ଓଡିଶା ଏଫସି ୧-୩ ଗୋଲ ରେ ଶୋଚନୀୟ ପରାଜୟ |

133

କଟକ (ଉତ୍କଳ ନ୍ୟୁଜ) ୨୦୨୦-୨୧ ଆଇଏସଏଲ ସିଜିନ ରେ ଓଡିଶା ଏଫସି ଦଳ ୧-୩ ଗୋଲ ରେ ଇଷ୍ଟ ବେଙ୍ଗଲ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଛି | ଓଡିଶା ଦଳ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ମ୍ୟାଚ ଜିତିନାହିଁ | ଏ ପର୍ଯ୍ୟନ୍ତ ଦଳ ମୋଟ ୮ ଟି ମ୍ୟାଚ ରୁ ୨ ଟି ଡ୍ର ରଖିବା ସହ ୬ଟି ରେ ପରାଜୟ ହୋଇଛି | ଏହି ମ୍ୟାଚ ରେ ଇଷ୍ଟ ବେଙ୍ଗଲ ଆରମ୍ଭ ରୁ ଆକର୍ଷଣୀୟ ଖେଳଦେଖାଇଥିଲା | ଯାହାକୁ ଡିଫେଣ୍ଡର ମାନେ ଡିଫେଣ୍ଡ କରିବାକୁ ସଫଳ ହୋଇନଥିଲେ | ୧୨ ତମ ମିନିଟ ରେ ବେଙ୍ଗଲ ପ୍ରଥମ ଗୋଲ ସ୍କୋର କରିଥିଲା | ଏହି ମ୍ୟାଚ ଜିତି ବେଙ୍ଗଲ ୩ ପଏଣ୍ଟ ହାସଲ କରିଛି |