ତ୍ରିନବାଗୋ ନାଇଟ ରାଇଡ଼ର୍ସ ଚାମ୍ପିଅନ

137

କଟକ (ଉତ୍କଳ ନ୍ୟୁଜ) କାରବିଆନ ପ୍ରିମିୟର ଲିଗ(ସିପିଏଲ) ର ଚଳିତ ସଂସ୍କରଣ ରେ ଚାମ୍ପିଅନ ହୋଇଛି ତ୍ରିନବାଗୋ ନାଇଟ ରାଇଡ଼ର୍ସ ଦଳ | ଫାଇନାଲ ମ୍ୟାଚ ଟିକେଆର ଓ ସେଣ୍ଟ ଲୁସିଆ ଜୁକ ମଧ୍ୟରେ ଖେଳାଯାଇଥିଲା | ଏହି ମ୍ୟାଚ୍ରେ ପ୍ରଥମ ବ୍ୟାଟିଂ କରି ସେଣ୍ଟ ଲୁସିଆ ୧୯.୧ ଓଭର ରେ ୧୫୪ ରନ କରି ଅଲଆଉଟ ହୋଇଯାଇଥିଲା | ୧୫୫ ରନ ର ଟାର୍ଗେଟ କୁ ପିଛା କରି ତ୍ରିନବାଗୋ ନାଇଟ ରାଇଡ଼ର୍ସ ୧୮.୧ ଓଭର ରେ ମାତ୍ର ୨ ୱିକେଟ ହରାଇ ହାସଲ କରିନେଇଥିଲା | ଦଳ ପକ୍ଷରୁ ସିମନ୍ସ ୪୯ ବଲରେ ୮ ଚୌକ ଓ ୪ ଛକା ସହ ୮୪ ଏବଂ ଡାରେନ ସାମୀ ୪୭ ବଲରେ ୨ ଚୌକ ଓ ୬ ଛକା ସହ ୫୮ ରନ ସଂଗ୍ରହ କରି ଦଳ କୁ ଚାମ୍ପିଅନ କରିଥିଲେ |