More News
କଟକରେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ୍ ନାଏକଙ୍କ ଦ୍ଵାରା ମହିଳା ସଶକ୍ତିକରଣ ଏବଂ ମାନବ ଚାଲାଣ ରୋକିବା ଉପରେ ଏକ ରେଞ୍ଜ୍ ସ୍ତରୀୟ କର୍ମଶାଳା ଉଦଘାଟିତ |
କଟକ ( ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୬ : ସାମାଜିକ ସୁରକ୍ଷା ବ୍ୟବସ୍ଥା ଏବଂ ଆଇନଗତ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଆଜି ‘ମହିଳା ସଶକ୍ତିକରଣ’ ଏବଂ ମାନବ ଚାଲାଣ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଏକ ରେଞ୍ଜ୍ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ପୋଲିସ୍ ଆଇଜି ଡଃ ସତ୍ୟଜିତ୍ ନାଏକ, ଆଇପିଏସ୍, ବିନିତ ଅଗ୍ରୱାଲ, ଆଇପିଏସ, କଟକ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଏହି କର୍ମଶାଳାକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ୍ ଅଧିକାରୀ, କ୍ଷେତ୍ର କର୍ମଚାରୀ ଏବଂ ବିଭିନ୍ନ ଅଂଶୀଦାରମାନେ ଯୋଗଦେଇ ମହିଳା ଶୋଷଣ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ଡଃ ନାଏକ କହିଥିଲେ ଯେ, ମହିଳା ସଶକ୍ତିକରଣ ଏବଂ ମାନବ ଚାଲାଣର ନିରାକରଣ ପରସ୍ପର ସହ ଗଭୀର ଭାବେ ଜଡ଼ିତ। ମହିଳାମାନେ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶର ମେରୁଦଣ୍ଡ ହୋଇଥିବାବେଳେ ସେମାନେ ଏବେ ମଧ୍ୟ ଅସମାନତା, ଶିକ୍ଷାର ଅଭାବ ଏବଂ ଶାରୀରିକ ହିଂସା ଭଳି ଆହ୍ଵାନର ସମ୍ମୁଖୀନ ହେଉଛନ୍ତି। ଏହି କର୍ମଶାଳାରେ ଆଲୋଚନା ହୋଇଥିଲା ଯେ, ମାନବ ଚାଲାଣ ମାନବୀୟ ମର୍ଯ୍ୟାଦାର ଏକ ଗୁରୁତର ଉଲ୍ଲଂଘନ। ବଳପ୍ରୟୋଗ, ପ୍ରତାରଣା ବା ଜାଲିଆତି ମାଧ୍ୟମରେ ମହିଳା ଓ ଶିଶୁମାନଙ୍କୁ ଶ୍ରମିକ ଭାବେ ବ୍ୟବହାର କରିବା କିମ୍ବା ଯୌନ ନିର୍ଯାତନା ଦେବା ପାଇଁ ଚାଲାଣ କରାଯାଇଥାଏ। ଦାରିଦ୍ର୍ୟ, ବେକାରୀ ଏବଂ ଜାଲ୍ ଏଜେଣ୍ଟମାନଙ୍କ ଉପରେ ଅନ୍ଧବିଶ୍ଵାସ ଏହି ଜଘନ୍ୟ ଅପରାଧର ମୁଖ୍ୟ କାରଣ ସାଜିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ୍ ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା (BNS), ଅନୈତିକ ମାନବ ଚାଲାଣ (ନିବାରଣ) ଅଧିନିୟମ (ITPA) ଏବଂ ପକ୍ସୋ (POCSO) ଆଇନର ଗୁରୁତ୍ଵ ଉପରେ ଆଲୋକପାତ କରାଯାଇଥିଲା। ଏହି ବିପଦକୁ ପ୍ରତିହତ କରିବା ପାଇଁ ପୋଲିସ୍ ବିଭାଗ ପକ୍ଷରୁ ଆଣ୍ଟି ହ୍ୟୁମ୍ୟାନ୍ ଟ୍ରାଫିକିଂ ୟୁନିଟ୍ (AHTUs) କୁ ସଶକ୍ତ କରାଯିବା ସହ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ୧୧୨ ଏବଂ ଚାଇଲ୍ଡ ହେଲ୍ପଲାଇନ ୧୦୯୮ କୁ ସକ୍ରିୟ କରାଯାଇଛି। ଶେଷରେ କୁହାଯାଇଥିଲା ଯେ, କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ, ଏଥିପାଇଁ ସାମାଜିକ ସହଭାଗିତା ମଧ୍ୟ ଅପରିହାର୍ଯ୍ୟ। ଶିକ୍ଷା ଏବଂ ଆର୍ଥିକ ସ୍ଵାଧୀନତା ଦ୍ଵାରା ହିଁ ପ୍ରକୃତ ସଶକ୍ତିକରଣ ସମ୍ଭବ, ଯାହା ମାନବ ଚାଲାଣ ରୋକିବାରେ ଏକ ବଡ଼ ଅସ୍ତ୍ର ସାଜିବ। କନ୍ୟା ସନ୍ତାନର ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବା ଜାଲ୍ ଏଜେଣ୍ଟଙ୍କ ବିଷୟରେ ପୋଲିସକୁ ସୂଚନା ଦେବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରାଯାଇଛି। “ମାନବ ଚାଲାଣ ରୋକନ୍ତୁ, ମହିଳାଙ୍କୁ ସଶକ୍ତ କରନ୍ତୁ ଏବଂ ଏକ ସୁରକ୍ଷିତ ସମାଜ ଗଠନ କରନ୍ତୁ” – ଏହି ସଂକଳ୍ପ ସହ କଟକ ଗ୍ରାମାଞ୍ଚଳ ପୋଲିସ୍ ଏହି ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଛି।
Read More ...
Read More ...
ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ଉପଲକ୍ଷେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବୈଠକ |
କଟକ ( ଉତ୍କଳ ନ୍ୟୁଜ ) ୧୭-୦୩-୨୦୨୬ : ପ୍ରତିବର୍ଷ ପରି ଚଳିତ ବର୍ଷ ତିହିଡ଼ି ଶ୍ରୀରାମ ନବମୀ ସମିତି ପକ୍ଷରୁ ଦ୍ୱାଦଶତମ ବିଜୟା ଦଶମୀ ମହୋତ୍ସବ ସମାରୋହରେ ପାଳିତ ହେବ । ଏ ନେଇ ପ୍ରଶାସନ ତରଫରୁ ତିହିଡ଼ି ବ୍ଲକ ସଭାଗୃହ ପରିସରରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମିତିର ସମସ୍ତ କର୍ମକର୍ତ୍ତା, ବୁଦ୍ଧିଜୀବି, ଜନସାଧାରଣ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତିହିଡ଼ି ବିଡିଓ ନିରଞ୍ଜନ ବାରିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଚାନ୍ଦବାଲି ଏସଡିପିଓ ପ୍ରଭାସ ସାହୁ, ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ଶ୍ରୀରାମ ନବମୀ ସମିତି ସଭାପତି କିଶୋର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ, କୋଷାଧ୍ୟକ୍ଷ ନୀଳମଣି ସାବତ, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ, କଂଗ୍ରେସ ବ୍ଲକ ସଭାପତି ସରୋଜ ଦାସ, ରଘୁନାଥ ପାତ୍ର, ଡ. ଲକ୍ଷ୍ମୀଧର ତ୍ରିପାଠୀ, ଅଜୟ ନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶ୍ରୀରାମଙ୍କ ପ୍ରଜ୍ଞାପନ ମେଢ଼ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଦଶମୀ ଦିନ ଅନୁଷ୍ଠିତ ହେବାକୁ ଥିବା ଶ୍ରୀରାମ ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାରେ ମହିଳା ଦର୍ଶକମାନଙ୍କର ସୁରକ୍ଷା, ଯାନବାହନ ପାଇଁ ପାର୍କିଂ ବ୍ୟବସ୍ଥା, ବିଭିନ୍ନ ଦିବସରେ ଗଣଦୌଡ଼, ବାଇକ ଶୋଭାଯାତ୍ରା, ବାଲ ବଜରଂଗୀ ଶୋଭାଯାତ୍ରା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଡିଜେରେ ଭାଇବ୍ରେଟର ଲାଗିବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି । ପ୍ରଜ୍ଞାପନ ମେଢ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏତତ୍ ବ୍ୟତିତ ମେଢରେ ଆସୁଥିବା ଭକ୍ତମାନେ ଅଥବା ଦର୍ଶକମାନେ ଯେପରି ମଦ ପିଇ ବିଶୃଙ୍ଖଳା ନକରିନ୍ତି ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ମେଢ଼ ଗୁଡ଼ିକ ଉଚ୍ଚତା ୧୮ ରୁ ୨୦ ଫୁଟ ଭିତରେ ସୀମିତ ରଖିବାକୁ ପରାମର୍ଶ ଦିଆ ଯାଇଥିଲା । ସବୁଠାରୁ ବଡ଼ ପ୍ରସଙ୍ଗ ରହିଥିଲା ଯେ ସନ୍ଧ୍ୟାସୁଦ୍ଧା କିପରି ମେଢ଼ ଗୁଡ଼ିକର ଶୋଭାଯାତ୍ରା ଆରମ୍ଭ ହୋଇଯିବ । ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି ନିରାଶ ନହୋଇ ଫେରନ୍ତି ସେଥିପ୍ରତି ମେଢ଼ ଆଣୁଥିବା ସଂଗଠନ ଗୁଡ଼ିକ ଯତ୍ନବାନ ହେବା ଉଚିତ । ତିହିଡ଼ି ବଜାରରେ କାର୍ଯ୍ୟାଧିନ ଡ୍ରେନ ନିର୍ମାଣ ସ୍ଥଗିତ ରଖିବା ସହ ଯେଉଁ ଅଂଶ ଖୋଳା ଯାଇଛି ସେ ଗୁଡ଼ିକୁ ଢ଼ାଙ୍କିବାର ବ୍ୟବସ୍ଥା କରିବା ପାଇଁ ଠିକାଦାରଙ୍କୁ ସୂଚନା ଦିଆଯିବ । ସେହିପରି ତିହିଡ଼ି ବଜାରରେ ଆଲୋକୀକରଣ, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା, ଅଗ୍ନିଶମ ବିଭାଗର ଉପସ୍ଥିତି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ମେଡିକାଲ ପକ୍ଷରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ବିତ୍ତିୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ସୂଚନା ଦେଇଥିଲେ । ବିଏସଏସଓ ନିହାର ରଞ୍ଜନ ରାଉତ,ଭାଟପଡା ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ବିଶ୍ୱଜିତ ବେହେରା, ପି ହୃଷିକେଶ, ଚନ୍ଦ୍ରକାନ୍ତ ମହାନ୍ତି, ଦେବେନ୍ଦ୍ର ପୁହାଣ, କେଶବ ବେହେରା, ସଂଗ୍ରାମ ଦାସ, ନିଶିକାନ୍ତ ଭଟରାୟ, ସରୋଜ ନାୟକ, ରବିନ୍ଦ୍ର ଦାସ, ବିଭୂତି ଭୂଷଣ ସେନାପତି, ନିତ୍ୟାନନ୍ଦ ମଲ୍ଲିକ, ଶୁକଦେବ ମଲିକ, ଧୀରେନ୍ଦ୍ର ସାହୁ, ତପୁନ ପାଣି, ପ୍ରମୋଦ ଦାସ, କୃତ୍ତିବାସ ଜେନା, ପ୍ରିୟବନ୍ଧୁ ମାଝୀ, ରାଜିବ ନାୟକ, ଅଭିରାମ ଦାସ, ବିରେନ ସେନାପତି, ତପନ ପାଢ଼ୀ, କୈଳାଶ ବେହେରା, ନିରଞ୍ଜନ ବାରିକ, ବିସ୍ମୟ ସାହୁ, ରଘୁନାଥ ମଳିକ ଓ ଧର୍ମାନନ୍ଦ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଇମ୍ଫା ଚୌଦ୍ୱାର ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହର ଉଦଯାପନୀ ସମାରୋହ ଅନୁଷ୍ଠିତ |
ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୧୧ -୦୩-୨୦୨୬ : ସୁରକ୍ଷା, କଲ୍ୟାଣ ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଚୌଦ୍ୱାରସ୍ଥିତ ଇମ୍ଫା ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହର ଉଦଯାପନୀ ସମାରୋହ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ଜୋନ୍-୧ କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ଇଂ ସୁଧାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଇମ୍ଫାର ପାୱାର ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଶ୍ରୀ ଲଲାଟ କିଶୋର ମହାପାତ୍ର ବାର୍ଷିକ ସୁରକ୍ଷା ବିବରଣୀ ଉପସ୍ଥାପନ କରିବା ସହ ଉଚ୍ଚ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ଦିଗରେ କାରଖାନାର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ।
ସୁରକ୍ଷା ସଚେତନତା ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କର୍ମଚାରୀ, ଶ୍ରମିକ, ସ୍କୁଲ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଦୈନନ୍ଦିନ ଜୀବନରେ ସୁରକ୍ଷାର ଗୁରୁତ୍ୱକୁ ବୁଝାଇବା ପାଇଁ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଶେଷରେ, ଇମ୍ଫାର ମାନବସମ୍ବଳ ପ୍ରବନ୍ଧକ ତଥା ଜାତୀୟ ସୁରକ୍ଷା ସପ୍ତାହ-୨୦୨୬ର ମୁଖ୍ୟ ସମନ୍ୱୟକାରୀ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ କରିବା ସହ ଏକ ସୁଦୃଢ଼ ସୁରକ୍ଷା ସଂସ୍କୃତି ଗଠନରେ ସମସ୍ତଙ୍କ ସହଯୋଗ ଓ ନିଷ୍ଠାକୁ ସେ ପ୍ରଶଂସା କରିଥିଲେ।
Read More ...
ସୁରକ୍ଷା ସଚେତନତା ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କର୍ମଚାରୀ, ଶ୍ରମିକ, ସ୍କୁଲ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଦୈନନ୍ଦିନ ଜୀବନରେ ସୁରକ୍ଷାର ଗୁରୁତ୍ୱକୁ ବୁଝାଇବା ପାଇଁ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଶେଷରେ, ଇମ୍ଫାର ମାନବସମ୍ବଳ ପ୍ରବନ୍ଧକ ତଥା ଜାତୀୟ ସୁରକ୍ଷା ସପ୍ତାହ-୨୦୨୬ର ମୁଖ୍ୟ ସମନ୍ୱୟକାରୀ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ କରିବା ସହ ଏକ ସୁଦୃଢ଼ ସୁରକ୍ଷା ସଂସ୍କୃତି ଗଠନରେ ସମସ୍ତଙ୍କ ସହଯୋଗ ଓ ନିଷ୍ଠାକୁ ସେ ପ୍ରଶଂସା କରିଥିଲେ।
Read More ...
ମଦର ବହୁଳ ପ୍ରସାର ପାଇଁ ଟେଟ୍ରା ପ୍ୟାକ୍ ବିରୁଦ୍ଧରେ ଏଆଇଏମଏସଏସ ପକ୍ଷରୁ ବିକ୍ଷୋଭ |
କଟକ (ଉତ୍କଳ ନ୍ୟୁଜ ) ୬-୦୩-୨୦୨୬: ଟେଟ୍ରା ପ୍ୟାକ୍ ମଦ ପ୍ରସାର ବନ୍ଦ ସହ ମଦକୁ ସଂପୂର୍ଣ୍ଣ ନିଶିଦ୍ଧ କରିବା ଦାବିରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏଆଇଏମଏସଏସ ପକ୍ଷରୁ ଟେଟ୍ରା ପ୍ୟାକ୍ ମଦ ବନ୍ଦ ଦାବିରେ ରାଜ୍ଯ ବ୍ୟାପି ପ୍ରତିବାଦ ଦିବସ ପାଳନ କରାଯାଉଛି। ବିଜେପି ଦଳ ନିର୍ବାଚନ ସମୟରେ ଓ ନିର୍ବାଚିତ ପରେ ଘୋଷଣା କରିଥିଲା ରାଜ୍ଯ କୁ ୨୦୨୪ ଅଗଷ୍ଟ ୧୫ ଠାରୁ ସଂପୂର୍ଣ୍ଣ ମଦ ମୁକ୍ତ ରାଜ୍ଯ କରିବେ। ଅତ୍ଯନ୍ତ ପରିତାପର ବିଷୟ ଏହି କି ଯେ ରାଜ୍ଯ ସରକାର ମଦ ମୁକ୍ତ କରିବାତ ଦୁରର କଥା ଟେଟ୍ରା ପ୍ୟାକ୍ ମଦ ପ୍ରଚଳିତ କରି ରାଜ୍ଯରେ ମଦ ବନ୍ୟା କରିବା ଯୋଜନା କରିଛନ୍ତି। କାଗଜ ଡବାରେ (ଟେଟ୍ରା ପ୍ୟାକ୍) ମଦ ମିଳିଲେ ଗାଁରୁ ସହର ବିଭିନ୍ନ ଛକ ବଜାର, ରାସ୍ତା କଡ, ଜାତାୟତ କରୁଥିବା ଲୋକ ମାନେ ଓ କୋମଳମତି ଛାତ୍ରମାନେ ବ୍ୟାଗ୍ ରେ ଅନାୟାସରେ ନେଇପାରିବେ ଏବଂ ନିଶାଗ୍ରସ୍ତ ହୋଇପାରିବେ। ସରକାର କେବଳ ଅବକାରୀ ଶୁଳ୍କ ପାଇଁ ଜନସାଧାରଣଙ୍କୁ ନିଶାଗ୍ରସ୍ତ କରୁନାଁହାନ୍ତି ଅସଲ ଉଦେଶ୍ଯ ଲୋକ ନିଶାଗ୍ରସ୍ତ ହେଲେ ସରକାରଙ୍କ ଜନବିରୋଧୀ ନୀତି ଓ ବିଭିନ୍ନ ଦୁର୍ନିତୀ ବିରୁଦ୍ଧରେ ସ୍ୱର ଉତୋଳନ କରିବେ ନାହିଁ। ସରକାରଙ୍କ ହୀନ ଷଡ଼ୟନ୍ତ୍ର ବିରୁଦ୍ଧରେ ଏହା ସହିତ ରାଜ୍ଯର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ଯନ୍ତ ଉଦବେଗଜନକ ପହଞ୍ଚିଛି ଫଳରେ ନାରୀ, ଛାତ୍ରୀ, ଓ ଶିଶୁ ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ହତ୍ଯା ଭଳି ଜଘନ୍ଯ ଅପରାଧ ବଢିଚାଲିଛି। ଏହାର ନିରାକରଣ, ଟେଟ୍ରା ପ୍ୟାକ୍ ମଦ ବନ୍ଦ, ମଦ ଡ୍ରଗ୍ସ ଓ ସମସ୍ତ ନିଶାଦ୍ରବ୍ୟ ନିଶିଦ୍ଧ ଛାତ୍ରୀ, ଶିଶୁ ଓ ନାରୀମାନଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ଦାବିରେ ବିକ୍ଷୋଭକାରୀମାନେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦେଇଥିଲେ। ଏଆଇଏମଏସଏସ ଜିଲ୍ଲା ସଭାନେତ୍ରୀ ମାଳବିକା ସାମଲ, ସଂପାଦିକା ସ୍ୱାଧିନୀ ବେହେରା, ଉପ ସଭାନେତ୍ରୀ ସିପ୍ରା ମହାନ୍ତି, ନାରୀନେତ୍ରୀ ମନୋସ୍ୱିନୀ ପ୍ରଧାନ, ଜୋତ୍ସାମୟୀ ଦାଶ, ସୁଜାତା ମହାପାତ୍ର, ମାଧବୀଲତା ଚାତାର, ଶ୍ରଦ୍ଧାଞ୍ଜଳି ପାତ୍ର, ମାନି ବେହେରା, ନମିତା ବେହେରା, ବିରେନ ବଦ୍ରା ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ।
Read More ...
Read More ...
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ପାରାଦ୍ଵୀପ ଗସ୍ତ ନେଇ ସମୀକ୍ଷା |
କଟକ ( ଉତ୍କଳ ନ୍ୟୁଜ ) ୦୫-୦୩-୨୦୨୬ : ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କ ପାରାଦ୍ଵୀପ ଗସ୍ତର ଅବ୍ୟବହିତ ପୂର୍ବରୁ ଆଜି ରାଜ୍ଯ ପୋଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୋଲିସ୍ ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ଇଫକୋ କର୍ତ୍ତୃପକ୍ଷଙ୍କ ସହ ହେଲିପ୍ଯାଡ଼୍, ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ କଣ୍ଟ୍ରୋଲ୍ ରୁମ୍ ଓ କାର୍ଯ୍ୟକ୍ରମ ସ୍ଥଳ ପରିଦର୍ଶନ କରି ସମସ୍ତ ପ୍ରସ୍ତୁତି ଓ ବ୍ୟବସ୍ଥାର ଅନୁଧ୍ୟାନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ
Read More ...
Read More ...
ନୂଆଦିଲ୍ଲୀ ରେ ଓଡ଼ିଶା ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଟକ ( ଉତ୍କଳ ନ୍ୟୁଜ ) ୨୬-୦୨-୨୦୨୬: ଆଜି ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ନୂତନ ଓଡ଼ିଶା ଭବନ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଭବନ କେବଳ ଏକ ସରକାରୀ ଭବନ ନୁହେଁ ବରଂ ଜାତୀୟ ରାଜଧାନୀରେ ଓଡ଼ିଆ ଅସ୍ମିତାକୁ ଏହା ଏକ ନୂତନ ପରିଚୟ ପ୍ରଦାନ କରିବା ସହ ପ୍ରବାସୀ ଓଡ଼ିଆ ଏବଂ ରାଜ୍ୟବାସୀଙ୍କ ପାଇଁ ଏକ ଆତ୍ମୀୟତାର କେନ୍ଦ୍ର ପାଲଟିବ ।
Read More ...
Read More ...
କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ |
କଟକ ( ଉତ୍କଳ ନ୍ୟୁଜ ) ୨୪-୦୨-୨୦୨୬ : ରିଖ ସିଡିଏ ସେକ୍ଟର ୬ ସ୍ଥିତ ବ୍ଲକ୍ ୭ ଠାରେ କୋରିଆନ ର୍ମାଶଲଟ ସ୍କୁଲର ନୂତନ ଶାଖାର ଭୂମି ପୂଜନ ହୋଇଯାଇଛି।ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମ୍ୟୁନିସିପାଲିଟିର ମେୟର ସୁବାସ ସିଂହ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଟାଇକ୍ବୋଣ୍ଡ ଆସୋସିଏସନ୍ ସଭାପତି କୃଷ୍ଣ ଚନ୍ଦ୍ର ଦାସ,କଟକ ଜିଲ୍ଲା ଟାଇକ୍ବାଣ୍ଡୋ ସ୍ପୋର୍ଟସ ଆସୋସିଏସନ୍ ସମ୍ପାଦକ ସୁଦୀପ୍ତା ନନ୍ଦ, କଟକ ଜିଲ୍ଲା ଟାଇକ୍ବାଣ୍ଡୋ ସ୍ପୋର୍ଟସ ଆସୋସିଏସନ୍ ଉପ ସଭାପତି ଚନ୍ଦନ କୁମାର ସାହୁ ସହିତ ସିଡିଏ ସେକ୍ଟର ୬ ଓ୍ବାର୍ଡ କର୍ପୋରେଟର ରୀତାଞ୍ଜଳି ବେହେରା ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମାଁ ତାରିଣୀ ମନ୍ଦିର ଉନ୍ନୟନ ପରିଷଦ ସଭାପତି ବିଭୁ ପ୍ରସାଦ ପୃଷ୍ଟି କୋଷାଧ୍ୟକ୍ଷ ଜ୍ୟୋତି ରଞ୍ଜନ ସାହୁ,ଅର୍ଦ୍ଧେଦୁ ଶେଖର ମାଝୀ ଉପସ୍ଥିତ ରହି ଏହି ଶୁଭ କାର୍ଯ୍ୟରେ ପିଲା ମାନଙ୍କ ଉପରେ ଶିକ୍ଷା ସହିତ ଟାଇକ୍ବାଣ୍ଡୋ ଖେଳ ପ୍ରତି ଆକୃଷ୍ଟ ହୁଅନ୍ତି ବୋଲି ଅବିଭାବକ ମାନଙ୍କୁ କହିଥିଲେ। ଆଜିର ସମୟରେ ନିଜକୁ ଆତ୍ମ ନିର୍ଭରଶୀଳ ହେବା ସହିତ ନିଜକୁ ଆତ୍ମ ରକ୍ଷା କୌଶଳ ଶିକ୍ଷା ନିହାତି ଦରକାରୀ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଟାଇକ୍ବାଣ୍ଡୋ ଖେଳାଳି ମାନଙ୍କୁ ଅଗଷ୍ଟ ମାସରେ ଭଦ୍ରକ ଜିଲ୍ଳାରେ ହୋଇଥିବା ଖେଲୋ ଇଣ୍ଡିଆ ଅସ୍ମିତା ଲିଗ୍ ବିଜେତା ପିଲାମାନଙ୍କୁ ମାନପତ୍ର ସହିତ ମେଡାଲ ପ୍ରଦାନ କରାଯାଇଥିଲା। ତତ୍ ସହିତ ବେଲ୍ଟ ଉପାଧି ପ୍ରଦାନ କରାଯାଇଥିଲା। ଏହି ଭୂମି ପୂଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କୋରିଆନ ର୍ମାଶଲଟ ସ୍କୁଲର ସମ୍ପାଦକ ପ୍ରଦୀପ କୁମାର କାଣ୍ଡି।
Read More ...
Read More ...
ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ସମୀକ୍ଷା ପୋର୍ଟାଲର ମଧ୍ୟ ଉନ୍ମୋଚନ |
କଟକ (ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୬ : ଷଷ୍ଠ ରାଜ୍ୟ ଅର୍ଥ କମିଶନର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି, ଯାହା ରାଜ୍ୟ ଅର୍ଥ କମିଶନ (SFC) ଏବଂ କେନ୍ଦ୍ର ଅର୍ଥ କମିଶନ (CFC) ଅନୁଦାନ ଅଧୀନରେ ରାସ୍ତା, ପାନୀୟ ଜଳ ଯୋଗାଣ, ପରିମଳ, ରାସ୍ତା ଆଲୋକୀକରଣ, ପାର୍କ ଏବଂ ସାଧାରଣ ଉପଯୋଗୀତା ଇତ୍ୟାଦି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ପ୍ରଦାନ କରିବ । ନାଗରିକ, ନିର୍ବାଚିତ ପ୍ରତିନିଧି କିମ୍ବା ଯେକୌଣସି ବ୍ୟକ୍ତି https://samikshya.odisha.gov.in ଲିଙ୍କ୍ ମାଧ୍ୟମରେ ପୋର୍ଟାଲରେ ପ୍ରବେଶ କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ପ୍ରଗତି ତଦାରଖ କରିପାରିବେ । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଆର୍ଥିକ ମାନଦଣ୍ଡ, ପଞ୍ଚାୟତ ସ୍ତରର ଢାଞ୍ଚା ପରିବର୍ତ୍ତନ, ଜନସାଧାରଣଙ୍କ ଜୀବନଧାରଣାର ମାନ ବୃଦ୍ଧି, ପ୍ରତ୍ୟେକ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସ୍ଥିତି ସୁଧାରିବାକୁ ତତ୍ସହିତ ସମୃଦ୍ଧ ଓଡ଼ିଶାର ଭିତ୍ତି ସୁଦୃଢ଼ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୂଚନା ଯୋଗ୍ୟଯେ, କମିଶନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟରେ ଏକ ପୂର୍ବାନୁମାନଯୋଗ୍ୟ ଏବଂ ସୂତ୍ର-ଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ସ୍ଥାନୀୟ ସଂସ୍ଥାଗୁଡ଼ିକର ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ସମାନତା ବିଚାର, ଆଞ୍ଚଳିକ ବୈଷମ୍ୟ, ଗ୍ରାମୀଣ ଏବଂ ସହରାଞ୍ଚଳର ସ୍ଥାନୀୟ ପୃଥକ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । କମିଶନ ସ୍ଥାନୀୟ ସଂସ୍ଥାଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଉଭୟ ସୁପାରିଶ କରିଛନ୍ତି। ଏହି ବୈଠକରେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ମିଶ୍ର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସଚିବ ଶ୍ରୀ ଵିଶାଲ ଦେବ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ସଚିବ ଶ୍ରୀ ଗିରିଶ ଏସ.ଏନ ପ୍ରମୁଖ ଉପସ୍ଥିତ ଥିଲେ । କମିଶନ ର ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଅବସରରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ (SFC) ସଦସ୍ୟ ପ୍ରଫେସର ଅସିତ ରଞ୍ଜନ ମହାନ୍ତି ଏବଂ ଡକ୍ଟର ବିଭୁ ପ୍ରସାଦ ନାୟକଙ୍କ ସହିତ; ସଦସ୍ୟ ସଚିବ- ଡକ୍ଟର ସତ୍ୟ ପ୍ରିୟ ରଥ, ପଦାଧିକାରୀ ସଦସ୍ୟ-ତଥା- ନିର୍ଦ୍ଦେଶକ, ପୌର ପ୍ରଶାସନ ଶ୍ରୀ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।
Read More ...
Read More ...
ସର୍ବଗିଳା ମେସିନରେ ଧାନପିଟାକୁ କେନ୍ଦ୍ରକରି ତଣ୍ଟି ଚିପି ହତ୍ୟା, ଅଭିଯୁକ୍ତ ଫେରାର।
କଟକ ( ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୬ : ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଶ୍ୟାମସୁନ୍ଦରପୁର ପୁରରେ ସର୍ବଗିଳା ମେସିନରେ ଧାନପିଟାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ବିଜୟ ବେହେରା ବୋଲି ଜଣା ଯାଇଛି।ମୃତକଙ୍କ ପରିବାର ପକ୍ଷରୁ ଆଗତ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ୨୭/୨୬ ରୁଜୁ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ମିଳିଛି। ଅଭିଯୋଗ ମୁତାବକ, ଗତ ୨୮ ତାରିଖ ସନ୍ଧ୍ୟା ସମୟରେ ବିଜୟ ବେହେରା, କମ୍ଭୁନାଥ ବେହେରା ଓ ଭାନୁମତୀ ବେହେରା ସର୍ବଗିଳା ମେସିନରେ ଧାନ ଅମଳ କରୁଥିଲେ । ଭାନୁମତୀ ସେହି ସମୟରେ ମେସିନରୁ ବାହାରୁଥିବା ଧାନକୁ ଠୁଳ କରି ରଖୁଥିଲେ । ଗ୍ରାମର କଲ୍ୟାଣ ବେହେରା ସେହି ସମୟରେ ସେହି ସ୍ଥାନକୁ ଆସି ଧାନ ଅମଳ ବନ୍ଦ କରିବାକୁ କହିଥିଲେ।ବିଜୟ ବେହେରା ତାକୁ କହିଲା ଆଉ ଅଳ୍ପ ଧାନ ଅଛି ସରିଗଲେ ତମ ମଇଁଷି ଗୋଠକୁ ସଫା କରିଦେବ ବୋଲି କହିଥିଲେ। ଧାନ ଅମଳ ସମୟରେ ଗର୍ଦା ଉଡି ମହିଁଷି ଗୋଠରେ ପଡ଼ୁଥିଲା ବିଜୟ ମେସିନ ବନ୍ଦ ନକରିବାରୁ ଆଲୋକ ଓରଫ୍ ଗୁରୁକୃପା ପରମାନନ୍ଦ ବେହେରା ଉତ୍ୟକ୍ତ ହୋଇ ମେସିନ ବନ୍ଦ କରିଦେଲା। ସେହି ସମୟରେ ଶ୍ରୀକାନ୍ତ ବେହେରା, ଚିର ଚିନ୍ମୟ ସଚିଦାନନ୍ଦ ବେହେରା ଓ ଦୁର୍ଯ୍ୟୋଧନ ବେହେରା ଆସି ସେଠାରେ ପହଞ୍ଚିଲେ ଏବଂ ବିଜୟକୁ ମାରିଦେବା ଉଦ୍ଦେଶ୍ୟରେ ଏକଜୁଟ ହୋଇ କୁଟା ଭିତରେ ତଣ୍ଟି ଚିପି ମାଡିବସିଲେ ଓ ଶ୍ଵାସରୁଦ୍ଧ କରି ଜୀବନରୁ ମାରିଦେଲେ । ଡାକହୁଡି ପକାଇବାରୁ ଗ୍ରାମର କେତେକ ଲୋକ ଆସି ପହଞ୍ଚିଲେ। ସେତିକି ବେଳେ ନିରଞ୍ଜନ ବାରିକ, ମିଥୁନ ବାରିକ, ଭାଗୀରଥୀ ବାରିକ ହାତରେ ବାଡି ଧରି ସୁରେନ୍ଦ୍ର ବେହେରା, କମ୍ମୁନାଥ ଓ ନିରଞ୍ଜନ ବାରିକ ବାଡିରେ ପିଟି ମାରିଦେବା ପାଇଁ ଉଦ୍ୟମ କରିଥିଲେ । ପାଟିଶୁଣି ସେଠାରେ ପହଞ୍ଚିଥିବା କେତେକ ଗ୍ରାମବାସୀ ସେମାନଙ୍କୁ ଅଟକାଇଲେ। ମୁର୍ମୁର୍ଷ ଅବସ୍ଥାରେ ବିଜୟ ବେହେରାକୁ ତିହିଡି ଡାକ୍ତରଖାନାକୁ ନେଇ ଯାଇଥିଲେ। ବିଜୟର ଅବସ୍ଥା ସଂକଟାପନ୍ନ ଥିବାରୁ ଦେଖୁ ଭଦ୍ରକ ନେଇ ଯିବାକୁ କହିଲେ । ଭଦ୍ରକ ମୁଖ୍ୟ ଚିକିସାଳୟରେ ପହଞ୍ଚିବା ପରେ ସେଠାରେ ଡାକ୍ତର ବିଜୟକୁ ମୃତ ଘୋଷଣା କରିଥିବା ଅଭିଯୋଗରେ ଦର୍ଶା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ut
Read More ...
Read More ...
ମାନବ ଇତିହାସରେ ଉତ୍ତର ଓଡ଼ିଶାର ପ୍ରତ୍ନତାତ୍ତ୍ବିକ ଅବଦାନ ଗୁରୁତ୍ବପୂର୍ଣ୍ଣ। ପାଳିଆବିନ୍ଧା କଲେଜରେ ଇତିହାସ ବିଭାଗର ଜାତୀୟ ଆଲୋଚନାଚକ୍ର।
କଟକ ( ଉତ୍କଳ ନ୍ୟୁଜ ) ୨୯-୦୧-୨୦୨୬ : ଭଦ୍ରକ ଜିଲ୍ଲା ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜ୍ଜନ (ବିଏନ୍ଏମ୍ଏ) କଲେଜ ଇତିହାସ ବିଭାଗ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗର ମିଳିତ ଆନୁକୁଲ୍ୟରେ ଉତ୍ତର ଓଡ଼ିଶାର ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାକ୍ତନ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧ୍ୟଯୁଗୀୟ ଓ ବ୍ରିଟିଶ ଶାସନ ସମୟର ସ୍ବାଧୀନତା ଆନ୍ଦୋଳନରେ ଉତ୍ତର ଓଡ଼ିଶାର ଯୋଗଦାନକୁ ଆଧାର କରି ସଂସ୍କୃତି ଓ ପ୍ରତ୍ନତାତ୍ତ୍ୱିକ ଗବେଷଣା ଉପରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରି ସ୍ଥାନୀୟ ଇତିହାସର ପୃଷ୍ଠଭୂମିରେ ଗୋହିରାଟିକିରି ଯୁଦ୍ଧ, ଇଞ୍ଚୁଡି ସତ୍ୟାଗ୍ରହ, ରକ୍ତତୀର୍ଥ ଇରମ ତଥା ଲୁଣିଆର ସ୍ବାଧୀନତା ଆନ୍ଦୋଳନ, ମୋଗଲ, ମରାଠା ଓ ବ୍ରିଟିଶର୍ସ ସଂଗ୍ରାମ ଶାସନକାଳୀନ ବିବରଣୀ ପ୍ରଦାନ କରିଥିଲେ। ଇନଷ୍ଟିଚ୍ୟୁଟ୍ ଅଫ୍ ମାରିଟାଇମ୍ ଆଣ୍ଡ ସାଉଥ୍ ଇଷ୍ଟ ଏସିଆନ ଷ୍ଟଡ଼ିଜର ନିର୍ଦ୍ଦେଶକ ଡ. ସୁନୀଲ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍ତର ଓଡ଼ିଶାର ସମୃଦ୍ଧ ଐତିହ୍ୟ ଉପରେ ବିଶଦ ଆଲୋକପାତ କରି ନିଜ ବକ୍ତବ୍ୟରେ ବାଲେଶ୍ୱର ଓ ମୟୂରଭଞ୍ଜ ଅଞ୍ଚଳରୁ ଆବିଷ୍କୃତ ‘ଦୁର୍ଗାଦେବୀ’ ପ୍ରତ୍ନତାତ୍ତ୍ୱିକ ଖନନ ଉପରେ ଏକ ସୁବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାଚୀନ ଭାରତ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରଫେସର ସଞ୍ଜୟ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ଶ୍ରେଷ୍ଠ ନିଦର୍ଶନଗୁଡ଼ିକ ଉପରେ ଅବତାରଣା ପୂର୍ବକ ପ୍ରାଚୀନ ଓଡ଼ିଶାର କଳା-ସ୍ଥାପତ୍ୟର ବୈଶିଷ୍ଟ୍ୟ ଓ ଏହାର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଉତ୍ତର ଓଡ଼ିଶାର ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ସ୍ଥଳରୁ ମିଳିଥିବା କଳାକୃତିଗୁଡ଼ିକ କିପରି ଆମ ସଂସ୍କୃତିର ପରିଚୟ ବହନ କରେ, ସେ ସମ୍ପର୍କରେ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସହକାରୀ ପ୍ରଫେସର ଡ. ଅନାମ ବେହେରା ଆଲୋଚନାଚକ୍ରର ଆଭିମୁଖ୍ୟ ଓ ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନେ ଜାତୀୟ ପାଠଚକ୍ର ବିବରଣୀ ପୁସ୍ତିକା ଲୋକାର୍ପଣ କରିଥିଲେ। ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ନିରଞ୍ଜନ ରାଉତ ସ୍ବାଗତ ଅଭିଭାଷଣ ଓ ଅଧ୍ୟାପକ ଡ. ସୁଶାନ୍ତ କୁମାର ଦାସ ଭିତ୍ତିପ୍ରବନ୍ଧ ପରିବେଷଣ କରିଥିଲେ। ଛାତ୍ରୀ ବର୍ଷାରାଣୀ ମଲ୍ଲିକ, ଆରାଧନା ମାଝି, ପ୍ରମିଳା ମଲ୍ଲିକ, ଝିଲି ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ଦାସ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ଅଶୋକ କୁମାର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟାପକ ସରୋଜ କୁମାର ମହାପାତ୍ର, ଡ. ମାରୁତି ତ୍ରିପାଠୀ, ଡ. ସାଣ୍ଡ୍ରା ରୋଜାରିଓ ଓ ବିଭାଗର ଛାତ୍ର ରାଜେଶ ବେହେରା, ହରମୋହନ ମାଝି, ରୋହିତ କୁମାର ବେହେରା, ଜୀବନଜ୍ୟୋତି ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ଲୋକେଶ୍ବର ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
ଉତ୍ତର ଓଡ଼ିଶାର ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ସ୍ଥଳରୁ ମିଳିଥିବା କଳାକୃତିଗୁଡ଼ିକ କିପରି ଆମ ସଂସ୍କୃତିର ପରିଚୟ ବହନ କରେ, ସେ ସମ୍ପର୍କରେ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ସହକାରୀ ପ୍ରଫେସର ଡ. ଅନାମ ବେହେରା ଆଲୋଚନାଚକ୍ରର ଆଭିମୁଖ୍ୟ ଓ ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥିମାନେ ଜାତୀୟ ପାଠଚକ୍ର ବିବରଣୀ ପୁସ୍ତିକା ଲୋକାର୍ପଣ କରିଥିଲେ। ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ନିରଞ୍ଜନ ରାଉତ ସ୍ବାଗତ ଅଭିଭାଷଣ ଓ ଅଧ୍ୟାପକ ଡ. ସୁଶାନ୍ତ କୁମାର ଦାସ ଭିତ୍ତିପ୍ରବନ୍ଧ ପରିବେଷଣ କରିଥିଲେ। ଛାତ୍ରୀ ବର୍ଷାରାଣୀ ମଲ୍ଲିକ, ଆରାଧନା ମାଝି, ପ୍ରମିଳା ମଲ୍ଲିକ, ଝିଲି ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ଦାସ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ। ବିଭାଗର ଅନ୍ୟତମ ଅଧ୍ୟାପକ ଅଶୋକ କୁମାର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟାପକ ସରୋଜ କୁମାର ମହାପାତ୍ର, ଡ. ମାରୁତି ତ୍ରିପାଠୀ, ଡ. ସାଣ୍ଡ୍ରା ରୋଜାରିଓ ଓ ବିଭାଗର ଛାତ୍ର ରାଜେଶ ବେହେରା, ହରମୋହନ ମାଝି, ରୋହିତ କୁମାର ବେହେରା, ଜୀବନଜ୍ୟୋତି ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ଲୋକେଶ୍ବର ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
୩୨୩ ବର୍ଷରେ ପଦାର୍ପଣ କଲା ଦପାନାୟକାଣୀ ପୀଠରେ ମକର ଯାତ୍ରା |
କଟକ (ଉତ୍କଳ ନ୍ୟୁଜ ) ୧୪-୦୧-୨୦୨୬ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଈଶ୍ୱରପୁର ଗ୍ରାମର ପ୍ରାୟ ୩୨୩ ବର୍ଷର ଧରି ପୂଜା ପାଇ ଆସୁଥିବା ମା ଦପାନାୟକାଣୀଙ୍କ ଅଲୌକିକ କାହାଣୀ ତା ର ପ୍ରମାଣ ଦିଏ । ପୂର୍ବେ ମା’ଙ୍କ ପୂଜକ କୁମ୍ଭୀର ପିଠିରେ ବସି ପୂଜା କରିବାକୁ ଆସୁଥିବାର ତାଙ୍କ ଇତିହାସର ସ୍ପଷ୍ଟ ହୁଏ । ପୂୂର୍ବରୁ ଏକ ନଡା ଛପର ଘରେ ମା ଙ୍କର ପୂଜାର୍ଚ୍ଚନା କରାଯାଉଥିଲା । ୧୯୯୯ ମସିହା ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ଦିନ ତତ୍କାଳୀନ ମନ୍ତ୍ରୀ ନେତ୍ରାନନ୍ଦ ମଲ୍ଲିକ ଦଧି ନୌତି ବସାଇ ମା ଙ୍କ ମନ୍ଦିରର ଚୂଳି ମାରିଥିଲେ । ପ୍ରତିବର୍ଷ ପବିତ୍ର ମକରସଂକ୍ରାନ୍ତି ଦିନ ମା’ଙ୍କ ପୀଠରେ ଯାତ୍ରା ଲାଗିଥାଏ । ଏହି ଯାତ୍ରାରେ ଜିଲ୍ଲାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ୍ ହୋଇଥାଏ । ଏହି ଯାତ୍ରାରେ ମା’ଙ୍କ ପାଖରେ ମାନସିକ କରି ରଖାଯାଇଥିବା କୁକୁଡା ଭୋଗ ଲଗା ଯାଇଥାଏ । କୁକୁଡା ଗୁଡିକୁ କମିଟି ପକ୍ଷରୁ ନିଲାମ କରା ଯାଇଥାଏ । ଭକ୍ତମାନେ ବହୁ ମୂଲ୍ୟଦେଇ ଘରକୁ ନେଇଥାନ୍ତି । ଭକ୍ତମାନେ ମାନସିକ ରଖି ମାଟିରେ ତିଆରି ଘୋଡା ଓ କୁକୁଡାକୁ ମା’ଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏତତ୍ ବ୍ୟତିତ ଏଠାରେ ନଡିଆ, ଗୁଡ, ଚୁଡା ଓ କ୍ଷୀର ଆଦି ଭୋଗ ହେବା ସହ ବାଲ୍ୟଭୋଗ ମଧ୍ୟ କରାଯାଇଥାଏ । ପତ୍ୟେକ୍ଷ ଠାକୁରାଣୀ ଭାବେ ପରିଚିତ ଏହି ପୀଠରେ ଥିବା ବହୁ ପୂରାତନ ତେନ୍ତୁଳି ଗଛ କୋରଡରେ ଶହଶହ ନାଗ ଶା ରହିଥିବା କଥା ମଧ୍ୟ ଜନରବ ରହିଛି । ଦୀର୍ଘ ବର୍ଷ ଧରି ମା ଦାନାୟାକାଣୀଙ୍କ ପୀଠ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ବେଳେ ପର୍ଯ୍ୟଟନଙ୍କ ସୁବିଧା କେନ୍ଦ୍ର ସହିତ ଏକ କଲ୍ୟାଣ ମଣ୍ଡ ସ୍ଥାପିତ ହୋଇଛି ।
ସ୍ଥାନୀୟ ପୋଲିସ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇ ଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ବିଦ୍ୟୁତ୍ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ଓ ଶ୍ରଦ୍ଧାଳୁମାନଙ୍କ ସହାୟତା ପାଇଁ ଈଶ୍ୱରପୁର ହାଇସ୍କୁଲର ସ୍କାଉଟ ଗାଇଡ ଛାତ୍ରଛାତ୍ରୀମାନେ ନିୟୋଜିତ ହୋଇଥିଲେ । ପୀରହାଟ ଥାନା ଅଧିକାରୀ ଶ୍ରୀକାନ୍ତ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପଦକ୍ଷେପ ନିଆଯାଇଛି । ପୂଜା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ମା ଙ୍କ ପୂଜାରେ ସହଯୋଗ କରିଥିଲେ । ମା ଙ୍କ ପୀଠରେ ଏହି ପର୍ବ ମକର ସଂକ୍ରାନ୍ତୀ ଠାରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବାକୁ ଥିବା ବେଳେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
ସ୍ଥାନୀୟ ପୋଲିସ ଓ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇ ଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ, ବିଦ୍ୟୁତ୍ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ଓ ଶ୍ରଦ୍ଧାଳୁମାନଙ୍କ ସହାୟତା ପାଇଁ ଈଶ୍ୱରପୁର ହାଇସ୍କୁଲର ସ୍କାଉଟ ଗାଇଡ ଛାତ୍ରଛାତ୍ରୀମାନେ ନିୟୋଜିତ ହୋଇଥିଲେ । ପୀରହାଟ ଥାନା ଅଧିକାରୀ ଶ୍ରୀକାନ୍ତ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ପଦକ୍ଷେପ ନିଆଯାଇଛି । ପୂଜା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ମା ଙ୍କ ପୂଜାରେ ସହଯୋଗ କରିଥିଲେ । ମା ଙ୍କ ପୀଠରେ ଏହି ପର୍ବ ମକର ସଂକ୍ରାନ୍ତୀ ଠାରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବାକୁ ଥିବା ବେଳେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ |
କଟକ (ଉତ୍କଳ ନ୍ୟୁଜ ) ୮-୦୧-୨୦୨୬ : ଚାଷକାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଚାଷୀଙ୍କ କଷ୍ଟ କମିବ ଓ ଉତ୍ପାଦ ବୃଦ୍ଧି ପାଇବ । କଟକ ବାଲିଯାତ୍ରା ପଡିଆରେ ଆଜି ଉଦଘାଟିତ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଯୋଗ ଦେଇ ବିଶିଷ୍ଟ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି । କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃଷକମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେବାକୁ ପ୍ରୋତ୍ସାହିତ କରିଥିଲେ । ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଅଧିକ ଦୃଢ କରିବା ପାଇଁ ସରକାର ବିଭିନ୍ନ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହି କୃଷି ଯନ୍ତ୍ରପାତି ମେଳାରୁ ଚାଷୀମାନେ ଉନ୍ନତ ଜ୍ଞାନକୌଶଳ ଶିକ୍ଷା ଲାଭ କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ଯନ୍ତ୍ରପାତି ମେଳା ଦ୍ୱାରା କ୍ରେତା ଓ ବିକ୍ରେତା ଗୋଟିଏ ମଂଚରେ ଏକଜୁଟ ହୋଇପାରୁଛନ୍ତି । ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ପ୍ରକାରର ଉନ୍ନତ କୃଷି ଯନ୍ତ୍ରପାତି, ସାର ଓ କୀଟନାଶକ ଏବଂ ଚାଷ ସମ୍ବନ୍ଧୀୟ ବିଭିନ୍ନ ଋଣ ଯୋଗାଣ ଆଦି ଉପରେ ପ୍ରାୟ ୮୦ରୁ ଅଧିକ ଷ୍ଟଲ ଖୋଲିଛି । ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଡ୍ରୋନ୍, ନାନୋ ୟୁରିଆ, ସୋଲାର ପମ୍ପ, ସ୍ୱୟଂଚାଳିତ ମୁଢି ମେସିନ୍ ଆଦି ବିଭିନ୍ନ କିସମର ଯନ୍ତ୍ରପାତି ମଧ୍ୟ ଏହି ମେଳାରେ ଉପଲବଧ ଅଛି । କୃଷି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ, ଅଧିକ୍ଷଣ ଯନ୍ତ୍ରୀ(କୃଷି) ଶ୍ରୀ ଶ୍ରୀକାନ୍ତ ପରିଡା, ନିର୍ବାହୀ ଯନ୍ତ୍ରୀ (କୃଷି) ଶ୍ରୀ ପ୍ରଶାନ୍ତ ଜେନା, ଉପନିର୍ଦ୍ଦେଶକ (ଉଦ୍ୟାନ କୃଷି) ଏସ୍. ଋାମା ରାଓ, ଜିଲ୍ଳା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ, ଡା. ସୁଶାନ୍ତ କୁମାର ନାୟକ, ଜିଲ୍ଳା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ବବିତା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
Read More ...
Read More ...