ସୁପର ଓଭରରେ ଜିତିଲା କୋଲକାତା ନାଇଟ ରାଇଡ଼ର୍ସ

124

କଟକ (ଉତ୍କଳ ନ୍ୟୁଜ) ଚଳିତ ଆଇପିଏଲ ର ଏକ ମ୍ୟାଚ ରେ କୋଲକାତା ନାଇଟ ରାଇଡ଼ର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ଆକର୍ଷଣୀୟ ବିଜୟ ହାସଲ କରିଛି | ଏହି ମ୍ୟାଚ୍ରେ ନାଇଟ ରାଇଡ଼ର୍ସ ପ୍ରଥମ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୧୬୩ ରନ ସଂଗ୍ରହ କରିଥିଲା | ଏହାର ଜବାବ ରେ ହାଇଦ୍ରାବାଦ ୬ ୱିକେଟ ବିନିମୟ ରେ ମଧ୍ୟ ୧୬୩ ର ସଂଗ୍ରହ କରିବ ସହ ମ୍ୟାଚ ଟାଇ ରଖିଥିଲା | ସୁପର ଓଭର ହାଇଦ୍ରାବାଦ ମାତ୍ର ୨ ରନ କରିଥିଲା | ଏହାର ଜବାବରେ ୩ ଟି ବୋଲ ବାକି ଥାଇ କୋଲକାତା ଏହି ଲକ୍ଷ କୁ ହାସଲ କରିଥିଲା | ଘାତକ ବୋଲିଂ ପାଇଁ କୋଲକାତା ର ଲୋକି ଫର୍ଗୁସନ ପ୍ଲେୟାର ଅଫ ଦି ମ୍ୟାଚ ଘୋଷିତ କରାଯାଇଥିଲା |