ରାହୁଲଙ୍କ ର ଧୂଆଁ ଧାର ଅପରାଜିତ ଶତକ, ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶୋଚନୀୟ ପରାଜୟ

189

କଟକ (ଉତ୍କଳ ନ୍ୟୁଜ) କାଲି ଦେଖିବାକୁ ମିଳିଥିଲା ପଂଜାବ ର ଅଧିନାୟକ ରାହୁଲଙ୍କ ବ୍ୟାଟ ରୁ ଆଇପିଏଲ -୧୩ ସଂସ୍କରଣ ର ପ୍ରଥମ ଶତକ | ସମ୍ପୂର୍ଣ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାଵ ସବୁ ବିଭାଗରେ ଆକର୍ଷଣୀୟ ପ୍ରଦର୍ଶନ କରି ସିଜିନ୍ରୁ ର ପ୍ରଥମ ବିଜୟ ହାସଲ କରିଥିଲା | ରାହୁଲଙ୍କ ବିସ୍ଫୋରକ ଶତକ ବଳରେ ତାରକା ଖଚିତ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୯୭ ରନରେ ଶୋଚନୀୟ ବହେବ ପରାସ୍ତ କରିଛି ପଞ୍ଜାଵ | ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୩୨ ରନ ସଂଗ୍ରହ କରିଥିଲେ | ଯେଉଁଥିରେ ସାମିଲ ଥିଲା ୧୪ ଟି ଚୌକ ଓ ୭ ଟି ବିଶାଳ ଛକା | ପଞ୍ଜାଵ ପ୍ରଥମ ବ୍ୟତିଙ୍ଗ କରି ୨୦୭ ରନ ସଂଗ୍ରହ କରିଥିଲା | ଜବାବ ରେ ଆରସିବି ଦଳ ପ୍ରଥମ ରୁ ବ୍ୟାଟିଂ ରେ ବିଫଳ ହୋଇଥିଲେ | ଦଳ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା | ଅଧିନାୟକ ବିରାଟ କହିଲି ମାତ୍ର ୧ ରନ କରି ଆଉଟ ହୋଇଥିଲେ | ସେହିପରି ଡିଭିଲିୟର୍ସ ୨୮, ଫିଂଚ ୨୦, ରନ କରିଥିଲେ |