ଆଇସିସି ପୁରସ୍କାର ରେ ଧୋନି ଓ କୋହିଲି ଙ୍କ ବାଜିମାତ

144

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ଆଇସିସି ପକ୍ଷରୁ ବାରଶହ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରାଯାଇଛି | ସେଥିରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି | ଭରତୀୟ କ୍ରିକେଟ ଟିମ ର ଅଧିନାୟକ ବିରାଟ କୋହିଲି ୨ ଟି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି | ସେ ଦଶନ୍ଧି ର ଶ୍ରେଷ୍ଠ ଖେଳାଳି ଓ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି | ସହିପରି ଭାବେ ଶ୍ରେଷ୍ଠ ଖେଳୁଆଡ଼ ମନୋଭାବ କୁ ନେଇ ମହେନ୍ଦ୍ର ସିଂ ଧୋନି ଙ୍କୁ ସ୍ପିରିଟ ଅଫ କ୍ରିକେଟ ପୁରସ୍କାର ପାଇଁ ମନୋନୀତ କରାଯାଇଛି | ବିଗତ ୧୦ ବର୍ଷ ମଧ୍ୟରେ କୋହିଲି ଅନ୍ତର୍ଜାତୀୟ କ୍ରିକେଟ ରେ ସର୍ବାଧିକ ୨୦,୩୯୬ ରନ ସଂଗ୍ରହ କରିଛନ୍ତି | ତେଣୁ ତାଙ୍କୁ ଦଶନ୍ଧି ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସବୁଠୁ ଆଗରେ ରହିଥିଲେ |