ଏସିଆନ ବକ୍ସିଂ ଚାମ୍ପିଅନସିପ କରୋନା ପାଇଁ ସ୍ଥଗିତ

137

କଟକ (ଉତ୍କଳ ନିଉଜ଼) ଆସନ୍ତା ନଭେମ୍ବର - ଡିସେମ୍ବର ମାସରେ ଭାରତରେ ଆୟୋଜିତ ହେବାର ଥିଲା ଏସିଆନ ବକ୍ସିଂ ଚାମ୍ପିଅନସିପ | କୋଭିଡ-୧୯ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି | ଭାରତୀୟ ବକ୍ସିଂ ସଂଘର ସମ୍ପାଦକ ଜୟ କୱଲି କହିଛନ୍ତି ଏସିଆନ ବକ୍ସିଂ କନଫେଡେରେସନ ର ପରିଚାଳନା କମିଟି ବୈଠକ ଅନ ଲାଇନରେ ଗତ ଷୋମବାର ଦିନ ଅନୁଷ୍ଠିତ ହୋଇଥିଲା | ଟୁର୍ଣ୍ଣାମେଣ୍ଟ କୁ ସ୍ଥଗିତ ରଖାଯାଇ ଆସନ୍ତା ବର୍ଷ ଆୟୋଜନ କରାଯିବ ନେଇ ନିଷ୍ପତି ହୋଇଛି |