ପରିବାର ପାଇଁ ଘରକୁ ଫେରିଲେ ସୁରେଶ ରାଇନା

135

କଟକ (ଉତ୍କଳ ନିଉଜ଼) ଚେନ୍ନାଇ ସୁପର କିଙ୍ଗସ ରେ କରୋନା ପଜିଟିଭ ଚିହ୍ନଟ ହେବ ପରେ ସୁରେଶ ରାଇନା ଅଧିକ ଚିନ୍ତିତ ହୋଇ ପଡ଼ିଥିଲେ | ପତ୍ନୀ ପ୍ରିୟଙ୍କା ଓ ଦୁଇ ଛୁଆ ଙ୍କୁ ମନେ ପକାଉ ଥିଲେ | ତେଣୁ ସେ ସିଏସକେ ଶିବିର ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଗତ ଶନିବାର ଦିନ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ | ସୂଚନା ଅନୁଯାଇ ରାଇନା ଙ୍କ ପାରିବାରିକ ବନ୍ଧୁ ଅଜୟ ସେଟ୍ଟୀ ଗଲ୍ଫ ନିଉଜ଼ କୁ ସୂଚନା ଦେଇ ଏହା କହିଛନ୍ତି |