ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟ ରେ ଦର୍ଶକ ଙ୍କୁ ଅନୁମତି

133

କଟକ (ଉତ୍କଳ ନ୍ୟୁଜ) ପ୍ରଥମ ଥର ପାଇଁ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟ ରେ ଦର୍ଶକ ଙ୍କ ପ୍ରବେଶ କୁ ଅନୁମତି ମିଳିବ ବୋଲି ଆୟୋଜନ ପକ୍ଷରୁ ଏହି ସୂଚନା ମିଳିଛି | କରୋନା ମହାମାରୀ ଯୋଗୁ ଦୀର୍ଘ ମାସ ଧରି ଅନ୍ତର୍ଜାତୀୟ ଟେନିସ ଖେଳ ବନ୍ଦ ରହିଥିଲା | ଏହି ଟୁର୍ନାମେଣ୍ଟ ଆଗରୁ ଦୁଇଟି ଟୁର୍ନାମେଣ୍ଟ ବିନା ଦର୍ଶକ ରେ ଆୟୋଜିତ ହୋଇଥିଲା | ଫ୍ରେଞ୍ଚ ଓପନ ଆୟୋଜକ ଙ୍କ ସୂଚନା ଅନୁସାରେ ପ୍ରତିଦିନ ପାଖାପାଖି ଏକ ହଜାର ଦର୍ଶକଙ୍କୁ ଷ୍ଟାଡିୟମ ରେ ବସି ମ୍ୟାଚ ଦେଖିବାର ଅନୁମତି ମିଳିଛି | ଏଥିପାଇଁ ସେଠାକାର ସରକାର ଅନୁମତି ଦେଇଛନ୍ତି |