୧୦ ୱିକେଟ ରେ ଜିତିଲା ହାଇଦ୍ରାବାଦ

126

କଟକ (ଉତ୍କଳ ନ୍ୟୁଜ) ଚଳିତ ଆଇପିଏଲ ରେ ହାଇଦ୍ରାବାଦ ଚମତ୍କାର ପ୍ରଦର୍ଶନୀ କରି ପ୍ଲେ ଅଫ ରେ ପ୍ରବେଶ କରିଛି | ଆଇପିଏଲ ଏକ ମ୍ୟାଚ ରେ ଡେଭିଡ ୱାରନର ଓ ରିଦ୍ଧିମାନ ସାହ ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ ଅନ୍ତିମ ଲିଗ ମ୍ୟାଚ ରେ ମୁମ୍ବାଇ ଇଣ୍ଡିଅନ୍ସ କୁ ୧୦ ୱିକେଟ ରେ ହରାଇଛି | ପ୍ରଥମ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଅନ୍ସ ୮ ୱିକେଟ ହରାଇ ୧୪୯ ରନ ସଂଗ୍ରହ କରିଥିଲା | ଏହାର ଜବାବ ରେ ହାଇଦ୍ରାବାଦ ୧୭.୧ ଓଭରରେ କୌଣସି ୱିକେଟ ନହାରୈ ବିଜୟ ହାସଲ କରିଥିଲା | ହାଇଦ୍ରାବାଦ ର ସହବାଜ ନଦିମ ଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା |