କଟକ ( ଉତ୍କଳ ନ୍ୟୁଜ ) ୦୩-୧୦-୨୬ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବରିଷ୍ଠ ନାଗରିକ ସଙ୍ଘର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ଆଲୋଚନା ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଂଜନ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ଜଗତର ନାଥ ଜଗନ୍ନାଥଙ୍କ ଚରଣ କମଳରେ ଧୂପ ଦୀପାଦି ପ୍ରଜ୍ୱଳିତ କରି ବରିଷ୍ଠ ନାଗରିକ ସମ୍ମିଳନୀ ଆରମ୍ଭ ହୋଇଥିଲା । ପ୍ରବଚିକା ବିଶ୍ୱେମୌତ୍ରୀ ନାୟକ ବେଦପାଠ କରିଥିଲେ । ବରିଷ୍ଠ ନାଗରିକ ସଙ୍ଘର ସଂପାଦକ ସମ୍ମିଳନୀକୁ ସଂଚାଳନ କରିଥିଲେ । କୌଣସି ସମୟରେ ବରିଷ୍ଠମାନେ ସମାଜରେ ଅଲୋଡା ନୁହଁନ୍ତି ଏବଂ ତା ୧୪-୧୨-୧୯୯୦ରିଖ ଠାରୁ ମିଳିତ ଜାତିସଂଘ ଏହି ଦିବସଟିକୁ ଅକ୍ଟୋବର ପହିଲା ଦିନକୁ ବିଶ୍ୱ ନାଗରିକ ଦିବସ ରୂପରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ୧୯୯୯ ମସିହାରେ ଜାତୀୟ ବରିଷ୍ଠ ନୀତି ସହିତ ୨୦୦୦ ମସିହାରେ ସିନିଅର ସିଟିଜେନ ଆକ୍ଟ ଓ ଆଇନଗତ୍ ସୁବିଧା ପ୍ରଣୟନ କରିଥିଲା । ଏହି ପରିପ୍ରେକ୍ଷିରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସୋମ୍ୟରଂଜନ ଜେନା, ତିହିଡ଼ି ବ୍ଲକ କୋଅର୍ଡନେଟର ସେୁରନ୍ଦ୍ର କୁମାର ନାୟକ, ସଂଘ ସଭାପତି ସେମନାଥ ପାଢ଼ୀ, ସଂଘର କାର୍ଯ୍ୟକାରୀ ସଭାପତି ଧନେଶ୍ୱର ବିଶ୍ୱାଳ ଓ ସମାଜେସବୀ ରଘୁନାଥ ପାତ୍ର ପ୍ରମୁଖ ମଂଚାସୀନ ହୋଇ ବରିଷ୍ଠଙ୍କ ଜୀବନ ପରିଚର୍ଯ୍ୟା ଠାରୁ ଆରମ୍ଭ କରି ସୁସ୍ଥ ନିରାମୟ ଜୀବନ ଯାପନ କରିବା ପାଇଁ ବକ୍ତବ୍ୟ ରଖିଥିଲେ । ତିହିଡ଼ି ବ୍ଲକର ୭ଟି ଜୋନର ପ୍ରତିନିଧିମାନେ ନିଜ ନିଜର ସଂକ୍ଷିପ୍ତ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶିକ୍ଷାବିତ୍ ଶୀତଳ କୁମାର େବେହରା ଅତିଥି ପରିଚୟ ଦେଇଥିଲେ । ଏହି ଅବସରେର କାଁପଡ଼ା ସଂଘରୁ ରମାକାନ୍ତ ଦାସ, ହରେକୃଷ୍ଣ ଦାସ, ତିହିଡ଼ି ସଂଘରୁ ନିତ୍ୟାନନ୍ଦ ନାୟକ, କୁଳମଣି ସାହୁ, ତିହିଡ଼ି ଜୋନ ସଭାପତି ରଘୁନାଥ ପାତ୍ର , ନିରଞନ ପାତ୍ର, ପାଳିଆ ବିନ୍ଧାରୁ ରଘୁନାଥ ପଶୁପାଳକ , ମେନାରଞ୍ଜନ ବେହେରା, ବାରୋରୁ ସନ୍ନ୍ୟାସୀ ବ୍ରହ୍ମ, ତାଳପଦାରୁ ମୁରଲିଧର ଦାସ, ଗୌାରହରି ଜେନା, ପୀରହାଟରୁ ଶୀତଳ କୁମାର ବେହେରା ଓ ଗୟାଧର ବଳ, କୋହ୍ଲ ସାହାଡ଼ାଶୁଣୀ ମଣ୍ଡଳରୁ ବିଶ୍ୱମୌତ୍ରୀ ନାୟକ, ଅନାଦି ବେହେରାଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦିଆଯାଇ ସମ୍ବର୍ଦ୍ଧନା କରା ଯାଇଥିଲା । ଡାକ୍ତର ସଞ୍ଜିବ ମିଶ୍ରଙ୍କ ତତ୍ୱାବଧାନେର ନିକଟସ୍ତ ତିହିଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଫାର୍ମସିଷ୍ଟ ସହିତ ଅନ୍ୟମାନେ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ବକ୍ତବ୍ୟ ରଖିବା ସହିତ ବରିଷ୍ଠମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଯୋଗଗୁରୁ କୃତ୍ତିବାସ ଜେନା ଯୋଗ ସାଧନ ସହିତ ବରିଷ୍ଠଙ୍କ ଦୀର୍ଘ ନିରାମୟ ଜୀବନ ଯାପନର ଉପାୟମାନ କହିଥିଲେ । ସର୍ବଶେଷରେ ତିହିଡି ଜୋନର କାର୍ଯ୍ୟକାରୀ ସଭାପତି ନିତ୍ୟାନଂଦ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ହରିଶ୍ଚନ୍ଦ୍ର ବାରିକ, ଜଗନ୍ନାଥ ଦାସ ଓ ଗୟାଧର ବଳ ମଞ୍ଚ ପରିଚାଳନା କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ. |