ଅଷ୍ଟ୍ରେଲିଆ ର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା କ୍ରିକେଟ ଭାଷ୍ୟକାର ଡିନ ଜୋନ୍ସ ଙ୍କ ପରଲୋକ

132

କଟକ (ଉତ୍କଳ ନ୍ୟୁଜ) ଅଷ୍ଟ୍ରେଲିଆ ର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଜଣାଶୁଣା କ୍ରିକେଟ କୋମେନ୍ଟଟେଟର ଡିନ ଜୋନ୍ସ ଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି | ମୃତ୍ୟୁ ବେଳେ କୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା | ସେ ଆଇପିଏଲ ର ୧୩ ସଂସ୍କରଣ ର ଭାଷ୍ୟକାର ଟିମରେ ସାମିଲ ଥିଲେ | ସୂଚନା ଅନୁସାରେ, ସେ ସାଥି ଭାଷ୍ୟକାର ମାନଙ୍କ ସହ ମୁମ୍ବାଇ ରେ ରହୁଥିଲେ | ସେ ସକାଳେ ସାଥୀମାନଙ୍କ ସହ ମିଶି ଜଳଖିଆ କରିବା ସହ ଆଜିର ମ୍ୟାଚ ସମ୍ପର୍କରେ ଆଲୋଚନା ବି କରିଥିଲେ | ତାପରେ ସେ ନିଜ କୋଠରୀ କୁ ବିଶ୍ରାମ କରିବାକୁ ଗଲେ ସେଠାରେ ତାଙ୍କର ହଠାତ ହୃଦ୍ଘାତରେ ଶିକାର ହୋଇଥିଲେ | ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି |