ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ୩ ଦିନ ଅଭ୍ୟାସ କରିବାର ସମୟ ପାଇଁ ଇଂଲିଶ ଦଳ

120

କଟକ (ଉତ୍କଳ ନ୍ୟୁଜ) ୨୭-୦୧-୨୦୨୧: ଆସନ୍ତା ୫ ତାରିଖ ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ | ଇଂଲଣ୍ଡ ଦଳ ଆସନ୍ତା ବୁଧବାର ଶ୍ରୀଲଙ୍କା ରୁ ଭାରତ ରେ ପହଂଚିବା ର କାର୍ଯ୍ୟକ୍ରମ ରହିଛି | ଚେନ୍ନାଇ ରେ ପହଂଚି ଦଳ ୬ ଦିନ ସଙ୍ଗରୋଧ ରେ ରହିବ | ଏହି ସମୟରେ ସେମାନଙ୍କୁ ପର୍ଯ୍ୟକ୍ରମ ୩ ଥର କୋଭିଡି ପରୀକ୍ଷା ହେବ | ତେଣୁ ପ୍ରଥମ ଟେଷ୍ଟ ପୂର୍ବରୁ ଇଂଲଣ୍ଡ କୁ ମାତ୍ର ୩ ଦିନ ଅଭ୍ୟାସ ସମୟ ମିଳିବ |