ଦିଲ୍ଲୀ କ୍ୟାପିଟାଲସ ର ବିଜୟ ଧାରା ଜାରି

145

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଆଇପିଏଲ ରେ ଦିଲ୍ଲୀ କ୍ୟାପିଟାଲସ ଚମତ୍କାର ପ୍ରଦର୍ଶନ ଜାରି ରଖିଛି | ଦିଲ୍ଲୀ କ୍ୟାପିଟାଲସ ଆଜି ଅନୁଷ୍ଠିତ ଏକ ମ୍ୟାଚ ରେ ରାଜସ୍ଥାନ ରୟଲସ କୁ ୧୩ ରନ ରେ ପରାସ୍ତ କରିଛି | ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମ ବ୍ୟାଟିଂ କରି ଧାୱନ ଓ ଅଧିନାୟକ ଆୟାର ଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ ବିନିମୟ ରେ ୧୬୧ ରନ ସଂଗ୍ରହ କରିଥିଲା | ଏହାର ଜବାବ ରେ ରାଜସ୍ଥାନ ରୋୟାଲସ ୮ ୱିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା | ଦ୍ରୁତତମ ବୋଲିଂ କରି ବିଜୟ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆନଋକ ନରଜ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ |