ଡାଲମିଆଁ ସିମେଣ୍ଟ ଭାରତ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ |

96

କଟକ (ଉତ୍କଳ ନ୍ୟୁଜ ) ୨୦-୧୨-୨୦୨୩ : ସର୍ବ ପୂରାତନ ଡାଲମିଆଁ କମ୍ପାନୀ ତରଫରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ହାଇସ୍କୁଲ ପଡିଆରେ ବୁଧବାର ପୂର୍ବାହ୍ନରେ ରାଜମିସ୍ତ୍ରୀମାନଙ୍କ ମଧ୍ୟରେ ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । କମ୍ପାନୀ ତରଫରୁ ଏରିଆ ଅଫିସର କଲ୍ଲୋଳକାନ୍ତି ସାହୁ, ଟେକ୍ନିସିଆନ୍ ରାଜେଶ ଜେନା ଏବଂ ଶଶିକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଖେଳଟିକୁ ସ୍ଥାନୀୟ ଅଞ୍ଚଳର ଡିଲର ପ୍ରଭାତ ସାହୁ, ବରଦା ପ୍ରସାଦ ସାମନ୍ତରାୟ, ମନୋରଞ୍ଜନ ପାଣିଗ୍ରାହୀ, ବିପ୍ଳବ ପାତ୍ର, ନିରଞ୍ଜନ ସାହୁ, ସାଇରାମ ପାଳକ, ବସନ୍ତ ପାଣିଗ୍ରାହୀ, ଲକ୍ଷ୍ମୀଧର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଡିଏସପି ଓ ଡାଲମିଆଁ ଦୁଇଟି ଗ୍ରୃପ ମଧ୍ୟରେ ଖେଳ ହୋଇଥିଲା । ଚମ୍ପିଆନ୍ ହୋଇଥିବା ରାଜମିସ୍ତ୍ରୀ ରାଜେନ୍ଦ୍ର ବାରିକଙ୍କ କପ୍ ପ୍ରଦାନ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |