More News
ଐତିହାସିକ ଦିଲ୍ଲୀ ଯୁବ ଛାତ୍ର ଆନ୍ଦୋଳନ ଉପରେ ଆକ୍ରମଣ ବନ୍ଦ କରିବା ଦାବିରେ ଅଲଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଭଦ୍ରକ ଜିଲ୍ଲା ନ୍ୟାୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।
କଟକ ( ଉତ୍କଳ ନ୍ୟୁଜ ) ୧୩-୧୦-୨୬ : ଗଣତନ୍ତ୍ର ହତ୍ୟାକାରୀ ଜ୍ଞାନେଶ କୁମାରଙ୍କୁ ଗିରଫ, ଅମିତ ଶାହା ଓ ନରେନ୍ଦ୍ର ମୋଦିଙ୍କ ଇସ୍ତଫା, ଗଣତନ୍ତ୍ରର ସୁରକ୍ଷା, ନୂତନ ଆଇନଜୀବୀ ମାନଙ୍କୁ ମାସିକ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ, ବରିଷ୍ଠ ଆଇନଜୀବୀମାନଙ୍କୁ ଅବସରକାଳୀନ ଭତ୍ତା ୨୫ ଲକ୍ଷ ଟଙ୍କା ପ୍ରଦାନ, ମୃତ୍ୟୁକାଳୀନ ବେନିଫିଟ, ମୃତକ ଆଇନଜୀବୀ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ମେଡିକ୍ଲେମ ବାବଦେ କେନ୍ଦ୍ର ସରକାର ୧୫ ଲକ୍ଷ ଓ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଯୋଗାଇ ଦେବା, ଆଇନଜୀବି ମାନଙ୍କୁ ଜୀବନ ବୀମା ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ଦାବି ନେଇ ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ନ୍ୟାୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା । ପ୍ରଥମେ ସମ୍ବିଧାନର ସୁରକ୍ଷା ପାଇଁ ସମ୍ବିଧାନର ମୁଖବନ୍ଧକୁ ଆଇନଜୀବି ମାନେ ସମୂହ ପାଠ କରି ବିଭିନ୍ନ ମୌଳିକ ଦାବି ସଂପର୍କରେ ଆଲୋଚନା କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାଗିଦ ସତ୍ତ୍ବେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଐତିହାସିକ ଯୁବ ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ଯେପରି ନିଷ୍ଠୁର ଆକ୍ରମଣ କରୁଛନ୍ତି, ତାହା ଆମ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ଓ ଏହା ସଂପର୍କରେ ମିଳିତ ଜାତିସଂଘ ଘୋର ଉଦବେଗ ପ୍ରକାଶ କରିଛି ବୋଲି ଆଇନଜୀବୀ ମାନେ ମତବ୍ଯକ୍ତ କରିଥିଲେ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଆନ୍ଦୋଳନକୁ ଦମନ ଚାଲୁ ରହେ, ତେବେ ଭଦ୍ରକ ଜିଲ୍ଲାରେ ଆଇନଜୀବୀମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ଆଇନଜୀବୀ ମାନେ ମତବ୍ଯକ୍ତ କରିଥିଲେ । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ସନ୍ତୋଷ ନାୟକ ସଭାପତିତ୍ବ କରିଥିବା ବେଳେ ଓଡିଶା ରାଜ୍ୟ ବାର୍ କାଉନସିଲର ପୂର୍ବତନ ସଭ୍ୟ ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା, ସଂଗଠନର ଜିଲ୍ଲା ସଂପାଦକ ବରିଷ୍ଠ ଅଧିବକ୍ତା ରାଧାନାଥ ଦାସ, ଭଦ୍ରକ ଓକିଲ ସଂଘ ପୂର୍ବତନ ସଂପାଦକ ଶଶିଭୂଷଣ ପଣ୍ଡା, ଅନ୍ୟତମ ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ଆଇନଜୀବୀ ଶରତ ମହାକୁଡ, ଯୁବ ଆଇନଜୀବୀ ବିକାଶ ନାଥ, ପାୟଲ ସାହୁ, ପୂଜାରାଣୀ ପଣ୍ଡା, ପ୍ରତାପ ସେଠୀ, ଉଜ୍ବଳ ଯେନା, ବରିଷ୍ଠ ଆଇନଜୀବୀ ରତ୍ନାକର ବାରିକ୍, ପ୍ରଦୀପ ଜେନା, ଜୟନୂଲ ଆବେଦିନ ଓ ସଞ୍ଜୟ ନାୟକ ପ୍ରମୁଖ ଯୋଗଦେଇ ଭାରତର ନାଗରିକ ମାନଙ୍କ ଭୋଟ ଦେବାର ଅଧିକାର ସୁରକ୍ଷା ପାଇଁ ଜ୍ଞାନେଶ କୁମାରଙ୍କୁ ଗିରଫ କରିବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ।
ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ସାଇପର୍ ଫାର୍ମାସି ଶିକ୍ଷାନୁଷ୍ଠାନରେ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଉତ୍ସବ।
କଟକ(ଉତ୍କଳ ନିଉଜ)୧୨/୧୦/୨୦୨୬ : କଟକ , ମଙ୍ଗୁଳି ସ୍ଥିତ ସାଇପର୍ ଶିକ୍ଷା ଅନୁଷ୍ଠାନରେ ନବାଗତ ଏମ୍. ଫାର୍ମାସି , ବି. ଫାର୍ମାସି ଓ ବି.ଫାର୍ମାସି ଏଲ.ଇ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ପ୍ରିନ୍ସିପାଲ ଡ଼. ସନ୍ତୋଷ କୁମାର ବଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଫାର୍ମାସି ବିଭାଗର ବରିଷ୍ଠ ଅଧ୍ୟାପକ ଡ଼. କଳାକାର ବଳ ଯୋଗ ଦେଇ ନବାଗତ ଛାତ୍ର ଛାତ୍ରୀଙ୍କୁ ନିଜ ଜୀବନରେ ପାଇଥିବା ସଫଳତା ଓ ଅତ୍ୟାଧୁନିକ ଔଷଧ ସହିତ ଫାର୍ମାସି ବିଭାଗର ଅବଦାନ ଉପରେ ଆଲୋକପାତ କରିବା ସହ ସେମାନଙ୍କର ଭବିଷ୍ୟତ ଜୀବନ ପାଇଁ ମଙ୍ଗଳ କାମନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରାଧ୍ୟାପିକା ଡ଼. ଲୀନା ସାମନ୍ତରାୟ ଯୋଗଦେଇ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ ଫାର୍ମାସି ଶିକ୍ଷା ଏବଂ ବର୍ତମାନ ସମୟରେ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପ୍ରିନ୍ସିପାଲ ଡ଼. ସନ୍ତୋଷ କୁମାର ବଳ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସାଇପର୍ ପରିସରକୁ ସ୍ୱାଗତ କରିବା ସହ ସମସ୍ତ ଛାତ୍ର ଛାତ୍ରୀ ଫାର୍ମାସି ପାଠକୁ ମନ ଦେଇ ପଢିବା ସହିତ ନିଜକୁ ଏକ କୁଶଳୀ ଫାର୍ମାସିଷ୍ଟ ଭାବେ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ତଥା ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ପବିତ୍ର ମୋହନ ମହାନ୍ତି ଛାତ୍ର ଛାତ୍ରୀଙ୍କୁ ସୁନ୍ଦର ଭାବରେ ଗଢିତୋଳିବାର ଦାଇତ୍ୱ ଆମର କହି ଅଭିଭାବକ ମାନଙ୍କୁ ଆଶ୍ୱାସନା ଦେଇଥିଲେ , ପ୍ରାଧ୍ୟାପକ ଡ଼. ପ୍ରିୟଦର୍ଶୀ ମିଶ୍ର, ଡ଼. ବିଶ୍ୱ ରଞ୍ଜନ ରାୟ , ସୁବୀର ମିତ୍ର, ଦେବାଶିଷ ମିଶ୍ର, ସୋମ୍ୟ ରଞ୍ଜନ ସାହୁ ଉପସ୍ଥିତ ରହି ନିଜ ନିଜ ବିଭାଗର ସମସ୍ତ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଅଧ୍ୟାପିକା ଶ୍ରୀମତୀ ସ୍ବସ୍ତି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ , ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ତଥା ଶ୍ରୀମତୀ ଅଳକା ପ୍ରିୟଦର୍ଶିନୀ କର , ଇତିଶ୍ରୀ ମହାନ୍ତି , ସ୍ନିଗ୍ଧା ମହାନ୍ତି, ସୁନିତା ବେହେରା, ମଧୁସ୍ମିତା ରାଉତ , ଶିବାନୀ ଦାଶ , ଦୀପିକା ପ୍ରିୟଦର୍ଶିନୀ ରାଉତ , ସ୍ୱୟଂ ପ୍ରଭା ସାହୁ , ମୋହନ କୁମାର ବେହେରା, ସୋଭାଗ୍ୟ ସୌରଭ ସାମଲ, ସୌରଭ ବିଶ୍ୱାଳଙ୍କ ସହିତ ଅନୁଷ୍ଠାନର କର୍ମଚାରୀବୃନ୍ଦ ତଥା ପ୍ରଦୀପ୍ତ ସ୍ୱାଇଁ, ଦିଲ୍ଲୀପ ବିଶ୍ୱାଳ, ସ୍ମିତାଲି ନାୟକ, ଜ୍ୟୋତି ପ୍ରକାଶ ମିଶ୍ର, ପବିତ୍ର ମୋହନ ସାହୁ, ସ୍ମୃତିଞ୍ଜନ ସାହୁ, ଋତୁପୁର୍ଣା ନାୟକ, ରଜିଆ ବେଗମ୍, ସବିତା ପରିଡା , ଅଶୋକ ସାହୁ, ସୁକାନ୍ତ ଜେନା, ରଶ୍ମିରଂଜନ ବିଶୋଇ, ପ୍ରକାଶ ବିଶ୍ୱାଳ, ପବିତ୍ର ବେହେରା, ଅନନ୍ତ ଜେନା, ସଂଜୀବ ତୋଳା, ଅଭିନାଶ ପୃଷ୍ଟି , ସ୍ନେହଲତା ଦାସ, ତୃପ୍ତିମୟୀ ପଣ୍ଡା, ଜୟନ୍ତ ରଣା, ଚିନ୍ମୟ କୁମାର ନାୟକ, ଶକୁନ୍ତଳା ଷଡ଼ଙ୍ଗୀ, କାଁହୁ ଚରଣ ସାହୁ, ବିଶ୍ୱନାଥ ସାହୁ, ଅକ୍ଷୟ କୁମାର ବିଶ୍ୱାଳ ଆଦି ଉପସ୍ଥିତ ରହିଥିଲେ ।
Read More ...
Read More ...
ଇଣ୍ଡିଆ ମେଣ୍ଟ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ ଓ ଓଡିଶା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ |
କଟକ ( ଉତ୍କଳ ନ୍ୟୁଜ ) ୩-୧୦-୨୬ : ଗଣତନ୍ତ୍ର ହତ୍ୟାକାରୀ ଭୋଟ ଚୋର ଜ୍ଞାନେଶ କୁମାରଙ୍କୁ ବହିଷ୍କାର, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ସାମିଲ କରିବା, ଏସ୍ଆଇଆର୍ ବାତିଲ, ଇଭିଏମ ହଟାଇବା, ବାଲାଟ ପେପରରେ ଭୋଟ କରାଇବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଦାବି ସହ ଏମ ଏମ୍ ଡି ଆର ସଂଶୋଧନ ଆଇନ ବାତିଲ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟାରେ ମୃତ୍ୟୁ ବରଣ କରିଥିବା ସାଧାରଣ ଜନତା ଓ ବନ୍ୟା ପ୍ରପୀଡିତଙ୍କୁ ଉପଯୁକ୍ତ କ୍ଷତିପୂରଣ, ଚାଷୀ-ଭାଗଚାଷୀମାନଙ୍କ କୃଷି ଓ ମହାଜନୀ ଋଣ ଛାଡ କରିବା ଆଦି ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ଭଦ୍ରକ ଗାନ୍ଧୀ ପଡିଆ ଠାରେ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରାଯିବା ପରେ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇ(ଏମଏଲ) ଲିବରେସନ ଜିଲ୍ଲା ସଂପାଦକ ସମର ବଳଙ୍କ ମିଳିତ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ଦାବି ନେଇ ଆସନ୍ତା ୩ ଅକ୍ଟୋବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ପ୍ରତିବାଦ ଓ ପଥପ୍ରାନ୍ତ ସଭା, ୬ ଅକ୍ଟୋବରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ବିକ୍ଷୋଭ, ଅକ୍ଟୋବର ୭ରେ ଭଦ୍ରକ ସହର ସହିତ ୭ଟି ବ୍ଲକ ସଦର ମହକୁମାରେ ମୋଟର ସାଇକେଲ ରାଲି ସହ ଗାଡି ପ୍ରଚାର କାର୍ଯ୍ୟକ୍ରମ, ଅକ୍ଟୋବର ୮ ତାରିଖରେ ଓଡିଶା ବନ୍ଦକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଭାରତର ଅନ୍ୟତମ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ତ୍ୟାଗମୟ ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା ।
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡିକରେ ଭାରତୀୟ ଜାତୀୟ କଂଗ୍ରେସ ଭଦ୍ରକ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ମଲ୍ଲିକ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇର ବରିଷ୍ଠ ନେତା ରମେଶ ଜେନା, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ଜେନା, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ନିଶିକାନ୍ତ ନାୟକ, ସିପିଆଇ(ଏମ)ର ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ଭଦ୍ରକ ଓକିଲ ସଂଘ ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ, ସିପିଆଇର ଯୁବନେତା ଦିଲିପ ନାୟକ, କଂଗ୍ରେସ ନେତା ବିଜୟ ବାରିକ୍, ମହିଳା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ପଣ୍ଡା, କଂଗ୍ରେସ ନେତା ସରୋଜ କୁମାର ରାଉଳ, ଗୟାଧର ସେଠୀ, ଆଶିଷ କୁମାର ରାଉତ, ଶୁଭାଶିଷ ମଲ୍ଲିକ, ଗୋଲାମ ମୟୁରିଦ୍ଦିନ, ସଞ୍ଜୟ ମିଶ୍ର, ମହେଶ କୁମାର ମିଶ୍ର, ରାଜୁ ପ୍ରସାଦ ରାୟ ଓ ସେକ୍ ହାସିନା ପ୍ରମୁଖ ସାମିଲ ହୋଇ ଭାରତର ଗଣତନ୍ତ୍ରର ସୁରକ୍ଷା ଓ ଓଡିଶାର ରାଜସ୍ୱ ଅଧିକାର ପାଇଁ ଭଦ୍ରକ ଜିଲ୍ଲାବାସୀ ଏକ ହୋଇ ଲଢିବାକୁ ଆହ୍ୱାନ ଜଣାଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡିକରେ ଭାରତୀୟ ଜାତୀୟ କଂଗ୍ରେସ ଭଦ୍ରକ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ମଲ୍ଲିକ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇର ବରିଷ୍ଠ ନେତା ରମେଶ ଜେନା, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ଜେନା, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ନିଶିକାନ୍ତ ନାୟକ, ସିପିଆଇ(ଏମ)ର ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ଭଦ୍ରକ ଓକିଲ ସଂଘ ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ, ସିପିଆଇର ଯୁବନେତା ଦିଲିପ ନାୟକ, କଂଗ୍ରେସ ନେତା ବିଜୟ ବାରିକ୍, ମହିଳା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ପଣ୍ଡା, କଂଗ୍ରେସ ନେତା ସରୋଜ କୁମାର ରାଉଳ, ଗୟାଧର ସେଠୀ, ଆଶିଷ କୁମାର ରାଉତ, ଶୁଭାଶିଷ ମଲ୍ଲିକ, ଗୋଲାମ ମୟୁରିଦ୍ଦିନ, ସଞ୍ଜୟ ମିଶ୍ର, ମହେଶ କୁମାର ମିଶ୍ର, ରାଜୁ ପ୍ରସାଦ ରାୟ ଓ ସେକ୍ ହାସିନା ପ୍ରମୁଖ ସାମିଲ ହୋଇ ଭାରତର ଗଣତନ୍ତ୍ରର ସୁରକ୍ଷା ଓ ଓଡିଶାର ରାଜସ୍ୱ ଅଧିକାର ପାଇଁ ଭଦ୍ରକ ଜିଲ୍ଲାବାସୀ ଏକ ହୋଇ ଲଢିବାକୁ ଆହ୍ୱାନ ଜଣାଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ଆଲୋଚନା ସଭା ଓ ସମ୍ବର୍ଦ୍ଧନା ପର୍ବ. |
କଟକ ( ଉତ୍କଳ ନ୍ୟୁଜ ) ୦୩-୧୦-୨୬ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବରିଷ୍ଠ ନାଗରିକ ସଙ୍ଘର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ଆଲୋଚନା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଂଜନ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ଜଗତର ନାଥ ଜଗନ୍ନାଥଙ୍କ ଚରଣ କମଳରେ ଧୂପ ଦୀପାଦି ପ୍ରଜ୍ୱଳିତ କରି ବରିଷ୍ଠ ନାଗରିକ ସମ୍ମିଳନୀ ଆରମ୍ଭ ହୋଇଥିଲା । ପ୍ରବଚିକା ବିଶ୍ୱେମୌତ୍ରୀ ନାୟକ ବେଦପାଠ କରିଥିଲେ । ବରିଷ୍ଠ ନାଗରିକ ସଙ୍ଘର ସଂପାଦକ ସମ୍ମିଳନୀକୁ ସଂଚାଳନ କରିଥିଲେ । କୌଣସି ସମୟରେ ବରିଷ୍ଠମାନେ ସମାଜରେ ଅଲୋଡା ନୁହଁନ୍ତି ଏବଂ ତା ୧୪-୧୨-୧୯୯୦ରିଖ ଠାରୁ ମିଳିତ ଜାତିସଂଘ ଏହି ଦିବସଟିକୁ ଅକ୍ଟୋବର ପହିଲା ଦିନକୁ ବିଶ୍ୱ ନାଗରିକ ଦିବସ ରୂପରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ୧୯୯୯ ମସିହାରେ ଜାତୀୟ ବରିଷ୍ଠ ନୀତି ସହିତ ୨୦୦୦ ମସିହାରେ ସିନିଅର ସିଟିଜେନ ଆକ୍ଟ ଓ ଆଇନଗତ୍ ସୁବିଧା ପ୍ରଣୟନ କରିଥିଲା । ଏହି ପରିପ୍ରେକ୍ଷିରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସୋମ୍ୟରଂଜନ ଜେନା, ତିହିଡ଼ି ବ୍ଲକ କୋଅର୍ଡନେଟର ସେୁରନ୍ଦ୍ର କୁମାର ନାୟକ, ସଂଘ ସଭାପତି ସେମନାଥ ପାଢ଼ୀ, ସଂଘର କାର୍ଯ୍ୟକାରୀ ସଭାପତି ଧନେଶ୍ୱର ବିଶ୍ୱାଳ ଓ ସମାଜେସବୀ ରଘୁନାଥ ପାତ୍ର ପ୍ରମୁଖ ମଂଚାସୀନ ହୋଇ ବରିଷ୍ଠଙ୍କ ଜୀବନ ପରିଚର୍ଯ୍ୟା ଠାରୁ ଆରମ୍ଭ କରି ସୁସ୍ଥ ନିରାମୟ ଜୀବନ ଯାପନ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ତିହିଡ଼ି ବ୍ଲକର ୭ଟି ଜୋନର ପ୍ରତିନିଧିମାନେ ନିଜ ନିଜର ସଂକ୍ଷିପ୍ତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶିକ୍ଷାବିତ୍ ଶୀତଳ କୁମାର େବେହରା ଅତିଥି ପରିଚୟ ଦେଇଥିଲେ । ଏହି ଅବସରେର କାଁପଡ଼ା ସଂଘରୁ ରମାକାନ୍ତ ଦାସ, ହରେକୃଷ୍ଣ ଦାସ, ତିହିଡ଼ି ସଂଘରୁ ନିତ୍ୟାନନ୍ଦ ନାୟକ, କୁଳମଣି ସାହୁ, ତିହିଡ଼ି ଜୋନ ସଭାପତି ରଘୁନାଥ ପାତ୍ର , ନିରଞନ ପାତ୍ର, ପାଳିଆ ବିନ୍ଧାରୁ ରଘୁନାଥ ପଶୁପାଳକ , ମେନାରଞ୍ଜନ ବେହେରା, ବାରୋରୁ ସନ୍ନ୍ୟାସୀ ବ୍ରହ୍ମ, ତାଳପଦାରୁ ମୁରଲିଧର ଦାସ, ଗୌାରହରି ଜେନା, ପୀରହାଟରୁ ଶୀତଳ କୁମାର ବେହେରା ଓ ଗୟାଧର ବଳ, କୋହ୍ଲ ସାହାଡ଼ାଶୁଣୀ ମଣ୍ଡଳରୁ ବିଶ୍ୱମୌତ୍ରୀ ନାୟକ, ଅନାଦି ବେହେରାଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦିଆଯାଇ ସମ୍ବର୍ଦ୍ଧନା କରା ଯାଇଥିଲା । ଡାକ୍ତର ସଞ୍ଜିବ ମିଶ୍ରଙ୍କ ତତ୍ୱାବଧାନେର ନିକଟସ୍ତ ତିହିଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଫାର୍ମସିଷ୍ଟ ସହିତ ଅନ୍ୟମାନେ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ବକ୍ତବ୍ୟ ରଖିବା ସହିତ ବରିଷ୍ଠମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଯୋଗଗୁରୁ କୃତ୍ତିବାସ ଜେନା ଯୋଗ ସାଧନ ସହିତ ବରିଷ୍ଠଙ୍କ ଦୀର୍ଘ ନିରାମୟ ଜୀବନ ଯାପନର ଉପାୟମାନ କହିଥିଲେ । ସର୍ବଶେଷରେ ତିହିଡି ଜୋନର କାର୍ଯ୍ୟକାରୀ ସଭାପତି ନିତ୍ୟାନଂଦ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ହରିଶ୍ଚନ୍ଦ୍ର ବାରିକ, ଜଗନ୍ନାଥ ଦାସ ଓ ଗୟାଧର ବଳ ମଞ୍ଚ ପରିଚାଳନା କରିଥିଲେ ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ. |
Read More ...
Read More ...
ଚୌଦ୍ୱାର ଇନ୍ଦୁ ପୂର୍ଣ୍ଣିମା ଭସାଣି ଉତ୍ସବ ରେ ଯୋଗଦେଲେ ନୟନ କିଶୋର ମହାନ୍ତି |
ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୨୯-୦୯-୨୬ : ଇନ୍ଦୁ ପୂର୍ଣ୍ଣିମା ଭସାଣି ଉତ୍ସବରେ ସାମିଲ ହେଲେ ଚୌଦ୍ଵାର କଟକ ବିଜେପି ନେତା ନୟନ କିଶୋର ମହାନ୍ତି । ଆଜି ଭସାଣି ଶୋଭାଯାତ୍ରାରେ ଯାତ୍ରା ପଡ଼ିଆ ବୁଲି ଠାକୁରଙ୍କୁ ଦର୍ଶନ କରିବା ସହ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ଶେଷ କରିବାକୁ ୨୪ ଖଣ୍ଡ ମେଢ଼ ମୁରବୀଙ୍କ ସହ ଆଲୋଚନା କରି ସମ୍ବର୍ଦ୍ଧିତ କରିଥିଲେ । ଇନ୍ଦୁ ପୂର୍ଣ୍ଣିମା ଯାତ୍ରା କମିଟି ସୂଚନା କେନ୍ଦ୍ରରେ ଯାତ୍ରା କମିଟି ଓ ଶାନ୍ତି କମିଟି ପକ୍ଷରୁ ନୟନ ମହାନ୍ତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଅନ୍ୟପକ୍ଷେ ବିଜେପି ନେତା ନୟନ ମହାନ୍ତି ସମସ୍ତ ପୂଜା କମିଟି ଓ ଶାନ୍ତି କମିଟିର କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମରେ ନୟନ ମହାନ୍ତିଙ୍କ ସହ ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଦାମୋଦର ଦାସ ,ଚୌଦ୍ଵାର ମଣ୍ଡଳ ସଭାପତି ମମତା ବେହେରା , ବିଜେପି ଯୁବ ସଂଗଠକ ଅମୂଲ୍ୟ ଦାସ ,ମଣ୍ଡଳ ପ୍ରଭାରୀ ସନ୍ତୋଷ ସାହୁ ,କାର୍ଯ୍ୟ କାରିଣୀ ସଦସ୍ୟ ଅଜିତ୍ କୁମାର ସୁବୁଦ୍ଧିରାୟ ଙ୍କ ସହ ବିଜେପିର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
Read More ...
କାର୍ଯ୍ୟକ୍ରମରେ ନୟନ ମହାନ୍ତିଙ୍କ ସହ ଇନ୍ଦ୍ରାଣୀ ପାଟଣା ମଣ୍ଡଳ ସଭାପତି ଦାମୋଦର ଦାସ ,ଚୌଦ୍ଵାର ମଣ୍ଡଳ ସଭାପତି ମମତା ବେହେରା , ବିଜେପି ଯୁବ ସଂଗଠକ ଅମୂଲ୍ୟ ଦାସ ,ମଣ୍ଡଳ ପ୍ରଭାରୀ ସନ୍ତୋଷ ସାହୁ ,କାର୍ଯ୍ୟ କାରିଣୀ ସଦସ୍ୟ ଅଜିତ୍ କୁମାର ସୁବୁଦ୍ଧିରାୟ ଙ୍କ ସହ ବିଜେପିର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
Read More ...
ସିପିଆଇ(ଏମ) ପକ୍ଷରୁ ସହୀଦନଗରରେ ସହୀଦ ଦିବସ ପାଳନ।
କଟକ ( ଉତ୍କଳ ନ୍ୟୁଜ ) ୨୩-୦୯-୨୬ : ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଡାକରାରେ ଆମ ଦେଶରେ ସଂଗଠିତ ହୋଇଥିବା ଭାରତଛାଡ ଆନ୍ଦୋଳନ ପରିପ୍ରେକ୍ଷୀରେ ୧୯୪୨ ମସିହା ସେପ୍ଟେମ୍ବର ୨୨ ତାରିଖ ସହୀଦନଗର ଠାରେ ସର୍ଦାର ମୁରଲିଧର ପଣ୍ଡା ଙ୍କ ନେତୃତ୍ଵରେ ଜନସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଜନସମାବେଶ କୁ ଭଣ୍ଡୁର କରିବା ପାଇଁ ପୋଲିସ ଆଖିବୁଜା ଗୁଳିଚାଳନା କରିଥିଲା । ଏହି ଗୁଳିକାଣ୍ଡ ରେ ସହୀଦନଗର ଅଞ୍ଚଳର ଚାଷୀ ନିଧି ମହାଳିକ, ଶ୍ୟାମ ମହାଳିକ ଙ୍କ ସମେତ ମୋଟ ୯ ଜଣ ସହୀଦ ହୋଇଥିଲେ । ସେହି ଅମର ସହୀଦଙ୍କ ଅମ୍ଳାନ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଇବା ପୂର୍ବକ ସିପିଆଇ(ଏମ) ପକ୍ଷରୁ ସହୀଦ ସ୍ମୁତି ସ୍ତମ୍ଭରେ ପୁଷ୍ପମାଳା ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ଆଇନଜୀବି ବିକାଶ ନାଥ, ସିପିଆଇ(ଏମ) ଧୁଷୁରୀ ଆଞ୍ଚଳିକ କମିଟି ସଂପାଦକ ରମେଶ ସାହୁ, ସିପିଆଇଏମ ନେତା ଗୋଲେକ ଯେନା, ନିଶାକାର ସୂତାର, ଜୟୀରାମ ମିଶ୍ର, ହେମନ୍ତ ଯେନା, ନାରଣ ଯେନା, ବାବୁଲା ଯେନା, ନରେନ୍ଦ୍ର ଯେନା, ଦିଲିପ ସିଂ, କାର୍ତ୍ତିକ ସାହୁ, ବାଇଧର ଦଳେଇ, ରଘୁ ମହାଳିକ ପ୍ରମୁଖ ଯୋଗଦେଇ ସହୀଦ ମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଜନ୍ତୁଆଳିରେ ଅଭ୍ୟାସଗତ ଅପରାଧୀମାନଙ୍କୁ ଗିରଫ ଦାବିରେ ଚାନ୍ଦବାଲି ଏସଡିପିଓଙ୍କୁ ଦାବିପତ୍ର ପ୍ରଦାନ।
କଟକ ( ଉତ୍କଳ ନ୍ୟୁଜ ). ୨୩-୦୯-୨୬ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜନ୍ତୁଆଳି ଗ୍ରାମରେ ଗତ ସେପ୍ଟେମ୍ବର ୧୯ ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ଗଣେଶ ମୂର୍ତ୍ତି ଭସାଣ ପାଇଁ ଅନୁଷ୍ଠିତ ଶୋଭାଯାତ୍ରା ଉପରେ ଜନ୍ତୁଆଳି ଗ୍ରାମର ଅଭ୍ୟାସଗତ ଅପରାଧୀ ଦିଲୁ ଦଳାଇ, ରବିନ୍ଦ୍ର ଦଳାଇ, ବାପୁନ ଦଳାଇ ଓ ବୀରଭଦ୍ର ଦଳାଇ ଅତର୍କିତ ଆକ୍ରମଣ କରି ଜଣଙ୍କ ମୁଣ୍ଡ ଫଟାଇବା ସହ ଜଣଙ୍କ ହାତ ହାଡ ଭାଙ୍ଗିଦେବା ସହ ଛୋଟ ପିଲା ଓ ସ୍ତ୍ରୀ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହି ଅଭ୍ୟାସଗତ ଅପରାଧୀ ମାନଙ୍କ ବିରୁଦ୍ଧରେ ବାଂଶଡା ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ବାଂଶଡା ପୋଲିସ ପକ୍ଷରୁ ସେମାନଙ୍କୁ ଗିରଫ କରାଯାଇନଥିବାରୁ ଜନ୍ତୁଆଳି ଗ୍ରାମବାସୀ ଓ ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଚାନ୍ଦବାଲି ଏସଡିପିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରାଯାଇଛି । ଏହି ପ୍ରତିନିଧି ଦଳରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ତଥା ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମଞ୍ଚ ସଭାପତି ବିକାଶ ନାଥ, ସିପିଆଇ(ଏମ) ଜନ୍ତୁଆଳି ଶାଖା ସଂପାଦକ ପ୍ରତାପ ମହାଳିକ, ଜନ୍ତୁଆଳି ଗ୍ରାମବାସୀ ସାଧୁଚରଣ ମହାଳିକ, ଦୁର୍ଯୋଧନ ମହାଳିକ, ଶଙ୍କୁର ମହାଳିକ, ମକରଧ୍ୱଜ ମହାଳିକ, ସୁଶାନ୍ତ ମହାଳିକ, ଜଗବଂଧୁ ମହାଳିକ, ବଙ୍କୁ ମହାଳିକ, ଯୁବନେତା ରମେଶ ମହାଳିକ ପ୍ରମୁଖ ନେତୃତ୍ବ ନେଇଥିଲେ ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଧୂମ୍ଧାମରେ ପାଳିତ ହେଲା ଆରୁହା ଆଇପିଏସଏସଏସର ଗଣେଷ ପୂଜା. |
କଟକ ( ଉତ୍କଳ ନ୍ୟୁଜ ) ୧୭-୦୯-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହାସ୍ଥିତ ଇନ୍ଦିରା ପଲ୍ଲୀ ସାହିତ୍ୟ ସାଂସ୍କୃତିକ ସଂଗଠନ ପକ୍ଷରୁ ଧୂମଧାମରେ ପାଳିତ ହୋଇ ଯାଇଛି ଗଣେଷ ପୂଜା । ସଂଧ୍ୟାରେ କଳସ ବୁଡା ଯିବା ପରେ ପୂଜାରମ୍ଭ ହୋଇଥିଲା । ପୂଜା ପରଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଖପାଖ ଗାଁ ଗଣ୍ଡାରୁ ୨୦ ଜଣ କୁନି କଳାକାରଙ୍କ ଦ୍ୱାରା ପାରମ୍ପରିକ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ସମସ୍ତ ପ୍ରତିଯୋଗିମାନଙ୍କୁ ସାନ୍ତନ୍ୱା ମୂଳକଭାବେ ଭାବେ ମାନପତ୍ର ସହିତ ଟ୍ରଫି ଓ ନଗଦ୍ ଅର୍ଥରାଶି ପୁରଷ୍କାର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ମଧ୍ୟରେ ଶୁଭେନ୍ଦୁ ସାହୁ ନାନକ ଜଣେ ଶିକ୍ଷକ ମ୍ୟାଜିକ୍ ଶୋ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ବିଚାରକ ଭାବେ ପ୍ରାଣକୃଷ୍ଣ ରାଉଳ, ଲଲାଟେନ୍ଦୁ ମହାପାତ୍ର, ବିଦ୍ୟାଧର ମହାନ୍ତି ଓ ଶୁଭେନ୍ଦୁ କୁମାର ସାହୁ ପ୍ରମୁଖ ସାମିଲ ହୋଇ କୃତି ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । ରାତିରେ ପ୍ରସାଦ ସେବନ କରା ଯାଇଥିଲା । ସଂଗଠନର ସଭାପତି ତପନ କୁମାର ସ୍ୱାଇଁ, ଉପସଭାପତି ଦେବେନ୍ଦ୍ର ନାୟକ, ସମ୍ପାଦକ ଶଶିକାନ୍ତ ସ୍ୱାଇଁ, କୋଷାଧ୍ୟକ୍ଷ ଦେବାଶିଶ ନାୟକ, ପ୍ରକାଶ ନାୟକ, ରାଜେନ୍ଦ୍ର ସ୍ୱାଇଁ, ନୃସିଂହ ନାୟକ, ନିରଞ୍ଜନ ସ୍ୱାଇଁ, ଶାନ୍ତନୁ ସ୍ୱାଇଁ, ପାର୍ଥସାରଥି ପୃଷ୍ଟି, ବଳରାମ ବାରିକ, ଚନ୍ଦନ ସ୍ୱାଇଁ, ଜଗନ ବଳ, ସରୋଜ ସ୍ୱାଇଁ, ନିଶିକାନ୍ତ ସାମଲ, ମହେଶ୍ୱର ରାଉଳ, ସ୍ମୃତିରଞ୍ଜନ ମହାପାତ୍ର, ଚନ୍ଦନ ହୋତା, ଯୁଗଳ ମଲ୍ଲିକ, ଅବିନାଶ ନାୟକ, ସୁବାଶ ମଲ୍ଲିକ, ବିକାଶ ସ୍ୱାଇଁ, ଆଶିଶ ସ୍ୱାଇଁ, ସରୋଜ ନାୟକ, ଦୀପକ ନାୟକ, ସ୍ନେହାଶିଶ ସୂତାର, ଶ୍ରୀନିବାସ ସୂତାର, ରଞ୍ଜନ ହୋତା, ମୃତ୍ୟୁଞ୍ଜୟ ରଥ, ମଳୟ ମଲ୍ଲିକ, ଅବିନାଶ ସ୍ୱାଇଁ, ବିନୋଦ ସ୍ୱାଇଁ, ଦେବପ୍ରସାଦ ସୂତାର, ସୁକାନ୍ତ ମଲ୍ଲିକ, ସଞ୍ଜିବ ବିଶ୍ୱାଳ, ଉମାକାନ୍ତ ସୂତାର, ରଞ୍ଜନ ଜେନା ପ୍ରମୁଖ ଏବଂ ଗ୍ରାମବାସୀ ପରିଚାଳନା କରିଥିଲେ । ଶେଷରେ ନିରାଡମ୍ବର ଭାବରେ ଗଣେଷ ବାବାଙ୍କ ଭଷାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ତିହିଡି଼ ପୁରୁଣାହାଟ-କାଳୀମେଘା ରାସ୍ତାରେ କୃତିମ ପୋଖରୀ, ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ |
କଟକ ( ଉତ୍କଳ ନ୍ୟୁଜ ) ୧୭-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି଼ ପୁରୁଣାହାଟ-କାଳୀମେଘା ରାସ୍ତା ବର୍ଷା ପାଣିରେ କୁତ୍ରିମ ପୋଖରୀ ସଦୃଶ ହେଉଛି । ଯାହା ଫଳରେ ପ୍ରତିଦିନ ଯାତାୟତ କରୁଥିବା ହଜାର ହଜାର ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ସମସ୍ୟାର ସମାଧାନ କରି ଆଗାମୀ ୨୫ ତାରିଖ ସୁଦ୍ଧା ରାସ୍ତାରେ ଡ୍ରେନେଜ ନିର୍ମାଣ ସହିତ ଜବର ଦଖଲ ଉଚ୍ଛେଦ କରିବାକୁ ସୋମବାର ତିହିଡି ବଜାରସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ କମିଟି ଦାବି ଜଣାଇଛି । ଏହା କାର୍ଯ୍ୟକାରୀ ନହେଲେ ୨୮ ତାରିଖରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କମିଟି ଆମରଣ ଅନଶନ କରିବବୋଲି ଚେତାବନୀ ଦେଇଛି । ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ ଦାବି ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏନେଇ କଂଗ୍ରେସ କମିଟି ଅସନ୍ତୋଷ ପ୍ରକାଶ କରିବା ସହ ଆମରଣ ଅନଶନ କରିବାକୁ ନିଷ୍ପତ୍ତିି ନେଇଛି । ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ ଦର୍ଶାଇଥିଲେ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ତିହିଡି଼ ପୁରୁଣାହାଟ-କାଳୀମେଘା ରାସ୍ତା ବ୍ୟସ୍ତବହୁଳ ହୋଇଥିବା ବେଳେ ପ୍ରତିଦିନ ସହସ୍ରାଧିକ ଲୋକ ରାସ୍ତାରେ ଯାତାୟତ କରିଥାନ୍ତି । ତିହିଡି଼ ଏନଏସି ଅଧୀନ ତହସିଲ କାର୍ଯାଳୟ ସାମ୍ନା, ପ୍ରଧାନସାହି ଓ ବଉଳପାଳ ଛକରେ ବର୍ଷାପାଣି ଜମି ରହୁଥିବାରୁ ୧୦ଟି ପଂଚାୟତର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତ । ଏପରିକି ଦୁର୍ଘଟଣା ଘଟି ଲୋକ ଆହତ ହେଉଛନ୍ତି । ଏହି ରାସ୍ତା ଦେଇ ତହସିଲ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ, ଜଳ ପରିମଳ ବିଭାଗ କାର୍ଯ୍ୟାଳୟ, ଉପ ନିବନ୍ଧକ ସମେତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଯିବାକୁ ପଡୁଥିବାରୁ ଲୋକଙ୍କ ସହ ଛାତ୍ରୀଛାତ୍ରମାନେ ମଧ୍ୟ ସମସ୍ୟାରେ ପଡୁଛନ୍ତି । ତେବେ ଏହି ରାସ୍ତାର ଉଭୟ ପାର୍ଶ୍ୱ ଜବରଦଖଲ ହୋଇଥିବାରୁ ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଜମି କୁତ୍ରିମ ପୋଖରୀ ହେଉଛି । ପ୍ରତିଦିନ ଶତାଧିକ ଯାନବାହନ ମଧ୍ୟ ରାସ୍ତାରେ ଚଳାଚଳ କରିଥାଏ । ତେବେ ବ୍ଲକ କଂଗ୍ରସ କମିଟି ପକ୍ଷରୁ ଡ୍ରେନେଜ ନିର୍ମାଣ ସହ ଜବରଦଖଲ ଉଛେଦ ପାଇଁ ବିଭିନ୍ନ ସମୟରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଗତ ୨୨. ୬. ୨୬ ତାରିଖରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସଭାପତି ଦାସ ଦର୍ଶାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରସ ନେତା ମୀନକେତନ ସେନାପତି, ସୁରେଶ ମହାପାତ୍ର, ତ୍ରିଲୋଚନ ମହାଳିକ, ପିତାମ୍ବର ସେଠୀ, ନରହରି ନାୟକ, ଶିବ ଚରଣ ନାୟକ, କୈଳାଶ ପାତ୍ର, ଦିଗମ୍ବର ରାଉଳ, ସୌମେନ୍ଦ୍ର ପଣ୍ଡା ଓ ସୌମ୍ୟ ପ୍ରକାଶ ନାୟକ ପ୍ରମୁଖ ସମ୍ମିଳନୀରେ ଉପସ୍ଥିତ ରହି ତୁରନ୍ତ ସମସ୍ୟାର ସମାଧାନ କରାଯିବାକୁ ଦାବି କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।
Read More ...
Read More ...
ଚୌଦ୍ୱାର ଆଇସିଏ ପକ୍ଷ ରୁ ଗଣେଶ ପୂଜା ଓ ୨୧ ତମ ପ୍ରତିଷ୍ଠା ଦିବସ ପାଳନ |
ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୧୫- ୦୯-୨୬ : ଚୌଦ୍ୱାର ର ଅଗ୍ରଣୀ କମ୍ପୁଟର ଅନୁଷ୍ଠାନ ଆଇସିଏ ତାର ୨୧ ତମ ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳନ କରିଛି |. ଚୌଦ୍ୱାର କପାଳେଶ୍ବର ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରେ ଥିବା ଆଇସିଏ ପରିସରରେ , ପ୍ରତିଷ୍ଠା ଦିବସ ସହ ଗଣେଶ ପୂଜା ମଧ୍ୟ ପାଳିତ ହୋଇଥିଲା | ଗଣେଶ ପୂଜା ପରେ ଅନୁଷ୍ଠାନ ପରିସରରେ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା. | କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ଭୂୟାଁ , ଅଭୟ କୁମାର ମଲ୍ଲିକ , ବସନ୍ତ କୁମାର ବିଶ୍ୱାଳ , ଶରତ ଚନ୍ଦ୍ର ବେହେରା , ଅଜୟ ରାଜ , ଅନୁପମା ତ୍ରିପାଠୀ , ଶୁଭଦର୍ଶିନୀ ପତ୍ରୀ , କ୍ଷୀରୋଦ ସାର , ସଞ୍ଜୟ କୁମାର ମହାନ୍ତି , ଜ୍ଞାନ ରଞ୍ଜନ ସାସମଲ ,ଅନିତା ମହାରଣା , ଅମିତା ଦାସ , ସୁପ୍ରଭା ମହାନ୍ତି , ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମନ୍ତରାୟ , ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ |.ଆଇସିଏ ୨୦୦୫ ମସିହା ରୁ ଚୌଦ୍ୱାର ଅଂଚଳ ରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି ନିଜକୁ ପ୍ରତିଷ୍ଠିତ କରାଇଥିବା ବେଳେ , ବର୍ତ୍ତମାନ ସମୟରେ ଏହା ସହ ଯୁକ୍ତ ୨ କଳା ଏବଂ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ପ୍ରଦାନ କରୁଛି |
ସମ୍ମାନିତ ଅତିଥି ମାନେ ବକ୍ତବ୍ୟ ରେ ଆଇସିଏ ଶିକ୍ଷା ପ୍ରଣାଳୀ କୁ ଭୁୟସୀ ପ୍ରଶଂସା କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ , ଆଇସିଏ ପ୍ରତିଷ୍ଠାନ ରୁ ଶିକ୍ଷା ଗ୍ରହଣ କରି ବିଭିନ୍ନ କ୍ଷେତ୍ର ରେ ଚାକିରୀ କରିଥିବା ବ୍ୟକ୍ତି ଏବଂ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅନୁଷ୍ଠାନ ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରତିଷ୍ଠାତା ସୁମନ୍ତ କୁମାର ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଇସିଏ ର ଶିକ୍ଷକ ଶିକ୍ଷୟତ୍ରୀ , ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ର ଶିକ୍ଷାର୍ଥୀ ମାନେ ଯୋଗଦେଇ ଗଣେଶ ପୂଜା ସହ ଅନୁଷ୍ଠାନ ର ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ |
Read More ...
ସମ୍ମାନିତ ଅତିଥି ମାନେ ବକ୍ତବ୍ୟ ରେ ଆଇସିଏ ଶିକ୍ଷା ପ୍ରଣାଳୀ କୁ ଭୁୟସୀ ପ୍ରଶଂସା କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ , ଆଇସିଏ ପ୍ରତିଷ୍ଠାନ ରୁ ଶିକ୍ଷା ଗ୍ରହଣ କରି ବିଭିନ୍ନ କ୍ଷେତ୍ର ରେ ଚାକିରୀ କରିଥିବା ବ୍ୟକ୍ତି ଏବଂ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ଅନୁଷ୍ଠାନ ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଥିଲା | ପ୍ରତିଷ୍ଠାତା ସୁମନ୍ତ କୁମାର ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଇସିଏ ର ଶିକ୍ଷକ ଶିକ୍ଷୟତ୍ରୀ , ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ର ଶିକ୍ଷାର୍ଥୀ ମାନେ ଯୋଗଦେଇ ଗଣେଶ ପୂଜା ସହ ଅନୁଷ୍ଠାନ ର ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ |
Read More ...
ଇମ୍ଫା ଦ୍ୱାରା ସାରଦାନଗର , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଗଣା ସ୍ୱାସ୍ଥ ସେବା ଶିବିର |
ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୧୫-୦୯-୨୬ : ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଆନୁକୂଲ୍ୟରେ ଚୌଦ୍ୱାର ଦୌଲତାବାଦର ସାରଦାନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ମାଗଣା ସ୍ୱାସ୍ଥ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମଟିକୁ ଇମ୍ଫା ଚୌଦ୍ୱାରର ପାୱାର ପ୍ଲାଣ୍ଟ ପରିଚାଳନା ବିଭାଗର ମୁଖ୍ୟ ଲଲାଟ କିଶୋର ମହାପାତ୍ର ଓ ଚୌଦ୍ୱାର ୧୬ ନମ୍ବର ୱାର୍ଡ ପାରିଷଦ ଅଜୟ କୁମାର ବେହେରା ଉଦଘାଟନ କରିବା ସମୟରେ ୧୫ ନମ୍ୱର ୱାର୍ଡ ପାରିଷଦ ଦିଲ୍ଲୀପ ଭୂୟାଁ, ବିଦ୍ୟାଳୟର ସମ୍ପାଦକ ନଗେନ୍ଦ୍ର ପ୍ରସାଦ ସାହୁ, ପ୍ରଧାନ ଆଚାର୍ୟ ପ୍ରତାପ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ସ୍ୱାସ୍ଥ୍ୟ ଶିବିରରେ ଅଭିଜ୍ଞ ୫ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଭେଷଜ, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ ବିଭାଗର ସାହାଯ୍ୟରେ ଚୌଦାରର ୱାର୍ଡ - ୧୩, ୧୪, ୧୫, ୧୬, ଇନ୍ଦ୍ରାଣୀପାଟଣା ଗ୍ରା.ପ ଓ ଚଶାପଡା ଅଞ୍ଚଳରୁ ୩୮୦ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଇମ୍ଫାର ଅଧିକାରୀ ମାନଙ୍କ ମଧ୍ୟରେ ବବିତ ନନ୍ଦ, ନିରଞ୍ଜନ ସାହୁ, ରଜତ ସ୍ୱାଇଁ, ଅଭିଷେକ ଘୋଷ, ଅଶାନ୍ତ ବେହେରା ଆଦି ଉପସ୍ଥିତ ଥିଲେ।
ଇମ୍ଫାର ଏହିଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ଓ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଅନନ୍ୟା ମହାନ୍ତି ଏବଂ ଇମ୍ଫାରୁ ସ୍ବେଚ୍ଛାକୃତ ଭାବେ ୧୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିବା ବେଳେ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ସଂଯୋଜନା କରିଥିଲେ।
Read More ...
ଏହି ସ୍ୱାସ୍ଥ୍ୟ ଶିବିରରେ ଅଭିଜ୍ଞ ୫ ଜଣ ଡାକ୍ତର ଯଥା ଅସ୍ଥିଶଲ୍ୟ, ଭେଷଜ, ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ ବିଭାଗର ସାହାଯ୍ୟରେ ଚୌଦାରର ୱାର୍ଡ - ୧୩, ୧୪, ୧୫, ୧୬, ଇନ୍ଦ୍ରାଣୀପାଟଣା ଗ୍ରା.ପ ଓ ଚଶାପଡା ଅଞ୍ଚଳରୁ ୩୮୦ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା। ଇମ୍ଫାର ଅଧିକାରୀ ମାନଙ୍କ ମଧ୍ୟରେ ବବିତ ନନ୍ଦ, ନିରଞ୍ଜନ ସାହୁ, ରଜତ ସ୍ୱାଇଁ, ଅଭିଷେକ ଘୋଷ, ଅଶାନ୍ତ ବେହେରା ଆଦି ଉପସ୍ଥିତ ଥିଲେ।
ଇମ୍ଫାର ଏହିଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ଓ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ସହ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଅନନ୍ୟା ମହାନ୍ତି ଏବଂ ଇମ୍ଫାରୁ ସ୍ବେଚ୍ଛାକୃତ ଭାବେ ୧୦ ଜଣ ସ୍ବେଚ୍ଛାସେବୀ ପରିଚାଳନା କରିବା ବେଳେ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ସଂଯୋଜନା କରିଥିଲେ।
Read More ...
ମାଷ୍ଟର ସେଫ୍ ସୀତାରାମ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ |
ମାଷ୍ଟର ସେଫ୍ ସୀତାରାମ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ |
କଟକ ( ଉତ୍କଳ ନ୍ୟୁଜ ). ୧୪-୦୯-୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଗ୍ରାମର ମାଷ୍ଟର ସେଫ୍ ସୀତାରାମ ନାୟକଙ୍କୁ ତାଙ୍କ ଏକାଦଶାହ କର୍ମରେ ଅଶ୍ରୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଏହି ଅବସରରେ ଏକ ସ୍ମୃତିଚାରଣ ସଭା ହୋଇଥିଲା । ଓଡିଶା ଆସୋସିଏସନ୍ ଅଫ୍ ସେଫ୍ ସୋସାଇଟ୍ର ପ୍ରତିଷ୍ଠାତା ସମ୍ପାଦକ ସେଫ୍ ଅଭିଷେକ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାୟକ, ରାଜ୍ୟ ଉପସଭାପତି ସେଫ୍ ମଳୟ ବେହେରା, ରତିକାନ୍ତ ପଣ୍ଡା, ସେଫ୍ ସବିର, ସପନ ନାୟକ, ସୁଧିର ଜେନା, ସେକ୍ ଅନିସୁଦ୍ଦିନ, ଅବଦୁଲ କାସିମ, ସେଫ୍ ଧନିଆ, ଗୌତମ ସାହୁ, କରୁଣାକର ମହାରଣା, ଗୌରାଙ୍ଗ ଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ, ବିଚିତ୍ର ବାରିକ, ଚନ୍ଦନ ଦାଶ ପ୍ରମୁଖ ଯୋଗଦେଇ ମାଷ୍ଟର ସେଫ୍ ସୀତାରାମ ଜଣେ ଭଲ ମଣିଷ, ପରୋପକାରୀ, ଧର୍ମାପରାୟନ ବ୍ୟକ୍ତି ଥିଲେ ଏବଂ ବୟସର ମଧ୍ୟାହ୍ନରେ ତାଙ୍କର ଆକସ୍ମିକ ପରଲୋକ ସମସ୍ତଙ୍କୁ ଦୁଃଖ ଦେଇଥିବା କହିଥିଲେ । ତାଙ୍କ ଅମର ଆତ୍ମାର ସ୍ଦଗତି କାମନା କରିବା ସହିତ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ସୂଚନା ଥାଉକି, ତୃଟିପୂର୍ଣ୍ଣ ଚିକିତ୍ସା ପାଇଁ ମାଷ୍ଟର ସେଫ୍ ସିତାରାମ ନାୟକ(୪୫)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ତୃଟିପୂର୍ଣ୍ଣ ଚିକିତ୍ସା, ଖାମିଖିଆଲୀ ଓ ଅମାନବିକତା ବିରୋଧରେ ମୃତକଙ୍କ ପତ୍ନୀ ପ୍ରମିଳା ନାୟକଙ୍କ ଏତଲାକ୍ରମେ କଟକ ମଙ୍ଗଳାବବାଗ ଥାନାରେ ଦଫା ୧୦୬(୧) ଓ ୩୫୧(୨)ରେ ଏକ ମାମଲା ୩୪୪/୨୬ ରୁଜୁ ହୋଇଛି । ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସେ ଦାବୀ କରିଛନ୍ତି । ସୀତାରାମ ନାୟକ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ କୋହ୍ଲ ଗ୍ରାମର ସ୍ୱର୍ଗତ ପୁରୁଷୋତ୍ତମ ନାୟକଙ୍କ ପୁଅ । ସେ ପେଷାରେ ଜଣେ ମାଷ୍ଟର ସେଫ୍ ଥିଲେ । ରାଜ୍ୟ ତଥା ରାଜ୍ୟ ବାହାରେ ଏପରିକି ବିଦେଶରେ ତାଙ୍କର କାର୍ଯ୍ୟଦକ୍ଷତାର ପ୍ରମାଣ ରହିଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...