ସୁପର ଓଭର ରେ ମ୍ୟାଚ ଜିତିଲା ଦିଲ୍ଲୀ

132

କଟକ (ଉତ୍କଳ ନ୍ୟୁଜ) ଦୁବାଇ ରେ ଚାଲିଥିବା ଆଇପିଏଲ ର ତ୍ରୟୋଦେଶ ସଂସ୍କରଣ ର ଦ୍ୱିତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲସ ଓ କିଙ୍ଗସ ଏକାଦଶ ପଞ୍ଜାଵ ମଧ୍ୟରେ ଖେଳାଯାଇଥିଲା | ପ୍ରଥମ ବ୍ୟାଟିଂ କରିଥିବା ଦିଲ୍ଲୀ ମାର୍କସ ଷ୍ଟଇନିସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଛି | ମାର୍କସ ଷ୍ଟଇନିସ ୫୩ ରନ କରିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ୩୯ ଓ ରିଷଭ ପନ୍ତ ୩୧ ରନର ଉପଯୋଗୀ ଇନିଂସ ଖେଳିଥିଲେ | ପଂଜାବ ପକ୍ଷରୁ ମହମଦ ସାମ୍ମି ୩ ଉଇକେଟ ନେଇଥିଲେ | ଜବାବ ରେ ପଞ୍ଜାଵ ପକ୍ଷରୁ କେ ଲ . ରାହୁଲ ଓ ମୟଙ୍କ ଅଗ୍ରୱାଲ ବ୍ୟାଟିଂ କରିବାକୁ ସାଇଥିଲେ | ଦଳୀୟ ସ୍କୋର ୩୦ ଥିବା ବେଳେ ରାହୁଲ ପ୍ରଥମ ଆଉଟ ହୋଇଥିଲେ | ତାପରେ ଦଳ ମାଝୀର ଉଇକେଟ ହରାଇ ବସିଥିଲେ | ମାୟାଙ୍କ ଅଗ୍ରୱାଲ ଗୋଟିଏ ପକ୍ଷରୁ ଲଢୁଆ ପ୍ରଦର୍ଶନ ଜାରିରଖିଥିଲେ | ସେ ୬୦ ବଲ ଖେଳି ୮୯ ରନ ସଂଗ୍ରହ କରିଥିଲେ |