ପ୍ରମୋଦ ପାଇବେ ପଦ୍ମଶ୍ରୀ

398

କଟକ ୨୬/୧/୨୨(ଉତ୍କଳ ନ୍ୟୂଜ଼)ଓଡ଼ିଶାର ସୁନା ପୁଅ ତଥା ଭାରତ ପାଇଁ ବିଶ୍ୱସ୍ତରରେ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ ପ୍ରଥମ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ସେ ଏହି ସମ୍ମାନରେ ସମ୍ମାନିତ ହେବ ପାଇଁ ଯାଉଛନ୍ତି |୨୦୨୧ରେ ପାରା ଅଲମ୍ପିକ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ସେ ଉଚ୍ଚକୁ ଆସିଥିଲେ |ଏହାପରେ ୨୦୨୧ରେ ଅକଟୋବରରେ ପ୍ରମୋଦକୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ମିଳିଥିଲା |ଏବେ ଏହି ସମ୍ମାନ ମିଳିବା ଲାଗି ସେ ଖୁବ ବ୍ୟକ୍ତ କରିବାସହ ତାଙ୍କୁ ଆଗକୁ ଆହୁରି ଭଲ ଖେଳିବା ଲାଗି ଉତ୍ସାହିତ କରିବା ବୋଲି ସେ କହିଛନ୍ତି | ଚଳିତ ବର୍ଷ ସେ ୧୦ରୁ ଅଧିକ ଟୁର୍ନାମେଣ୍ଟ ଖେଳିବେ |ସେଥିଲାଗି ସେ ଆଶାବାଦୀ ଥିବା କହିଛନ୍ତି |