କଟକ (ଉତ୍କଳ ନ୍ୟୁଜ) ୪/୧୧/୨୬ : ଆନ୍ଧ୍ରପ୍ରଦେଶ ରେ ବିନାଶ ର କାରଣ ସାଜିଛି ବଙ୍ଗୋପସାଗର ରୁ ସୃଷ୍ଟ ବାତ୍ୟା " ମୁରାସୁ " ଘଣ୍ଟା ପିଛା ୧୧୦ ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସଂଗେ ସଂଗେ ଉପକୂଳବର୍ତ୍ତୀ ଅଂଚଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷ ହେଇଛି | ଗୁଣ୍ଟୁର ଓ ପୋନ୍ନୁର ଭଳି ସ୍ଥାନରେ ଭାରି ବୃଷ୍ଟିପାତ ଯୋଗୁ ଜଳ ପ୍ରଳୟ ଉପୁଜିଛି | ୧୫ ଜିଲ୍ଲା ରେ ମୋଟ ୩୦ ହଜାର ୬୬୧ ହେକ୍ଟର ଧାନ ଫସଲ ନଷ୍ଟ ହେଇଛି |୨୧ ହଜାର ୪୭୪ ହେକ୍ଟର ରେ କପା ଚାଷ କ୍ଷତି ଗ୍ରସ୍ତ ହୋଇଛି | ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଫୋନେ ରେ କଥା ହୋଇ ଯଥା ସମ୍ଭବ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି | ବାତ୍ୟା ମୁରାସୁ ସୋମବାର ରାତି ପ୍ରାୟ ୧ଟା ରେ ଆନ୍ଧ୍ର ତଟ ରେ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଥିଲା | ନେଲୋର ଓ ନରସାପୁର ମଝିରେ ପ୍ରକାଶମ ଜିଲ୍ଲାସ୍ଥିତ ଓଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ଏହା ସ୍ଥଳଭାଗ ଛୁଇଁଥିଲା|
.jpeg)
ଏହାର ଆଖି ମଙ୍ଗଳବାର ଭୋର ୩ଟା ୩୦ ରୁ ୫ ତା ୩୦ ମଧ୍ୟ ରେ ତଟବର୍ତ୍ତୀ ଅଞ୍ଚଳ ଅତିକ୍ରମ କରିଥିଲା | ଏହାର ପ୍ରଭାବ ରେ ହଜାର ହଜାର ଗଛ ଉପୁଡି ପଡିଥିଲା | ମତ୍ସଜୀବୀଙ୍କ ଅନେକ ଡଙ୍ଗା ବି ପ୍ରଭାବିତ ହେରିଥିଲା | ପାଣିପାଗ ବିଭାଗ ଅନୁସାରେ , ମୁରାସୁ ଓଙ୍ଗଲ ରୁ ୩୦କିମି ଉତ୍ତରପୂର୍ବ,ବାପଟଲା ରୁ ୪୦ କିମି ଦକ୍ଷିଣପଶ୍ଚିମ , କାଭଲିରୁ ୯୦ କିମି ଉତ୍ତରପୂର୍ବ , ଏବଂ ମଛଲିପଟନମ ରୁ ୧୨୦ କିଲୋମିଟର ପଶ୍ଚିମ ଦକ୍ଷିଣ-ପଶ୍ଚିମ ରେ ରହି ବିନାଶ ରଚିଥିଲା | ପରେ ଏହା ଦୁର୍ବଳ ହେଇ ତେଲେଙ୍ଗାନା ଅଭିମୁଖେ ଆଗେଇଥିଲା | ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ରେ ବର୍ଷା ହେଇଥିଲା | ବନ୍ୟା ଭଳି ସ୍ଥିତି ଉପୁଜି ଅନେକ ରାସ୍ତା ବୁଡିଥିଲା | ରାଜପଥ ରେ ଯାନବାହାନ ଫସିଯାଇଥିଲା | ତଟବର୍ତ୍ତୀ ସହର କାକିନାଡ଼ା ରେ ଭାରି ବୃଷ୍ଟିପାତା ଯୋଗୁ ତତଲା ଅଂଚଳ ଜଳମଗ୍ନ ହେଇଯାଇଛି | ମୁରାସୁ ଯୋଗୁ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ର ବିଭିନ୍ନ ଦକ୍ଷିଣ ତଟୀୟ ଜିଲ୍ଲା ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ଏହାକୁ ଦୃଷ୍ଟି ରେ ରଖି ପ୍ରଶାସନ ଅଦ୍ୟାବଧି ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିସାରିଲିଣି | ଉତ୍କଳ ନ୍ୟୁଜ