More News

ସିପିଏମ୍ ନେତା ରବିନ୍ଦ୍ର ପାତ୍ର ଙ୍କ ସ୍ମୃତି ଚାରଣ ସଭା|

କଟକ ( ଉତ୍କଳ ନ୍ୟୁଜ ). ୯-୦୭-୨୦୨୬ : -ଭଦ୍ରକ ଜିଲ୍ଲା ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିପିଆଇ (ଏମ) ଏରଡା ଶାଖାର ପୂର୍ବତନ ସଂପାଦକ, ଓଡିଶା କୃଷକ ସଭାର ପୂର୍ବତନ ଜିଲ୍ଲା କମିଟି ସଭ୍ୟ, ଏରଡା ଗ୍ରାମ ପଞ୍ଚାୟତର ଚାଷୀ ମୂଲିଆ ଓ ଶ୍ରମଜୀବି ଜନଗଣଙ୍କ ପ୍ରିୟ ନେତା ରବିନ୍ଦ୍ର ପାତ୍ରଙ୍କ ସ୍ମୃତି ଚାରଣ ସଭା ତାଙ୍କ ଗ୍ରାମ ଏରଡାରେ ଅବସରପ୍ରାପ୍ତ ଶିକ୍ଷକ ମକରଧର ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍ମୃତି ଚାରଣ ସଭାରେ ସିପିଆଇ(ଏମ) ଭଦ୍ରକ ଆଞ୍ଚଳିକ କମିଟି ସଂପାଦକ ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଶ୍ରମିକ ନେତା କାଳନ୍ଦୀ ପାତ୍ର, ଚାଷୀ ନେତା ନିରଞ୍ଜନ ପାଣି, ଚାଷୀ ନେତା ମଦନ ଘଡେଇ, ସିପିଆଇ(ଏମ) ଏରଡା ଶାଖା ସଂପାଦକ ଚକ୍ରଧର ପାତ୍ର, ଚାଷୀ ନେତା ଅର୍ଜୁନ ଘଡେଇ, ସମାଜସେବୀ ଡମ୍ବରୁଧର ନାୟକ, ସମାଜସେବୀ ବରେନ୍ଦ୍ର କୁମାର ବାରିକ, ସମାଜସେବୀ ଜଗତାନନ୍ଦ ନାୟକ ପ୍ରମୁଖ ଯୋଗଦେଇ ରବିନ୍ଦ୍ର ପାତ୍ରଙ୍କ ରାଜନୈତିକ ଓ ସାମାଜିକ ଜୀବନ ସଂପର୍କରେ ଆଲୋଚନା କରିବା ସହ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ବୈପ୍ଳବିକ ଶ୍ରଦ୍ଧାଞ୍ଜଳୀ ଜଣାଇ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ରବୀନ୍ଦ୍ର ପାତ୍ରଙ୍କ ଆଦର୍ଶ ବୈଜ୍ଞାନିକ ସମାଜବାଦ ଭାରତରେ ପ୍ରତିଷ୍ଠା ପାଇଁ ଏରଡା ଅଞ୍ଚଳର ଛାତ୍ର ଛାତ୍ରୀ, ଯୁବକ ଯୁବତୀ ଓ ସାଧାରଣ ଜନତା କାର୍ଯ୍ୟକଲେ ତାଙ୍କ ସଂଗ୍ରାମର ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ସ୍ମୃତି ଚାରକ ମାନେ ପ୍ରକାଶ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ସିନ୍ଦୋଳରେ ବିପର୍ଯ୍ୟୟ ହ୍ରାସ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ. |

କଟକ ( ଉତ୍କଳ ନ୍ୟୁଜ ) ୯-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ବିଜୟଶ୍ରୀ କଲ୍ୟାଣରେ ଆଶ୍ରସ୍ଥଳହୀନ ଗ୍ରାମଗୁଡିକର ଟାସ୍କଫୋର୍ସ ସ୍ୱେଚ୍ଛାସେବୀମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ସମୟରେ ସନ୍ଧାନ ସହ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସା ସମେତ ବିପର୍ଯ୍ୟୟ ବିପଦ ହ୍ରାସ ବିଷୟରେ ସବିଶେଷ ତାଲିକ ପ୍ରଦାନ କରା ଯାଉଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଆସନ୍ତା ସୋମବାର ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ । ସରପଞ୍ଚ ସୁପ୍ରଭା ପାଣିଙ୍କ ପୌରହିତ୍ୟରେ ଉଦ୍‌ଘାଟନୀ ଉତ୍ସବରେ ତହସିଲଦାର ସୁବାଶିଶ ସାହୁ, ବିଡିଓ ନିରଞ୍ଜନ ବାରିକ, ଡିପିଓ ଅମ୍ଳାନ ଅନୁପମ ସେନାପତି, ବ୍ଲକର ନୋଡାଲ ଏନଜିଓ ରଞ୍ଜୁଲତା ଗାହାଣ, ଅତିରିକ୍ତ ବିଡଓ ମୀନକେତନ ବାରିକ, ପଞ୍ଚାୟତ ଏଡିଓ ମାନସୀ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଟ୍ରେନର ଭାବେ ହରପ୍ରିୟା ମାଇତି, ରତିକାନ୍ତ ନାୟକ ଓ ପବିତ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ବିପର୍ଯ୍ୟୟ ସମୟରେ ସନ୍ଧାନ କରି ଉଦ୍ଧାର କରିବା ସହତ ଆବଶ୍ୟକ ମୁତାବକ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ କିପରି ନିଆଯିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରୁଛନ୍ତି । ଏହି ତାଲିମ ଶିବିରରେ ୪୦ ଜଣ ସାମାଜିକ କର୍ମୀ ଯୋଗ ଦେଇଥିବା ଜଣାଯାଇଛି । ସରପଞ୍ଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେମାନଙ୍କୁ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନର ଦିଆଯାଉଛି । ଦ୍ୱୀତିୟ ଦିନରେ ଡିପିଓଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଆସି କାର୍ଯ୍ୟକ୍ରମ ଓ ସରକାରଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ସାମାଜିକ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |

Read More ...

ଶ୍ରୀ ଶ୍ରୀ ପତିତପାବନ ଜୀଉଙ୍କ ରଥଯାତ୍ରା-୨୦୨୬ ପାଇଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ |

କଟକ ( ଉତ୍କଳ ନ୍ୟୁଜ ). ୦୯-୦୭-୨୦୨୬ : ଶ୍ରୀ ଶ୍ରୀ ପତିତପାବନ ଜୀଉ ମନ୍ଦିର ପରିଚାଳନା କମିଟି,ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ଏବଂ ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ଶ୍ରୀ ଶ୍ରୀ ପତିତପାବନ ଜୀଉଙ୍କ ପବିତ୍ର ରଥଯାତ୍ରା–୨୦୨୬ ଉପଲକ୍ଷେ ଶେଷ ପ୍ରସ୍ତୁତି ବୈଠକ ଗୁରୁବାର କଟକ ଦୋଳମୁଣ୍ଡାଇସ୍ଥିତ ଶ୍ରୀ ଜଗନ୍ନାଥ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରଥଯାତ୍ରାର ସମସ୍ତ ପ୍ରସ୍ତୁତି,ଶୃଙ୍ଖଳିତ ପରିଚାଳନା,ସୁରକ୍ଷା ବ୍ୟବସ୍ଥା,ଭକ୍ତମାନଙ୍କ ସୁବିଧା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ସହସ୍ର ବର୍ଷର ଐତିହ୍ୟ ବହନ କରୁଥିବା କଟକ ସହରର ସର୍ବପୁରାତନ ଶ୍ରୀ ଶ୍ରୀ ପତିତପାବନ ଜୀଉଙ୍କ ରଥଯାତ୍ରା ଶାନ୍ତି,ସାମ୍ୟ ଓ ମୈତ୍ରୀର ପ୍ରତୀକ ଭାବେ ପରିଚିତ।ଏହି ଅବସରରେ ଜାତି,ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ମିଳିବ। ଆସନ୍ତା ୧୬ ଜୁଲାଇ (ଗୁରୁବାର) ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ କରି ସୁସଜ୍ଜିତ ତିନୋଟି ରଥରେ ବିରାଜମାନ ହେବେ।ମ୍ୟାନେଜିଂ ଟ୍ରଷ୍ଟି (ରାଜା) ବ୍ରଜ କିଶୋର ପ୍ରଧାନଙ୍କ ଦ୍ୱାରା ଛେରା ପହଁରା ସମ୍ପନ୍ନ ହେବା ପରେ ରଥ ହରିପୁର ରୋଡ଼,ଶିବବଜାର, ସେମିନାରୀ ଛକ ପର୍ଯ୍ୟନ୍ତ ଯାଇ ଫେରି ଚନ୍ଦନ ପଡ଼ିଆସ୍ଥିତ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ। ସେହିପରି ଆସନ୍ତା ୨୪ ଜୁଲାଇ (ଶୁକ୍ରବାର) ପବିତ୍ର ବାହୁଡ଼ା ଯାତ୍ରାରେ ଚନ୍ଦନ ପଡ଼ିଆରୁ ରଥ ଯାତ୍ରା ଆରମ୍ଭ ହୋଇ ଆଳି ମାର୍କେଟ, ବାଦାମବାଡ଼ି ଟ୍ରାଫିକ ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ମନ୍ଦିରକୁ ଫେରିବ।
ନବଦିନ ବ୍ୟାପୀ ପ୍ରତି ସନ୍ଧ୍ୟାରେ ଚନ୍ଦନ ପଡ଼ିଆରେ ପ୍ରଖ୍ୟାତ ପ୍ରବଚକଙ୍କ ପ୍ରବଚନ ସହ ଲୋକସମ୍ପର୍କ ବିଭାଗ ଓ ରଥଯାତ୍ରା ପ୍ରସ୍ତୁତି କମିଟିର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମ୍ୟାନେଜିଂ ଟ୍ରଷ୍ଟି (ରାଜା) ବ୍ରଜ କିଶୋର ପ୍ରଧାନ, ରଥଯାତ୍ରା ପ୍ରସ୍ତୁତି କମିଟିର ଆବାହକ ହରେକୃଷ୍ଣ ପ୍ରଧାନ (ଅଧିକାରୀ), ସରୋଜ କୁମାର ମୂଳିଆ,କାଳନ୍ଦି ମୂଳିଆ,ନିହାର ରଞ୍ଜନ ମୂଳିଆ,କୈଳାସ ଅଗ୍ରୱାଲଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ,ପୂଜା କମିଟିର କର୍ମକର୍ତ୍ତା ଓ ବହୁ ଭକ୍ତ ଉପସ୍ଥିତ ଥିଲେ।ରଥଯାତ୍ରାକୁ ସରସ,ସୁନ୍ଦର ଓ ସଫଳ କରିବା ପାଇଁ ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ବହୁ ସଂଖ୍ୟାରେ ଯୋଗଦେବାକୁ ଆୟୋଜକମାନେ ଆହ୍ୱାନ କରିଛନ୍ତି।

Read More ...

ଯୁବଶକ୍ତି: ପରିବର୍ତ୍ତନର ପଥପ୍ରଦର୍ଶକ. |

କଟକ ( ଉତ୍କଳ ନ୍ୟୁଜ ). ଯୁବପିଢ଼ି ହେଉଛନ୍ତି ଦେଶର ଶକ୍ତି ଏବଂ ଭବିଷ୍ୟତର ଆଶା । ସେମାନଙ୍କର ଶକ୍ତି, ସୃଜନଶୀଳତା ଏବଂ ଆଗ୍ରହ ସମାଜରେ ସକାରାତ୍ମକ ପରିବର୍ତନ ଆଣିଥାଏ । ଇତିହାସ କୁହେ ଯେଉଁ ଯୁବକମାନେ ନିଜଠାରୁ ଅଧିକ ଚିନ୍ତା କରିବାକୁ ସାହସ କରିଥିଲେ ସେମାନେ ଅନେକ ସାମାଜିକ ଆନ୍ଦୋଳନ, ବୈଜ୍ଞାନିକ ଆବିଷ୍କାର ଏବଂ ସମାଜ ବିକାଶ କାର୍ଯ୍ୟରେ ନେତୃତ୍ବ ନେଇଛନ୍ତି I ତଥାପି ଯୁବପିଢ଼ି ପରିବର୍ତ୍ତନର ପ୍ରତିନିଧ୍ ହେବା ପାଇଁ ସେମାନଙ୍କୁ ସ୍ପଷ୍ଟ ନେତୃତ୍ବ ଓ ପଥ ଆବଶ୍ୟକ ଯାହା ସେମାନଙ୍କୁ ଦକ୍ଷତା, ଆତ୍ମବିଶ୍ଵାସ ଏବଂ ସମାଜ ପ୍ରତି ଦାୟିତ୍ବବୋଧ ବିକାଶ କରିବାରେ ସାହାଯ୍ୟ କରେ ନେତୃତ୍ବ କେବଳ କର୍ଭାର ପଦବୀ ହାସଲ କରିବା ବିଷୟରେ ନୁହେଁ । ପ୍ରକୃତ ନେତୃତ୍ବର ଅର୍ଥ ହେଉଛି ଅନ୍ୟମାନଙ୍କର ସେବା କରିବା, ସମସ୍ୟା ସମାଧାନ କରିବା, ଲୋକଙ୍କୁ ପ୍ରେରଣା ଦେବା ଏବଂ ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା । ଆଜିର ବିଶ୍ଵରେ, ଯେଉଁଠାରେ ସମାଜ ଦାରିଦ୍ର୍ୟ, ବେକାରୀ, ଭୁଲ ସୂଚନା, ସାମାଜିକ ବିଭାଜନ ଏବଂ ପରିବେଶଗତ ଚିନ୍ତା ଭଳି ସମସ୍ୟାର ସମ୍ମୁଖୀନ ହେଉଛି, ସେଠାରେ ଯୁବକମାନଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଇସଲାମ ଦାୟିତ୍ବପୂର୍ଣ୍ଣ ନେତୃତ୍ବର ବିକାଶକୁ ଦୃଢ଼ ଭାବରେ ଉତ୍ସାହିତ କରେ ଏବଂ ସମାଜକୁ ଅବଦାନ ଦେବାକୁ ଚାହୁଁଥ‌ିବା ଯୁବକମାନଙ୍କ ପାଇଁ ମୂଲ୍ୟବାନ ମାର୍ଗଦର୍ଶନ ପ୍ରଦାନ କରେ |ଇସଲାମ ନେତୃତ୍ବକୁ ଏକ ବିଶ୍ଵାସ ବୋଲି ବିବେଚନା କରେ । ନେତାମାନେ ସଚ୍ଚୋଟତା, ନ୍ୟାୟ ଏବଂ କରୁଣା ସହିତ ଲୋକଙ୍କ ସେବା କରିବାକୁ ଆଶା କରାଯାଏ । କୁରାନ୍ ଏହି ଶିକ୍ଷା ଦିଏ ଯେ ନେତୃତ୍ବ ଦାୟିତ୍ବ ବହନ କରେ, ଏହା ବ୍ୟକ୍ତିଗତ ଲାଭ କିମ୍ବା ସ୍ଥିତି ବିଷୟରେ ନୁହେଁ ବରଂ ନ୍ୟାୟ ଏବଂ ସଚ୍ଚୋଟତାର ସହିତ କର୍ଭବ୍ୟ ପାଳନ କରିବା ବିଷୟରେ ନେତୃତ୍ବ ପ୍ରତ୍ୟେକ ସ୍ତରରେ ରହିଛି। ଜଣେ ଶିକ୍ଷକ ଛାତ୍ରମାନଙ୍କୁ ନେତୃତ୍ବ ଦିଅନ୍ତି, ପିତାମାତା ପରିବାରକୁ ନେତୃତ୍ବ ଦିଅନ୍ତି, ସମ୍ପ୍ରଦାୟ ସ୍ୱେଚ୍ଛାସେବକମାନେ ପ୍ରକଳ୍ପଗୁଡ଼ିକୁ ନେତୃତ୍ବ ଦିଅନ୍ତି, ଏବଂ ଯୁବକମାନେ ସେମାନଙ୍କ ପଡ଼ୋଶୀ ଏବଂ ଅନୁଷ୍ଠାନ ମଧ୍ୟରେ ସକାରାତ୍ମକ ପଦକ୍ଷେପ ନେଇଥାନ୍ତି। ପୟଗମ୍ବର ମହମ୍ମଦ ବୟସ ନିର୍ବିଶେଷରେ ପ୍ରତିଭା ଏବଂ ଚରିତ୍ରକୁ ଚିହ୍ନିଥିଲେ, ଯେମିତିକି ଉସାମା ଇବନ୍ ଜାୟଦଙ୍କୁ ବହୁତ ଛୋଟ ଅବସ୍ଥାରେ ଏକ ଗୁରୁତ୍ବପୂର୍ଣ ସାମରିକ ଅଭିଯାନର ନେତୃତ୍ବ ନେବା ପାଇଁ ନିଯୁକ୍ତ କରାଯାଇଥିଲା । ଅନେକ ବୟସ୍କ ଏବଂ ଅଭିଜ୍ଞ ସାଥୀ ତାଙ୍କ ସେନାର ଅଂଶ ଥିଲେ, ତଥାପି ପୟଗମ୍ବର ତାଙ୍କ ଦକ୍ଷତା ଏବଂ ଚରିତ୍ର ଯୋଗୁଁ ତାଙ୍କୁ ନେତୃତ୍ବ ଦାୟିତ୍ୱ ଦେଇଥିଲେ। ଯୁବକମାନଙ୍କ ପାଇଁ ନେତୃତ୍ବ ପଥ ନିର୍ମାଣ କରିବା ପାଇଁ ପରିବାର, ଶିକ୍ଷାନୁଷ୍ଠାନ, ସମ୍ପ୍ରଦାୟ ସଂଗଠନ ଏବଂ ଧାର୍ମିକ ନେତାମାନଙ୍କ ପ୍ରୟାସ ଆବଶ୍ୟକ I ଯୁବକମାନଙ୍କୁ ଶିଖୁବା ଦେବାର ସୁଯୋଗ ଆବଶ୍ୟକ। ସମାଜ ସେବା ହେଉଛି ଏକ ପ୍ରଭାବଶାଳୀ ପଥ । ଶିକ୍ଷାଗତ କାର୍ଯ୍ୟକ୍ରମ, ସ୍ଵାସ୍ଥ୍ୟ ଅଭିଯାନ, ପରିବେଶଗତ ପଦକ୍ଷେପ କିମ୍ବା ରିଲିଫ୍ କାର୍ଯ୍ୟକଳାପରେ ସ୍ୱେଚ୍ଛାସେବା ଯୁବପିଢ଼ିଙ୍କୁ ନେତୃତ୍ଵ ଦକ୍ଷତା ବିକାଶ କରିବା ସ‌ହିତ ସାମାଜିକ ଆହ୍ବାନଗୁଡ଼ିକୁ ବୁଝିବାରେ ସାହାଯ୍ୟ କରେ I ଅନ୍ୟ ଏକ ପଥ ହେଉଛି ଶିକ୍ଷା ଏବଂ ଦକ୍ଷତା ବିକାଶ । ନେତୃତ୍ବ ପାଇଁ ଜ୍ଞାନ ଆବଶ୍ୟକ। ଯୁବପିଢ଼ିଙ୍କୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ, ସାଧାରଣ ପ୍ରଶାସନ, ସାମାଜିକ କାର୍ଯ୍ୟ ଏବଂ ଉଦ୍ୟୋଗ ଭଳି କ୍ଷେତ୍ରରେ ବିଶେଷଜ୍ଞତା ବିକାଶ କରିବାକୁ ଉତ୍ସାହିତ କରାଯିବା ଉଚିତ। ଆଜିର ଯୁବପିଢ଼ି ଭୁଲ ସୂଚନା, ପଦାର୍ଥ ଅପବ୍ୟବହାର ଏବଂ ବଢ଼ୁଥିବା ସାମାଜିକ ଧ୍ରୁବୀକରଣ ସମେତ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ନିଷ୍କ୍ରିୟ ପର୍ଯ୍ୟବେକ୍ଷକ ହେବା ପରିବର୍ଭେ, ଯୁବପିଢ଼ି ସମାଧାନର ଅଂଶ ହୋଇପାରିବେ । ସାମାଜିକ ଗଣମାଧ୍ୟମକୁ ଦାୟିତ୍ବର ସହ ବ୍ୟବହାର କରି ଯୁବପିଢ଼ି ସଚେତନ‌ତା ପ୍ରସାର କରିପାରିବେ, ସକାରାତ୍ମକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିପାରିବେ ଏବଂ କ୍ଷତିକାରକ କାହାଣୀକୁ ପ୍ରତିହତ କରିପାରିବେ। ସେମାନେ ଆଲୋଚନା, ପରାମର୍ଶ କାର୍ଯ୍ୟକ୍ରମ ଏବଂ ସମ୍ପ୍ରଦାୟ ପଦକ୍ଷେପ ଆୟୋଜନ କରିପାରିବେ ଯାହା ଏକତା ଏବଂ ବୁଝାମଣାକୁ ଉତ୍ସାହିତ କରେ Iକୁରାନ ସମାଜରେ ସକାରାତ୍ମକ ଅବଦାନ ରଖିବାକୁ ଇସଲାମର ଅନୁଗାମୀ ମାନଙ୍କୁ ଉତ୍ସାହିତ କରେ । ଏହା ସକ୍ରିୟ ସମ୍ପ୍ରଦାୟ ସମ୍ପର୍କ ଏବଂ ନୈତିକ ନେତୃତ୍ବକୁ ମଧ୍ୟ ଗୁରୁତ୍ବକ ଦେଇଥାଏ I ନେତୃତ୍ଵ ଦକ୍ଷତା ସହିତ ଭଲ ଚରିତ୍ର ମଧ୍ୟ ସମାନ ଗୁରୁତ୍ବପୂର୍ଣ୍ଣ । ସଚ୍ଚୋଟତା, ଧୈର୍ଯ୍ୟ, ନମ୍ରତା ଏବଂ ଦାୟିତ୍ଵ ପ୍ରଭାବଶାଳୀ ନେତୃତ୍ବର ମୂଳଦୁଆ ଗଠନ କରନ୍ତି । ପୟଗମ୍ବର ମହମ୍ମଦଙ୍କ ବିଶ୍ୱସନୀୟତା ଏବଂ ସାଧୁତା ଲୋକଙ୍କ ସମ୍ମାନ ଏବଂ ବିଶ୍ବାସ ଅର୍ଜନ କରିଥିଲା। ଏହି ଗୁଣ‌ଗୁଡ଼ିକୁ ପାଳନ କରୁଥିବା ଯୁବକମାନେ ସମାଜକୁ ବିଭାଜିତ କରିବା ପରିବର୍ଭେ ଏକତା ଡୋରିରେ ବାନ୍ଧି ରଖନ୍ତି । ନେତାମାନେ ନୀତି ଏବଂ କରୁଣା ଦ୍ବାରା ପରିଚାଳିତ ହେଲେ ସମ୍ପ୍ରଦାୟଗୁଡ଼ିକ ଲଭାନ୍ବିତ ହୁଅନ୍ତି । ଯେକୌଣସି ସମାଜର ଭବିଷ୍ୟତ ଏହାର ଯୁବ ନେତାଙ୍କ ଗୁଣବତ୍ତା ଉପରେ ନିର୍ଭର କରେ I ଯୁବପିଢ଼ି ପାଇଁ ନେତୃତ୍ବ ପଥ ନିର୍ମାଣ କରିବା କେବଳ ଭବିଷ୍ୟତର ରାଜନେତା କିମ୍ବା ପ୍ରଶାସକମାନଙ୍କୁ ପ୍ରସ୍ତୁତ କରିବା ବିଷୟରେ ନୁହେଁ; ଏହା ମଧ୍ୟ ଜ୍ଞାନ ଏବଂ କରୁଣା ସହିତ ସେମାନଙ୍କ ସମ୍ପ୍ରଦାୟର ସେବା କରିପାରିବେ ବୋଲି ଦାୟିତ୍ବବାନ ବ୍ୟକ୍ତିମାନଙ୍କୁ ପୋଷଣ କରିବା ବିଷୟରେ ଉଦ୍ଦିଷ୍ଟ । ଇନସ
Read More ...

ଆଜିର ଯୁବପିଢ଼ି: ସ୍ବପ୍ନ,ସଂଘର୍ଷ ଓ ସମ୍ଭାବନା |

କଟକ ( ଉତ୍କଳ ନ୍ୟୁଜ ). ୩୦-୦୬-୨୦୨୬ : ଆଜିର ଯୁବପିଢ଼ି ଏମିତି ଏକ ମୋଡ଼ରେ ଠିଆ ହୋଇଛି ଯେଉଁଠାରେ ପରିଚୟର ପ୍ରଶ୍ନ, ସଫଳତାର ସ୍ୱପ୍ନ ଏବଂ ସାମାଜିକ-ଆର୍ଥିକ ଆହ୍ବାନ ଗୁଡ଼ିକ ଗଭୀର ଭାବରେ ଜଡିତ I ଯଦିଓ ଆଗକୁ ବଢ଼ିବା ପଥ କଷ୍ଟକର, ଗଠନମୂଳକ ସମ୍ପର୍କ ଏବଂ ସକାରାତ୍ମକ ସାମାଜିକ ଶକ୍ତିର ସମର୍ଥନ ଯୁବକମାନଙ୍କୁ ଆହ୍ବାନ ଗୁଡ଼ିକୁ ସୁଯୋଗରେ ପରିଣତ କରିବାକୁ ଏବଂ ସକାରାତ୍ମକ ପରିବର୍ତ୍ତନର ପ୍ରତିନିଧ ହେବାକୁ ସକ୍ଷମ କରିପାରିବ I ଯୁବପିଢ଼ି ହେଉଛି ମାନବ ଜୀବନର ସବୁଠାରୁ ଗତିଶୀଳ ଏବଂ ନିର୍ଣ୍ଣାୟକ ପର୍ଯ୍ୟାୟ । ଏହା ଏମିତି ଏକ ମୋଡ଼ ଯେଉଁଠାରୁ ଅନେକ ପଥ ବାହାରିଥାଏ ଯାହା କିଛି ସଫଳତା ଏବଂ ସିଦ୍ଧି ଆଡ଼କୁ ନେଇଯାଏ, ଯେତେବେଳେ ଅନ୍ୟଗୁଡ଼ିକ ବ୍ୟକ୍ତିର ଲକ୍ଷ୍ୟରୁ ଦୂରେଇ ଯାଇପାରେ। ଏହା ସେହି ପର୍ଯ୍ୟାୟ ଯେଉଁଠାରେ ଆକାଂକ୍ଷା, ସୃଜନଶୀଳତା, ମାନସିକ ଏବଂ ଶାରୀରିକ ଶକ୍ତି ଏକ ଅର୍ଥପୂର୍ଣ ଭବିଷ୍ୟତ ଗଠନ ପାଇଁ ମିଳିତ ହୁଏ । ପ୍ରତ୍ୟେକ ସମାଜ ଆଶାର ସହିତ ଏହାର ଯୁବପିଢ଼ିକୁ ଦେଖେ ଓ ବିଶ୍ବାସ କରେ ଯେ ସେମାନେ ଏହାର ଐତିହ୍ୟକୁ ଆଗକୁ ବଢ଼ାଇବେ ଏବଂ ଏକ ଉତ୍ତମ ଆସନ୍ତାକାଲି ନିର୍ମାଣ କରିବେ । ସରକାର,ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ନାଗରିକ ସମାଜ ସଂଗଠନଗୁଡ଼ିକୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ନବସୃଜନକୁ ଉତ୍ସାହିତ କରିବା ଏବଂ ଆର୍ଥିକ ସ୍ଥିରତା ଏବଂ ସାମାଜିକ ପ୍ରଗତିରେ ଯୋଗଦାନ ଦେଇପାରୁଥ‌ିବା ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ କରିବା ପାଇଁ ଏକାଠି କାମ କରିବାକୁ ପଡିବ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ଆଧୁନିକ ଜୀବନର ଜଟିଳତାକୁ ମୁକାବିଲା କରିବା ପାଇଁ ଶିକ୍ଷା ସବୁଠାରୁ ଶକ୍ତିଶାଳୀ ଉପକରଣ ହୋଇ ରହିଛି I ତଥାପି ଆଜିର ଶିକ୍ଷା କେବଳ ଡିଗ୍ରୀ ହାସଲ କରିବାଠାରୁ ଆଗକୁ ବଢ଼ିବା ଉଚିତ। ଏହା ଯୁବପିଢ଼ିଙ୍କୁ ସମାଲୋଚନାତ୍ମକ ଚିନ୍ତାଧାରା, ସମସ୍ୟା ସମାଧାନର କ୍ଷମତା, ଯୋଗାଯୋଗ ଦକ୍ଷତା ଏବଂ ନୈତିକ ମୂଲ୍ୟବୋଧ ବୃଦ୍ଧି କରିବା ଦିଗରେ ଧ୍ୟାନ ଦେବା ଉଚିତ | ଦ୍ରୁତ ଗତିରେ ବିକଶିତ ହେଉଥିବା ଶିଳ୍ପ ଯୁଗରେ ବୈଷୟିକ ଏବଂ ବୃଭିଗତ ଶିକ୍ଷା ବିଶେଷ ଗୁରୁତ୍ଵପୂର୍ଣ୍ଣ ହୋଇଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ ଯୋଗାଯୋଗ, କୃତ୍ରିମ ବୁଦ୍ଧିମତ୍ତା, ନବୀକରଣୀୟ ଶକ୍ତି, ସ୍ଵାସ୍ଥ୍ୟସେବା, ଉତ୍ପାଦନ ଏବଂ ଅନ୍ୟାନ୍ୟ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଦକ୍ଷତା ନିଯୁକ୍ତି ସମ୍ଭାବନା ଏବଂ ଆର୍ଥିକ ସ୍ବାଧୀନତାକୁ ଯଥେଷ୍ଟ ବୃଦ୍ଧି କରିପାରିବ। ଯୁବପିଢ଼ିଙ୍କୁ ରୋଲ୍ ମଡେଲ, ଶିକ୍ଷକ, ପରାମର୍ଶଦାତା ଏବଂ ସମ୍ପ୍ରଦାୟ ନେତାଙ୍କର ମଧ୍ୟ ଆବଶ୍ୟକ‌ତା ଅଛି ଯେଉଁମାନେ ସେମାନଙ୍କୁ ସେମାନଙ୍କର ଶକ୍ତି ଚିହ୍ନଟ କରିବାରେ, ବାସ୍ତବବାଦୀ ଲକ୍ଷ୍ୟ ସ୍ଥିର କରିବାରେ ଏବଂ ବୁଦ୍ଧିମାନ ନିଷ୍ପତ୍ତି ନେବାରେ ସାହାଯ୍ୟ କରିପାରିବେ। ତେଣୁ ସରକାର, ଶିକ୍ଷାନୁଷ୍ଠାନ, ପରିବାର ଏବଂ ସାମାଜିକ ସଂଗଠନଗୁଡ଼ିକୁ ଏପରି ସ୍ଥାନ ଏବଂ ପ୍ଲାଟଫର୍ମ ସୃଷ୍ଟି କରିବାରେ ସମୟ ଏବଂ ସମ୍ବଳ ବିନିଯୋଗ କରିବା ଉଚିତ ଯେଉଁଠାରେ ଯୁବପିଢ଼ି ସେମାନଙ୍କର ସମ୍ଭାବନାକୁ ଆବିଷ୍କାର କରିପାରିବେ ଏବଂ ସମାଜରେ ସକାରାତ୍ମକ ଅବଦାନ ଦେଇପାରିବେ। ଆଜିର ଯୁବପିଢ଼ି ଏକ ସମ୍ବେଦନଶୀଳ ପରିସ୍ଥିତିରେ ଠିଆ ହୋଇଛନ୍ତି ଯେଉଁଠାରେ ପରିଚୟ, ସଫଳତାର ଆକାଂକ୍ଷା ଏବଂ ସାମାଜିକ-ଆର୍ଥିକ ଆହ୍ୱାନର ପ୍ରଶ୍ନ ପରସ୍ପରକୁ ଛେଦ କରୁଛି। ଯଦିଓ ଆଗକୁ ରାସ୍ତା ପ୍ରତିବନ୍ଧକରୁ ମୁକ୍ତ ନୁହେଁ, ଏହା ଅପାର ସମ୍ଭାବନାରେ ମଧ୍ୟ ପରିପୂର୍ଣ୍ଣ। ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଗଠନମୂଳକ କାର୍ଯ୍ୟ ଏବଂ ସହାୟକ ସାମାଜିକ ଗଠନ ସହିତ ଯୁବପିଢ଼ି ଆହ୍ୱାନକୁ ସୁଯୋଗରେ ପରିଣତ କରିପାରିବେ ଏବଂ ସକାରାତ୍ମକ ପରିବର୍ତ୍ତନ ପାଇଁ ଉତ୍ପ୍ରେରକ ହୋଇପାରିବେ । ଆବୁ ଅବଦୁଲ୍ଲା ଅହମଦ୍
Read More ...

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସିପିଆଇ(ଏମ)ର ଶକ୍ତିବୃଦ୍ଧି ପାଇଁ ଆହ୍ୱାନ। |

କଟକ ( ଉତ୍କଳ ନ୍ୟୁଜ ). ୩୦-୦୬-୨୦୨୬ : ଓଡିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ "ବିନାଶର ଧାରା ଓଡିଶା ସାରା " ସଂପୂର୍ଣ୍ଣ ପରିଲିକ୍ଷିତ ହୋଇଛି ବୋଲି ସିପିଆଇ(ଏମ) ଜିଲ୍ଲା କମିଟି ମତବ୍ଯକ୍ତ କରିଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ସ୍ୱାସ୍ଥ୍ୟସେବା ରେ ଚରମ ଅବନ୍ନତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ପ୍ରାୟ ୨୨୦୦ ତ୍ରୁଟି, ପେଟ୍ରୋଲ, ଡିଜେଲ, ସିଏନଜି ଓ ଜାଳେଣି ଗ୍ୟାସର ସଂକଟ, ଭତ୍ତା ନପାଇ ବୃଦ୍ଧ ବୃଦ୍ଧା ଆତ୍ମହତ୍ୟା କରିବା, ଧାନର ଅଭାବୀ ବିକ୍ରି ଓ ଚାଷୀ ଆତ୍ମହତ୍ୟା, ଏମ୍ ଜି ଏନ୍ ଆର ଇଜିଏ ଆଇନ ରଦ୍ଦ, ଶ୍ରମିକ ସପକ୍ଷବାଦୀ ଶ୍ରମ ଆଇନ ବାତିଲ କରିବା ଆଦି ଜନବିରୋଧି କାର୍ଯ୍ୟକ୍ରମ ବିଜେପିର "ବିନାଶର ଧାରା ଓଡିଶା ସାରା " ଓ "ବିନାଶର ଧାରା- ଭାରତ ସାରା" କୁ ପ୍ରତିଫଳିତ କରୁଛି । ଗତ ୨ ବର୍ଷରେ ଆମ ରାଜ୍ୟରେ ୬୦୦୦୦ କୋଟି ଟଙ୍କା ଅଧିକ ଋଣ କରିବା, ରାଜ୍ୟର ୧୪ଟି ଖଣିକୁ ବହୁଜାତୀୟ କଂପାନୀ ଗୁଡିକୁ ବିକ୍ରି କରିବା, ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା, ଭୁବନେଶ୍ବରରେ ଅବସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ବିକ୍ରି, ଦୈତାରୀ- ପାରାଦ୍ବୀପ ଏକ୍ସପ୍ରେସ୍ ରାଜପଥ ଘରୋଇକରଣ, କଳିଙ୍ଗ ଅଶୋକା ହୋଟେଲ ଓ ପୁରୀରେ ଅବସ୍ଥିତ ବିଏନଆର ହୋଟେଲ ବିକ୍ରି ଘଟଣା ବିଜେପି ସରକାରଙ୍କ ଅପାରଗତା ଓ ବିନାଶର ଧାରାକୁ ପଦାରେ ପକାଇଛି ବୋଲି ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ ଭଦ୍ରକରେ ଅନୁଷ୍ଠିତ ସିପିଆଇ(ଏମ) କର୍ମୀ ସଭାରେ ପ୍ରକାଶ କରିଥିଲେ । ରାଜ୍ୟରେ ବିକାଶ ମୂଳକ କାର୍ଯ୍ୟ ପରିବର୍ତ୍ତେ କେବଳ କଂଗ୍ରେସ ଓ ବିଜେଡି ସରକାର ନିର୍ମାଣ କରିଥିବା ଭିତ୍ତିଭୂମି ଉପରେ ବିଜେପି ସରକାର କେବଳ ରଙ୍ଗ ମାରିଛି ଓ ପ୍ରକଳ୍ପ ଗୁଡିକର ନାମ ବଦଳାଇଛି ବୋଲି ସିପିଆଇ(ଏମ) ରାଜ୍ୟ ନେତା ଶ୍ରୀ ଦାସ ପ୍ରକାଶ କରିଥିଲେ । ରାଜ୍ୟର ଶିକ୍ଷିତ ଯୁବକ ଯୁବତୀ କାମ ନପାଇ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ପ୍ରତ୍ୟେକ ଦିନ ଯାଉଥିବା ବେଳେ ରାଜ୍ୟର କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ କରି ବିଜେପି କେବଳ ଉତ୍ସବ ପାଳନ କରିବା ଦୁର୍ଭାଗ୍ୟ ବୋଲି ସିପିଆଇ(ଏମ) ଉଦବେଗ ପ୍ରକାଶ କରିଛି । ବିଜେପିର ଏହି କୁକର୍ମ ଓ ଅପାରଗତା ବିରୁଦ୍ଧରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପରାସ୍ତ କରି ସିପିଆଇ(ଏମ)ର ଶକ୍ତି ବୃଦ୍ଧି କରିବାକୁ ସିପିଆଇ(ଏମ) କର୍ମୀ ସଭାରେ ରାଜ୍ୟ ନେତା ସନ୍ତୋଷ ଦାସ ଆହ୍ୱାନ ଜଣାଇଥିଲେ । ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମୀ ସଭାରେ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ମଳୟ ଭୋଇ, କାଳନ୍ଦୀ ପାତ୍ର, ଜୟନୂଲ ଆବେଦିନ, ଗୟାଧର ସାହୁ, ଗିରିଧାରୀ ନାଥ, ବରିଷ୍ଠ ନେତା ନିରଞ୍ଜନ ପାଣି, ଗୌରାଙ୍ଗ ଯେନା, ସେକ୍ ସନାଉଲ୍ଲା, ମହିଳା ନେତ୍ରୀ ସୁରଜିତା ନାୟକ ପ୍ରମୁଖ ପାର୍ଟିର ସାଂଗଠନିକ ଶକ୍ତି ବୃଦ୍ଧି ସଂପର୍କରେ ଆଲୋଚନା କରିଥିଲେ । ଆସନ୍ତା ଜୁଲାଇ ୧ ରେ ଏମ୍ ଏନ୍ ଆର ଇଜିଏ ଆଇନ ର ପୁନଃ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ଓ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଦେଶର ସ୍ୱାଧୀନତା ଓ ସାର୍ବଭୌମତ୍ୱ ର ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜେଲ୍ ଭରୋ ଆନ୍ଦୋଳନ କରାଯିବା ପାଇଁ କର୍ମୀ ସଭାରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି କର୍ମୀସଭାରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଶତାଧିକ କର୍ମୀ ଅଂଶଗ୍ରହଣ କରିଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |.
Read More ...

ଷାଠିବାଙ୍କୁଡା ଗାଁରେ ଯୁବକଙ୍କୁ ହତ୍ୟା ଘଟଣା, ଫାଣ୍ଡି ଘେରାଉ ପରେ ପୋଲିସର ଚେତା ପଶିଲା।

କଟକ ( ଉତ୍କଳ ନ୍ୟୁଜ ). ୨୭-୦୬-୨୦୨୬ : ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାକୁ ନେଇ ଚୁପ ରହିଥିଲା। ଗାଁ ଲୋକେ ହୋହାଲ୍ଲା କରିବା ସହ ଗଣମାଧ୍ୟମରେ ଖବର ପ୍ରସାରଣର ପରେ ଘଟଣା ସ୍ଥଳରେ ପହଂଚିଥିଲା ପୋଲିସ ଓ ସାଇଣ୍ଟିଫିକ ଟିମ୍। ଅଭିଯୁକ୍ତ ଘରୁ ଆସିବା ପରେ କେଉଁ କେଉଁ ସ୍ଥାନକୁ ଯାଇଥିଲା କୁକୁର ତାହା ବାଟ କାଢ଼ି ନେଇଥିଲା। ଏପରିକି ଦୀର୍ଘ ସମୟ ଧରି ମୁନା ପଲାଇ ଘରେ ସନ୍ଧାନୀ କୁକୁର ଘୂରି ବୁଲିଲା ସହ ଅଭିଯୁକ୍ତ ହାପିର ବାଇକ୍ ଓ ଜୋତାକୁ ଠାବ କରାଯାଇଥିଲା। ବୈତରଣୀ ନଦୀ ପଠାରେ ସଂସ୍କାରରେ ଭସାଇ ଦେଇଥିବା ହାଡଖଣ୍ଡ ଠାବ କରିଥିଲା ସନ୍ଧାନୀ କୁକୁର ଓ ସାଇଣ୍ଟଫିକ ଟିମ୍। ଗାଁ ଲୋକଙ୍କ ପକ୍ଷରୁ ଡଙ୍ଗା ଓ ଜାଲ ଦ୍ଵାରା ହାଡକୁ ଠାବ କରା ଯାଇଥିଲା। ପରେ ମାଂସ ଖଣ୍ଡ ଓ ହାଡ଼ ନେଇ ସାଇଣ୍ଟିଫିକ ଟିମ୍ ଫେରିଯାଇଛି। ସୂଚନା ଅନୁଯାୟୀ ଷାଠିବାଙ୍କୁଡା ଗାଁର ସ୍ଵର୍ଗତ ସୁବଳ ମହାକୁଡ଼ଙ୍କ ପୁଅ ହାପିକୁ ଗତ ୧୭ ତାରିଖ ବୁଧବାର ମଧ୍ୟାହ୍ନ ଗୋଟାଏ ସମୟରେ ସେହି ଗାଁର ମୁନା ପଲାଇ ଓ ତାଙ୍କ ପୁଅ ସ୍ଵୟମ ପଲାଇ ଓ ପରିବାର ଲୋକ ଏକ ଜରୁରୀ ବିଷୟରେ କଥା ହେବାପାଇଁ ତାଙ୍କ ଘରକୁ ଡାକି ନେଇଥିଲେ। ଏପଟେ ହାପିର ମାଆ ଘରେ ରୋଷେଇ କରି ପୁଅର ଫେରିବା ବାଟକୁ ଅନାଇ ଵସି ରହିଥିଲା। ହେଲେ କିଛି ଘଣ୍ଟା ପରେ ପରିବାର ଲୋକେ ଜାଣିବାକୁ ପାଇଥିଲେ କି ସେ ମୁନା ପଲାଇଙ୍କ ବାଡ଼ିରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି। ପରିବାର ଲୋକେ ଗାଁ ଲୋକଙ୍କ ମାଧ୍ୟମରେ ହାପିକୁ ଉଦ୍ଧାର କରିବା ସହ ଗାଁ ଲୋକ ପଞ୍ଚାୟତ ମୁରଵିଙ୍କ ପରାମର୍ଶରେ ହାପିର ଡାକ୍ତର ମାଇନା ନକରାଇ ଶବ ସତ୍କାର କରି ଦେଇଥିଲେ। ହେଲେ ହାପିର ମୋଵାଇଲ ମୃତ୍ୟୁର ରହସ୍ୟ ଖୋଲି ଦେଇଛି। ମୃତକ ସେହି ଗାଁର ହାପି ମୁନା ପଲାଇର ଝିଅକୁ ଭଲ ପାଉଥିବାରୁ ମୁନା ପଲାଇର ପୁଅ ସ୍ଵୟମ ବାରମ୍ବାର ହାପିକୁ ମୋବାଇଲ ମାଧ୍ୟମରେ ଧମକ ଦେବା ସହ ହ୍ଵାଟ୍ସ ଆପରେ ମେସେଜ ଦେଉଥିଲା। ତାହା ସହ ଗତ ୧୭ ତାରିଖରେ ଘରକୁ ଡାକି ନେଇ ହତ୍ୟା କରିଥିବା ପରିବାର ଲୋକ ଜାଣିବା ପରେ ହତ୍ୟା ଅଭିଯୋଗ ନେଇ ଆରଡି ଫାଣ୍ଡିରେ ଗତ ୨୧ ତାରିଖ ସଂଧ୍ୟାରେ ଦ୍ଵାରସ୍ଥ ହୋଇଥିଲେ । ହେଲେ ଆରଡି ଫାଣ୍ଡି ଅଧିକାରୀ ଏତଲା ନରଖି ଅଭିଯୋଗକାରୀଙ୍କୁ ଆଇନଗତ ଧମକ ଦେବା ସହ ଓଲଟି ମାମଲା ଦାୟର ପାଇଁ ଧମକ ଦେଇଥିଲେ। ଏପରି ଘଟଣାକୁ ନେଇ ଗୁରୁଵାର ସଂଧ୍ୟାରେ ଷାଠିବାଙ୍କୁଡା ଗାଁର ୨ ଶହରୁ ଉର୍ଦ୍ଧ ମହିଳା ପୁରୁଷ ଆରଡି ଫାଣ୍ଡି ସମ୍ମୁଖରେ ନ୍ୟାୟ ପାଇଁ ଗଣଧାରଣା ଦେଇଥିଲେ। ପରେ ପୋଲିସ ଏତଲା ରଖିବା ସହ ଛାନଭିନ୍ନ ଚଳାଇଛି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପକ୍ଷରୁ ଗ୍ରାଉଣ୍ଡରେ ତନାଘନା ଚଳାଇଛି। ସନ୍ଧାନି କୁକୁର ପକ୍ଷରୁ ମୃତକର ହାଡ଼ ଓ ମାଂସ ଜବତ କରି ବ୍ୟବଛେଦ ପାଇଁ ନିଆ ଯାଇଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।
Read More ...

ପବିତ୍ର ଶିବ ବିବାହରେ ରିଲିଜ ହେଲା ପ୍ରଦେଶ ସେବା ସଂଗଠନର ଟାଇଟଲ ସଙ୍ଗୀତ |

କଟକ ( ଉତ୍କଳ ନ୍ୟୁଜ ) ୨୦-୦୬-୨୦୨୬ : ପବିତ୍ର ଶିବ ବିବାହ ଅବସରରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରଦେଶ ସେବା ସଂଗଠନର ଟାଇଟଲ ସଙ୍ଗୀତ “ସଂକଳ୍ପ ଯାହାର ସେବା ମନୋଭାବ” ରିଲିଜ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ସତ୍ୟନନ୍ଦ ରାଉତ ଉଦ୍ଘାଟନ କରିଥିଲେ । ସମାଜସେବା ଓ ମାନବିକତାର ବାର୍ତ୍ତାକୁ ନେଇ ପ୍ରସ୍ତୁତ ଏହି ସଙ୍ଗୀତ ଦର୍ଶକ ଓ ଶ୍ରୋତାଙ୍କ ମନକୁ ସ୍ପର୍ଶ କରିବ ବୋଲି ସଂଗଠନର ଉପଦେଷ୍ଟା ତଥା ସମାଜସେବୀ ଶ୍ରୀଯୁକ୍ତ ରାଉତ କହିଛନ୍ତି । ଶିବ ବିବାହ ଉତ୍ସବର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଏହି ସଙ୍ଗୀତର ଲୋକାର୍ପଣ ଉତ୍ସବକୁ ଆହୁରି ଭବ୍ୟ ଓ ସ୍ମରଣୀୟ କରିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଛନ୍ତି । ଇଂ. ଦୁଃଶାସନ ବାରିକ ଏହି ଟାଇଟଲ ସଙ୍ଗୀତ ରଚନା କରିଥିବା ବେଳେ ରୁଦ୍ରମାଧବ ବାରିକ ସଙ୍ଗୀତ ସଂଯୋଜନ କରିଛନ୍ତି ଏବଂ କଣ୍ଠଦାନ କରିଛନ୍ତି ଅଶ୍ୱନୀ ମହାନ୍ତି । ସଂଗଠନର ମୂଳମନ୍ତ୍ର ଅସହାୟର ଆଶାର ବାଡ଼ି କୁ ଏହି ସଙ୍ଗୀତରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ପ୍ରଦେଶ ସେବା ସଂଗଠନ ଦୀର୍ଘଦିନ ଧରି ସମାଜସେବା, ମାନବିକ ସହାୟତା ଓ ସାମାଜିକ ସଚେତନତା କ୍ଷେତ୍ରରେ କାର୍ଯ୍ୟ କରିଆସୁଛି । ଏହି ଟାଇଟଲ ସଙ୍ଗୀତ ସଂଗଠନର ଆଦର୍ଶ ଓ ସେବାଭାବକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାରେ ସହାୟକ ହେବ ବୋଲି ସଂଗଠନର ସଭାପତି ରଂଜନ ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଧୃବ ଚରଣ ପାଣିଗ୍ରାହୀ, ସମ୍ପାଦିକା ସୁଭଦ୍ରା ଭାରତୀ, କୋଷଦକ୍ଷ ଆର୍ତ୍ତ ବଲ୍ଲବ ବାରିକ, ଅକ୍ଷୟ ରଣା, ଗୋଲକ ବିହାରୀ ସେଠୀ, ନରେନ୍ଦ୍ର ମହାନ୍ତି, କମଳା କାନ୍ତ ବାରିକ, ପବିତ୍ର ମୋହନ ବେହେରା, ଧୀରେନ୍ଦ୍ର ବାରିକ ଓ ମାନସ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଜିଲ୍ଲାସ୍ତରୀୟ ପ୍ରାକୃତିକ କୃଷି ଏବଂ ଜୈବିକ କୃଷି କର୍ମଶାଳା |

କଟକ ( ଉତ୍କଳ ନ୍ୟୁଜ ) ୨୦-୦୬-୨୦୨୬ : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଆଜି କଟକ ଜିଲ୍ଲାସ୍ତରୀୟ ପ୍ରାକୃତିକ କୃଷି ଏବଂ ଜୈବିକ କୃଷି କର୍ମଶାଳା ଜଗତପୁରସ୍ଥିତ କୃଷକ ତାଲିମ ଏବଂ ଦକ୍ଷତା ବିକାଶ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । କର୍ମଶାଳାରେ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ ଏକ ବିଷମୁକ୍ତ ଓ ସୁସ୍ଥ କୃଷି ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଜିଲ୍ଲାରେ ପରିଣତ କରିବାକୁ ବୈଜ୍ଞାନିକମାନେ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ବୈଷୟିକ ଅଧିବେଶନରେ କଟକର ମୃତ୍ତିକା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଦିଲ୍ଲୀପ କୁମାର ଷଡଙ୍ଗୀ ପ୍ରାକୃତିକ କୃଷି, ଜୈବିକ ଚାଷ, ମୃତ୍ତିକା ସ୍ୱାସ୍ଥ୍ୟ, ଜଳ ସଂରକ୍ଷଣ ଏବଂ ରାସାୟନିକ ଇନପୁଟ୍ ଉପରେ ନିର୍ଭରଶୀଳତା ହ୍ରାସ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ସେହିପରି କଟକର ବରିଷ୍ଠ ବୈଜ୍ଞାନିକ ଡ. ରଞ୍ଜନ କୁମାର ମହାନ୍ତ ବ୍ୟବହାରିକ କୃଷି ସମାଧାନ, କୃଷି ଯାନ୍ତ୍ରିକୀକରଣ, ରାସାୟନିକ ସ୍ଥିତିବାନ କୃଷି ପ୍ରଣାଳୀ ଉପରେ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଶେଷରେ କଟକର କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ଜେନା କୃଷକମାନଙ୍କ ପାଇଁ ସରକାରୀ ପଦକ୍ଷେପ, ବଜାର ସଂଯୋଗ, FPO ଦ୍ୱାରା ମୂଲ୍ୟ ବୃଦ୍ଧି ଏବଂ ଫସଲ ବିବିଧତା ଉପରେ ଆଲୋଚନା କରିଥିଲେ । ଜୈବିକ ସୁଗନ୍ଧିତ ଧାନ ଉତ୍ପାଦନ ସହିତ ଜଡିତ ଲୋକ ସମବାୟ ପ୍ରତିଷ୍ଠାନ, ନିଆଳି ଜୈବିକ ଚାଷ ଏବଂ କୀଟପତଙ୍ଗ ପରିଚାଳନା ଦିଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ସୁଶାନ୍ତ ନାୟକ, ନିର୍ବାହୀ ଯନ୍ତ୍ରୀ (କୃଷି) ଶ୍ରୀ ପ୍ରଶାନ୍ତ ଜେନା, ସହକାରୀ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଶ୍ରୀମତୀ ମନୀଷା ରାଉତ, କୃଷି ଜିଲ୍ଲା ଅଧିକାରୀ, ଆଠଗଡ ଶ୍ରୀ ଶିବାଶିଷ ମିଶ୍ର ଏବଂ କଟକ ସଦରର ATMA ଅଧ୍ୟକ୍ଷ ରମାପ୍ରସାଦ ବିଶ୍ୱାଳ ପ୍ରମୁଖ କର୍ମଶାଳାରେ ସାମିଲ ଥିଲେ। ବୈଠକ ପ୍ରାରମ୍ଭରେ ସହାୟକ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଅସୀମା ମିଶ୍ର ମଞ୍ଚରେ ଅତିଥିମାନଙ୍କୁ ସ୍ୱାଗତ କରିବ ସହ କର୍ମଶାଳା ପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକର ପ୍ରଗତିଶୀଳ ଚାଷୀ, ଏଫପିଓ, ସିବିଓ ଏବଂ ପ୍ରାକୃତିକ କୃଷି ଏବଂ ଜୈବିକ ଇନପୁଟ୍ ସହିତ ଜଡିତ ନିର୍ମାତା ଏବଂ ଡିଲରଙ୍କ ସମେତ ୧୫୦ ଜଣ ଅଂଶଗ୍ରହଣକାରୀ, ବିଭିନ୍ନ ବିଭାଗର ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ଏବଂ CRRI ବୈଜ୍ଞାନିକଙ୍କ ସହିତ ବିଭାଗୀୟ ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଉକ୍ତ କର୍ମଶାଳାରେ କେତେକ ଚାଷୀ ସେମାନଙ୍କର ଜୈବିକ ଉତ୍ପାଦ ପ୍ରଦର୍ଶନ କରିଥିଲେ ଓ ପ୍ରଗତିଶୀଳ ଚାଷୀ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରିଥିଲେ।
Read More ...

ଦୁଇ ଷଣ୍ଢଙ୍କ ଲଢେଇରେ ଦୁଇ ମହିଳା ଆହତ, ଏସସିବିରେ ଭର୍ତ୍ତି |

କଟକ ( ଉତ୍କଳ ନ୍ୟୁଜ ) ୨୦-୦୬-୨୦୨୬ : କଟକ ସହରର ଚାଉଳିଆଗଞ୍ଜ ଦୁର୍ଗା ଛକରୁ ରାଧାକୃଷ୍ଣ ମନ୍ଦିର ମଧ୍ୟବର୍ତ୍ତୀ ରାସ୍ତାରେ ଆଜି ଦୁଇଟି ଷଣ୍ଢଙ୍କ ମଧ୍ୟରେ ଲଢେଇ ହେଉଥିବା ବେଳେ ବାଟରେ ଯାଉଥିବା ଦୁଇଜଣ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତ ଦୁଇ ମହିଳା ହେଲେ ମୀନାରାଣୀ ଲେଙ୍କା (୪୫) ଏବଂ ସଂଯୁକ୍ତା ବେହେରା (୪୮)। ସୂଚନା ଅନୁଯାୟୀ, ଦୁଇ ଷଣ୍ଢ ରାସ୍ତା ମଧ୍ୟରେ ଭୟଙ୍କର ଭାବେ ଲଢେଇ କରୁଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ଉଭୟ ମହିଳାଙ୍କୁ ଧକ୍କା ଲାଗିଥିଲା। ଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସହରରେ ବୁଲା ଷଣ୍ଢଙ୍କ ଉତ୍ପାତ ଦିନକୁ ଦିନ ବଢ଼ୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନ ଓ କଟକ ମହାନଗର ନିଗମ (ସିଏମସି)ର ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।
Read More ...

ଶିକ୍ଷା: ଭାରତୀୟ ମୁସଲିମ ସମ୍ପ୍ରଦାୟର ଉନ୍ନତିର ମୂଳ ଆଧାର |

କଟକ ( ଉତ୍କଳ ନ୍ୟୁଜ ) ୧୯-୦୬-୨୦୨୬ : ୧୮୭୫ ମସିହାରେ ଆଲିଗଡ଼ରେ ସାର୍ ସୟଦ ଅହମ୍ମଦ ଖାନଙ୍କ ଦ୍ବାରା ମହମ୍ମଦାନ୍ ଆଙ୍ଗେ |- ଓରିଏଣ୍ଟାଲ୍ କଲେଜ୍‌ ପ୍ରତିଷ୍ଠା ହେବାର ଦେଢ଼ ଶତାବ୍ଦୀରୁ ଅଧ‌ିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କର ମୂଳ ବାର୍ଭା ଆଜି ମଧ୍ୟ ଭାରତର ମୁସଲିମ୍ ସମ୍ପ୍ରଦାୟ ମଧ୍ୟରେ ସମାନ ଭାବରେ ପ୍ରାସଙ୍ଗିକ ରହିଛି ଓ ସମ୍ପ୍ରଦାୟର ପ୍ରତିନିଧୃତ୍ତ୍ଵ କରୁଛି । ଏକ ଗୌରବମୟ ଅତୀତ ଓ ଆଶାଭରା ଭବିଷ୍ୟତ ମଧ୍ଯରେ ସଂଯୋଗ ସ୍ଥାପନା କରିବାରେ ଶିକ୍ଷା ସଦା ସର୍ବାଧୂକ ପ୍ରଭାବଶାଳୀ ଓ ବିଶ୍ବସନୀୟ ସେତୁ ଭାବେ କାର୍ଯ୍ୟ କରିଆସିଛି । ଆଜି ଯେତେବେଳେ ଏହି ସମ୍ପ୍ରଦାୟ ଦୃତ ଗତିରେ ପରିବର୍ତ୍ତନଶୀଳ ଭାରତର ନୂତନ ଆବଶ୍ୟକ‌ତା ଓ ଆହ୍ବାନଗୁଡ଼ିକର ସମ୍ମୁଖୀନ ହେଉଛି ସେତେବେଳେ ଗୁଣାତ୍ମକ ଶିକ୍ଷା, ଆଧୁନିକ ଦକ୍ଷତା ଏବଂ ସାମ୍ବିଧାନିକ ସଚେତନତାର ଉପଲବ୍ଧତା ସମ୍ପ୍ରଦାୟର ସଶକ୍ତିକରଣ, ଆର୍ଥିକ ଉନ୍ନତି ଏବଂ ଦେଶର ବହୁତ୍ବବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସକ୍ରିୟ ଓ ଅର୍ଥପୂର୍ଣ୍ଣ ଅଂଶଗ୍ରହଣର ମୂଳ ଆଧାର ପାଲଟିଛି । ସାମ୍ପ୍ରତିକ ସରକାରୀ ତଥ୍ୟ ପ୍ରଗତି ଏବଂ ସ୍ଥାୟୀ ବ୍ୟବଧାନ ଉଭୟକୁ ପ୍ରତିଫଳିତ କରେ । ପିରିଓଡ଼ିକ ଲେବର୍ ଫୋର୍ସ୍ ସର୍ଭେ (୨୦୨୩-୨୪) ଅନୁଯାୟୀ ମୁସଲମାନଙ୍କ ମଧ୍ୟରେ (୭ ବର୍ଷ ଓ ତଦୁଦ୍ଧ ବୟସ) ସାକ୍ଷରତା ହାର ୭୯.୫ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଜାତୀୟ ହାର ୮୦.୯ ପ୍ରତିଶତର ନିକଟତର । ତଥାପି ଜାତୀୟ ନମୁନା ସର୍ଭେ (୭୫ତମ ପର୍ଯ୍ୟାୟ) ଦର୍ଶାଉଛି ଯେ ସ୍କୁଲ ଶିକ୍ଷାର ପ୍ରତ୍ୟେକ ସ୍ତରରେ ଧାର୍ମିକ ଗୋଷ୍ଠୀ ମଧ୍ୟରେ ମୁସଲମାନ ଛାତ୍ରଙ୍କ ପାଇଁ ମୋଟ ଉପସ୍ଥାନ ଅନୁପାତ ସବୁଠାରୁ କମ୍ ରହିଛି । ଡ୍ରପ୍ ଆଉଟ୍ ଏକ ଚିନ୍ତାର ବିଷୟ ହୋଇରହିଛି, ବିଶେଷକରି ପ୍ରାଥମିକ ଶିକ୍ଷା ବ୍ୟତୀତ । ମଦ୍ରାସାଗୁଡ଼ିକ ଦୀର୍ଘ ସମୟ ଧରି ଅନୁନ୍ନତ ମୁସଲିମ୍ ଅଞ୍ଚଳର ପିଲାମାନଙ୍କ ପାଇଁ ଶିକ୍ଷା ଜୀବନରେଖା ଭାବରେ କାର୍ଯ୍ୟ କରିଆସୁଛନ୍ତି ଏବଂ ଧାର୍ମିକ ମୂଲ୍ୟବୋଧ ଉପରେ ମୂଳ ସୁଲଭ ଶିକ୍ଷା ପ୍ରଦାନ କରୁଛନ୍ତି । ଯଦିଓ ସେମାନଙ୍କର ପହଞ୍ଚ ପ୍ରଭାବଶା ପାରମ୍ପରିକ ପାଠ୍ୟକ୍ରମ ପ୍ରାୟତଃ ବିଜ୍ଞାନ, ଗଣିତ, ଇଂରାଜୀ ଏବଂ ଆଜିର ପ୍ରତିଯୋଗିତାମୂଳକ ଦୃଶ୍ୟପଟ ପାଇଁ ଅତ୍ୟାବଶ୍ୟକ ଡିଜିଟାଲ୍ ଦକ୍ଷତା ଖର୍ଚ୍ଚ କରି ଧାର୍ମିକ ଅଧ୍ୟୟନ ଉପରେ ଗୁରୁତ୍ବ ଦେଇଆସିଛି । ଅକ୍ଟୋବର ୨୦୨୩ରେ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଥିଲେ ଯେ ଜାନୁଆରୀ ୨୦୨୪ରୁ ମଦ୍ରାସା ପାଠ୍ୟକ୍ରମରେ ଡିଜିଟାଲ୍ ସାକ୍ଷରତା, କୋଲିଂ ଏବଂ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧୀୟ ମଡ୍ୟୁଲ୍ ସାମିଲ କାରାଯିବ । ଏହା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କମ୍ପ୍ୟୁଟର ଓ ଅଧ୍ୟୟନ କିଟ୍ ମଧ୍ଯ ବଣ୍ଟନ କରାଯିବ । ଅନ୍ୟପକ୍ଷରେ କେରଳମରେ ମଦ୍ରାସା ପୃଷ୍ଠଭୁମିରୁ ଆସିଥିବା ଅନେକ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କୋଡିଂ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେହିପରି ମୁସଲିମ୍ ଝିଅମାନଙ୍କ ପାଇଁ ବିଭାଷୀ କୋଡିଂ କ୍ଲବ ଭଳି ସମ୍ପ୍ରଦାୟ ଚାଳିତ ପଦକ୍ଷେପଗୁଡ଼ିକ ମଧ୍ଯ ଶିକ୍ଷା ଓ ପ୍ରଯୁକ୍ତିଗତ ଦକ୍ଷତା ବିକାଶ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରୁଛି । ଏହାଛଡ଼ ଜମିଆତ ଉଲେମା-ଏ-ହିନ୍ଦୁ ସମେତ ଅନେକ ପ୍ରମୁଖ ମୁସଲିମ ସଂଗଠନ ଧାର୍ମିକ ଶିକ୍ଷା ଶିକ୍ଷା ସହିତ ଆଧୁନିକ ବିଷୟଗୁଡ଼ିକର ସମନ୍ବୟ ପାଇଁ ସକ୍ରୀୟ ଭାବେ ସମର୍ଥନ ଓ ପ୍ରଚେଷ୍ଟା ଜାରି ରଖୁଛନ୍ତି । ସରକାରୀ ନୀତି ଓ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଏହି ପରିବର୍ତ୍ତନକୁ ସମର୍ଥନ କରୁଛି । ଶିକ୍ଷା ମନ୍ତ୍ରଣାଳୟର SPQEM ଯୋଜନା ମାଦ୍ରାସାଗୁଡ଼ିକରେ ବିଜ୍ଞାନ, ଗଣିତ, ଇଂରାଜୀ ପରି ଆଧୁନିକ ବିଷୟର ଶିକ୍ଷା, ଶିକ୍ଷକ ତାଲିମ ଓ ଭିତ୍ତିଭୂମି ଉନ୍ନତିକୁ ପ୍ରୋତ୍ସାହନ ଦେଇଛି । ସେହିପରି IDMI ଯୋଜନା ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ମୌଳିକ ସୁବିଧା ବିକାଶରେ ସହାୟତା କରୁଛି । ଶିକ୍ଷାର ଲକ୍ଷ୍ୟ ହେଉଛି ସାକ୍ଷରତା ଓ ଦକ୍ଷତା ବିକାଶ ସହିତ ସଚେତନ ଓ ଦାୟିତ୍ବବାନ ନାଗରିକ ଗଢ଼ି ତୋଳିବା । ଏହି କ୍ଷେତ୍ରରେ ଶିକ୍ଷକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଧାର୍ମିକ ଶିକ୍ଷା ସହିତ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ- ନ୍ୟାୟ, ସ୍ଵାଧୀନତା, ସମାନତା ଓ ଭ୍ରାତୃତ୍ଵ ସମ୍ପର୍କରେ ଜ୍ଞାନ ପ୍ରଦାନ କରି ସେମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାଗରିକ ସଚେତନତା ବିକଶିତ କରିପାରିବେ । ଧାର୍ମିକ ଶିକ୍ଷା, ଆଧୁନିକ ଜ୍ଞାନ ଓ ସାମ୍ବିଧାନିକ ମୂଲ୍ୟବୋଧର ସମନ୍ବୟ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଆତ୍ମବିଶ୍ବାସୀ, ଦକ୍ଷ ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରତିବଦ୍ଧ ନାଗରିକ ସୃଷ୍ଟି କରିବାରେ ସହାୟକ ହୁଅନ୍ତି । ଭାରତର ମୁସଲିମ ସମ୍ପ୍ରଦାୟର ଶିକ୍ଷାଗତ ଉନ୍ନତି ଏକ ସାମୂହିକ ଦାୟିତ୍ଵ । ସାର୍ ସୟଦ ଅହମ୍ମଦ ଖାନଙ୍କ ଦୃଷ୍ଟିଭଙ୍ଗୀ ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ । ଶିକ୍ଷାରେ ବିନିଯୋଗ କେବଳ ବ୍ୟକ୍ତି କିମ୍ବା ସମ୍ପ୍ରଦାୟର ଉନ୍ନତି ନୁହେଁ, ବରଂ ଏକ ଶକ୍ତିଶାଳୀ, ଅନ୍ତର୍ଭୁକ୍ତିମୂଳକ ଏବଂ ପ୍ରଗତିଶୀଳ ଭାରତ ଗଠନ୍ଧର ଭିଭି । ନ୍ୟାୟ, ସ୍ୱାଧୀନତା ଓ ସମାନତାର ସାମ୍ବିଧାନିକ ଆଦର୍ଶକୁ ବାସ୍ତବ ରୂପ ଦେବାରେ ଶିକ୍ଷା ହିଁ ସବୁଠାରୁ ଶକ୍ତିଶାଳୀ ମାଧ୍ଯମ ଯାହା ମୁସଲମାନମାନଙ୍କୁ ଦେଶର ଗର୍ବିତ ଓ ସକ୍ରିୟ ନାଗରିକ ଭାବେ ସଶକ୍ତ କରିଥାଏ । ଅଲତାଫ୍ ମିର୍ (ପିଏଚ୍.ଡି) ଜାମିଆ ମିଲିଆ ଇସଲାମିଆ
Read More ...

ନବଯୁଗ ଜନକଲ୍ୟାଣ ପରିଷଦ ପକ୍ଷରୁ କନିକା ପ୍ରଜାଆନ୍ଦୋଳନର ଅନ୍ୟତମ ନେତା କୃଷ୍ଣଚନ୍ଦ୍ର ପରିଡା ଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ |

କଟକ ( ଉତ୍କଳ ନ୍ୟୁଜ ) ୧୬-୦୬-୨୦୨୬ : କନିକା ପ୍ରଜା ଆନ୍ଦୋଳନର ଅନ୍ୟତମ ନେତା, ଗୋଡିପଡା ପ୍ରଜାମେଳିର କମାଣ୍ଡର କୃଷ୍ଣଚନ୍ଦ୍ର ପରିଡାଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ସମାରୋହ ମଉସୁଧା ଠାରେ ଅନୁଷ୍ଠିତ ହୋଇ ଯାଇଛି । ୧୯୧୮ ମସିହାରେ କନିକା ରାଜାଙ୍କ ୬୪ ପ୍ରକାର କର, ଖଜଣା, ବେଠି, ବେଗାରୀ ବିରୁଦ୍ଧରେ ଲଢେଇ କରି ରାଜତନ୍ତ୍ରକୁ ଧରାଶାୟୀ କରିବାରେ ମୂଳଦୁଆ ପକାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ୧୯୨୧ ମସିହାରେ ବିପ୍ଲବୀ ବୀର ଚକ୍ରଧର ବେହେରା ସେ ରାଜତନ୍ତ୍ର ବିରୋଧୀ ଲଢେଇକୁ ଆଗକୁ ନେଇଥିଲେ । ବିପ୍ଲବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ସେହି ଅମ୍ଳାନ ଲଢେଇ ସ୍ମୃତି ପ୍ରତି ସମ୍ମାନ ଜଣାଇ ବିପ୍ଲବୀ କୃଷ୍ଣଚନ୍ଦ୍ର ପରିଡାଙ୍କ ୧୪୧ ତମ ଜନ୍ମ ବାର୍ଷିକ ଉପଲକ୍ଷେ ମଉସୁଧା ବଜାର ଠାରେ ସ୍ମୃତିଚାରଣ ସଭା ସମାଜସେବୀ ସମ୍ବୁନାଥ ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଜନ୍ମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ, ମୁଖ୍ୟବକ୍ତା ଭାବେ ତରାସ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସମାଜସେବୀ କାଳିପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ବିଜେଡି ଚାନ୍ଦବାଲି ବ୍ଲକ ସଭାପତି ପ୍ରତାପ ଚନ୍ଦ୍ର ଧଳ, ଧାମରା ମହାସଂଘ ସଭାପତି ପ୍ରଶାନ୍ତ କୁମାର ବେହେରା, ରାଉରକେଲା ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ, କଂଗ୍ରେସ ନେତା ଦିଗମ୍ବର ଦାସ, ସମାଜସେବୀ ମୁରଲିଧର ପରିଡା, ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭ୍ୟ ଇଂ ଅଭୟ ସୂତାର, ଘଣ୍ଟେଶ୍ୱର ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ପରିଡା, ସିପିଆଇ(ଏମ) ନେତା ମଳୟ ଭୋଇ, ଯୁବନେତା ବିକାଶ ନାଥ, ସମାଜସେବୀ ଅକ୍ଷୟ ପରିଡା ପ୍ରମୁଖ ବକ୍ତବ୍ଯ ରଖିଥିବା ବେଳେ ଐତିହାସିକ ଓ ସମାଜସେବୀ ବଂଶୀଧର ଭୋଇ, ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିବା ଜନ୍ତୁଆଳି ନୂଆଗାଁ ବଲ୍ଲଭ ଶଙ୍ଖାଳି ଚାରିମୌଜା ଉଚ୍ଚ ବିଦ୍ୟାଳୟ ମେଧାବୀ ଛାତ୍ରୀ ସରିତା ନାୟକ, ମଦନ ମୋହନ ଜିଉ ଉଚ୍ଚବିଦ୍ୟାଳୟ ଛାତ୍ର ପ୍ରିୟ ଶୁଭଦର୍ଶୀ ଦାସଙ୍କୁ ସେମାନଙ୍କ କୃତିତ୍ବ ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା । ଶେଷରେ ସମାଜସେବୀ ଉପେନ୍ଦ୍ର କୁମାର ବିଶ୍ବାଳ ଧନ୍ୟବାଦ ଦେଇଥିଲେ । ଏହି ସଭାରେ କନିକା ଅଞ୍ଚଳର ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।
Read More ...

ଏସ୍ଆଇଆର୍ ବିରୋଧରେ ସିପିଆଇ(ଏମ)ର ସଚେତନ କାର୍ଯ୍ୟକ୍ରମ।

କଟକ ( ଉତ୍କଳ ନ୍ୟୁଜ ) ୦୨-୦୬-୨୦୨୬: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଓ ଓଡିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ସିପିଆଇ(ଏମ) ଜନ୍ତୁଆଳି ଶାଖା ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମାଧ୍ୟମରେ ଭିନ୍ନ ବିଚାରଧାରା ଓ ଭିନ୍ନ ମତବାଦରେ ବିଶ୍ବାସ କରୁଥିବା ବିରୋଧୀ ରାଜନୈତିକ ଦଳର ସମର୍ଥକ, ଦଳିତ, ଆଦିବାସୀ, ସଂଖ୍ୟାଲଘୁ ମୁସଲମାନ, ଖ୍ରୀଷ୍ଟିଆନ ମାନଙ୍କୁ ଟାର୍ଗେଟ କରି ଭୋଟର ତାଲିକାରୁ ସେମାନଙ୍କ ନାମ ବାଦଦେଇ ମୋଦି ସରକାର ନିର୍ବାଚନ କମିଶନର ମାଧ୍ୟମରେ ଗଣତନ୍ତ୍ର ଓ ଭାରତବାସୀଙ୍କ ମୌଳିକ ଅଧିକାରକୁ ହତ୍ୟା କରୁଛନ୍ତି ବୋଲି ଅଭିଯୋଗ କରି ସିପିଆଇ(ଏମ) ନେତୃବୃନ୍ଦ ଚାନ୍ଦବାଲି ବ୍ଲକ ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜନ୍ତୁଆଳି ଗ୍ରାମରେ ଘରକୁ ଘର ବୁଲି ସାଧାରଣ ଜନତାଙ୍କୁ ସଚେତନ କରିଛନ୍ତି। ଏସ୍ଆଇଆର୍ ଯାଞ୍ଚ ପ୍ରକ୍ରିୟାର ସାଂଘାତିକ ଷଡଯନ୍ତ୍ର ବିରୁଦ୍ଧରେ ସାଧାରଣ ଲୋକେ ରାଜରାସ୍ତାକୁ ଆସିବାକୁ ସିପିଆଇ(ଏମ) ନେତୃବୃନ୍ଦ ଆହ୍ୱାନ ଜଣାଇଛନ୍ତି । ଏସ୍ଆଇଆର୍ ମାଧ୍ୟମରେ ସାଧାରଣ ଭାଗଚାଷୀ, କ୍ଷେତ ଓ ଗ୍ରାମୀଣ ମଜଦୂର ମାନଙ୍କ ଭୋଟ ଦେବାର ଅଧିକାର କୁ ସବୁଦିନ ପାଇଁ ଛଡାଇ ନେବା ପାଇଁ ମୋଦି ସରକାର କରିଥିବା ଷଡଯନ୍ତ୍ର ବିରୁଦ୍ଧରେ ସାଧାରଣ ଭାଗଚାଷୀ ଓ କ୍ଷେତ ଓ ଗ୍ରାମୀଣ ମଜଦୁର ମାନେ ଲଢେଇରେ ସାମିଲ ହେବାକୁ ସିପିଆଇ(ଏମ) ନେତୃତ୍ବ ସାଧାରଣ ଲୋକଙ୍କୁ ଆହ୍ୱାନ ଜଣାଇଛନ୍ତି। ଡବଲ୍ ଇଞ୍ଜିନ୍ ସରକାର ଓଡିଶାରେ ଶାସନ କ୍ଷମତାକୁ ଆସିବା ପରଠାରୁ ଯେପରି ରାଜ୍ୟରେ ହତ୍ୟା, ଭିଡହିଂସା, ଭିଡହତ୍ୟା, ଧର୍ଷଣ, ଚୋରି, ଡକାୟତି, ରାହାଜାନୀ ଆଦି ଘଟଣା ଚରଣ ସୀମାରେ ପହଞ୍ଚିଛି, ଅଧିକାଂଶ ଅପରାଧକୁ ବିଜେପି ଦଳର ଗୁଣ୍ଡାମାନେ ସଂଘଟିତ କରାଉଛନ୍ତି ଓ ପୋଲିସ ବିଜେପି ଗୁଣ୍ଡାଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏହି ଅପରାଧ ଦିନକୁ ଦିନ ସାଂଘାତିକ ଭାବେ ବୃଦ୍ଧି ପାଇ ସାଧାରଣ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହୋଇ ପଡିଛି ଓ ଏହାର ସୁଦ୍ଧାର ଆଣିବା ପାଇଁ ଗାଁର ସାଧାରଣ ଜନତା ଗ୍ରାମୀଣ ବିକ୍ଷୋଭ କରିବାକୁ ସିପିଆଇ(ଏମ) ନେତୃତ୍ବ ନିବେଦନ କରିଛନ୍ତି । ଏହି ସଚେତନ କାର୍ଯ୍ୟକ୍ରମରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବରିଷ୍ଠ ନେତା ଅଭିରାମ ବଳ, ସିପିଆଇ(ଏମ) ଜନ୍ତୁଆଳି ବ୍ରାଞ୍ଚ ସଂପାଦକ ପ୍ରତାପ ମହାଳିକ, ଚାଷୀ ନେତା ଗଦାଧର ମଲ୍ଲିକ, ରମାକାନ୍ତ ବେହେରା, ସୁବାଷ ମହାଳିକ ଓ ମହେନ୍ଦ୍ର ମାଝୀ ପ୍ରମୁଖ ସାମିଲ ହୋଇଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ALL NEWS