ଆଇପିଏଲ ଫାଇନାଲ ରେ ମୁମ୍ବାଇ ଇଣ୍ଡିଅନ୍ସ

124

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଆଇପିଏଲ ରେ ଚମତ୍କାର ପ୍ରଦର୍ଶନ ଜାରି ରଖି ମୁମ୍ବାଇ ଇଣ୍ଡିଅନ୍ସ ଫାଇନାଲ ରେ ପ୍ରବେଶ କରିଛି | ଆଜି ଅନୁଷ୍ଠିତ ପ୍ରଥମ କ୍ଵାଲି ଫାୟାର ମୁକାବିଲା ରେ ଦିଲ୍ଲୀ କ୍ୟାପିଟାଲସ କୁ ୫୭ ରନ ରେ ପରାସ୍ତ କରିଛି | ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ୫ ୱିକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲା | ଏହାର ଜବାବ ରେ ଦିଲ୍ଲୀ କ୍ୟାପିଟାଲସ ୮ ୱିକେଟ ହରାଇ ୧୪୩ ରନ କରିବାକୁ ସକ୍ଷମ ହୋଇଥିଲା | ଘାତକ ବୋଲିଂ ପାଇଁ ଯଶପ୍ରୀତ ବୁମୁରା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ | ପରାଜୟ ପରେ ମଧ୍ୟ ଦିଲ୍ଲୀ ପାଖରେ ଆଉ ଏକ ସୁଯୋଗ ଅଛି ଫାଇନାଲ କୁ ଯିବା ପାଇଁ |