିଜୟ ମଙ୍ଗରାଜ , ପ୍ରଦୀପ ମହାନ୍ତି , ଦୈତାରୀ କାରୁଆ ପ୍ରମୁଖ ପରିଚାଳନା କରିଥିଲେ | ଶନିବାର ପ୍ରଥମ କ୍ୱାର୍ଟରଫାଇନାଲ ର ଆକର୍ଷଣୀୟ ମ୍ୟାଚ ବିଡାନାସୀ କ୍ଲବ ସହ ଇଂଡିପେଣ୍ଡେଣ୍ଟ କ୍ଲବ ମଧ୍ୟ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ମ୍ୟାଚ ରେ ବହୁ ସଂଖ୍ୟା ରେ ଯୋଗଦେଇ ଏହି ଆକର୍ଷଣୀୟ ମ୍ୟାଚ କୁ ଉପଭୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିବାକୁ ୟୁଥ ଆସୋସିଏସନ ର ସଭାପତି ଅଶୋକ କୁମାର ସାହୁ କହିଛନ୍ତି | ସଞ୍ଜୟ କୁମାର ରାଉତ ମ୍ୟାଚ ପରିଚାଳନ କରିଥିବା ବେଳେ ସଂଜୀବ ପ୍ରଧାନ ,ବାପି ମଲ୍ଲ , ଚିନ୍ତାମଣି ସାହୁ , ସନ୍ତୋଷ ଓଝା , ପ୍ରବୀର ସେନାପତି ପ୍ରମୁଖ ଙ୍କ ସହ ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ | ଚୌଦ୍ୱାର ରୁ ସରୋଜ କୁମାର ସାହୁ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |