କଟକ ( ଉତ୍କଳ ନ୍ୟୁଜ ) ୨୦-୧୧-୨୬ : ସରକାରୀ ଖାତାରେ ଖୋଲିଲା ପୀରହାଟରେ ବିଦେଶି ମଦ ଦୋକାନ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟରେ ଖୋଲି ଯାଇଛି ବିଦେଶି ମଦ ଦୋକାନ । ଦିର୍ଘ ବର୍ଷ ଧରି ବାଦାନୁବାଦ ପରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ଯାହାର ଶୁଣାଣି ହେବାପରେ ଅବକାରୀ ବିଭାଗ ପକ୍ଷରୁ ପୂର୍ବ ପ୍ରସ୍ତାବିତ ଦୋକାନ ପାଇଁ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି । ଗତକାଲି ଓଏସବିସି ବାଲେଶ୍ୱର ଡିପୋରୁ ସଂପୃକ୍ତ ଲାଇସେନ୍ସ ହୋଲ୍ଡର ମଦ କିଣିଥିବା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜଣା ଯାଇଛି । ତେବେ ପୀରହାଟରେ ଏଯାବତ ମଦ ଦୋକାନ ଖୋଲାଯାଇ ନଥିବା ବେଳେ ସେ କିଣିଥିବା ମଦ ଗଲା କୁଆଡେ ବୋଲି ପ୍ରଶ୍ନ ଉଠୁଛି । ଏ ସମ୍ପର୍କରେ ଉଭୟ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ନରୋତ୍ତମ ମିଶ୍ର ଓ ଇନସ୍ପେକ୍ଟର ମମତା ଦାସ ସମ୍ପୂର୍ଣ୍ଣ ଅବଗତ ଥିବା କହିଛନ୍ତି । ଶ୍ରୀମତୀ ଦାସଙ୍କ କହିବା ମୁତାବକ, ଲାଇସେନ୍ସ ବଳବତ୍ତର ରଖିବା ଲାଗି ଲାଇସେନ୍ସ ହୋଲ୍ଡର ମଦ କିଣିଛି ହେଲେ ପୀରହାଟରେ ପ୍ରସ୍ତାବିତ ସ୍ଥାନରେ ବିକ୍ରି କରିବ ନାହିଁ ଏବଂ ଅନ୍ୟତ୍ର ବିକ୍ରି କରି ତାର ଲାଇସେନ୍ସ ବଜାୟ ରଖିବ ବୋଲି କହିବା ସହ ପୀରହାଟରେ ଏକ ବିବାଦମୁକ୍ତ ସ୍ଥାନ ଚୟନ କରିବା ପରେ ଦୋକାନ ଖୋଲି ମଦ ବିକ୍ରି ଆରମ୍ଭ କରିବ ବୋଲି ଆମ୍ଭ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ତେବେ ବିଭାଗ ପକ୍ଷରୁ ଜାରି ହୋଇଥିବା ମାସିକ ଟାରଗେଟ୍ ପୂରଣ କେମିତି କରିବେ ଲାଇସେନ୍ସ ହୋଲ୍ଡରର ପ୍ରଶ୍ନରେ ସେ କୌଣସି ଉତ୍ତର ରଖିନଥିଲେ । ବିଭାଗ ସବୁ ଜାଣି କେମିତି ଏପରି ଗାଇଡ୍ ଲାଇନ୍ ଉଲଙ୍ଘନ କାର୍ଯ୍ୟକୁ କିପରି ପ୍ରଶୟ ଦେଉଛି ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ସରକାର ରାଜସ୍ୱ ଆଦାୟ ଲକ୍ଷ୍ୟରେ ଗୋଟିଏ ପରେ ଗୋଟିଏ ମଦ ଦୋକାନ ଖୋଲିବାରେ ଲାଗିଛି ଏବଂ ଅନ୍ୟପଟେ ତିହିଡିକୁ ମଦମୁକ୍ତ ଭାବେ ଗଢି ତୋଳିବାର ଲକ୍ଷ୍ୟ ନେଇ ତିହିଡି ବ୍ଲକର ସମାଜସେବୀ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏପରି ସ୍ଥଳେ ପୀରହାଟରେ ମଦ ଦୋକାନ ଖୋଲିବା କେତେଦୂର ସମ୍ମିଚୀନ ଏବଂ ମଦ ଦୋକାନ ଖୋଲିବା ଲାଗି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏପରି ପ୍ରତିଯୋଗିତାର ଅନ୍ତ କେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଠାରେ ସୂଚନା ଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ପିଏମଶ୍ରୀ ପିଏସଏସ ହାଇସ୍କୁଲ ସମ୍ମୁଖରେ ସରକାରୀ ମଦ ଦୋକାନ ଖୋଲିବା ନେଇ ସଂପୃକ୍ତ ଲାଇସେନ୍ସ ହୋଲ୍ଡରଙ୍କ ପକ୍ଷରୁ ଚୂଡାନ୍ତ ପ୍ରସ୍ତୁତି ସରିଥିଲା । ଏନେଇ ଆଞ୍ଚଳିକ ସ୍ତରରେ ପ୍ରକାଶ ପାଇଥିବା ତିବ୍ର ଅସନ୍ତୋଷ ଗତ ତା ୦୬.୦୨.୨୬ରିଖରେ ଶତାଧିକ ମହିଳାମାନେ ଏକଜୁଟ୍ ହୋଇ ପ୍ରସ୍ତାବିତ ମଦ ଦୋକାନୁ ଭାଙ୍ଗିୁ ଚୂରମାର କରି ଦେଇଥିଲେ । ସେଠାରେ ମଦ ଦୋକାନ ଖୋଲି ନଦେବା ଲାଗି ପୂର୍ବରୁ ଦୁଇ ତିନିଥର ପ୍ରତିବାଦ ଓ ଶୋଭାଯାତ୍ରା ମାଧ୍ୟମରେ ପ୍ରଶାସନ ଓ ମଦ ଦୋକାନ ମାଲିକକୁ ଦେଇଥିଲେ ଚେତାବନି । ହେଲେ ଚଞ୍ଚକତା ପୂର୍ବକ ମଦ ଦୋକାନୀ ସେଠାରେ ଏକ ହୋଟେଲ ଚଳାଇ ଆସୁଥିଲା ଏବଂ ଯେକୌଣସି ସମୟରେ ଆନୁଷ୍ଠାନିକ ଭାବେ ମଦ ଦୋକାନ ଖୋଲିବାର ଲକ୍ଷ୍ୟ ରଖିଥିଲା । ଏପରିକି ପେଟି ପେଟି ମଦ ମଧ୍ୟ ମହଜୁଦ୍ ରଖିଥିଲା । ନାମକୁ ମାତ୍ର ହୋଟେଲ ହେଲେ ମୂଳ ଲକ୍ଷ୍ୟ ମଦ ଦୋକାନ ଖୋଲିବା ଯାହାକୁ ଜାଣି ପାରିଥିଲେ ମହିଳାମାନେ । ସେଦିନ ସକାଳୁ ଆରମ୍ଭ ହୋଇଥିଲା ମଦ ବିରୋଧି ଅଭିଯାନ । ସକାଳୁ ପ୍ରସ୍ତାବିତ ମଦ ଦୋକାନ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଭିନ୍ନ ରାଜନେତିକ ଦଳର ନେତୃବୃନ୍ଦଙ୍କ ସମେତ ହାଇସ୍କୁଲର ପୂର୍ବତନ ଛାତ୍ର, ଅଭିଭାବକ ଓ ଶତାଧିକ ଅଞ୍ଚଳ ବାସୀ ଯୋଗଦେଇ ସରକାର ଓ ମଦ ଦୋକାନୀ ବିରୋଧିରେ ବର୍ଷିଥିଲେ । ଅପରାହ୍ନରେ ହାତରେ ଝାଡୁ ଧରି ମହିଳାମାନେ ଉକ୍ତ ମଦ ଦୋକାନର ତାଲା ଭାଙ୍ଗି ଧସେଇ ପଶିଥିଲେ ଏବଂ ସେଠାରେ ମଦ ବୋତଲ ସହ ଚାଖଣା ଥିବା ଦେଖିବା ପରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ହୋଇ ସେଗୁଡିକୁ ଭାଙ୍ଗିବା ସହ ଦୁଆର, ଝରକା ଓ ଘରର ଆଜବେଷ୍ଟସକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଆଗାମି ଦିନରେ ଯଦି ମଦ ଦୋକାନ ଖୋଲିବା ଲାଗି ସାମାନ୍ୟତମ ଉଦ୍ୟମ କରାଯାଏ ତେବେ ପରିସ୍ଥିତି ଭୟାବହ ହେବ ବୋଲି ଖୋଲାଖୋଲି ଚେତାବନି ଦେଇଥିଲେ । ମହିଳାମାନଙ୍କ ଏପରି କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ତରରୁ ନୈତିକ ସମର୍ଥନ ମିଳିଥିଲା । ଭଙ୍ଗାରୁଜା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚ ସ୍ଥିତି ପରଖିଥିଲେ ଏବଂ ମହିଳାମାନେ ଏପରି କରିଥିବା ସ୍ୱିକାର କରିଥିଲେ । ସଂପୃକ୍ତ ସ୍ଥାନ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ସରକାରୀ ମଦ ଦୋକାନ ଖୋଲାଗଲେ ସେମାନଙ୍କର କୌଣସି ଆପତ୍ତି ନାହିଁ ବୋଲି କହିଥିଲେ । ହାଇସ୍କୁଲ ନିକଟରେ ମଦ ଦୋକାନ ଖୋଲାଗଲେ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ମଦୁଆଙ୍କ ପାଦୁର୍ଭାବରେ ଅଞ୍ଚଳବାସୀ ବହୁଳାମାତ୍ରାରେ ପ୍ରଭାବିତ ହେବେ ଏହାକୁ ନେଇ ବିରୋଧ କରାଯାଇଥିଲା । ପୀରହାଟ ପିଏମଶ୍ରୀ ପିଏସଏସ ହାଇସ୍କୁଲ ନିକଟରେରେ ମଦ ଦୋକାନ ଖୋଲା ନଯାଇ ଲାଇସେନ୍ସ ମିଳିବା ଏବଂ ସରକାରୀ ଗୋଦାମରୁ ମଦ ଲିପ୍ଟିଂ ହୋଇଥିବା ଘଟଣାକୁ ନେଇ ସମସ୍ତଙ୍କ ମନରେ ବିସ୍ମୟ ସୃଷ୍ଟି କରିଛି । ପୋଲିସ ଫୋର୍ସ ମୁତୟନ କରି ଯେକୌଣସି ସମୟରେ ମଦ ଦୋକାନ ଖୋଲାଯିବା ପାଇଁ ପ୍ରଶାସନ ଉଦ୍ୟମ ଚଳାଉଥିବା ନେଇ ଲୋକେ ସନ୍ଦେହ କରିଲେଣି । ତେବେ ମଦ ଦୋକାନ ଖୋଲାଗଲେ ଆଗାମୀ ଦିନରେ ପୀରହାଟର ଅଗ୍ରଣୀ ସାମାଜିକ ସଂଗଠନ ପ୍ରଦେଶ ସେବା ସଂଗଠନ ସମେତ ସମାଜସେବୀ, ପୂରାତନ ଛାତ୍ର, ଅଭିଭାବକ ଓ ସ୍ଥାନୀୟ ଲୋକେ ମିଳିତଭାବେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନି ଦିଆଯାଇଛ