୧୬ ରନ ରେ ରାଜସ୍ଥାନ ରୋୟାଲସ ବିଜୟୀ

131

କଟକ (ଉତ୍କଳ ନ୍ୟୁଜ) ଦୁବାଇ ର ଶାରଜା କ୍ରିକେଟ ଷ୍ଟାଡିୟମ ରେ ଖେଳ ଯାଉଥିବା ଆଇପିଏଲ ର ଚତୁର୍ଥ ମ୍ୟାଚରେ ସଂଜୁ ସମସନ ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଅଧିନାୟକ ଷ୍ଟିଭେନ ସ୍ମିଥ ଙ୍କ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୋୟାଲସ ଚେନାଇ ସୁପର କିଙ୍ଗସ କୁ ୧୬ ରେ ପରାସ୍ତ କରିଛି | ସାମସନ ଙ୍କ ବିସ୍ଫୋରକ ୭୪ ରନ ଅନଂ ସ୍ମିଥଙ୍କ ୬୯ ରନ ବଳରେ ରାଜସ୍ଥାନ ନିର୍ଧାରିତ ଓଭରରେ ୭ ଉଇକେଟ ହରାଇ ୨୧୬ ରନ କରିଥିଲେ | ଚେନ୍ନାଇ ପକ୍ଷରୁ ସାମ କରନ ସଫଳ ବୋଲର ଭାବେ ୩ ଟି ଉଇକେଟ ହାସଲ କରିଛନ୍ତି | ଜବାବରେ ଚେନ୍ନାଇ ତାର ଇନିଂସ ଆରମ୍ଭ କରି ୫୬ ରନ ରେ ପ୍ରଥମ ଉଇକେଟ ହରାଇଥିଲା | ଅନ୍ୟପକ୍ଷରେ ଦୁପ୍ଲିସିସଗୋଟିଇକୁ ପଟରେ ରନ ସଂଗ୍ରହ କରି ଚାଲିଥିବାବେଳେ ଅନ୍ୟପଟରେ କେହି ତାଙ୍କୁ ସାଥ ଦେଇନଥିଲେ | ସେ ୭୨ ରନ କରି ଆଉଟ ହୋଇଥିଲେ, କେଦାର ଯାଦବ ୨୨, ଧୋନି ୨୯ ଓ ଜାଡେଜା ୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତା ଥିଲେ | ରାଜସ୍ଥାନ ପକ୍ଷରୁ ରାହୁଲ ତେୱାଟିଆ ସର୍ବାଧିକ ୩ଟି ଉଇକେଟ ନେଇଥିଲେ |