ମୁମ୍ବାଇ ର ସହଜ ବିଜୟ

169

କଟକ (ଉତ୍କଳ ନ୍ୟୁଜ) ମୁମ୍ବାଇ ଇଣ୍ଡିଅନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ମୁକାବିଲାରେ ମୁମ୍ବାଇ ଦଳ ୩୪ ରନ ରେ ବିଜୟ ହାସଲ କରିଛି | ଏହି ମ୍ୟାଚ ରେ ମୁୟମ୍ବଇ ପ୍ରଥମ ବ୍ୟାଟିଂ କରି ୫ ୱିକେଟ ହରାଇ ୨୦୮ ରନ ସଂଗ୍ରହ କରିଥିଲା | ଦଳ ପକ୍ଷରୁ କ୍ୱିଣ୍ଟାନ ଡିକଙ୍କ ସର୍ବାଧିକ ୬୭ ରନ ସଂଗ୍ରହ କରିଥିଲେ | ଏହାର ଜବାବ ରେ ହାଇଦ୍ରାବାଦ ୭ ୱିକେଟ ହରାଇ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା | ଦଳ ପକ୍ଷରୁ ଅଧିନାୟକ ୱାର୍ନର ସର୍ବାଧିକ ୬୦ ରନ କରାଇଥିଲେ | ୪ ଓଭରରେ ୨୮ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିବା ମୁମ୍ବାଇ ର ଟ୍ରେଣ୍ଟ ବୋଲ୍ଟ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ |