ଇଂଲଣ୍ଡ ଠାରୁ ଭାରତ ର ଶୋଚନୀୟ ପରାଜୟ

154

କଟକ (ଉତ୍କଳ ନ୍ୟୁଜ) ୧୦-୦୨-୨୦୨୧ : ଚେନ୍ନାଇ ରେ ଭାରତ ଓ ଇଂଲଣ୍ଡ ମଧ୍ୟ ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ରେ ଭାରତ ପରାସ୍ତ ହୋଇଛି | ୨୨୭ ରନ ରେ ଭାରତ ଇଂଲଣ୍ଡ ଠାରୁ ପରାଜୟ ବରଣ କରିଛି | ଏହି ବିଜୟ ସହ ଇଂଲଣ୍ଡ ୪ ଟିକିଏ ସିରିଜ ରେ ୧-୦ ରେ ଆଗୁଆ ହୋଇଛି | ଭାରତକୁ ୪୨୦ ରନ ର ଟାର୍ଗେଟ ମିଳିଥିଲା | କିନ୍ତୁ ଏହାକୁ ପୂରଣ କରିବାକୁ ଯାଇ ଭାରତ ୧୯୨ ରନ ରେ ହିଁ ଅଲଆଉଟ ହୋଇଯାଇଥିଲା | ଏହା ସହ ଭାରତ ୪ ବର୍ଷ ପପରେ ନିଜ ମାଟି ରେ ହିଁ ପରାଜୟ ର ସ୍ୱାଦ ଚାଖିଚି |