BREAKING NEWS
  • ଧୂମ୍‌ଧାମରେ ପାଳିତ ହେଲା ବିନ୍ଧାବଜାରରେ ରାବଣପୋଡି ଉତ୍ସବ |
  • ସଫେଇ କର୍ମଚାରୀଙ୍କୁ ପୂର୍ବତନ କର୍ପୋରେଟର ଙ୍କ ଦ୍ୱାରା ସଂମ୍ମାନିତ |
  • ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ଇନ୍ଦ୍ରଶିଷ, ସମ୍ପାଦକ ଅମିତ ଓ ଉପସଭାପତି ଭାବେ ଅଞ୍ଜଳି ବିଜୟୀ l
  • ବାରବାଟିଆ ଦୁର୍ଗାପୂଜା ଚାରି ଶତାବ୍ଦୀର ପରମ୍ପରା, ମା ଙ୍କ ମହିମା ଅପାର, ଆଟିକା ଭୋଗ ପାଇଁ ଭକ୍ତଙ୍କ ସୁଅ ଛୁଟିଥାଏ |
  • ପାଳିଆବିନ୍ଧା କଲେଜ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ।
  • ନିର୍ବାଚନୀ ଅଖଣ୍ଡତାର ତ୍ରିସୂତ୍ର: ତଥ୍ୟ, ସ୍ବଚ୍ଛତା ଓ ଜନ‌ଭାଗୀଦାରି. |
  • ନିର୍ବାଚନୀ ଅଖଣ୍ଡତାର ତ୍ରିସୂତ୍ର: ତଥ୍ୟ, ସ୍ବଚ୍ଛତା ଓ ଜନ‌ଭାଗୀଦାରି. |
  • ଐତିହାସିକ ଦିଲ୍ଲୀ ଯୁବ ଛାତ୍ର ଆନ୍ଦୋଳନ ଉପରେ ଆକ୍ରମଣ ବନ୍ଦ କରିବା ଦାବିରେ ଅଲଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଭଦ୍ରକ ଜିଲ୍ଲା ନ୍ୟାୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।
  • ନିଆଳି ଥାନା ଅଞ୍ଚଳରେ ଡ୍ରଗ୍ସ କଣ୍ଟ୍ରୋଲ ଟିମର ଚଢ଼ଉ | ବେଆଇନ ଭାବେ ଗଚ୍ଛିତ ଔଷଧ ଜବତ, ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ |
  • ୭୯ ବର୍ଷର ପଦାର୍ପଣ କଲା ନନ୍ଦପୁର ସାର୍ବଜନୀନ ଦୁର୍ଗାପୂଜା।

ଆଞ୍ଚଳିକ

ସଫେଇ କର୍ମଚାରୀଙ୍କୁ ପୂର୍ବତନ କର୍ପୋରେଟର ଙ୍କ ଦ୍ୱାରା ସଂମ୍ମାନିତ |

କଟକ ( ଉତ୍କଳ ନ୍ୟୁଜ ) ୨୨-୧୦-୨୬ : ପୂର୍ବତନ କର୍ପୋରେଟର ଶ୍ରୀମତୀ ସଂଯୁକ୍ତା ସାହୁଙ୍କ ଦ୍ୱାରା ଛଅ ନମ୍ବର ୱାର୍ଡ଼ରେ କାର୍ଯ୍ୟରତ ସମସ୍ତ ମହିଳା ଓ ପୁରୁଷ କୁଲୀ ସଫେଇ କର୍ମଚାରୀମାନଙ୍କୁ ଉପଡ଼ଉକନ, ମିଠା, ଓ ଦଶରା ଖର୍ଚ୍ଚ ପ୍ରଦାନ କରାଯାଇଛି । ଏଥିରେ ଛଅ ନମ୍ବର ୱାର୍ଡ଼ରେ ପ୍ରାୟ ବତିଶି ଜଣ ସଫେଇ କର୍ମଚାରୀଙ୍କୁ ଉକ୍ତ ବକ୍ସିଶ ବା ଦଶରା ଖର୍ଚ୍ଚ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ଶ୍ରୀମତୀ ସାହୁ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇନ ସେବା ସଂସ୍ଥା ଲିସାର ଆବାହକ ଆଇନଜିବୀ ଗଦାଧର ସାହୁ, ଇଞ୍ଜିନିୟର ନିଶାକର ଦାଶ , ଚିତରଞ୍ଜନ ସାହୁ, ନିଖିଲ ସାହା, ଶ୍ରୀକାନ୍ତ ପରିଡା, ସୁବାଶ ମାହାପାତ୍ର, ନାରାୟଣ ସୁତାର, ବିଜୟ କୁମାର ନାଥ, ଅଶୋକ କୁମାର ସାହୁ, ଅଶୋକ କୁମାର ପଟ୍ଟନାୟକ,ରିଙ୍କୁ ଖାଁ, ଅଶୋକ ତାହା ଙ୍କ ଓ ବୋହୁବ୍ୟକ୍ତି ସହଯୋଗ କରିଥିଲେ |
Read More ...

ଐତିହାସିକ ଦିଲ୍ଲୀ ଯୁବ ଛାତ୍ର ଆନ୍ଦୋଳନ ଉପରେ ଆକ୍ରମଣ ବନ୍ଦ କରିବା ଦାବିରେ ଅଲଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଭଦ୍ରକ ଜିଲ୍ଲା ନ୍ୟାୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

କଟକ ( ଉତ୍କଳ ନ୍ୟୁଜ ) ୧୩-୧୦-୨୬ : ଗଣତନ୍ତ୍ର ହତ୍ୟାକାରୀ ଜ୍ଞାନେଶ କୁମାରଙ୍କୁ ଗିରଫ, ଅମିତ ଶାହା ଓ ନରେନ୍ଦ୍ର ମୋଦିଙ୍କ ଇସ୍ତଫା, ଗଣତନ୍ତ୍ରର ସୁରକ୍ଷା, ନୂତନ ଆଇନଜୀବୀ ମାନଙ୍କୁ ମାସିକ ୧୦ ହଜାର ଟଙ୍କା ଷ୍ଟାଇପେଣ୍ଡ, ବରିଷ୍ଠ ଆଇନଜୀବୀମାନଙ୍କୁ ଅବସରକାଳୀନ ଭତ୍ତା ୨୫ ଲକ୍ଷ ଟଙ୍କା ପ୍ରଦାନ, ମୃତ୍ୟୁକାଳୀନ ବେନିଫିଟ, ମୃତକ ଆଇନଜୀବୀ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ମେଡିକ୍ଲେମ ବାବଦେ କେନ୍ଦ୍ର ସରକାର ୧୫ ଲକ୍ଷ ଓ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଯୋଗାଇ ଦେବା, ଆଇନଜୀବି ମାନଙ୍କୁ ଜୀବନ ବୀମା ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ଦାବି ନେଇ ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ନ୍ୟାୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା । ପ୍ରଥମେ ସମ୍ବିଧାନର ସୁରକ୍ଷା ପାଇଁ ସମ୍ବିଧାନର ମୁଖବନ୍ଧକୁ ଆଇନଜୀବି ମାନେ ସମୂହ ପାଠ କରି ବିଭିନ୍ନ ମୌଳିକ ଦାବି ସଂପର୍କରେ ଆଲୋଚନା କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାଗିଦ ସତ୍ତ୍ବେ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଐତିହାସିକ ଯୁବ ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ଯେପରି ନିଷ୍ଠୁର ଆକ୍ରମଣ କରୁଛନ୍ତି, ତାହା ଆମ ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ଓ ଏହା ସଂପର୍କରେ ମିଳିତ ଜାତିସଂଘ ଘୋର ଉଦବେଗ ପ୍ରକାଶ କରିଛି ବୋଲି ଆଇନଜୀବୀ ମାନେ ମତବ୍ଯକ୍ତ କରିଥିଲେ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଆନ୍ଦୋଳନକୁ ଦମନ ଚାଲୁ ରହେ, ତେବେ ଭଦ୍ରକ ଜିଲ୍ଲାରେ ଆଇନଜୀବୀମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ଆଇନଜୀବୀ ମାନେ ମତବ୍ଯକ୍ତ କରିଥିଲେ । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ସନ୍ତୋଷ ନାୟକ ସଭାପତିତ୍ବ କରିଥିବା ବେଳେ ଓଡିଶା ରାଜ୍ୟ ବାର୍ କାଉନସିଲର ପୂର୍ବତନ ସଭ୍ୟ ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା, ସଂଗଠନର ଜିଲ୍ଲା ସଂପାଦକ ବରିଷ୍ଠ ଅଧିବକ୍ତା ରାଧାନାଥ ଦାସ, ଭଦ୍ରକ ଓକିଲ ସଂଘ ପୂର୍ବତନ ସଂପାଦକ ଶଶିଭୂଷଣ ପଣ୍ଡା, ଅନ୍ୟତମ ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ଆଇନଜୀବୀ ଶରତ ମହାକୁଡ, ଯୁବ ଆଇନଜୀବୀ ବିକାଶ ନାଥ, ପାୟଲ ସାହୁ, ପୂଜାରାଣୀ ପଣ୍ଡା, ପ୍ରତାପ ସେଠୀ, ଉଜ୍ବଳ ଯେନା, ବରିଷ୍ଠ ଆଇନଜୀବୀ ରତ୍ନାକର ବାରିକ୍, ପ୍ରଦୀପ ଜେନା, ଜୟନୂଲ ଆବେଦିନ ଓ ସଞ୍ଜୟ ନାୟକ ପ୍ରମୁଖ ଯୋଗଦେଇ ଭାରତର ନାଗରିକ ମାନଙ୍କ ଭୋଟ ଦେବାର ଅଧିକାର ସୁରକ୍ଷା ପାଇଁ ଜ୍ଞାନେଶ କୁମାରଙ୍କୁ ଗିରଫ କରିବାକୁ ପଡିବ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ସାଇପର୍ ଫାର୍ମାସି ଶିକ୍ଷାନୁଷ୍ଠାନରେ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଉତ୍ସବ।

କଟକ(ଉତ୍କଳ ନିଉଜ)୧୨/୧୦/୨୦୨୬ : କଟକ , ମଙ୍ଗୁଳି ସ୍ଥିତ ସାଇପର୍ ଶିକ୍ଷା ଅନୁଷ୍ଠାନରେ ନବାଗତ ଏମ୍. ଫାର୍ମାସି , ବି. ଫାର୍ମାସି ଓ ବି.ଫାର୍ମାସି ଏଲ.ଇ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ପ୍ରିନ୍ସିପାଲ ଡ଼. ସନ୍ତୋଷ କୁମାର ବଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଫାର୍ମାସି ବିଭାଗର ବରିଷ୍ଠ ଅଧ୍ୟାପକ ଡ଼. କଳାକାର ବଳ ଯୋଗ ଦେଇ ନବାଗତ ଛାତ୍ର ଛାତ୍ରୀଙ୍କୁ ନିଜ ଜୀବନରେ ପାଇଥିବା ସଫଳତା ଓ ଅତ୍ୟାଧୁନିକ ଔଷଧ ସହିତ ଫାର୍ମାସି ବିଭାଗର ଅବଦାନ ଉପରେ ଆଲୋକପାତ କରିବା ସହ ସେମାନଙ୍କର ଭବିଷ୍ୟତ ଜୀବନ ପାଇଁ ମଙ୍ଗଳ କାମନା କରିଥିଲେ । ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରାଧ୍ୟାପିକା ଡ଼. ଲୀନା ସାମନ୍ତରାୟ ଯୋଗଦେଇ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ ଫାର୍ମାସି ଶିକ୍ଷା ଏବଂ ବର୍ତମାନ ସମୟରେ ଏହାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ପ୍ରିନ୍ସିପାଲ ଡ଼. ସନ୍ତୋଷ କୁମାର ବଳ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସାଇପର୍ ପରିସରକୁ ସ୍ୱାଗତ କରିବା ସହ ସମସ୍ତ ଛାତ୍ର ଛାତ୍ରୀ ଫାର୍ମାସି ପାଠକୁ ମନ ଦେଇ ପଢିବା ସହିତ ନିଜକୁ ଏକ କୁଶଳୀ ଫାର୍ମାସିଷ୍ଟ ଭାବେ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ତଥା ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ପବିତ୍ର ମୋହନ ମହାନ୍ତି ଛାତ୍ର ଛାତ୍ରୀଙ୍କୁ ସୁନ୍ଦର ଭାବରେ ଗଢିତୋଳିବାର ଦାଇତ୍ୱ ଆମର କହି ଅଭିଭାବକ ମାନଙ୍କୁ ଆଶ୍ୱାସନା ଦେଇଥିଲେ , ପ୍ରାଧ୍ୟାପକ ଡ଼. ପ୍ରିୟଦର୍ଶୀ ମିଶ୍ର, ଡ଼. ବିଶ୍ୱ ରଞ୍ଜନ ରାୟ , ସୁବୀର ମିତ୍ର, ଦେବାଶିଷ ମିଶ୍ର, ସୋମ୍ୟ ରଞ୍ଜନ ସାହୁ ଉପସ୍ଥିତ ରହି ନିଜ ନିଜ ବିଭାଗର ସମସ୍ତ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଅଧ୍ୟାପିକା ଶ୍ରୀମତୀ ସ୍ବସ୍ତି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ , ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକା ତଥା ଶ୍ରୀମତୀ ଅଳକା ପ୍ରିୟଦର୍ଶିନୀ କର , ଇତିଶ୍ରୀ ମହାନ୍ତି , ସ୍ନିଗ୍ଧା ମହାନ୍ତି, ସୁନିତା ବେହେରା, ମଧୁସ୍ମିତା ରାଉତ , ଶିବାନୀ ଦାଶ , ଦୀପିକା ପ୍ରିୟଦର୍ଶିନୀ ରାଉତ , ସ୍ୱୟଂ ପ୍ରଭା ସାହୁ , ମୋହନ କୁମାର ବେହେରା, ସୋଭାଗ୍ୟ ସୌରଭ ସାମଲ, ସୌରଭ ବିଶ୍ୱାଳଙ୍କ ସହିତ ଅନୁଷ୍ଠାନର କର୍ମଚାରୀବୃନ୍ଦ ତଥା ପ୍ରଦୀପ୍ତ ସ୍ୱାଇଁ, ଦିଲ୍ଲୀପ ବିଶ୍ୱାଳ, ସ୍ମିତାଲି ନାୟକ, ଜ୍ୟୋତି ପ୍ରକାଶ ମିଶ୍ର, ପବିତ୍ର ମୋହନ ସାହୁ, ସ୍ମୃତିଞ୍ଜନ ସାହୁ, ଋତୁପୁର୍ଣା ନାୟକ, ରଜିଆ ବେଗମ୍, ସବିତା ପରିଡା , ଅଶୋକ ସାହୁ, ସୁକାନ୍ତ ଜେନା, ରଶ୍ମିରଂଜନ ବିଶୋଇ, ପ୍ରକାଶ ବିଶ୍ୱାଳ, ପବିତ୍ର ବେହେରା, ଅନନ୍ତ ଜେନା, ସଂଜୀବ ତୋଳା, ଅଭିନାଶ ପୃଷ୍ଟି , ସ୍ନେହଲତା ଦାସ, ତୃପ୍ତିମୟୀ ପଣ୍ଡା, ଜୟନ୍ତ ରଣା, ଚିନ୍ମୟ କୁମାର ନାୟକ, ଶକୁନ୍ତଳା ଷଡ଼ଙ୍ଗୀ, କାଁହୁ ଚରଣ ସାହୁ, ବିଶ୍ୱନାଥ ସାହୁ, ଅକ୍ଷୟ କୁମାର ବିଶ୍ୱାଳ ଆଦି ଉପସ୍ଥିତ ରହିଥିଲେ ।
Read More ...

ଇଣ୍ଡିଆ ମେଣ୍ଟ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ ଓ ଓଡିଶା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ |

କଟକ ( ଉତ୍କଳ ନ୍ୟୁଜ ) ୩-୧୦-୨୬ : ଗଣତନ୍ତ୍ର ହତ୍ୟାକାରୀ ଭୋଟ ଚୋର ଜ୍ଞାନେଶ କୁମାରଙ୍କୁ ବହିଷ୍କାର, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ସାମିଲ କରିବା, ଏସ୍‌ଆଇଆର୍ ବାତିଲ, ଇଭିଏମ ହଟାଇବା, ବାଲାଟ ପେପରରେ ଭୋଟ କରାଇବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଦାବି ସହ ଏମ ଏମ୍ ଡି ଆର ସଂଶୋଧନ ଆଇନ ବାତିଲ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ବନ୍ୟାରେ ମୃତ୍ୟୁ ବରଣ କରିଥିବା ସାଧାରଣ ଜନତା ଓ ବନ୍ୟା ପ୍ରପୀଡିତଙ୍କୁ ଉପଯୁକ୍ତ କ୍ଷତିପୂରଣ, ଚାଷୀ-ଭାଗଚାଷୀମାନଙ୍କ କୃଷି ଓ ମହାଜନୀ ଋଣ ଛାଡ କରିବା ଆଦି ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀରେ ଭଦ୍ରକ ଗାନ୍ଧୀ ପଡିଆ ଠାରେ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରାଯିବା ପରେ କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇଏମ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇ(ଏମଏଲ) ଲିବରେସନ ଜିଲ୍ଲା ସଂପାଦକ ସମର ବଳଙ୍କ ମିଳିତ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉପରୋକ୍ତ ଦାବି ନେଇ ଆସନ୍ତା ୩ ଅକ୍ଟୋବରରୁ ୫ ଅକ୍ଟୋବର ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ପ୍ରତିବାଦ ଓ ପଥପ୍ରାନ୍ତ ସଭା, ୬ ଅକ୍ଟୋବରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ବିକ୍ଷୋଭ, ଅକ୍ଟୋବର ୭ରେ ଭଦ୍ରକ ସହର ସହିତ ୭ଟି ବ୍ଲକ ସଦର ମହକୁମାରେ ମୋଟର ସାଇକେଲ ରାଲି ସହ ଗାଡି ପ୍ରଚାର କାର୍ଯ୍ୟକ୍ରମ, ଅକ୍ଟୋବର ୮ ତାରିଖରେ ଓଡିଶା ବନ୍ଦକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । କଂଗ୍ରେସ ଜିଲ୍ଳା କାର୍ଯ୍ୟାଳୟରେ ଇଣ୍ଡିଆ ମେଣ୍ଟପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଭାରତର ଅନ୍ୟତମ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ତ୍ୟାଗମୟ ଭୂମିକା ସଂପର୍କରେ ଆଲୋଚନା ହୋଇଥିଲା ।
ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଗୁଡିକରେ ଭାରତୀୟ ଜାତୀୟ କଂଗ୍ରେସ ଭଦ୍ରକ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ପୂର୍ବତନ ମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ନେତ୍ରାନନ୍ଦ ମଲ୍ଲିକ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇର ବରିଷ୍ଠ ନେତା ରମେଶ ଜେନା, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଦେବରୂପ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ଜେନା, ପିତବାସ ଧଳ, ପ୍ରଦ୍ୟୁମ୍ନ କୁମାର ଦାସ, ଯୁବ କଂଗ୍ରେସ ଜିଲ୍ଳା ସଭାପତି ବଳରାମ ରାଉତ, କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ନିଶିକାନ୍ତ ନାୟକ, ସିପିଆଇ(ଏମ)ର ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ଭଦ୍ରକ ଓକିଲ ସଂଘ ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ, ସିପିଆଇର ଯୁବନେତା ଦିଲିପ ନାୟକ, କଂଗ୍ରେସ ନେତା ବିଜୟ ବାରିକ୍‌, ମହିଳା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ପଣ୍ଡା, କଂଗ୍ରେସ ନେତା ସରୋଜ କୁମାର ରାଉଳ, ଗୟାଧର ସେଠୀ, ଆଶିଷ କୁମାର ରାଉତ, ଶୁଭାଶିଷ ମଲ୍ଲିକ, ଗୋଲାମ ମୟୁରିଦ୍ଦିନ, ସଞ୍ଜୟ ମିଶ୍ର, ମହେଶ କୁମାର ମିଶ୍ର, ରାଜୁ ପ୍ରସାଦ ରାୟ ଓ ସେକ୍ ହାସିନା ପ୍ରମୁଖ ସାମିଲ ହୋଇ ଭାରତର ଗଣତନ୍ତ୍ରର ସୁରକ୍ଷା ଓ ଓଡିଶାର ରାଜସ୍ୱ ଅଧିକାର ପାଇଁ ଭଦ୍ରକ ଜିଲ୍ଲାବାସୀ ଏକ ହୋଇ ଲଢିବାକୁ ଆହ୍ୱାନ ଜଣାଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଆଞ୍ଚଳିକ

ଅପରାଧ

ମୁଖ୍ୟ ଖବର

ରାଜ୍ୟ

ମନୋରଞ୍ଜନ

ଜାତୀୟ

ରାଜନୀତି