କଟକ (ଉତ୍କଳ ନ୍ୟୁଜ ) ୨୧-୯-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ କାଁପଡା ଛକରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗୋଟିଏ ଦୋକାନ ଗୃହ ସମେତ ଦୁଇଟି ବାସଗୃହ ଭଷ୍ମିଭୁତ ହୋଇ ଯାଇଛି । ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି । ମୁଣ୍ଡ ଗୁଞ୍ଜିବାକୁ ବିପନ୍ନ ସାହାରା ଖୋଜୁଛନ୍ତି । ସୂଚନା ମୁତାବକ, ଗତକାଲି ରାତିରେ ନିଆଁ ଲାଗିଥିଲା । ନିମିଶକ ମଧ୍ୟରେ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା । ନିଆଁର ବେଗ ଏତେ ପ୍ରଖର ଥିଲା ଯେ ଲୋକେ ଚାହିଁଥିଲେ ମଧ୍ୟ ଲିଭାଇବାରେ ଅକ୍ଷମ ହୋଇଥିଲା । କିଛି ମୂହୁର୍ତ୍ତ ମଧ୍ୟରେ ଜଳିପୋଡି ଛାରଖାର ହୋଇଗଲା । ଦୋକାନରେ ସମସ୍ତା ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଘରର ସମସ୍ତ ସାମଗ୍ରୀ, ଆସବାବ ପତ୍ର ଓ ନଗଦ୍ ଟଙ୍କା ଜଳି ଯାଇଛି । ଏପରିକି ଆଲମିଆରେ ଥିବା ସମସ୍ତ ସାମଗ୍ରୀ ଜଳି ଭଷ୍ମିଭୁତ ହୋଇ ଯାଇଛି । ତେବେ ଇନ୍ଧନ ଗ୍ୟାସ ଟାଙ୍କି ଫାଟି କିଛି ଦୂରରେ ପଡିବାରୁ ଘଟଣା ପଦାକୁ ଆସିଥିଲା । ପ୍ରଥମେ ରାଜୁ ମଳିକଙ୍କ ଦୋକାନ ଘରେ ନିଆଁ ଲାଗିଥିଲା ଏବଂ ପରେ ଏହା ଆଶାକର୍ମୀ ବିଦ୍ୟୁତପ୍ରଭାଙ୍କ ବାସଗୃହକୁ ବ୍ୟାପିଥିଲା । ତେବେ ଗ୍ୟାସ ଟାଙ୍କି ଫାଟି ଯିବାରୁ କ୍ଷୟକ୍ଷତିର ପରିମାଣ ବୃଦ୍ଧି ପାଇଥିବା ବେଶ ଅନୁମେୟ । ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |