ଦ୍ୱିତୀୟ ଟି -୨୦ ମ୍ୟାଚ ଜିତିଲା ଟିମ ଇଣ୍ଡିଆ

131

କଟକ (ଉତ୍କଳ ନ୍ୟୁଜ) ୧୫-୦୩-୨୦୨୧; ଅଧିନାୟକ ବିରାଟ କୋହିଲି ଙ୍କ ଅପରାଜିତା ଅର୍ଦ୍ଧଶତକୀୟ ଇନିଂସ ଓ ପଦାର୍ପଣ ମ୍ୟାଚ ଖେଳୁଥିବା ଈଶାନ କିଷନ ଅର୍ଦ୍ଧଶତକୀୟ ବଳରେ ଭାରତ ନରେନ୍ଦ୍ର ମୋଦି ଷ୍ଟାଡିୟମ ରେ ଖେଳାଯାଉଥିବା ଦ୍ୱିତୀୟ ମୁକାବିଲା ରେ ଇଂଲଣ୍ଡ କୁ ୭ ୱିକେଟ ରେ ପରାସ୍ତ କରିଛି | ଏହି ବିଜୟ ସହ ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ କୁ ୧-୧ ରେ ବରାବର କରିଛି | ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ନିର୍ଧାରିତ ଓଭରରେ ୬ ୱିକେଟ ବିନିମୟ ରେ ୧୬୪ ରନ ସଂଗ୍ରହ କରିଥିଲା | ତେବେ ଜବାବ ରେ ଈଶାନ ଙ୍କ ୫୫ ଏବଂ କୋହିଲି ଙ୍କ ୭୩ ରନ ସାହାଯ୍ୟରେ ୧୭.୫ ଓଭରରେ ୩ ୱିକେଟ ହରାଇ ଭାରତ ଏହି ଲକ୍ଷ କୁ ହାସଲ କରିଥିଲା |