ପାରା ଅଲମ୍ପିକ୍ସ ରେ ସ୍ଵର୍ଣ ପଦକ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ |

130

କଟକ (ଉତ୍କଳ ନ୍ୟୁଜ) ୦୪-୦୯-୨୦୨୧ : ଦେଶ ତଥା ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡିଶା ର ପୁଅ ପ୍ରମୋଦ ଭଗତ | ସେ ଚଳିତ ବର୍ଷ ଟୋକିଓ ପାରା ଅଲମ୍ପିକ୍ସ ରେ ବ୍ୟାଡମିଣ୍ଟନ ରେ ସ୍ଵର୍ଣ ପଦକ ଜିତିଛନ୍ତି | ପ୍ରମୋଦ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲସ ଫାଇନାଲ ରେ ଗ୍ରେଟ ବ୍ରିଟେନ ର ଡାନିଏଲ ବେଥେଲ ଙ୍କୁ ହରାଇ ସ୍ବର୍ଣ୍ଣ ଜିତିଛନ୍ତି | ଡାନିଏଲ ଙ୍କୁ ସିଧାସଳଖ ୨୧-୧୪, ୨୧-୧୭ ସେଟ ରେ ପରାସ୍ତ କରିଛନ୍ତି | ପ୍ରମୋଦ ଙ୍କ ଏହି ସଫଳତା ରେ ଦେଶ ତଥା ଓଡିଶା ଗର୍ବ ଅନୁଭବ କରୁଛି |