୨୦୨୨ ବର୍ଷ ଖେଳ ମୋ ଜୀବନ ର ଶେଷ ଖେଳ ;ସାନିଆ

160

ଭାରତୀୟ ଟେନିସ ତାରକା ସାନୀଆ ମିର୍ଜା ଚଳିତ ୨୦୨୨ ବର୍ଷ ପରେ ଅନ୍ତର୍ଜନୀୟ ଟେନିସ ରୁ ଅବସର ନେବେ ସାନୀଆ ପ୍ରଥମ ରାଉଣ୍ଡରୁ ପରାଜୟ ସହ ବିଦାୟ ନେବା ପରେ ଏଭଳି ଘୋଷଣା କରିଛନ୍ତି ବିଶ୍ୱର ପୂର୍ବତନ ୧ନ ମହିଳା ଯୁଗଳ ଖେଳାଳି ଅଷ୍ଟ୍ରେଲିଆନ ଓପନ ରେ ସାନୀଆ ୟୁକ୍ରେନର ନାଡୀଆ କିଚେନାଭଙ୍କୁ ସାଥିକରୀ ଖେଳିଥିଲେ ଏବଂ ବୁଧବାର ଦିନ ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି | ଚଳିତ ବର୍ଷ ପରେ ଅନ୍ତର୍ଜାତୀୟ ଟେନିସରୁ ଅବସର ନେବା ନେଇ କାରଣ ରହିଛି|

ଆହତ ସମସ୍ୟାରୁ ମୁକୁଳିବା ଲାଗି ଅଧିକା ସମୟ ଲାଗୁଚି ଏକାଧିକ ଯାତାୟାତ ସମୟରେ ମୋର ୩ବର୍ଷ ର ପୁଅକୁ ବିପଦରେ ପକାଉଛି | ଏହିକୁ ଦୃଷ୍ଟିରେ ରଖି ଅବସର ନେବାକୁ ନିଷ୍ପତି ନେଇଛି ବୋଲି ସନିଆ କହିଛନ୍ତି ଏବଂ ମତେ ଲାଗୁଚି ମୋ ଶରୀର ପୂର୍ବ ଭଳି ସୁସ୍ଥ ନାହିଁ |ମୋ ଆଣ୍ଠୁରେ ଉକ୍ତ ମ୍ୟାଚରେ ଆଘାତ ଲାଗିଛି | ଏହା ମୋ ପରାଜୟର କାରଣ ନୁହେଁ କିନ୍ତୁ ବୟସ ବଢ଼ୁଥିବାରୁ ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଦୀର୍ଘ ସମୟ ଲାଗୁଛି ବୋଲି ୩୫ ବର୍ଷୀୟ ସନିଆ କହିଛନ୍ତି |