More News

ନିର୍ବାଚନୀ ଅଖଣ୍ଡତାର ତ୍ରିସୂତ୍ର: ତଥ୍ୟ, ସ୍ବଚ୍ଛତା ଓ ଜନ‌ଭାଗୀଦାରି. |

କଟକ ( ଉତ୍କଳ ନ୍ୟୁଜ ) ୧୪ -୧୦-୨୬ : ନିର୍ବାଚନ ବ୍ୟବସ୍ଥାର ଅଖଣ୍ଡତା କେବଳ ନିର୍ବାଚନର ସୁଚାରୁ ପରିଚାଳନା ଉପରେ ନିର୍ଭରଶୀଳ ନୁହେଁ; ବରଂ ଭୋଟର ତାଲିକାର ପ୍ରସ୍ତୁତି, ସଂଶୋଧନ ଓ ଚୂଡ଼ାନ୍ତ ପ୍ରକାଶନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କର ସ୍ପଷ୍ଟ ବୁଝାମଣା ଓ ବିଶ୍ବାସ ମଧ୍ୟ ଏହାର ଏକ ମୁଖ୍ୟ ଆଧାର। SIRକୁ ନେଇ ସାମ୍ପ୍ରତିକ ସାର୍ବଜନୀନ ବିତର୍କ ଡ୍ରାଫ୍ଟ ପର୍ଯ୍ୟାୟର ସୂଚନା ଓ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରକାଶିତ ସଂଖ୍ୟା ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ ଭାବେ ବୁଝିବାରେ ସାହାଯ୍ୟ କରିଛି । ଏକ ଦାବି ବ୍ୟାପକ ଭାବେ ପ୍ରଚାରିତ ହେଉଛି ଯେ SIR ପ୍ରକ୍ରିୟା ମାଧ୍ଯମରେ ୧୩ କୋଟି ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରୁ ବାଦ ଦିଆଯାଇଛି । ତେବେ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଏହି ସଂଖ୍ୟା ଡ୍ରାଫ୍ଟ ପର୍ଯ୍ୟାୟରେ ବିଭିନ୍ନ ବର୍ଗ ସମ୍ବନ୍ଧିତ ଅଟେ, ଯେଉଁଥିରେ ପ୍ରାୟ ୨.୮ କୋଟି ମୃତ ଭୋଟର, ୩ କୋଟି ଅନୁପସ୍ଥିତ କିମ୍ବା ଅନ୍ଵେଷଣଯୋଗ୍ୟ ଭୋଟର, ୬.୩ କୋଟି ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଭୋଟର ଏବଂ ୧ କୋଟି ଏକାଧିକ ନାମଲେଖା ଥିବା ଭୋଟର ଅନ୍ତର୍ଭୁକ୍ତ । ତେଣୁ ଏହି ଡ୍ରାଫ୍ଟ-ଷ୍ଟେଜ୍ ବର୍ଗୀକରଣକୁ ସିଧାସଳଖ ୧୩ କୋଟି ଚୂଡ଼ାନ୍ତ ଭାବେ ବାଦ ପଡ଼ିଥ‌ିବା ଭୋଟରଙ୍କ ସହ ସମାନ କରିବା ଠିକ୍ ନୁହେଁ । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପୂର୍ବରୁ ଯାଞ୍ଚ, ଦାବି ଓ ଆପରି ଦାଖଲ, ସେଗୁଡ଼ିକର ନିରାକରଣ ଏବଂ ଚୂଡ଼ାନ୍ତକରଣ ଭଳି ପ୍ରକ୍ରିୟା ଜାରି ରହିଥାଏ ।ଭାରତର ନିର୍ବାଚନୀ ଇତିହାସ ଦର୍ଶାଏ ଯେ ନିର୍ବାଚନୀ ପ୍ରତିଷ୍ଠାନର ବିଶ୍ବସନୀୟତା ଗୋଟିଏ ଦିନ ଗଢ଼ି ଉଠେ ନାହିଁ; ଏହା ଦୀର୍ଘ ସମୟ ଧରି ପ୍ରତିଷ୍ଠାନଗତ ପ୍ରଥା, ଦାୟିତ୍ବବୋଧ ଓ ଆଇନଗତ କ୍ଷମତାର ପ୍ରୟୋଗ ମାଧ୍ୟମରେ ଗଢ଼ିଉଠିଥାଏ । ୧୯୯୦ ଦଶକରେ ଟି.ଏନ୍. ଶେଷନଙ୍କ କାର୍ଯ୍ୟକାଳ ନିର୍ବାଚନ କମିଶନଙ୍କ ବିଦ୍ୟମାନ କ୍ଷମତାର ଅଧୂକ ଦୃଢ଼ ପ୍ରୟୋଗ ପାଇଁ ବିଶେଷ ଭାବେ ସ୍ମରଣୀୟ। ଏହି ସମୟରେ ଆଦର୍ଶ ଆଚରଣ ସଂହିତାର କଠୋର ପ୍ରୟୋଗ ସହିତ କମିଶନର ଭୂମିକା ମଧ୍ଯ ସାର୍ବଜନୀନ ଭାବେ ଅଧ‌ିକ ଦୃଶ୍ୟମାନ ହୋଇଥିଲା । ଏହି ପର୍ଯ୍ୟାୟର ଗୁରୁତ୍ୱ କେବଳ କମିଶନ ନିଜ କ୍ଷମତାକୁ ଅଧୂକ ସକ୍ରିୟ ଭାବେ ପ୍ରୟୋଗ କରିଥୁବାରେ ସୀମିତ ନଥୁଲା; ବରଂ ନାଗରିକମାନେ କ୍ରମାଗତ ଭାବରେ ଏହାକୁ ଏପରି ଏକ ସଂସ୍ଥା ଭାବରେ ଦେଖୁଥିଲେ ଯାହା ରାଜନୈତିକ ଚାପରୁ ମୁକ୍ତ ରହି ସ୍ବାଧୀନ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ଥିଲା । ନିର୍ବାଚନୀ ତଥ୍ୟ, ପ୍ରଶାସନିକ ନିଷ୍ପଭି ଓ ବୈଷୟିକ ପ୍ରକ୍ରିୟା ମଧ୍ଯ ଅତ୍ୟନ୍ତ ସହଜରେ ଏକ ଶିରୋନାମା, ସଂକ୍ଷିପ୍ତ ପୋଷ୍ଟ କିମ୍ବା କ୍ଷୁଦ୍ର ଭିଡିଓରେ ସୀମିତ ହୋଇପାରେ I ନିର୍ବାଚନ କମିଶନଙ୍କ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ଦାବି, ପ୍ରସ୍ତାବିତ ଅନ୍ତର୍ଭୁକ୍ତି କିମ୍ବା ବାଦ ଦେବା ବିରୋଧରେ ଆପରି, ଏବଂ ବାସସ୍ଥାନ ସଂଶୋଧନ କିମ୍ବା ସ୍ଥାନାନ୍ତର ସମ୍ପର୍କିତ ଆବେଦନ-ଏସବୁକୁ ପୃଥକ ପ୍ରକ୍ରିୟା ଓ ଶ୍ରେଣୀ ଭାବେ ବିଚାର କରାଯାଏ I ତେଣୁ, ଏହି ଭିନ୍ନ ପ୍ରକ୍ରିୟାଗତ ଶ୍ରେଣୀଗୁଡ଼ିକୁ ଏକାଠି କରି ଦେଖୁବା ପରିବର୍ଭେ, ପ୍ରତ୍ୟେକ ସଂଖ୍ୟାର ପ୍ରଶାସନିକ ଅର୍ଥ ଓ ପ୍ରକ୍ରିୟାଗତ ପରିପ୍ରେକ୍ଷିତକୁ ବୁଝିବା ଅଧୂକ ଗୁରୁତ୍ବପୂର୍ଣ୍ଣ ।କମିଶନଙ୍କ ସାମ୍ବିଧାନିକ ସ୍ଥିତି ତାଙ୍କର ନିର୍ଦ୍ଦେଶ ଓ ନିଷ୍ପଭିକୁ ବୈଧତା ପ୍ରଦାନ କରେ; କିନ୍ତୁ ଜନସାଧାରଣଙ୍କ ବିଶ୍ବାସ ସେତେବେଳେ ଅଧିକ ଦୃଢ଼ ହୁଏ, ଯେତେବେଳେ ସେହି ନିର୍ଦ୍ଦେଶ ଓ ନିଷ୍ପଭିଗୁଡ଼ିକ ସ୍ବଚ୍ଛ ଭାବେ କାର୍ଯ୍ୟକାରୀ ହୁଏ, ସେଗୁଡ଼ିକର ଯୁକ୍ତି ଓ ପ୍ରକ୍ରିୟା ସାଧାରଣ ଲୋକଙ୍କ ପାଇଁ ବୋଧଗମ୍ୟ ହୁଏ ଏବଂ ସ୍ଵାଧୀନ ଭାବେ ଯାଞ୍ଚ କରିବାର ସୁଯୋଗ ରହେ । ଅର୍ଥାତ୍ ପ୍ରତିଷ୍ଠାନଗତ ବୈଧତା ସହିତ ସ୍ବଚ୍ଛତା, ଜବାବଦେହିତା ଓ ବୋଧଗମ୍ୟତା ମଧ୍ୟ ଜନବିଶ୍ଵାସର ମୁଖ୍ୟ ଆଧାର | ଏପରି ସ୍ବଚ୍ଛ ଓ ସୁସଙ୍ଗତ ଯୋଗାଯୋଗ ମାଧ୍ୟମରେ ତଥ୍ୟର ଭୁଲ ବ୍ୟାଖ୍ୟାର ସମ୍ଭାବନା କମିବା ସ‌ହିତ ଜନସାଧାରଣଙ୍କ ପାଇଁ ନିର୍ବାଚନୀ ପ୍ରକ୍ରିୟାକୁ ବୁଝିବା ମଧ୍ୟ ସହଜ ।ତ୍ରୁଟିର ପରିଚାଳନା କ୍ଷେତ୍ରରେ ମଧ୍ୟ ସମାନ ନୀତି ପ୍ରଯୁଜ୍ୟ । ଭାରତ ଭଳି ବିଶାଳ ଓ ଜଟିଳ ଦେଶରେ ଏକ ବ୍ୟାପକ ନିର୍ବାଚନୀ ପ୍ରକ୍ରିୟା ପରିଚାଳନା କରୁଥିବା ପ୍ରତିଷ୍ଠାନ ତ୍ରୁଟି, ବାଦ ପଡ଼ିବା ଏବଂ ବିବାଦ ଭଳି ପରିସ୍ଥିତିର ସମ୍ମୁଖୀନ ହେବା ସ୍ଵାଭାବିକ । ପ୍ରତିଷ୍ଠାନଗତ ବିଶ୍ୱସନୀୟତାର ଅର୍ଥ ଏପରି ସମସ୍ୟା କେବେ ଘଟିବ ନାହିଁ ବୋଲି ଦାବି କରିବା ନୁହେଁ; ବରଂ ଏହା ପ୍ରମାଣ କରିବା ଯେ ସ୍ପଷ୍ଟ ଓ ପ୍ରତିଷ୍ଠିତ ପ୍ରକ୍ରିୟା ମାଧ୍ଯମରେ ତ୍ରୁଟିକୁ ଚିହ୍ନଟ, ସଂଶୋଧନ ଏବଂ ତାହା ପାଇଁ ଜବାବଦେହିତା ନିର୍ଦ୍ଧାରଣ କରାଯାଇପାରେ । ବରଂ, ଏହା ଏକ ଏପରି ଯୁକ୍ତିସଙ୍ଗତ ଆତ୍ମବିଶ୍ବାସ, ଯେ ପ୍ରତିଷ୍ଠାନର ନିଜ ଦାୟିତ୍ବ ପାଳନ କରିବାର ବୈଧ କ୍ଷମତା ରହିଛି, ତ୍ରୁଟି ଚିହ୍ନଟ ଓ ସଂଶୋଧନ ପାଇଁ ପ୍ରତିଷ୍ଠିତ ପ୍ରକ୍ରିୟା ରହିଛି, ଏବଂ ନିଜର ନିଷ୍ପଭି ଓ କାର୍ଯ୍ୟପଦ୍ଧତିକୁ ସ୍ପଷ୍ଟ ଭାବେ ବ୍ୟାଖ୍ୟା ଓ ସାର୍ବଜନୀନ ଯାଞ୍ଚ ପାଇଁ ଉପଲବ୍ଧ କରାଇବାରେ ଏହା ପ୍ରସ୍ତୁତ। ଏହି ଅର୍ଥରେ, ଜନବିଶ୍ବାସ ଅନ୍ଧ ସମର୍ଥନ ଉପରେ ନୁହେଁ, ବରଂ ସ୍ବଚ୍ଛତା, ଜବାବଦେହିତା ଓ ପ୍ରତିଷ୍ଠାନଗତ ପ୍ରକ୍ରିୟାର ବିଶ୍ବସନୀୟତା ଉପରେ ଆଧାରିତ । ହାଦିଆ ପରବିନ୍ ଇସଲାମିକ୍ ସ୍କଲାର୍
Read More ...

ଏସଆଇଆରରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରଙ୍କୁ ତାଲିକାରେ ସାମିଲ ପାଇଁ ସୁଯୋଗ। ଅକ୍ଟୋବର ୭, ୮ ଓ ୯ରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ |

କଟକ (ଉତ୍କଳ ନ୍ୟୁଜ ) ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଠାରୁ ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଅକ୍ଟୋବର ୭, ୮ ଓ ୯ ତାରିଖରେ ଏହି ସ୍ୱତନ୍ତ୍ର ଅଭିଯାନ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏସଆଇଆର ପ୍ରକ୍ରିୟାରେ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁନଃ ଭୋଟର ତାଲିକାରେ ସାମିଲ କରିବା ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା। ଯେଉଁ ଯୁବକ-ଯୁବତୀମାନେ ୦୧.୧୦.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନେ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ନିଜ ବୁଥ ସ୍ତରୀୟ ଅଧିକାରୀ ଙ୍କ ନିକଟରେ ଆବେଦନ କରିପାରିବେ। ଏଥିସହିତ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ। ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରମାନଙ୍କ ସମ୍ପର୍କିତ ତାଲିକା ସମ୍ପୃକ୍ତ ଜିଲ୍ଲା ଏବଂ CEO Odishaଙ୍କ ୱେବସାଇଟରେ ଉପଲବ୍ଧ କରାଯିବ। ଏହି ତାଲିକା ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରିବା ଓ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ଏଥିରେ ବାଦ୍ ପଡିଥାଏ  ତେବେ ତାହା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ସୁଯୋଗ ରହିବ। ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ସମ୍ପର୍କିତ ତାଲିକା ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଦାନ କରାଯିବ। ରାଜନୈତିକ ଦଳର ପ୍ରତିନିଧିମାନେ ତାଲିକାକୁ ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଏହା ମାଧ୍ୟମରେ ଭୋଟର ତାଲିକାରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସୁନିଶ୍ଚିତ କରିବା ସହ ଅଯୋଗ୍ୟ କିମ୍ବା ଅସଙ୍ଗତ ଏଣ୍ଟ୍ରି ଚିହ୍ନଟ ଓ ସଂଶୋଧନ କରିବାରେ ସହାୟତା ମିଳିବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶାନୁଯାୟୀ, ଜିଲ୍ଲାସ୍ତରରେ ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀ ଙ୍କୁ ବାଦ୍ ପଡିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ସମ୍ପର୍କରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବି ଏଲ ଓ ମାନଙ୍କୁ ନିଜ ନିଜ ଅଧୀନସ୍ଥ ଅଞ୍ଚଳରେ ଭୋଟର ତାଲିକାରେ ବାଦ୍ ପଡିଥିବା ଯୋଗ୍ୟ ଭୋଟର ନାମ ଓ ନୂତନ ଯୁବ ଭୋଟର ଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ନାମ ଯୋଡ଼ିବାକୁ ଇଚ୍ଛୁକ ଯୋଗ୍ୟ ଭୋଟରମାନେ ନିଜ ନିଜ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲଓ) ଙ୍କ ସହ ଯୋଗାଯୋଗ କରି ଆବେଦନ ପ୍ରକ୍ରିୟା ସମ୍ପର୍କରେ ସହାୟତା ନେଇପାରିବେ। ବୁଥ ସ୍ତରୀୟ ଅଧିକାରୀମାନେ ଯୋଗ୍ୟ ଭୋଟରଙ୍କୁ ଆବେଦନ ଦାଖଲ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ସହଯୋଗ ପ୍ରଦାନ କରିବେ। ତେଣୁ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ରେ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର, ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟର ଏବଂ ଭୋଟର ତାଲିକାରେ ନିଜ ନାମ ସାମିଲ କରିବାକୁ ଯୋଗ୍ୟ ସମସ୍ତ ବ୍ୟକ୍ତି ଅକ୍ଟୋବର ୭, ୮ ଓ ୯ ତାରିଖରେ ଆୟୋଜିତ ସ୍ୱତନ୍ତ୍ର ଅଭିଯାନର ସୁଯୋଗ ନେଇ ଫର୍ମ-୬ ମାଧ୍ୟମରେ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି।ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ, ସମାବେଶୀ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।
Read More ...

ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମର ନେତୃତ୍ୱ ନିଅନ୍ତୁ ଯୁବପିଢ଼ି: ରାଜ୍ୟପାଳ

ଭୁବନେଶ୍ୱର, ( ୦୨-୧୦-୨୬) : ଆର୍ଥିକ ବିକାଶ ଓ ପରିବେଶ ସୁରକ୍ଷା ପରସ୍ପର ପରିପୂରକ ହେବା ଆବଶ୍ୟକ। ଏଥିପାଇଁ ସ୍ୱଚ୍ଛ, ସ୍ମାର୍ଟ ଓ ଜଳବାୟୁ-ସହନଶୀଳ ବିକାଶ ମଡେଲ ଆପଣାଇବାକୁ ପଡ଼ିବ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଶୁକ୍ରବାର ଉତ୍କଳ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ତୃତୀୟ ‘ଆର୍ଥ ଏଗେନ୍ କନକ୍ଲେଭ୍-୨୦୨୬’ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଆଉ ଦୂର ଭବିଷ୍ୟତର ଚେତାବନୀ ହୋଇ ରହିନାହିଁ। ଅନିୟମିତ ବର୍ଷା, ବଢ଼ୁଥିବା ତାପମାତ୍ରା ଓ ଅନିୟମିତ ପାଣିପାଗ ଘଟଣା ଏବେ କୃଷି, ଜଳସମ୍ପଦ, ସ୍ୱାସ୍ଥ୍ୟ ଓ ଜୀବିକାକୁ ପ୍ରଭାବିତ କରୁଛି। ‘ଜେନ୍ ସି-ଜେନେରେସନ୍ କ୍ଲାଇମେଟ୍’ ବିଷୟବସ୍ତୁ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ଜଳବାୟୁ ଅନୁକୂଳ କାର୍ଯ୍ୟକ୍ରମର ଦୂତ ହେବା ସହ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବାକୁ ସେ ଆହ୍ୱାନ ଦେଇଥିଲେ। ଶିଳ୍ପ କ୍ଷେତ୍ର ନିଯୁକ୍ତି, ଜୀବିକା ଓ ଆର୍ଥିକ ବିକାଶ ପାଇଁ ଅତ୍ୟାବଶ୍ୟକ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ପରିବେଶ ପ୍ରତି ଅଧିକ ଦାୟିତ୍ୱଶୀଳ ହୋଇ ବିକାଶକୁ ଆଗେଇ ନେବା ଦରକାର। ପ୍ରଦୂଷଣ ହ୍ରାସ, ଶକ୍ତି ଓ ଜଳ ସଂରକ୍ଷଣ, ବର୍ଜ୍ୟବସ୍ତୁ ହ୍ରାସ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା କରୁଥିବା ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ପାଇଁ ସେ ଆହ୍ୱାନ ଦେଇଥିଲେ। ଯୁବପିଢ଼ିଙ୍କୁ ବୈଦ୍ୟୁତିକ ଯାନ ଓ ସ୍ୱଚ୍ଛ ପରିବହନ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦେଇ ଲୋକ ଭବନରେ ସ୍ଥାପିତ ୬୩୫ କିଲୋୱାଟ୍‌ର ସୌର ବିଦ୍ୟୁତ୍‌ କେନ୍ଦ୍ର ସମ୍ପର୍କରେ ରାଜ୍ୟପାଳ ଉଲ୍ଲେଖ କରିଥିଲେ। ରାଜ୍ୟପାଳଙ୍କ କାରକେଡ୍‌ରେ ମଧ୍ୟ ବୈଦ୍ୟୁତିକ ଯାନ ବ୍ୟବହାର ଆରମ୍ଭ ହୋଇଥିବା ସେ କହିଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ସୌର ଶକ୍ତି ୟୁନିଟ୍ ସ୍ଥାପନ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅତିକମରେ ଏକ ବର୍ଷ ପାଇଁ ମାଗଣାରେ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ସୁବିଧା ଦେବା ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ରେସ୍କୋ (RESCO) ମଡେଲକୁ ପ୍ରୋତ୍ସାହିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍ ସାର୍ଟିଫିକେସନ୍ ହାସଲ କରିବାକୁ ଆହ୍ୱାନ ଦେବା ସହ “ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇବା” ନୀତିରେ ବର୍ଷସାରା ବୃକ୍ଷରୋପଣ କରିବାକୁ ଯୁବପିଢ଼ିଙ୍କୁ ରାଜ୍ୟପାଳ କହିଥିଲେ। ଲୋକ ଭବନର ଆଇଜିବିସି ଗ୍ରୀନ୍ ସାର୍ଟିଫିକେସନ୍, ସବୁଜିମା ବୃଦ୍ଧି, ପଶୁପକ୍ଷୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ଏବଂ ଜଳ ସଂରକ୍ଷଣ ପାଇଁ ଜଳ ଅମଳ ପ୍ରକଳ୍ପ ଭଳି ପଦକ୍ଷେପର ଉଦାହରଣ ଦେଇଥିଲେ। ସୌର ଶକ୍ତି, ବୈଦ୍ୟୁତିକ ଯାନ, ଜଳ ସଂରକ୍ଷଣ ଓ ବର୍ଜ୍ୟବସ୍ତୁ ହ୍ରାସ ଭଳି ପଦକ୍ଷେପ ଦେଶର ଶକ୍ତି ସୁରକ୍ଷାକୁ ମଧ୍ୟ ମଜବୁତ କରିପାରିବ ବୋଲି ସେ କହିଥିଲେ। ଏହାଦ୍ୱାରା ଆମଦାନି ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବା ସହ ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିବ। ସ୍ୱଚ୍ଛ ଶକ୍ତି ଆପଣାଇବା ପାଇଁ ସରକାରଙ୍କ ସବସିଡି ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ରାଜ୍ୟପାଳ ଉଲ୍ଲେଖ କରିଥିଲେ। ପୃଥିବୀକୁ ବଞ୍ଚାଇବାକୁ ହେଲେ ପ୍ରଥମ ପଦକ୍ଷେପ ନିଜ ଘରୁ ଆରମ୍ଭ ହେଉ ବୋଲି ରାଜ୍ୟପାଳ କହିଥିଲେ। ପରିବେଶ ସଚେତନତା ସୃଷ୍ଟି ପାଇଁ ମୁଦ୍ରିତ, ଟେଲିଭିଜନ୍, ରେଡିଓ ଓ ଡିଜିଟାଲ୍ ପ୍ଲାଟଫର୍ମ ସହ କ୍ଲାଇମେଟ୍ ପଞ୍ଚାୟତ, ଗ୍ରୀନ୍ କ୍ୟାମ୍ପସ୍ , ଯୁବ ସମ୍ପୃକ୍ତି ଓ ପରିବେଶ ବିଧାନସଭା ଭଳି କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ସମ୍ବାଦ ଗ୍ରୁପ୍‌କୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟର ମହାନିର୍ଦ୍ଦେଶିକା ସୁନୀତା ନାରାୟଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ସିଏମ୍‌ଡି ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ସମ୍ବାଦ ଓ କନକ ନ୍ୟୁଜ୍‌ର ସମ୍ପାଦିକା ତନୟା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
Read More ...

ଓଡ଼ିଶା ରାଜ୍ୟପାଳଙ୍କୁ ସୌଜନମୂଳକ ସାକ୍ଷାତ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ |

କଟକ ( ଉତ୍କଳ ନ୍ୟୁଜ ). ୨୨-୯-୨୬ : ୨୧ ସେପ୍ଟେମ୍ବର: ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ ସୋମବାର ଦିନ ଲୋକଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାର ସମୟରେ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ଦୀର୍ଘଦିନର ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ବିଷୟରେ ଆଲୋଚନା ହେବା ସହିତ ବିଭିନ୍ନ କ୍ଷେତ୍ରରେ ବିକାଶ ତଥା ସହଯୋଗ ସମ୍ପର୍କରେ ମତାମତ ବିନିମୟ ହୋଇଥିଲା। ଏହି ଅବସରରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଏଥି ସହିତ ଦୁଇ ରାଜ୍ୟ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଏବଂ ସହଯୋଗ ତଥା ସାମୂହିକ ବିକାଶ ଲକ୍ଷ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ସମନ୍ୱୟ ଉପରେ ମଧ୍ୟ ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଥିଲା। ସାକ୍ଷାତକାର ସମୟରେ ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପରସ୍ପରକୁ ଉପହାର ମଧ୍ୟ ପ୍ରଦାନ କରିଥିଲେ।

Read More ...

ୟୁଥ୍ ରେଡ୍ କ୍ରସର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ କଟକ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ |

କଟକ ( ଉତ୍କଳ ନ୍ୟୁଜ ) ୧୯-୦୯-୨୬ : କଟକ ଜିଲ୍ଲା ଯୁବ ରେଡକ୍ରସ କାର୍ଯ୍ୟକାରିଣୀ ବୈଠକ ଷ୍ଟି୍ୱାର୍ଟ ବିଜ୍ଞାନ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଛି l ସର୍ବପ୍ରଥମେ ମହାବିଦ୍ୟାଳୟର ଅଧ୍ୟକ୍ଷl ଡ଼ଃ ଦୀପା ନାଗ ରେଡକ୍ରସ ପତାକା ଉତ୍ତୋଳନ କରି ସମସ୍ତ ପରାମର୍ଶଦାତା, କଟକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଓ ଯୁବ ରେଡକ୍ରସର ସ୍ବେଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ l ଏହାପରେ କଲେଜ ସଭାଗୃହରେ ଅଧ୍ୟକ୍ଷ୍ୟlଙ୍କ ସଭାପତିତ୍ୱରେ ଉଦଘାଟନୀ ସଭା ଆୟୋଜିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜ ସେବା ତଥା ଯୁବ ବିକାଶ ପାଇଁ ଯୁବ ରେଡ଼କ୍ରସର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପl ତ କରିଥିଲେ ଏବଂ ବିଗତ ବର୍ଷ ମାନଙ୍କରେ କଟକ ଜିଲ୍ଲାର ଏ କ୍ଷେତ୍ରରେ ଅବଦାନକୁ ପ୍ରଶଂଶା କରିଥିଲେ l
ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟର ପରିଚଳନl ସମିତି ସଭାପତି ଶ୍ରୀଯୁକ୍ତ ସମରେନ୍ଦ୍ର ପରମାଣିକ, କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଉମାକାନ୍ତ ସାହୁ, କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର ନିର୍ଦେଶକ ଡ଼ଃ ଚନ୍ଦ୍ରିକା ପ୍ରସାଦ ଦାସ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପୁଷ୍ପଶ୍ରୀ ସଂଡ଼ିଲ ଓ ଯୁବ ରେଡ଼କ୍ରସ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ମିଶ୍ର ଯୋଗ ଦେଇ ପ୍ରାକୃତିକ ବିପର୍ଯୟ ପରିଚାଳନା, ପ୍ରାଥମିକ ସହାୟତା, ରକ୍ତଦାନ, ଏଚ. ଆଇ. ଭି. ଏଡ଼ସ ସଚେତନତା, ସାମାଜିକ ସେବା ଇତ୍ୟାଦି କ୍ଷେତ୍ରରେ ଯୁବ ରେଡ଼କ୍ରସର ପରାମର୍ଶଦlତl ଓ ସ୍ବେଛାସେବୀ ମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିବା ସହିତ କଟକ ଜିଲ୍ଲା ଯୁବ ରେଡକ୍ରସର ସମସ୍ତ କ୍ଷେତ୍ରରେ ଅବଦାନକୁ ପ୍ରଶଂସା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯୨ ଜଣ ପରାମର୍ଶଦାତା ଓ ୧୫ ଜଣ ଅଧ୍ୟକ୍ଷ ଯୋଗଦେଇ ଆଗାମୀ ବର୍ଷରେ କଟକ ଜିଲ୍ଲାର ଯୁବ ରେଡ଼କ୍ରସ କିପରି ତାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିପାରିବ ସେଉପରେ ସେମାନଙ୍କ ମତାମତ ଦେଇଥିଲେ l ବିଗତ ବର୍ଷର ରେଡକ୍ରସର ସଫଳତା ପାଇଁ ଅଧ୍ୟକ୍ଷ ଓ ପରାମର୍ଶଦାତା ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ l
ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଜିଲ୍ଲା ଅବାହିକା ଡ଼ଃ ସସ୍ମିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ସଭାକୁ ଯୁବ ରେଡକ୍ରସ ସ୍ବେଛାସେବୀ ଭାଗ୍ୟଶ୍ରୀ ପ୍ରିୟଦର୍ଶିନୀ ସଭାମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟ ସ୍ବେଛାସେବୀମାନେ ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ କରିବାପାଇଁ ସହାୟତା ପ୍ରଦାନ କରିଥିଲେ l

Read More ...

ତଳଗୋପବିନ୍ଧାରେ ଭାଙ୍ଗିଲା ୬୦ ଫଟ୍‌ର ନାଳିଆ ଆଡିବନ୍ଧ |

କଟକ ( ଉତ୍କଳ ନ୍ୟୁଜ ) ୨୦-୦୮-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳଗୋପବିନ୍ଧା ପଞ୍ଚାୟତ ଅଧିନ ମାତ୍ତଗଜପୁର ଗ୍ରାମ ନିକଟରେଥିବା ସାଳନ୍ଦୀ ନଦୀର ଶାଖା ନାଳିଆ ନଈରେ ଆଡିବନ୍ଧ ଭାଙ୍ଗି ଯାଇଛି । ଫଳରେ ନଈରେ ୬୦ଫୁଟ ଓସାରର ଘାଇ ସୃଷ୍ଟି ହୋଇ ବନ୍ୟାପାଣି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପ୍ରବେଶ କରିଛି । ପ୍ରାୟ ୬ହଜାର ଲୋକ ପାଣି ଘେରରେ ରହିଥିବା ଜଣା ଯାଇଛି । ଖବର ପାଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାତିରେ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କିପରି ନଦୀର ସ୍ରୋତକୁ ରୋକି ହେବ ସେଦିଗରେ ଉଦ୍ୟମ କରିବାକୁ ସାଳନ୍ଦୀ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁଙ୍କୁ ପରାମର୍ଶ ଦେଇଥିଲେ । ଯନ୍ତ୍ରୀ ଶ୍ରୀ ସାହୁଙ୍କ ସମେତ ବିଭାଗୀୟ ଉପଖଣ୍ଡ ଅଧିକାରୀ ପ୍ରଦୀପ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ପଦ୍ମପ୍ରିୟ ସାମଲ ଘାଇରେ ସ୍ରୋତକୁ ବାଲିବସ୍ତା ସହାୟତାରେ ରୋକିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ନଦୀର ପ୍ରଖର ସ୍ରୋତରେ ବାଲିବସ୍ତା ଭାସି ଯିବାରୁ ନଈରେ ବନ୍ଧ ବାନ୍ଧିବାକୁ ସକ୍ଷମ ହୋଇ ପାରିନଥିଲେ । ବିଭାଗୀୟ ଯନ୍ତ୍ରୀମାନେ ସ୍ରୋତ କମିଲେ ଘାଇ ମରାମତି କରିବେ ବୋଲି କହିଥିଲେ । ନାଳିଆ ନଈରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହେବା ଫଳରେ ତଳଗୋପବିନ୍ଧା ପଞ୍ଚାୟତର ତଳଗୋପ, ହଟନଗର, ନିଶ୍ଚନ୍ତା, ମାତ୍ତଗଜପୁର, ନାଥପଡ଼ା, ନରସିଂହପୁର, ମାଙ୍କଡ଼କୋଲା, ମିରିପୁର, ପାଇକସାହି, ଖଟୁଆସାହି ପ୍ରମୁଖ ଗ୍ରାମ ଜଳମଗ୍ନ ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଆଲିଆ ମୀର: ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ |

କଟକ ( ଉତ୍କଳ ନ୍ୟୁଜ ) ୨୧-୦୮-୨୦୨୬ ଛୋଟବେଳୁ ପଶୁ ପକ୍ଷୀଙ୍କ ପ୍ରତି ଥିବା ଭଲପାଇବା ଏବଂ କିଛି ପାରିପାର୍ଶିକ ଘଟଣା ପାଇଁ ଆଲିଆ ମୀର ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିବା ଦିଗରେ କାର୍ଯ୍ୟ କରିବା ପାଇଁ ମନସ୍ଥ କରିଥିଲେ । ପରବର୍ତି ସମୟରେ ଲିଙ୍ଗଭିଭିକ ପକ୍ଷପାତ ଓ ସାମାଜିକ ପ୍ରତିବନ୍ଧକତାକୁ ଅତିକ୍ରମ କରି ସେ ଶହ ଶହ ବନ୍ୟଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି, ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ବାର୍ଭା ପ୍ରଚାର କରି ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି, ଯାହା ତାଙ୍କୁ ନିଜ ଲକ୍ଷ୍ୟ ଦିଗରେ ସଫଳତା ପାଇବା ସହିତ ଜାମ୍ମୁ ଓ କାଶ୍ମୀରର ପ୍ରଥମ ମହିଳା ବନ୍ୟଜନ୍ତୁ ଉଦ୍ଧାରକାରୀ ଭାବରେ ପରିଚୟ ଆଲିଆ ମୀର କୁହନ୍ତି, "ଆମ ସମାଜ ଏବେ ବି ପୁରୁଷପ୍ରଧାନ, ଯାହା ମହିଳା ମାନଙ୍କୁ ଆଗକୁ ବଢ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ, ବିଶେଷକରି ଏପରି ଏକ ପେଶାରେ, ଯାହାକୁ ଅଧିକାଂଶ ଲୋକ ମହିଳାଙ୍କ ପାଇଁ ଉପଯୁକ୍ତ ବୋଲି ଭାବନ୍ତି ନାହିଁ । ଜଣେ ଉଦ୍ଧାରକାରୀ ଭାବେ କାମ କରୁଥିବା ସମୟରେ ମୋତେ ପ୍ରାୟତଃ ଅଣଦେଖା ଏବଂ ଅପମାନିତ କାରାଯାଇଛି I ମୋର ଏହି ପ୍ରୟାସ ପାଇଁ ଲୋକମାନେ ମତେ ଗୁରୁତ୍ବ ଦେଉନଥିଲେ ଏବଂ ମୋ ପଛରେ ଅନେକ କଟାକ୍ଷ କରି କହୁଥିଲେ ।" ୨୦୦୬ ମସିହା ନଭେମ୍ବର ୧୭ ତାରିଖରେ ଏକ କଳା ଏସିଆଟିକ୍ ଭାଲୁ ଜଙ୍ଗଲରୁ ବାହାରି କାଶ୍ମୀରର ପୁଲୁୱାମା ଜିଲ୍ଲାର ମାଣ୍ଡୋରା ଗାଁ ଭିତରକୁ ପଶି ଆସିଥିଲା । ଶେଷରେ ଉଭ୍ୟକ୍ତ ଲୋକମାନେ ବାଡ଼ି ଓ କାଠ ଦ୍ବାରା ଅସହାୟ ଭାଲୁଟିକୁ ଜୀବନ୍ତ ଜାଳିଦେଇଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣା ଭାଇରାଲ ହେବା ପରେ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଅନେକ ସଂଗଠନ ଏହି ନିର୍ମମ ହତ୍ୟାକୁ ତୀବ୍ର ନିନ୍ଦା କରିଥିଲେ । ସେତେବେଳେ ଦିଲ୍ଲୀରେ ରହୁଥ‌ିବା କାଶ୍ମୀର ମହିଳା ଆଲିଆ ମୀର ଏହି ଭଡ଼ିଓ ଦେଖ୍ ଗଭୀର ଭାବରେ ମର୍ମାହତ ହୋଇଥିଲେ କାରଣ ସେ ଛୋଟବେଳୁ ପଶୁପକ୍ଷୀଙ୍କ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥିଲେ ଏବଂ ଘଟଣାଟି ତାଙ୍କ ନିଜ ରାଜ୍ୟରେ ଘଟିବା ହିଁ ତାଙ୍କୁ ଅଧିକ କଷ୍ଟ ଦେଇଥିଲା । ତାଙ୍କ ବାପା ଆହତ ପଶୁ ପକ୍ଷୀମାନଙ୍କୁ ଖାଇବାକୁ ଦେବା ସହିତ ସେମାନଙ୍କ ଯନ୍ତ୍ର ନେଉଥିଲେ । ଆଲିଆ ଓ ତାଙ୍କ ଭାଇଭଉଣୀମାନେ ଏଥିରେ ସହ‌ଯୋଗ କରୁଥିଲେ, ଯେଉଁଥିପାଇଁ ପଶୁପକ୍ଷୀଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ଓ ମମତା ଜାଗ୍ରତ ହୋଇଥିଲା । ୨୦୦୨ ରେ ତାଙ୍କ ବିବାହ ବନ୍ୟପ୍ରାଣୀ ପଶୁ ଚିକିତ୍ସକ ଡ. ଶବ୍ଦିର ଅହମଦଙ୍କ ସହ ହୋଇଥିଲା । ବିବାହ ପରେ ପଶୁ ପକ୍ଷୀଙ୍କ ପ୍ରତି ତାଙ୍କ ଛୋଟବେଳର ଭଲପାଇବା ଧୀରେ ଧୀରେ ଗଭୀର ଆଗ୍ରହରେ ପରିଣତ ହୋଇଥିଲା ଏବଂ ସେ ଶିକ୍ଷୟତ୍ରୀ ଭାବରେ କାମ କରିବା ସ‌ହିତ Wildlife SOSର ଭେଟେରିନାରୀ ମେଡିକାଲ କ୍ୟମ୍ପରେ ସେଚ୍ଛାସେବୀ ଭାବେ କାମ ଆରମ୍ଭ କରି ତୃଣମୂଳ ସ୍ତରରେ ଅନେକ ବ୍ୟବାହାରିକ ଅଭିଜ୍ଞତା ହାସଲ କରିଥିଲେ । ୨୦୦୬ରେ ଭାଲୁଟିର ନିର୍ମମ ହତ୍ୟା ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା । ଏହି ଘଟଣାରେ ବିଚଳିତ ହୋଇ ସେ ନିଜ ରାଜ୍ୟ କାଶ୍ମୀରକୁ ଫେରି ବନ୍ୟଜନ୍ତୁଙ୍କ. |ସୁରକ୍ଷା ଓ ଉଦ୍ଧାର ପାଇଁ କାମ କରିଥିଲେ । ତାଙ୍କ ସ୍ବାମୀ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ । ବନ୍ୟ ଜନ୍ତୁ ଉଦ୍ଧାରକୁ ନିଜ ଜୀବନର ଲକ୍ଷ୍ୟ କରିବା ପରେ ସେ ନିଜର ବୈଷୟିକ ଜ୍ଞାନକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଡିପ୍ଲୋମା କରିଥିଲେ ଯେଉଁଥିରେ ଆନିମଲ ହେଲଥ୍ ଏବଂ ୱାଇଲଡ୍ ଲାଇଫ୍ କେୟାର ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା । ୨୦୦୭ମସିହାରେ ଆଲିଆ ଦିଲ୍ଲୀରୁ କାଶ୍ମୀର ଫେରିଥିଲେ ଏବଂ Wildlife SOSର ଜାମ୍ମୁ କାଶ୍ମୀରର ପ୍ରକଳ୍ପ ଦାୟିତ୍ବ ଗ୍ରହଣ କରିଥିଲେ । ବର୍ଷ ବର୍ଷ ଧରି ଆଲିଆ ମୀର କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ଶହ ଶହ ସାପ, ଚିତାବାଘ, ଭାଲୁ ଓ ପକ୍ଷୀଙ୍କୁ ଉଦ୍ଧାର କରିଛନ୍ତି । ତାଙ୍କର ସବୁଠାରୁ ଚର୍ଚ୍ଚିତ ସଫଳତା ମଧ୍ୟରୁ ଗୋଟିଏ ଥିଲା ଏକ ଅତ୍ୟନ୍ତ ବିଷାକ୍ତ ଲେବାଣ୍ଟାଇନ୍ ଭାଇପରକୁ ସୁରକ୍ଷିତ ଭାବେ ଧରିବା । ପ୍ରାୟ ଦୁଇ କିଲୋଗ୍ରାମ ଓଜନର ଏହି ସାପଟି ସେତେବେଳର ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା । ଏହା ଆଲିଆ ମୀରଙ୍କୁ ସାରା ଦେଶରେ ପରିଚିତ କରିଥିଲା ଏବଂ ଜାତୀୟସ୍ତରରେ ଖବରର ଶିରୋନାମା ପାଲଟିଥିଲେ । ବର୍ତ୍ତମାନ ଆଲିଆ ମୀର Wildlife SOSର ଜାମ୍ମୁ ଓ କାଶ୍ମୀର ପ୍ରକଳ୍ପର ମୂଖ୍ୟ ଏବଂ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେ ନିୟମିତ ଭାବେ ଗାଁ ଗୁଡ଼ିକୁ ଯାଇ ବନ୍ୟଜନ୍ତୁ ନିକଟସ୍ଥ ଅଞ୍ଚଳରେ ଦେଖାଗଲେ କିପରି ପ୍ରତିକ୍ରିୟା କରିବାକୁ ହେବ, ସେ ବିଷୟରେ ସ୍ଥାନୀୟ ଲୋକଙ୍କୁ ସଚେତନ କରନ୍ତି । ୨୦୨୩ ମସିହା ମାର୍ଚ୍ଚ ମାସରେ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ପାଇଁ ଜାମ୍ମୁ ଓ କାଶ୍ମୀର ସରକାର ତାଙ୍କୁ ସମ୍ମାନଜନକ ୱାଇଲଡଲାଇଫ୍ କନଜରଭେସନ୍ ଆୱାର୍ଡରେ ସମ୍ମାନିତ କରିଥିଲେ । ନିଜର ଦୃଢ଼ ସଂକଳ୍ପ ଓ ଅଦମ୍ୟ ଇଚ୍ଛାଶକ୍ତି ଦ୍ଵାରା ଆଲିଆ ମୀର ପ୍ରମାଣ କରିଛନ୍ତି ଯେ ପାରମ୍ପରିକ ଭାବେ ପୁରୁଷଙ୍କ ପାଇଁ ଉପଯୁକ୍ତ ବୋଲି ଧରାଯାଉଥିବା ବିପଦପୂର୍ଣ୍ଣ ପେଶାଗୁଡ଼ିକୁ ମହିଳାମାନେ ମଧ୍ୟ ସମାନ ଦକ୍ଷତା ଓ ନିଷ୍ଠାର ସହିତ କରିପାରିବେ । (ଆଫ୍ରୋଜ ଖାନ୍ ନିଉ)
Read More ...

ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନିଅନ୍ତୁ: ରାଜ୍ୟପାଳ |

କଟକ ( ଉତ୍କଳ ନ୍ୟୁଜ ). ୧୧-୦୮-୨୦୨୬ : ଅଗଷ୍ଟ ୧୦: ଓଡ଼ିଶାର ଯୁବପିଢ଼ି ଜଳବାୟୁ ସହନଶୀଳତା ଓ ସବୁଜ ବିକାଶର ନେତୃତ୍ୱ ନେବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି I ଏତତବ୍ୟତୀତ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା, ଅକ୍ଷୟ ଶକ୍ତିର ପ୍ରସାର, ସ୍ଥାୟୀ କୃଷି ଓ ରୋଜଗାର ସୃଷ୍ଟି ଦିଗରେ ଯୁବପିଢ଼ି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାଜ୍ୟପାଳ କହିଛନ୍ତି। ସୋମବାର ଦିନ ଜଟଣୀସ୍ଥିତ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଶା କନଫରେନ୍ସ ଅଫ ୟୁଥ (OCOY) ୪.୦ କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି I ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଓଡ଼ିଶାର ଭବିଷ୍ୟତକୁ କେବଳ ଉତ୍ତରାଧିକାର ସୂତ୍ରରେ ନେବାକୁ ଯୁବପିଢ଼ି ଆବଶ୍ୟକ ନୁହେଁ ବରଂ ନିଜ ହାତରେ ଭବିଷ୍ୟତ ଗଢ଼ିବାକୁ ସକ୍ଷମ ଯୁବଶକ୍ତି ଆବଶ୍ୟକ। ରାଜ୍ୟପାଳ କହିଥିଲେ ଯେ, ଗତବର୍ଷ ସମାରୋହରେ ସେ ଯୁବପିଢ଼ିଙ୍କୁ ଜଳବାୟୁ ସହନଶୀଳତାର ନିର୍ମାତା ହେବାକୁ ଆହ୍ୱାନ ଜଣାଇ ଥିଲେ। ଏବେ ସେହି ଆହ୍ୱାନକୁ ଆହୁରି ଆଗକୁ ନେଇ ଯୁବପିଢ଼ିଙ୍କୁ କେବଳ ନୀତିର ନିଷ୍କ୍ରିୟ ଗ୍ରହୀତା ନୁହେଁ, ବରଂ ସମାଧାନର ସ୍ଥପତି ହେବାକୁ ପଡ଼ିବ। ଯୁବପିଢ଼ିଙ୍କ ଶକ୍ତି ଓ ସୃଜନଶୀଳତାକୁ ସକାରାତ୍ମକ କାର୍ଯ୍ୟରେ ବିନିଯୋଗ କରିପାରିଲେ ବିକଶିତ ଭାରତ @୨୦୪୭ ର ଲକ୍ଷ୍ୟ ବାସ୍ତବ ରୂପ ନେବ ବୋଲି ରାଜ୍ୟପାଳ କହିଥିଲେ।ଜଳବାୟୁ ପରିବର୍ତ୍ତନ ଆଉ ଦୂର ଭବିଷ୍ୟତର ଚେତାବନୀ ନୁହେଁ ବୋଲି ଦର୍ଶାଇ ରାଜ୍ୟପାଳ କହିଥିଲେ ଯେ,ଗ୍ରୀଷ୍ମପ୍ରବାହ, ଅନିୟମିତ ବର୍ଷା, ବନ୍ୟା, ବାତ୍ୟା ଓ ସମୁଦ୍ର ପତ୍ତନ ବୃଦ୍ଧି ଚାଷ ଓ ଜୀବିକାକୁ ପ୍ରଭାବିତ କରୁଛି। ତେଣୁ ଜଳବାୟୁ ସହନଶୀଳତା କେବଳ ପରିବେଶ ସୁରକ୍ଷାର ଦାୟିତ୍ୱ ନୁହେଁ, ଏହା ମାନବୀୟ ମର୍ଯ୍ୟାଦା ଓ ଆଗାମୀ ପିଢ଼ି ପ୍ରତି ଦାୟିତ୍ୱ ବୋଲି କହିଥିଲେ। ବାତ୍ୟା ଓ ବନ୍ୟା ମୁକାବିଲାରେ ଓଡ଼ିଶାର ଅଭିଜ୍ଞତା, ଜଙ୍ଗଲ ଓ ଜୈବ ବିବିଧତା ସଂରକ୍ଷଣ ଉଦ୍ୟମ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଏବେ କେବଳ ବିପର୍ଯ୍ୟୟ ପ୍ରସ୍ତୁତିରେ ସୀମିତ ନ ରହି ଜଳବାୟୁ ସହନଶୀଳ ସମୁଦାୟ ଗଠନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଫୁଲବାଣୀରେ ସିଡ୍‌ ବଲ କାର୍ଯ୍ୟକ୍ରମ, ଜଟଣୀ ଓ ଖଲ୍ଲିକୋଟରେ ବୃକ୍ଷରୋପଣ, ପୁରୀରେ ବ୍ଲୁ ଫ୍ଲାଗ ବିଚ ପଦକ୍ଷେପ ଏବଂ ଶିମିଳିପାଳରେ ଜଳବାୟୁ ସଚେତନତା ଭଳି ଯୁବନେତୃତ୍ୱାଧୀନ ପଦକ୍ଷେପ କିପରି ବ୍ୟାପକ ପରିବର୍ତ୍ତନ ଆଣିପାରେ ଏହା ତାହାର ଉଦାହରଣ ବୋଲି ରାଜ୍ୟପାଳ କହିଥିଲେ। ୩-ଆର ନୀତି Reduce, Reuse and ରେଚଞ୍ଚଳେ ର ସହ ‘ମିଶନ ଲାଇଫ ’କୁ ଜୀବନଶୈଳୀର ଅଂଶ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ। Mission 30 by 30 ର ଆହ୍ୱାନ ଦେଇ ରାଜ୍ୟପାଳ ୨୦୩୦ ସୁଦ୍ଧା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜଳବାୟୁ ସହନଶୀଳତା କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଯୁବପିଢ଼ିଙ୍କୁ କହିବା ସହ ସ୍ଥାନୀୟ ଜ୍ଞାନକୌଶଳ ସହ ବିଜ୍ଞାନ ଓ ପ୍ରଯୁକ୍ତିକୁ ଯୋଡ଼ି ଜିଲ୍ଲାଭିତ୍ତିକ ପରିବେଶ ସମସ୍ୟାର ସମାଧାନ ଖୋଜିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ତିନିଦିନିଆ ୟୁଥ୍ ପାର୍ଲାମେଣ୍ଟ ଓ ଜିଲ୍ଲାସ୍ତରୀୟ ଆଲୋଚନାରେ କେବଳ ସମସ୍ୟା ଉପରେ ଚର୍ଚ୍ଚା ନକରି ସମାଧାନର ରୂପରେଖ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଯୁବପିଢ଼ିଙ୍କୁ କହିଥିଲେ।
ଏହି କାର୍ଯ୍ୟକ୍ରମରୁ ଯୁବପିଢ଼ି ସ୍ଥାୟୀତ୍ୱର ଦୂତ, ଜଳବାୟୁ ସହନଶୀଳତାର ଚାମ୍ପିଅନ ଓ ପରିବର୍ତ୍ତନର ପ୍ରତିନିଧି ଭାବେ ଉଭା ହୁଅନ୍ତୁ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ। ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ଏବଂ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ଭାରତର ନିର୍ଭରଶୀଳତା ପ୍ରସଙ୍ଗରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ସ୍ଥାୟୀ ଜୀବନଶୈଳୀ ଭାରତର ଶକ୍ତି ସୁରକ୍ଷା ସହ ଜଡ଼ିତ। ସ୍ଥାୟୀ ଯାତାୟାତକୁ ପ୍ରୋତ୍ସାହନ ଦେବା ସହ ଧୀରେ ଧୀରେ ବୈଦ୍ୟୁତିକ ଯାନ ଆପଣାଇବାକୁ ରାଜ୍ୟପାଳ ଯୁବପିଢ଼ିଙ୍କୁ ଆହ୍ୱାନ ଜଣାଇଥିଲେ। ଏହାଦ୍ୱାରା ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବା ସହ ଶକ୍ତି ସୁରକ୍ଷା ବଢ଼ିବ ଏବଂ ବିଦେଶୀ ମୁଦ୍ରା ଉପରେ ଚାପ ହ୍ରାସ ପାଇବ ବୋଲି ସେ କହିଥିଲେ। ରାଜ୍ୟପାଳଙ୍କ ସରକାରୀ କାରକେଡରେ ବୈଦ୍ୟୁତିକ ଯାନ ସାମିଲ କରାଯାଇଛି ବୋଲି ଉଲ୍ଲେଖ କରିଥିଲେ। ଏହି ଅବସରରେ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟର କୁଳପତି ଡ. ଫାଦର କେ. ଏସ୍. କାସିମିର୍ ଏସ୍‌ଜେ, ନେକ୍ସସ୍ ସିଲେକ୍ଟ ଟ୍ରଷ୍ଟର ଜେନେରାଲ୍ ମ୍ୟାନେଜର ତଥା ESG ଆମ୍ବାସାଡର ହର୍ଷା ଭରଦା, ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସର ମୁଖ୍ୟ ପ୍ରଶାନ୍ତ କୁମାର ଦାଶ ଏବଂ ସମ୍ଭବର ସହ-ପ୍ରତିଷ୍ଠାତା ସାବରମତୀ ଅପା ମଧ୍ୟ ଉଦବୋଧନ ଦେଇଥିଲେ। ୟୁନିସେଫ୍ ଓଡ଼ିଶାର WASH-CCES ବିଶେଷଜ୍ଞ ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ Youth4Water Plusର ନିର୍ଦ୍ଦେଶକ ବ୍ଲୋରିନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Read More ...

ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମ୍ମିଳନୀ |

କଟକ ( ଉତ୍କଳ ନ୍ୟୁଜ ) ୨.୦୭.୨୦୨୬ : ଭାରତ ସରକାରଙ୍କ “ ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ)” ଯୋଜନା ୧ ଜୁଲାଇ ଠାରୁ କାର୍ଯ୍ୟକାରୀ ହୋଇଥିବା ବେଳେ ଏହି ଯୋଜନାର ଜିଲ୍ଲାସ୍ତରୀୟ ସମ୍ମିଳନୀ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଥିଲେ ଯେ, ଏହି ଯୋଜନାରେ ଜଳ ସୁରକ୍ଷା , ଗ୍ରାମୀଣ ମୌଳିକ ଭିତ୍ତିଭୂମିର ବିକାଶ, ଜୀବିକାରେ ଉନ୍ନତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଭଳି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏଥିସହ ପ୍ରତ୍ୟେକ ହିତାଧିକାରୀଙ୍କୁ ପୂର୍ବ ଅପେକ୍ଷା ଅଧିକ ଦୈନିକ ମଜୁରି ସହ ବର୍ଷକୁ ୧୨୫ ଦିନର ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ କରାଯିବ । ପୂର୍ବରୁ ଚାଲିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ସହ ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯିବ ବୋଲି ସେ କହିଥିଲେ । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନାୟକ “ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ( ଗ୍ରାମୀଣ)” ଯୋଜନାର ଉଦ୍ଦେଶ୍ୟ ଓ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପରିଷଦ ଷ୍ଟାଣ୍ଡିଂ କମିଟି ଅଧକ୍ଷ ଶ୍ରୀ ଆଶିଷ କୁମାର ସାହୁ ଯୋଗଦେଇ କହିଥିଲେ ଯେ ଏହି ଯୋଜନା ଗ୍ରାମୀଣଅଞ୍ଚଳର ବିକାଶ କରିବା ସହ ଜିଲ୍ଲାର ଉନ୍ନତିରେ ମଧ୍ୟ ସହାୟକ ହେବ ।
ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ବନ୍ଧୁଚରଣ ସାହୁ ଯୋଗଦେଇ ସରକାରଙ୍କର ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାପରିଷଦ କାର୍ଯ୍ୟଳୟର ସମସ୍ତ କର୍ମଚାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ,ଜବକାର୍ଡଧାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାସନ ଶ୍ରୀମତୀ ବନ୍ଦନା ଖଟୁଆ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ,ରାଜ୍ୟ ସରକାର, ବିହନ ବୁଣା ଏବଂ ଅମଳ ସମୟରେ ମୋଟ ୬୦ଦିନ ପାଇଁ କାମ ବିରତି କରିପାରିବେ, ଯାହା ଦ୍ଵାରା କୃଷି କ୍ଷେତ୍ରରେ ଶ୍ରମିକ ଉପଲବ୍ଧତା ସୁନିଶ୍ଚିତ କରାଯାଇପାରିବ । ସମସ୍ତ କାର୍ଯ୍ୟ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଟ୍ରାକିଂ ସିଷ୍ଟମ ମାଧ୍ୟମରେ ଡିଜିଟାଲ ମ୍ୟାପିଙ୍ଗ କରାଯିବ ।

Read More ...

ଝିଙ୍କିରିଆ ଗ୍ରାମରେ ଶ୍ରୀରାମ ନବମୀ ମହୋତ୍ସବ ଉଦ୍‌ଯାପିତ |

କଟକ ( ଉତ୍କଳ ନ୍ୟୁଜ ) ୩-୦୪-୨୦୨୬: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଝିଙ୍କିରିଆରେ ଶହେ ବର୍ଷର ଶ୍ରୀରାମ ନବମୀ ଉତ୍ସବ ପରମ୍ପରା । ବେଶ ଧୂମଧାମରେ ପାଳିତ ହେଉଥିବା ଉକ୍ତ ଉତ୍ସବରେ ଶ୍ରଦ୍ଧାଳୁ ଭିଡ ଜମିଥାଏ ଏବଂ ସମସ୍ତେ ପ୍ରସାଦ ସେବନ ମଧ୍ୟ କରିଥାନ୍ତି । ତେବେ ଗୁରୁବାର ଗୋଧୂଳିବେଳାରେ ଗୀତାଯଜ୍ଞ ପୂର୍ଣ୍ଣାହୂତି ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଚରୂ ଅନ୍ନ ଓ ପ୍ରସାଦ ସେବନ କରି ଶ୍ରଦ୍ଧାଳୁମାନେ ସାନିଦ୍ଧ୍ୟଲାଭ କରିଥିବା ଜଣାଯାଇଛି । ଶହେ ଉର୍ଦ୍ଧ ବର୍ଷ ଧରି ଏହି ଗାଁରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହେଉଅଛି । ସବୁଠୁ ବଡ କଥା ହେଉଛି ବିଗତ ୩୭ ବର୍ଷ ଧରି ମୃଣ୍ମୟୀ ମୂର୍ତ୍ତୀ ସ୍ôଥାପନ କରାଯାଇ ପୂଜା ପାଳନ କରାଯାଉଛି । କଳସ ଶୋଭାଯାତ୍ରା ପରେ ପୂଜାରମ୍ଭ ହୋଇଥିଲା । ଗୀତା ଯଜ୍ଞ, ପାଲା ପରିବେଷଣ ଓ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏଠାରେ ସୂଚନା ଥାଉକି, ଏହି ଗ୍ରାମର ପ୍ରାୟ ୮ ଶହ ବର୍ଷ ପୂର୍ବେ ପାତାଳି ସଂକଟମୋଚନ ହନୁମାନଙ୍କ ଆବିର୍ଭାବ ହୋଇଥିଲା । ଜଣେ ଗ୍ରାମବାସୀ ଏହି ମନ୍ଦିର ପାଶ୍ୱର୍ରେ ଏକ ଗର୍ତ୍ତ ଖୋଳୁଥିବା ବେଳେ ମନ୍ଦିର ଭିତରୁ ଗର୍ଜନ ଶୁଣିବାକୁ ମିଳିଥିଲା । ଯେଉଁଥିପାଇଁ ମନ୍ଦିରର ଉନ୍ନତୀକରଣ କରିବାକୁ କେହି ସାହସ କରୁନାହାନ୍ତି । ପରବର୍ତ୍ତୀ ସମୟରେ ପ୍ରାୟ ଶହେ ବର୍ଷ ପୂର୍ବେ ଶ୍ରୀରାମଙ୍କ ପୂଜା ଆରମ୍ଭ ହୋଇଥିଲା । ପ୍ରଥମେ ଗ୍ରାମର ଭାଗବତ ସାହୁ, ପ୍ରଭାକର ପତି, ମାୟାଧର ସାହୁ, ହରିହର ପଣ୍ଡା, ପ୍ରମୁଖ ଶ୍ରୀରାମ ପୂଜା ଏକ ଚାଳ ଛପର ଘରେ ଆରମ୍ଭ କରିଥିଲେ । ଗ୍ରାମର ଅମୂଲ୍ୟ ଜେନା ଶ୍ରୀରାମଙ୍କ ପୂଜାରେ କର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ଜେନାଙ୍କ କର୍ତ୍ତା କାର୍ଯ୍ୟ ସମାପନ ପରେ ସେ ୨୫ ବର୍ଷ ପୂର୍ବେ ଗୀତା ଯଜ୍ଞ ଆରମ୍ଭ କରିଥିଲେ । ଯଜ୍ଞର କର୍ତ୍ତା ଭାବେ ଗ୍ରାମର ସୁକାନ୍ତ ସାହୁ, ଶ୍ରୀରାମଙ୍କ ପୂଜାରେ କର୍ତ୍ତାଭାବେ ଧିରେନ୍ଦ୍ର ସାହୁ, ମୁଖ୍ୟ ପୂଜକ ଭାବେ ଜନ୍ମେଜୟ ସାମନ୍ତ, ଗୟାଧର ପଣ୍ଡା, ରାମକୃଷ୍ଣ ସାମନ୍ତ, ବିମଳ କୁମାର ସାମନ୍ତ, ମାଧବାନନ୍ଦ ମିଶ୍ର, ଶୁକଦେବ ମିଶ୍ର ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଥିବା ବେଳେ କମିଟିର ସଭାପତି ଚିନ୍ତାମଣି ଦାସ, ଯାମିନୀକାନ୍ତ ପାଢୀ, ବିରେନ୍ଦ୍ର ସାହୁ, ପଦ୍ମଲୋଚନ ପତି, ସୁଶାନ୍ତ ବାରିକ, ରଘୁନାଥ ପତି, ସୁଧାଂଶୁ ଶେଖର ନାୟକ, ଶୁଭେନ୍ଦୁ ସାହୁ, ବିପ୍ଳବ ରଞ୍ଜନ ପତି, ଦେବାଶିଶ ଜେନା, ସଂଗ୍ରାମ ସଂଜିବନୀ ପତି, ନିତ୍ୟେସ୍ମିତ ପତି, ଭାଗବତ ସାହୁ, ରଞ୍ଜନ ଜେନା, କୁମାର ସ୍ଥିତପ୍ରଜ୍ଞ, ବିକ୍ରମ ରାଉଳ, ଭୁବନ ମୋହନ ମହାରଣା, ମହେଶ୍ୱର ବାରିକ, ଚନ୍ଦ୍ରମଣି ତ୍ରିପାଠୀ, କମଳାକାନ୍ତ ମହାଳିକ, ବିବେକାନନ୍ଦ ପତି, ଚକ୍ରଧର ଦାସ ଓ ସନ୍ତୋଷ ବାରିକ ପ୍ରମୁଖ ଗ୍ରାମବାସୀ ଓ ଯୁବଗୋଷ୍ଠୀ ସହଯୋଗ କରୁଛନ୍ତି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପ୍ରଭୁ ଶ୍ରୀରାମ ଓ ପାତାଳି ହନୁମାନଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରି ସାନିଦ୍ଧ୍ୟଲାଭ କରୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...

କଟକରେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ୍ ନାଏକଙ୍କ ଦ୍ଵାରା ମହିଳା ସଶକ୍ତିକରଣ ଏବଂ ମାନବ ଚାଲାଣ ରୋକିବା ଉପରେ ଏକ ରେଞ୍ଜ୍ ସ୍ତରୀୟ କର୍ମଶାଳା ଉଦଘାଟିତ |

କଟକ ( ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୬ : ସାମାଜିକ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନଗତ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଆଜି ‘ମହିଳା ସଶକ୍ତିକରଣ’ ଏବଂ ମାନବ ଚାଲାଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏକ ରେଞ୍ଜ୍ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ପୋଲିସ୍ ଆଇଜି ଡଃ ସତ୍ୟଜିତ୍ ନାଏକ, ଆଇପିଏସ୍, ବିନିତ ଅଗ୍ରୱାଲ, ଆଇପିଏସ, କଟକ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଏହି କର୍ମଶାଳାକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ୍ ଅଧିକାରୀ, କ୍ଷେତ୍ର କର୍ମଚାରୀ ଏବଂ ବିଭିନ୍ନ ଅଂଶୀଦାରମାନେ ଯୋଗଦେଇ ମହିଳା ଶୋଷଣ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ଡଃ ନାଏକ କହିଥିଲେ ଯେ, ମହିଳା ସଶକ୍ତିକରଣ ଏବଂ ମାନବ ଚାଲାଣର ନିରାକରଣ ପରସ୍ପର ସହ ଗଭୀର ଭାବେ ଜଡ଼ିତ। ମହିଳାମାନେ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶର ମେରୁଦଣ୍ଡ ହୋଇଥିବାବେଳେ ସେମାନେ ଏବେ ମଧ୍ୟ ଅସମାନତା, ଶିକ୍ଷାର ଅଭାବ ଏବଂ ଶାରୀରିକ ହିଂସା ଭଳି ଆହ୍ଵାନର ସମ୍ମୁଖୀନ ହେଉଛନ୍ତି। ଏହି କର୍ମଶାଳାରେ ଆଲୋଚନା ହୋଇଥିଲା ଯେ, ମାନବ ଚାଲାଣ ମାନବୀୟ ମର୍ଯ୍ୟାଦାର ଏକ ଗୁରୁତର ଉଲ୍ଲଂଘନ। ବଳପ୍ରୟୋଗ, ପ୍ରତାରଣା ବା ଜାଲିଆତି ମାଧ୍ୟମରେ ମହିଳା ଓ ଶିଶୁମାନଙ୍କୁ ଶ୍ରମିକ ଭାବେ ବ୍ୟବହାର କରିବା କିମ୍ବା ଯୌନ ନିର୍ଯାତନା ଦେବା ପାଇଁ ଚାଲାଣ କରାଯାଇଥାଏ। ଦାରିଦ୍ର୍ୟ, ବେକାରୀ ଏବଂ ଜାଲ୍ ଏଜେଣ୍ଟମାନଙ୍କ ଉପରେ ଅନ୍ଧବିଶ୍ଵାସ ଏହି ଜଘନ୍ୟ ଅପରାଧର ମୁଖ୍ୟ କାରଣ ସାଜିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ୍ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା (BNS), ଅନୈତିକ ମାନବ ଚାଲାଣ (ନିବାରଣ) ଅଧିନିୟମ (ITPA) ଏବଂ ପକ୍ସୋ (POCSO) ଆଇନର ଗୁରୁତ୍ଵ ଉପରେ ଆଲୋକପାତ କରାଯାଇଥିଲା। ଏହି ବିପଦକୁ ପ୍ରତିହତ କରିବା ପାଇଁ ପୋଲିସ୍ ବିଭାଗ ପକ୍ଷରୁ ଆଣ୍ଟି ହ୍ୟୁମ୍ୟାନ୍ ଟ୍ରାଫିକିଂ ୟୁନିଟ୍ (AHTUs) କୁ ସଶକ୍ତ କରାଯିବା ସହ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ୧୧୨ ଏବଂ ଚାଇଲ୍ଡ ହେଲ୍ପଲାଇନ ୧୦୯୮ କୁ ସକ୍ରିୟ କରାଯାଇଛି। ଶେଷରେ କୁହାଯାଇଥିଲା ଯେ, କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ, ଏଥିପାଇଁ ସାମାଜିକ ସହଭାଗିତା ମଧ୍ୟ ଅପରିହାର୍ଯ୍ୟ। ଶିକ୍ଷା ଏବଂ ଆର୍ଥିକ ସ୍ଵାଧୀନତା ଦ୍ଵାରା ହିଁ ପ୍ରକୃତ ସଶକ୍ତିକରଣ ସମ୍ଭବ, ଯାହା ମାନବ ଚାଲାଣ ରୋକିବାରେ ଏକ ବଡ଼ ଅସ୍ତ୍ର ସାଜିବ। କନ୍ୟା ସନ୍ତାନର ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବା ଜାଲ୍ ଏଜେଣ୍ଟଙ୍କ ବିଷୟରେ ପୋଲିସକୁ ସୂଚନା ଦେବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି। “ମାନବ ଚାଲାଣ ରୋକନ୍ତୁ, ମହିଳାଙ୍କୁ ସଶକ୍ତ କରନ୍ତୁ ଏବଂ ଏକ ସୁରକ୍ଷିତ ସମାଜ ଗଠନ କରନ୍ତୁ” – ଏହି ସଂକଳ୍ପ ସହ କଟକ ଗ୍ରାମାଞ୍ଚଳ ପୋଲିସ୍ ଏହି ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଛି।
Read More ...

ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଉପଲକ୍ଷେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବୈଠକ |

କଟକ ( ଉତ୍କଳ ନ୍ୟୁଜ ) ୧୭-୦୩-୨୦୨୬ : ପ୍ରତିବର୍ଷ ପରି ଚଳିତ ବର୍ଷ ତିହିଡ଼ି ଶ୍ରୀରାମ ନବମୀ ସମିତି ପକ୍ଷରୁ ଦ୍ୱାଦଶତମ ବିଜୟା ଦଶମୀ ମହୋତ୍ସବ ସମାରୋହରେ ପାଳିତ ହେବ । ଏ ନେଇ ପ୍ରଶାସନ ତରଫରୁ ତିହିଡ଼ି ବ୍ଲକ ସଭାଗୃହ ପରିସରରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମିତିର ସମସ୍ତ କର୍ମକର୍ତ୍ତା, ବୁଦ୍ଧିଜୀବି, ଜନସାଧାରଣ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତିହିଡ଼ି ବିଡିଓ ନିରଞ୍ଜନ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଚାନ୍ଦବାଲି ଏସଡିପିଓ ପ୍ରଭାସ ସାହୁ, ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଶ୍ରୀରାମ ନବମୀ ସମିତି ସଭାପତି କିଶୋର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ, କୋଷାଧ୍ୟକ୍ଷ ନୀଳମଣି ସାବତ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, କଂଗ୍ରେସ ବ୍ଲକ ସଭାପତି ସରୋଜ ଦାସ, ରଘୁନାଥ ପାତ୍ର, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅଜୟ ନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶ୍ରୀରାମଙ୍କ ପ୍ରଜ୍ଞାପନ ମେଢ଼ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଦଶମୀ ଦିନ ଅନୁଷ୍ଠିତ ହେବାକୁ ଥିବା ଶ୍ରୀରାମ ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାରେ ମହିଳା ଦର୍ଶକମାନଙ୍କର ସୁରକ୍ଷା, ଯାନବାହନ ପାଇଁ ପାର୍କିଂ ବ୍ୟବସ୍ଥା, ବିଭିନ୍ନ ଦିବସରେ ଗଣଦୌଡ଼, ବାଇକ ଶୋଭାଯାତ୍ରା, ବାଲ ବଜରଂଗୀ ଶୋଭାଯାତ୍ରା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଡିଜେରେ ଭାଇବ୍ରେଟର ଲାଗିବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି । ପ୍ରଜ୍ଞାପନ ମେଢ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏତତ୍ ବ୍ୟତିତ ମେଢରେ ଆସୁଥିବା ଭକ୍ତମାନେ ଅଥବା ଦର୍ଶକମାନେ ଯେପରି ମଦ ପିଇ ବିଶୃଙ୍ଖଳା ନକରିନ୍ତି ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ମେଢ଼ ଗୁଡ଼ିକ ଉଚ୍ଚତା ୧୮ ରୁ ୨୦ ଫୁଟ ଭିତରେ ସୀମିତ ରଖିବାକୁ ପରାମର୍ଶ ଦିଆ ଯାଇଥିଲା । ସବୁଠାରୁ ବଡ଼ ପ୍ରସଙ୍ଗ ରହିଥିଲା ଯେ ସନ୍ଧ୍ୟାସୁଦ୍ଧା କିପରି ମେଢ଼ ଗୁଡ଼ିକର ଶୋଭାଯାତ୍ରା ଆରମ୍ଭ ହୋଇଯିବ । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ନିରାଶ ନହୋଇ ଫେରନ୍ତି ସେଥିପ୍ରତି ମେଢ଼ ଆଣୁଥିବା ସଂଗଠନ ଗୁଡ଼ିକ ଯତ୍ନବାନ ହେବା ଉଚିତ । ତିହିଡ଼ି ବଜାରରେ କାର୍ଯ୍ୟାଧିନ ଡ୍ରେନ ନିର୍ମାଣ ସ୍ଥଗିତ ରଖିବା ସହ ଯେଉଁ ଅଂଶ ଖୋଳା ଯାଇଛି ସେ ଗୁଡ଼ିକୁ ଢ଼ାଙ୍କିବାର ବ୍ୟବସ୍ଥା କରିବା ପାଇଁ ଠିକାଦାରଙ୍କୁ ସୂଚନା ଦିଆଯିବ । ସେହିପରି ତିହିଡ଼ି ବଜାରରେ ଆଲୋକୀକରଣ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ଅଗ୍ନିଶମ ବିଭାଗର ଉପସ୍ଥିତି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ମେଡିକାଲ ପକ୍ଷରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ବିତ୍ତିୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ସୂଚନା ଦେଇଥିଲେ । ବିଏସଏସଓ ନିହାର ରଞ୍ଜନ ରାଉତ,ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ବିଶ୍ୱଜିତ ବେହେରା, ପି ହୃଷିକେଶ, ଚନ୍ଦ୍ରକାନ୍ତ ମହାନ୍ତି, ଦେବେନ୍ଦ୍ର ପୁହାଣ, କେଶବ ବେହେରା, ସଂଗ୍ରାମ ଦାସ, ନିଶିକାନ୍ତ ଭଟରାୟ, ସରୋଜ ନାୟକ, ରବିନ୍ଦ୍ର ଦାସ, ବିଭୂତି ଭୂଷଣ ସେନାପତି, ନିତ୍ୟାନନ୍ଦ ମଲ୍ଲିକ, ଶୁକଦେବ ମଲିକ, ଧୀରେନ୍ଦ୍ର ସାହୁ, ତପୁନ ପାଣି, ପ୍ରମୋଦ ଦାସ, କୃତ୍ତିବାସ ଜେନା, ପ୍ରିୟବନ୍ଧୁ ମାଝୀ, ରାଜିବ ନାୟକ, ଅଭିରାମ ଦାସ, ବିରେନ ସେନାପତି, ତପନ ପାଢ଼ୀ, କୈଳାଶ ବେହେରା, ନିରଞ୍ଜନ ବାରିକ, ବିସ୍ମୟ ସାହୁ, ରଘୁନାଥ ମଳିକ ଓ ଧର୍ମାନନ୍ଦ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରପୋର୍ଟ ଉତ୍କଳ ନ୍ୟୁଜ |
Read More ...

ଇମ୍ଫା ଚୌଦ୍ୱାର ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହର ଉଦଯାପନୀ ସମାରୋହ ଅନୁଷ୍ଠିତ |

ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୧୧ -୦୩-୨୦୨୬ : ସୁରକ୍ଷା, କଲ୍ୟାଣ ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଚୌଦ୍ୱାରସ୍ଥିତ ଇମ୍ଫା ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହର ଉଦଯାପନୀ ସମାରୋହ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ଜୋନ୍-୧ କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ଇଂ ସୁଧାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଇମ୍ଫାର ପାୱାର ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଶ୍ରୀ ଲଲାଟ କିଶୋର ମହାପାତ୍ର ବାର୍ଷିକ ସୁରକ୍ଷା ବିବରଣୀ ଉପସ୍ଥାପନ କରିବା ସହ ଉଚ୍ଚ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ଦିଗରେ କାରଖାନାର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ।
ସୁରକ୍ଷା ସଚେତନତା ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କର୍ମଚାରୀ, ଶ୍ରମିକ, ସ୍କୁଲ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଦୈନନ୍ଦିନ ଜୀବନରେ ସୁରକ୍ଷାର ଗୁରୁତ୍ୱକୁ ବୁଝାଇବା ପାଇଁ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଶେଷରେ, ଇମ୍ଫାର ମାନବସମ୍ବଳ ପ୍ରବନ୍ଧକ ତଥା ଜାତୀୟ ସୁରକ୍ଷା ସପ୍ତାହ-୨୦୨୬ର ମୁଖ୍ୟ ସମନ୍ୱୟକାରୀ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ କରିବା ସହ ଏକ ସୁଦୃଢ଼ ସୁରକ୍ଷା ସଂସ୍କୃତି ଗଠନରେ ସମସ୍ତଙ୍କ ସହଯୋଗ ଓ ନିଷ୍ଠାକୁ ସେ ପ୍ରଶଂସା କରିଥିଲେ।

Read More ...

ALL NEWS