ଚୌଦ୍ୱାର (ଉତ୍କଳ ନ୍ୟୁଜ ) ୬-୧୧-୨୬ : ଭାଜପା ଚୌଦ୍ୱାର -କଟକ ନିର୍ବାଚନ ମଣ୍ଡଳୀ ତରଫରୁ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଧୂମାବତୀ ଛକ ସ୍ଥିତ ହୋଟେଲ ଗାଲେକ୍ସି ରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି |. ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ସୌମେନ୍ଦ୍ର ଜେନା , ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ | ଏହି ସମ୍ମିଳନୀ ରେ ଏସ ଆଇ ଆର (SIR ) ତଥା ମତଦାତା ତାଲିକାର ଶୁଦ୍ଧତା , ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକର ବିଶ୍ୱସନୀୟତା , ସାମ୍ବିଧାନିକ ମୂଲ୍ୟବୋଧ ଓ ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କ ରେ ଓ ବିରୋଧୀ ଦଳ ର ମିଥ୍ୟା ରାଜନୈତିକ ଏଜେଣ୍ଡା ତଥା ଦୋମୁହାଁ ମାନଦଣ୍ଡ କୁ ଉଜାଗର କରିବା ଏବଂ ଭାରତ ର ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡିକ ର ପ୍ରତି ଜନ ସାଧାରଣ ଙ୍କ ବିଶ୍ୱାସ କୁ ସୁଦୃଢ କରିବା ପାଇଁ ବିଶେଷ ଭାବ ରେ ଏହି ସମ୍ମିଳନୀ ରେ ଆଲୋଚନା କରାଯାଇଥିଲା. |.ଏହି ସମ୍ମିଳନୀ ରେ ବହୁ ସଂଖ୍ୟା ରେ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ | ବୁଦ୍ଧିଜୀବୀ ମାନଙ୍କ ମଧ୍ୟ ରେ ଡ଼. ବିଚିତ୍ରାନନ୍ଦ ସ୍ୱାଇଁ , ଅବସରପ୍ରାପ୍ତ ଡିଏସପି ଆଦିକନ୍ଦ ବିହାରୀ , ସାହିତ୍ୟିକ ଦିବ୍ୟଜ୍ୟୋତି ପାଣି , ସମାଜସେବକ ଶରତ ଚନ୍ଦ୍ର ଖୁଣ୍ଟିଆ , ଶିକ୍ଷାବିତ ରବୀନ୍ଦ୍ର କୁମାର ସାହୁ , ଉଦ୍ୟୋଗପତି ନିର୍ମଳ କୁମାର ରାଉତ , ଅଧିବକ୍ତା ଚନ୍ଦ୍ର ପ୍ରକାଶ ପଟ୍ଟନାୟକ , କୃଷକ ନେତା ରମେଶ ଚନ୍ଦ୍ର ମହାରଣା , ଅବସରପ୍ରାପ୍ତ ସୈନିକ ଅଶ୍ୱନୀ ମହାକୁଡ଼ ସମେତ ବହୁ ସଂଖ୍ୟା ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ | ଅନ୍ୟମାନଙ୍କ ମଧ୍ୟ ରେ ବିଜେପି ଜିଲ୍ଲା ଉପସଭାପତି ଭାଗିରଥି ଦଳାଇ, ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ , ଜିଲ୍ଲା କାର୍ଯ୍ୟ କାରିଣୀସଦସ୍ୟ ଅଜିତ କୁମାର ସୁବୁଦ୍ଧିରାୟ , ରଶ୍ମି ରଞ୍ଜନ ପ୍ରଧାନ , ପୂର୍ବତନ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ହୋତା , ଇନ୍ଦ୍ରାଣୀପାଟଣା ମଣ୍ଡଳ ସଭାପତି ଦାମୋଦର ନାୟକ , ଚୌଦ୍ୱାର ମଣ୍ଡଳ ସଭାପତି ମମତା ବେହେରା , ନୂଆବଜାର ମଣ୍ଡଳ ସଭାପତି ଅନିଲ ଦଳାଇ , ମହାନଦୀ ମଣ୍ଡଳ ସଭାପତି ପ୍ରସାରଜ୍ୟୋତି କୁମାର , ବାଘମଙ୍ଗଳା ସଭାପତି ସ୍ମୃତି ବିଶ୍ୱାଳ , ପାର୍ଷଦ ଦୀପକ କୁମାର ଦାସ , ଗୋପାଳ ବେହେରା , ଇଂ . ସୁଜାତା ସାହୁ , ସରିତା ଶୁକ୍ଲା, ମଣ୍ଡଳ କୋଷାଧ୍ୟକ୍ଷ ଅମୁଲ୍ୟ ଦାସ , ମଣ୍ଡଳ ପ୍ରଭାରୀ ସନ୍ତୋଷ କୁମାର ସାହୁ , ମହେନ୍ଦ୍ର ମହାନ୍ତି , ପୂର୍ବତନ ମଣ୍ଡଳ ସଭାପତି ଅକ୍ଷୟ କୁମାର ଭୂୟାଁ , ଧୀର ପ୍ରସାଦ ମହାନ୍ତି , ଗୋଡି ପାଟଣା ଶାନ୍ତି କମିଟି ସଭାପତି ହୃଷିକେଶ ଭୂୟାଁ ପ୍ରମୁଖ ଙ୍କ ସହ ବହୁ ସଂଖ୍ୟା ରେ ବୁଦ୍ଧିଜୀବୀ ଏବଂ କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରିଥିଲେ |