ଦିଲ୍ଲୀ କ୍ୟାପିଟାଲସ ର ବିଜୟ ଧାରା ଜାରୀ

138

କଟକ (ଉତ୍କଳ ନ୍ୟୁଜ) ଦୁବାଇ ରେ ଚାଲିଥିବା ଆଇପିଏଲ ର ଏକ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲସ ୫୯ ରନ ରେ ବାଙ୍ଗାଲୋର କୁ ପରାସ୍ତ କରିଛି | ଏହି ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲସ ୪ ୱିକେଟ ବିନିମୟରେ ୧୯୬ ରନ ସଂଗ୍ରହ କରିଥିଲେ | ଦଳ ପକ୍ଷରୁ ପୃଥ୍ବୀ ୪୨, ଧାୱନ ୩୨, ମାର୍କ୍ସ ଷ୍ଟଇନିସ ୫୩ ରନ କରିଥିଲେ | ଏହାର ଜବାବରେ ରୟଲସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା | ଦଳ ପ୍ରଥମ ରୁ ଦେବଦତ୍ତ ୪, ଫିଂଚ 13, ରନ କରି ଆଉଟ ହୋଇଥିଲେ | ତାପରେ ଅଧିନାୟକ ବିରାଟ କୋହିଲି ୪୩ ରନ କରି ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ ଟିମ କୁ ଜିତି ପାରିନଥିଲେ | ଦିଲ୍ଲୀ ପକ୍ଷରୁ ରାବଡା ୨୪ ରନ ଦେଇ ୪ ଟି ୱିକେଟ ଅକ୍ତିଆର କରିଥିଲେ | ଆକର୍ଷଣୀୟ ବୋଲିଂ ପାଇଁ ଅକ୍ଷର ପଟେଲ ଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଗଲା |