ରୟାଲ ଚ୍ୟାଲେଞ୍ଜର୍ସ ୮ ୱିକେଟରେ ବିଜୟୀ

132

କଟକ (ଉତ୍କଳ ନ୍ୟୁଜ) ଦୁବାଇରେ ଚାଲିଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକ ଗୁରୁତ୍ୱପୁର୍ଣ ମ୍ୟାଚରେ ରାଜସ୍ଥାନ କୁ ୮ ୱିକେଟରେ ପରାସ୍ତ କରିଛି | ଏହି ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ରାଜସ୍ଥାନ ରୟାଲସ ୬ ୱିକେଟ ବିନିମୟରେ ୧୫୪ ରନ ସଂଗ୍ରହ କରିଥିଲା | ଦଳ ପକ୍ଷରୁ ଲୋମରର ସର୍ବାଧିକ ୪୭ ରନ ସଂଗ୍ରହ କରିଥିଲେ | ବାଙ୍ଗାଲୋର ପକ୍ଷରୁ ଚାହଲା ୩ଟି ୱିକେଟ ଅକ୍ତିଆର କରିଥିଲେ | ଜବାବରେ ବାଙ୍ଗାଲୋର ୧୯.୧ ଓଭରରେ ୨ ଟି ୱିକେଟ ହରାଇ ୧୫୮ ରନ କରି ବିଜୟ ହାସଲ କରିଥିଲା | ଆକର୍ଷଣୀୟ ବୋଲିଂ ପାଇଁ ୟୁଜବେନ୍ଦ୍ର ଚହଲ ଙ୍କୁ ଫ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ |