୧୯ ବର୍ଷରୁ କମ ଓଡ଼ିଶା ମହିଳା କିକ୍ରେଟ ଦଳର ସ୍ଥାନ ପାଇଲେ ଚାନ୍ଦବାଲି ଝିଅ ପୂଜାରାଣୀ |

256

କଟକ(ଉତ୍କଳ ନିଉଜ)୨୪/୦୯/୨୦୨୨ : ଭଦ୍ରକ ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି ଚାନ୍ଦବାଲି ଝିଅ ପୂଜାରାଣୀ ଦାସ । ସେ ୧୯ ବର୍ଷରୁ କମ ଓଡ଼ିଶା ମହିଳା କିକ୍ରେଟ ଦଳର ଟି-୨୦ ଏକ ଦିବସୀୟ ଦଳରେ ସ୍ଥାନ ପାଇଛନ୍ତି । ଓସିଏ ମନୋନୟନ କମିଟି ପକ୍ଷରୁ ୧୫ ଜଣିଆ ତାଲିକାରେ ଓଡ଼ିଶା ଦଳରୁ ଖେଳିବା ପାଇଁ ତାଙ୍କ ନାମ ଘୋଷଣା ହୋଇଛି । ଏଥିନେଇ ସେ ବିସିଆଇର ୧୯ ବର୍ଷର କମ ମହିଳା ଦଳର ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଅକ୍ଟୋବର ୧ରୁ ବିଜୟୱାଡ଼ାରେ ଖେଳିବେ । ଏଥିନେଇ ଚାନ୍ଦବାଲିର ଝିଅ ପୂଜାରାଣୀ ଦାସଙ୍କୁ ସୁଭେଚ୍ଛା ଦେଇଛି ଚାନ୍ଦବାଲି ସୋର୍ସ୍ପ ଏକାଡ଼େମୀ ।

ପୂଜାରାଣୀର ପିଲାଟି ଦିନରୁ କିକ୍ରେଟ ଖେଳ ପ୍ରତି ରହିଥିଲା ଅହେତୁକ ଦୃବଳତା । ତେଣୁ ତାଙ୍କ ପିତା କିଶୋର ଦାସଙ୍କ ପ୍ରତି ଅନୁପ୍ରାଣିତ ହୋଇ ଆରମ୍ଭ କରିଥିଲେ କ୍ରିକେଟ ଖେଳ ତାଙ୍କୁ ଆଜି ଓସିଏ ଚୟନ କରିବା ପରେ ଚାନ୍ଦବାଲି ପୋର୍ସ୍ପ ଏକାଡ଼େମୀର ସମ୍ପାଦକ ମନୋଜ ମିଶ୍ର, ଜଗବନ୍ଦୁ ଦାସ , ରଘୁନାଥ ସାହୁ, ସୁଧିର ମହାନ୍ତି, ଗୋପିରାମ ଅଗ୍ରୱାଲ, ପଫୁଲ ଦାସ ଓ ଶିଶିର ଦାସ ପ୍ରମୁଖ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |