ସେମିରେ ଇଣ୍ଟର ମିଲାନ, ମାଞ୍ଚେଷ୍ଟର ୟୁନାଇଟେଡ଼

136

କଟକ (ଉତ୍କଳ ନିଉଜ଼) ଚଳିତ ୟୁରୋପ ଲିଗ ଫୂଟବଲ ଟୁର୍ନାମେଣ୍ଟ ରେ ମାଞ୍ଚେଷ୍ଟର ୟୁନାଇଟେଡ଼ ଓ ଇଣ୍ଟର ମିଲାନ ବିଜୟ ଜାରି ରଖି ସେମି ଫାଇନାଲ ରେ ପ୍ରବେଶ କରିଛନ୍ତି | ଡୁସେଲଡ୍ରଫ ଠାରେ ଅନୁଷ୍ଠିତ ମ୍ୟାଚ ରେ ଇଣ୍ଟର ମିଲାନ ୨-୧ ଗୋଲରେ ଲିଭରକୁସେନ କୁ ପରାସ୍ତ କରିଥିଲା | ଦଳ ପକ୍ଷରୁ ନିକୋଲୋ ବାରେଲା ପ୍ରଥମ ଗୋଲ ସ୍କୋର କରିଥିଲେ | ଅନ୍ୟ ଏକ ମ୍ୟାଚ ରେ ମାଞ୍ଚେଷ୍ଟର ୟୁନାଇଟେଡ଼ ୧-୦ ଗୋଲରେ କୋପେନହଗାନ କୁ ହରାଇଥିଲା | ମାଞ୍ଚେଷ୍ଟର ୟୁନାଇଟେଡ଼ ପକ୍ଷରୁ ବୃନୋ ଫର୍ଣ୍ଣଣ୍ଡିଜ଼ ଗୋଲ ସ୍କୋର କରିଥିଲେ |