More News
ତିହିଡି ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଅଭିଯୋଗ, ଗ୍ରାହକଙ୍କ ହୋ ହାଲ୍କାରେ କମ୍ପିଲା ବଜାର।
କଟକ ( ଉତ୍କଳ ନ୍ୟୁଜ ) ୨୪-୦୭-୨୦୨୬ : ତିହିଡି ପେଟ୍ରୋଲ ପମ୍ପରେ ଅପମିଶ୍ରଣ ଅଭିଯୋଗ, ଗ୍ରାହକଙ୍କ ହୋ ହାଲ୍କାରେ କମ୍ପିଲା ବଜାର। ଭଦ୍ରକ ଜିଲ୍ଲା ତିହିଡି଼ ସଦର ବଜାରସ୍ଥିତ ଇଣ୍ଡିଆନ ଅଏଲର ଏକ ପେଟ୍ରୋଲ ଟାଙ୍କି ତେଲରେ ଅପମିଶ୍ରଣ ତଥା ପାଣି ମିଶାଯିବା ଅଭିଯୋଗ ହୋଇଛି। ଏହାକୁ ନେଇ ପେଟ୍ରୋଲ ଟାଙ୍କି ସାମ୍ନାରେ ବୁଧବାର ଅପରାହ୍ନରେ ଶତାଧିକ ଗ୍ରାହକ ହୋହାଲ୍ଲା କରି ଟାଙ୍କି ବନ୍ଦ କରିଦେବା ପାଇଁ ଦାବି ଜଣାଇଛନ୍ତି l ଏହାକୁ ନେଇ ଟାଙ୍କିରେ ଉତ୍ତେଜନା ପ୍ରକାଶ ପାଇଥିଲା l ଖବର ପାଇ ତିହିଡି଼ ପୋଲିସ ଥାନା ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ l ଗ୍ରାହକମାନେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଟାଙ୍କି ତେଲରେ ଅପମିଶ୍ରଣ ତଥା ପାଣି ମିଶା ଯାଉଛି l ଯାହା ଫଳରେ ସେମାନଙ୍କ ଗାଡ଼ି ଓ ବାଇକ ଅଚଳ ହୋଇ ଯାଉଛି l
ଯାତ୍ରୀବାହୀ ଗାଡ଼ି ଓ ଅନ୍ୟ ୪ଚକିଆ ଯାନ ତେଲ ପାଇଁ ବିଭିନ୍ନ ସମସ୍ୟାରେ ପଡୁଥିବା କେତେକ ଗାଡ଼ି ମାଲିକ ଦର୍ଶାଇଥିଲେ। କେତେକ ଲୋକ ମଧ୍ୟ ଅପମିଶ୍ରିତ ତେଲ ଧରି ଟାଙ୍କିରେ ପହଞ୍ଚି ଯାଞ୍ଚ ପାଇଁ ଦାବି ଜଣାଇଥିଲେ। ତେବେ ଏହି ଉତ୍ତେଜନା ଖବର ପାଇ ଟାଙ୍କି ମାଲିକ ମଧୁସ୍ମିତା ମଲିକ ଟାଙ୍କିରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଟାଙ୍କିରେ ପାଣି ମିଶା ଯାଉନଥିବା କହିଥିଲେ l ତେବେ ଇଣ୍ଡିଆନ ଅଏଲ କର୍ତ୍ତୃପକ୍ଷ ତେଲ ନମୁନା ପରୀକ୍ଷା ପାଇଁ ନେଇଥିବା ବେଳେ ଟାଙ୍କି ବନ୍ଦ ଥିବା ଜଣାଯାଇଛି l ଏହି ଘଟଣାଟି ସମଗ୍ର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ସାଜିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।
Read More ...
ଯାତ୍ରୀବାହୀ ଗାଡ଼ି ଓ ଅନ୍ୟ ୪ଚକିଆ ଯାନ ତେଲ ପାଇଁ ବିଭିନ୍ନ ସମସ୍ୟାରେ ପଡୁଥିବା କେତେକ ଗାଡ଼ି ମାଲିକ ଦର୍ଶାଇଥିଲେ। କେତେକ ଲୋକ ମଧ୍ୟ ଅପମିଶ୍ରିତ ତେଲ ଧରି ଟାଙ୍କିରେ ପହଞ୍ଚି ଯାଞ୍ଚ ପାଇଁ ଦାବି ଜଣାଇଥିଲେ। ତେବେ ଏହି ଉତ୍ତେଜନା ଖବର ପାଇ ଟାଙ୍କି ମାଲିକ ମଧୁସ୍ମିତା ମଲିକ ଟାଙ୍କିରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଟାଙ୍କିରେ ପାଣି ମିଶା ଯାଉନଥିବା କହିଥିଲେ l ତେବେ ଇଣ୍ଡିଆନ ଅଏଲ କର୍ତ୍ତୃପକ୍ଷ ତେଲ ନମୁନା ପରୀକ୍ଷା ପାଇଁ ନେଇଥିବା ବେଳେ ଟାଙ୍କି ବନ୍ଦ ଥିବା ଜଣାଯାଇଛି l ଏହି ଘଟଣାଟି ସମଗ୍ର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ସାଜିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।
Read More ...
ତିହିଡି଼ରେ ହେବେନ ଗେଷ୍ଟ ହାଉସ ଉଦଘାଟିତ।
କଟକ ( ଉତ୍କଳ ନ୍ୟୁଜ ).୨୪-୦୭-୨୦୨୬ : ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥ ପାର୍ଶ୍ଵର ତିହିଡି଼ କଲେଜ ଛକ ନିକଟସ୍ଥ ବଡ଼ଗାଲୋ ଛକରେ ଶୁକ୍ରବାର ହେବେନ ଗେଷ୍ଟ ହାଉସ ଉଦଘାଟିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଆଇଆଇସି ଲୋପାମୁଦ୍ରା ନାୟକ ଯୋଗଦେଇ ଏହି ଗେଷ୍ଟ ହାଉସକୁ ଉଦଘାଟନ କରିବା ଅବସରରେ କହିଥିଲେ ଯେ, ଲୋକମାନେ ଗେଷ୍ଟ ହାଉସ ପାଇଁ ରାତ୍ର ରହଣୀର ସୁବିଧା ପାଇ ପାରିବେ। ଅନ୍ୟତମ ଅତିଥି ଭାବେ ଏଏସଆଇ କୁମୁଦିନୀ ବେହେରା ଯୋଗ ଦେଇଥିଲେ l ଗେଷ୍ଟ ହାଉସ ପରିଚାଳକ ମାନସ ରଞ୍ଜନ ନାୟକ ଓ ତାଙ୍କ ପତ୍ନୀ ତିଳତ୍ତମା ନାୟକ ପୂଜା ଅର୍ଚ୍ଚନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ସରୋଜ କୁମାର ଦାସ, ମୁକ୍ତିକାନ୍ତ ନାୟକ, ଦିଲୀପ କୁମାର ବଳ, ସୁବ୍ରତ ନାୟକ, ସଂଗ୍ରାମ ବଳ, ରତିକାନ୍ତ ଦାସ, କରୁଣାକର ନାୟକ, କାହ୍ନୁଚରଣ କର, ସନ୍ତୋଷ କୁମାର ବହଳି, ଶ୍ରୀଧର ତରାଇ, ରଣଜିତ ନାୟକ ପ୍ରମୁଖ ଯୋଗ ଦେଇଥିଲେ l
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।
Read More ...
Read More ...
ତିହିଡି ବ୍ଲକ ଯୁବ କଂଗ୍ରେସ ସଭାପତି ବିଜେପିରେ ମିଶିଲେ. |
କଟକ ( ଉତ୍କଳ ନ୍ୟୁଜ ). ୨୪-୦୭-୨୦୨୬: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଯୁବ କଂଗ୍ରେସ ସଭାପତି ସୁଧାଂଶୁ ଶେଖର ମାହୁନ୍ତ ବିଜେପିରେ ଯୋଗଦାନ କରିଥିବା ଜଣା ଯାଇଛି।ତାଙ୍କ ସହ ଗୋଳାପୋଖରୀ ଗ୍ରାମର ଜଣେ ଯୁବ ନେତା ରଞ୍ଜନ ମହାପାତ୍ର ମଧ୍ୟ ସାମିଲ ହୋଇଛନ୍ତି।ଗୋଳାପୋଖରୀ ସରପଞ୍ଚ ପ୍ରଦୀପ ବଳଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ଶ୍ରୀ ମାହୁନ୍ତ ଓ ଯୁବନେତା ଶ୍ରୀ ମହାପାତ୍ର ଧୂସୁରିର ଏକ ସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରର ବିଜେପିର ସାମିଲ ହୋଇଥିଲେ। ମନ୍ତ୍ରୀ ଶ୍ରୀ ସୁରଜ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶଧାରା ଓ ମନ୍ତ୍ରୀ ଶ୍ରୀ ସୁରଜଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟକରି ଦଳରେ ଯୋଗ ଦେଇଥିବା କହିଛନ୍ତି। ଏଥିସହ ସେମାନେ ସରପଞ୍ଚ ପ୍ରଦୀପ ବଳଙ୍କ ଉଦ୍ୟମରେ ପଞ୍ଚାୟତରେ ହେଉଥିବା ବିକାଶରେ ସହଯୋଗ କରିବା ସଙ୍ଗେସଙ୍ଗେ ବିଜେପି ସଙ୍ଗଠନକୁ ସୁଦୃଢ କରିବେ ବୋଲି କହିଛନ୍ତି। ଯୁବ ସରପଞ୍ଚ ପ୍ରଦୀପ ପଞ୍ଚାୟତରେ ସରକାରଙ୍କ ଯୋଜନାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ସହିତ ବହୁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି।ସେ ବହୁ ସଂଗ୍ରାମ କରି ପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହ ନିର୍ମାଣ କରିବାରେ ସଫଳ ହୋଇଥିବା ଜଣାପଡିଛି। ମିଶ୍ରଣ ବେଳେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ,ସାଂସଦଙ୍କ ପ୍ରତିନିଧି ମନୋଜ ମଲ୍ଲିକ, ଧାମନଗର ପ୍ରଭାରୀ ବୁଦ୍ଧଦେବ ଜେନା ଓ ବିଜେପି ନେତା ଚତୁର୍ଭୁଜ ନାୟକ ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗୋଳାପୋଖରୀ ପଞ୍ଚାୟତ ଶକ୍ତି କେନ୍ଦ୍ର ପ୍ରମୁଖ ପ୍ରଶାନ୍ତ ବାରିକ, ନିରାକାର ବେହେରା, ବିଶ୍ୱଜିତ ମିଶ୍ର, ରବିନ୍ଦ୍ର ଜେନା, ଅନନ୍ତ ନାୟକ, ହିମାଂଶୁ ଶେଖର ନାୟକ, ରାମଚନ୍ଦ୍ର ଭୋଇ ଓ ରତିକାନ୍ତ ଭୋଇ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଅନାଥ ତିନି କଅଁଳ ସନ୍ତାନଙ୍କ ଆଖିରେ ଲୁହ, ପଞ୍ଚାୟତ ଓ ପ୍ରଶାସନର ସହାୟତା ଦାବି |
କଟକ (ଉତ୍କଳ ନ୍ୟୁଜ ). ୨୩-୦୭-୨୦୨୬ :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବୁଢ଼ିଦର ଗ୍ରାମ ପଞ୍ଚାୟତର ତେତେଲପଡ଼ା ଗାଁରୁ ଆସିଛି ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା। ଏହି ଗାଁର ନିବାସୀ ଲଳିତା ନାଏକଙ୍କ ପରଲୋକ ପରେ ତାଙ୍କର ତିନି କଅଁଳ ସନ୍ତାନ ସମ୍ପୂର୍ଣ୍ଣ ଅନାଥ ହୋଇପଡ଼ିଛନ୍ତି। ତିନି ବର୍ଷ ପୂର୍ବେ ପରିବାରର ମୁଖ୍ୟ ଫକୀର ନାଏକଙ୍କ ମୃତ୍ୟୁ ଘଟିଥିଲା। ସେହି ଦୁଃଖକୁ ଛାତିରେ ଚାପି ଲଳିତା ନାଏକ ଅନେକ କଷ୍ଟ, ଅଭାବ ଓ ସଂଘର୍ଷ ମଧ୍ୟରେ ନିଜ ତିନି ସନ୍ତାନଙ୍କୁ ଲାଳନ ପାଳନ କରିଆସୁଥିଲେ। କିନ୍ତୁ ଗତକାଲି ସେ ମଧ୍ୟ ଆରପାରିକୁ ଚାଲିଯିବା ପରେ ତିନି କଅଁଳ ଛୁଆଙ୍କ ମୁଣ୍ଡ ଉପରୁ ବାପା ମା ଙ୍କ ସ୍ନେହ, ସୁରକ୍ଷା ଓ ଆଶ୍ରୟ ସବୁଦିନ ପାଇଁ ହଟିଯାଇଛି। ଘର ଭିତରେ ଏବେ ନୀରବତା, ଆଖିରେ ଲୁହ ଓ ଆଗାମୀ ଦିନର ଅନିଶ୍ଚିତତା। ବୟସ ବୁଝିବା ପୂର୍ବରୁ ଏହି ତିନି ନିରୀହ ଶିଶୁ ଜୀବନର ସବୁଠୁ ବଡ଼ ଦୁଃଖର ସମ୍ମୁଖୀନ ହୋଇଛନ୍ତି। ଆଜି ସେମାନଙ୍କୁ ସାନ୍ତ୍ୱନା ଦେବାକୁ ବାପା ନାହାନ୍ତି, ମା ର ସ୍ନେହଭରା ହାତ ମଧ୍ୟ ନାହିଁ। ଭୋକ ଲାଗିଲେ କିଏ ଖାଇବା ଦେବ, ଦେହ ଖରାପ ହେଲେ କିଏ ଚିକିତ୍ସା କରିବ, ସ୍କୁଲକୁ କିଏ ପଠାଇବ ଏହି ପ୍ରଶ୍ନଗୁଡ଼ିକ ଆଜି ସମସ୍ତଙ୍କ ମନକୁ ବିଚଳିତ କରୁଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଫକୀର ନାଏକଙ୍କ ମୃତ୍ୟୁ ପରେ ଲଳିତା ନାଏକ ଦିନମଜୁରି କରି, କେବେ ପଡ଼ୋଶୀଙ୍କ ସହାୟତା ନେଇ ତ କେବେ ନଖାଇ ରହି ନିଜ ସନ୍ତାନଙ୍କ ମୁହଁରେ ଦାନା ଦେଇଥିଲେ। ଦାରିଦ୍ର୍ୟ ଓ ଅଭାବ ତାଙ୍କ ପରିବାରର ନିତିଦିନିଆ ସାଥୀ ହୋଇଥିଲା। ତଥାପି ମା ଭାବରେ ସେ ନିଜ ସନ୍ତାନଙ୍କୁ ବଞ୍ଚାଇ ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ। ଭାଗ୍ୟର ନିଷ୍ଠୁର ପରିହାସ ଆଗରେ ଶେଷରେ ସେ ହାର ମାନି ଆଖି ବୁଜିଦେଲେ। ବର୍ତ୍ତମାନ ଏହି ପରିବାରର ନିଜର ବୋଲି କେହି ନାହାନ୍ତି। ସରକାରୀ ସହାୟତା କହିଲେ କେବଳ ରାସନ ଯୋଜନାରେ ମିଳୁଥିବା ୫ କେଜି ଚାଉଳ। କିନ୍ତୁ କେବଳ ଚାଉଳରେ କେବେ ଜୀବନ ଚାଲେ ନାହିଁ। ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପୋଷାକ, ଶିକ୍ଷା, ପୁସ୍ତକ, ଔଷଧ, ବାସସ୍ଥାନ ଓ ଦୈନନ୍ଦିନ ଖର୍ଚ୍ଚର ଆବଶ୍ୟକତା ରହିଛି। ଏହି ସମସ୍ତ ଖର୍ଚ୍ଚ କିପରି ପୂରଣ ହେବ, ତାହାକୁ ନେଇ ସମଗ୍ର ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ତିନି ଅନାଥ ସନ୍ତାନଙ୍କୁ ତୁରନ୍ତ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯିବା ସହିତ ମାସିକ ଭତ୍ତା, ଶିକ୍ଷା ସହାୟତା, ବାସଗୃହ, ଖାଦ୍ୟ ସୁରକ୍ଷା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ସୁବିଧା ଯୋଗାଇ ଦିଆଯିବା ଆବଶ୍ୟକ। ଏହାସହ ପଞ୍ଚାୟତ ପ୍ରଶାସନ, ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହି ପରିବାରର ସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ଆବଶ୍ୟକ ସମସ୍ତ ସହାୟତା ଯୋଗାଇବାକୁ ଦାବି ଜୋର ଧରିଛି।ଏହି ଘଟଣା କେବଳ ଗୋଟିଏ ପରିବାରର ଦୁଃଖ କାହାଣୀ ନୁହେଁ, ବରଂ ସମାଜ ପାଇଁ ଏକ ବଡ଼ ପ୍ରଶ୍ନ। ଆଜି ଏହି ତିନି କଅଁଳ ସନ୍ତାନଙ୍କ ମୁହଁରେ ହସ ଫେରାଇବା, ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଓ ମାନବିକତାର ପରିଚୟ ଦେବା ସରକାର, ପ୍ରଶାସନ, ଜନପ୍ରତିନିଧି ଏବଂ ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କ ନୈତିକ ଦାୟିତ୍ୱ। ସମୟ ଥାଉଥାଉ ଯଦି ସେମାନଙ୍କ ପାଇଁ ସ୍ଥାୟୀ ସହାୟତାର ବ୍ୟବସ୍ଥା କରାନଯାଏ, ତେବେ ଏହି ତିନି କଅଁଳ ଜୀବନର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇପଡ଼ିବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି।
କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l
Read More ...
Read More ...
କଣ୍ଡରଗଡିଆ ଗ୍ରାମର ଦୁଇ ଜଣ ଛାତ୍ରଙ୍କ ନିଟ୍ ପରୀକ୍ଷାରେ ସଫଳତା |
କଟକ ( ଉତ୍କଳ ନ୍ୟୁଜ )୨୩-୦୭-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କଣ୍ଡରଗଡିଆ ଗ୍ରାମର ଦୁଇ ଜଣ ଛାତ୍ର ନିଟ୍ ପରୀକ୍ଷାରେ ଅଦ୍ଦଭୁତ୍ପୂର୍ଣ୍ଣ ସଫଳତା ହାସଲ କରିଥିବା ଜଣାଯାଇଛି । ସେମାନଙ୍କର ସଫଳତାକୁ ନେଇ ଗ୍ରାମବାସୀଙ୍କ ସମେତ ଶିକ୍ଷକ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ସୂଚନା ମୁତାବକ, କଣ୍ଡରଗଡ଼ିଆ ଗ୍ରାମରେ ସର୍ବେଶ୍ୱର ବିଶ୍ୱାଳଙ୍କ ପୁଅ ରଞ୍ଜନ ବିଶ୍ୱାଳ ନିଟ୍ ପରୀକ୍ଷାରେ ୭୨୦ରୁ ୫୭୨ ନମ୍ବର ରଖିବା ସହ ଅଲ୍ ଇଣ୍ଡିଆ ର୍ୟାଙ୍କ ୨୬୩୯ ହାସଲ କରିଥିବା ବେଳେ ସୁକାନ୍ତ ସେଠୀଙ୍କ ପୁଅ ଆଶିଷ କୁମାର ସେଠୀ ନୀଟ୍ ପରୀକ୍ଷାରେ ୭୨୦ରୁ ୬୫୭ ନମ୍ବର ହାସଲ କରିଛନ୍ତି । ପିତାମାତାଙ୍କ ତ୍ୟାଗ, ଶିକ୍ଷକମାନଙ୍କ ମାର୍ଗଦର୍ଶନ ଏବଂ ସେମାନଙ୍କର ନିରନ୍ତର ପରିଶ୍ରମ ଆଜି ଏପରି ସଫଳତା ଦେଇଥିବା କହିଛନ୍ତି । ନିଟ୍ ପରି ଏକ କଠିନ ଜାତୀୟ ସ୍ତରର ପରୀକ୍ଷାରେ ସଫଳତା ପାଇବା ପାଇଁ ସେମାନେ ନିୟମିତ ଅଧ୍ୟୟନ ଓ ସମୟର ସଠିକ୍ ପରିଚାଳନାକୁ ଗୁରୁତ୍ୱ ଦେଇଥିବା କହିଛନ୍ତି । ଦୁଇ ମେଧାବୀଙ୍କ ଲକ୍ଷ୍ୟ ହେଉଛି ଭବିଷ୍ୟତରେ ଜଣେ ଦକ୍ଷ ଡାକ୍ତର ହୋଇ ସମାଜର ସେବା କରିବା । ବିଶେଷ କରି ଗ୍ରାମାଞ୍ଚଳର ଗରିବ ଓ ଅସହାୟ ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ସେମାନଙ୍କ ସ୍ୱପ୍ନ ବୋଲି ପ୍ରକାଶ କରିଛନ୍ତି । ସଫଳତା ଖବର ପ୍ରକାଶ ପାଇବା ପରେ ଉଭୟ ଛାତ୍ରଙ୍କ ଘରେ ଶୁଭେଚ୍ଛୁଙ୍କ ଭିଡ଼ ଲାଗି ରହିଛି । ସମାଜସେବୀ ସୁବୋଧ ବଳ ଭେଟି ତାଙ୍କୁ ଫୁଲତୋଡ଼ା ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଭବିଷ୍ୟତ ଉଜ୍ୱଳ କାମନା କରିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷକମାନେ କହିଛନ୍ତି ଗ୍ରାମ।।ଞ୍ଚଳରୁ ଏଭଳି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବ ଏବଂ ଉଚ୍ଚ ଲକ୍ଷ୍ୟ ନେଇ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେବ ବୋଲି ମତପ୍ରକାଶ ପାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ବିରୁଦ୍ଧରେ ଭଦ୍ରକ ଓକିଲ ସଂଘର ବିକ୍ଷୋଭ |
କଟକ ( ଉତ୍କଳ ନ୍ୟୁଜ ) ୨୩-୦୭-୨୦୨୬: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଦିଲ୍ଲୀରେ ଚାଲିଥିବା ଐତିହାସିକ ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସ ଯେପରି ଭାବେ ଅମାନୁଷିକ ଆକ୍ରମଣ କରି ଶହ ଶହ ଛାତ୍ର ନେତାଙ୍କୁ ଆଘାତ କରି ହସ୍ପିଟାଲରେ ପକାଇଛନ୍ତି ତାହା ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ଠାରୁ ଆହୁରି ଭୟଙ୍କର ଆକ୍ରମଣ ବୋଲି ଭଦ୍ରକ ଓକିଲ ସଂଘ ଅଭିଯୋଗ କରିଛି । ଦିଲ୍ଲୀ ପୁରୁଷ ପୋଲିସ ପକ୍ଷରୁ ଐତିହାସିକ ଛାତ୍ର ଆନ୍ଦୋଳନରେ ଯୋଗ ଦେଇଥିବା ମହିଳା ଆନ୍ଦୋଳନକାରୀ ମାନଙ୍କ ବ୍ୟକ୍ତିଗତ ସମ୍ବେଦନଶୀଳ ଗୁପ୍ତାଙ୍ଗ ଉପରେ ଆକ୍ରମଣ କରିବା ଘଟଣା ବିଶ୍ୱ ଦରବାରରେ ଭାରତର ଛବିକୁ ମଳିନ କରିଛି ଏବଂ ଏହି ଘଟଣା ପାଇଁ ଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ସହ ଦାଗୀ ପୋଲିସ ଅଫିସର ମାନଙ୍କୁ ଗିରଫ କରାଯିବାକୁ ଭଦ୍ରକ ଓକିଲ ସଂଘ ଦାବି କରିଛି । ଏହି ଆନ୍ଦୋଳନରେ ଭଦ୍ରକ ଓକିଲ ସଂଘ ସଭାପତି ଅରୁଣ କୁମାର ଚାନ୍ଦ, ଓକିଲ ସଂଘ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପୂର୍ବତନ ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟ, ପୂର୍ବତନ ଓକିଲ ସଂଘ ସଂପାଦକ ଦିବ୍ୟସିଂହ ନାୟକ, ଓଡିଶା ରାଜ୍ୟ ବାର୍ କାଉନସିଲର ପୂର୍ବତନ ସଭ୍ୟ ପବନ କୁମାର ଶର୍ମା, ବିଶିଷ୍ଟ ଆଇନଜୀବୀ ବିଜନ ଜେନା, ଆଇନଜୀବୀ ସରୋଜ ଦାସ, ପ୍ରଫୁଲ୍ଲ ପାଢୀ, ରାଧାନାଥ ଦାସ, ଜାମିଲ ଅହମ୍ମଦ, ପ୍ରଫୁଲ୍ଲ ସାମଲ, ନିଶିକାନ୍ତ ନାୟକ, ବିଷ୍ଣୁବ୍ରତ ବିଶ୍ୱାଳ, ସନ୍ତୋଷ ନାୟକ, ଗିରିଧାରୀ ନାଥ, ବିକାଶ ନାଥ,ବିଜୟ ରାଉତ, ନାରାୟଣ ମହାନ୍ତି, ମାଧବାନନ୍ଦ ବେହେରା, ଦେବେନ୍ଦ୍ର ନାୟକ, ଉଜ୍ୱଳ ଯେନା, ଅମ୍ରିତ ପ୍ରିତମ ନାୟକ, ଗୁରୁଜ୍ୟୋତି ମହାନ୍ତି, ଦେବବ୍ରତ ମହାପାତ୍ର, ବଦ୍ରିନାରାୟଣ ବେହେରା, ଉଷାଶ୍ରୀ ବାରିକ୍ ଓ କୁତ୍ତଦୀପା କର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି କେନ୍ଦ୍ର ଗୃହମନ୍ତ୍ରୀ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟକୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଆକ୍ରମଣକାରୀ ଓ ପାଶବିକ ଅତ୍ୟାଚାରୀ ପୋଲିସ ମାନଙ୍କୁ ଯଦି ଅବିଳମ୍ବେ ଗିରଫ କରାନଯାଏ ତେବେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲା ବନ୍ଦ କରାଯିବ ଓ ଜୁଲାଇ ୨୪ ତାରିଖରେ ଆମ ଦେଶରେ ସଂଗଠିତ ହେବାକୁ ଥିବା ଐତିହାସିକ ସର୍ବଭାରତୀୟ ଛାତ୍ର ଧର୍ମଘଟକୁ ଭଦ୍ରକ ଓକିଲ ସଂଘ ସମର୍ଥନ କରୁଛି ବୋଲି ଓକିଲ ସଂଘ ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ନ୍ୟୁ ଷ୍ଟିୱାର୍ଟ ସ୍କୁଲ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ. |
କଟକ ( ଉତ୍କଳ ନ୍ୟୁଜ ) ୨୧-୦୭-୨୦୨୬ : କଟକ ମିଶନ ରୋଡ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲ ର ୩୫ ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ଙ୍କ ପୌରହିତ୍ୱ ରେ ବକଲି ଚାପେଲ ପରିସରରେ ରେ ପାଳିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ଭାବରେ ଭୁବନେଶ୍ବର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ (ସୋଆ ) ର ତିନ ତଥା ଉପ କୁଳପତି ପ୍ରଫେସର ଅନୁପ ଆତ୍ମସଚେତନ,ପ୍ରଚେଷ୍ଟା, ଦୃଢ ନିଷ୍ଠା ଓ କୃତଜ୍ଞତା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଆଣିଦେଇ ଥାଏ ବୋଲି କହିଥିଲେ । ରେଭେରେଣ୍ଡ ଅଜୟ କୁମାର ବେହେରା ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ । ରେଭେରେଣ୍ଡ ସାମନୁରାୟ ଯୋଗ ଦେଇ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ପଙ୍କଜ ସାହାଣୀ ବାଇବେଲ ପାଠ କରିଥିଲେ । ବିଦ୍ୟାଳୟର ସମ୍ପାଦକ ବିକ୍ରମ ଏନ ଆଡମସ ଅତିଥ୍ ମାନଙ୍କ ପରିଚୟ ପ୍ରଦାନ କରିଥିଲେ । କଟକ ଡାଇଓସେସ ର ସମ୍ପାଦକ ଶ୍ରୀଯୁକ୍ତ ସମରେନ୍ଦ୍ର ପ୍ରାମାଣିକ କାର୍ଯ୍ୟକ୍ରମର ସ୍ବାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ବିଦ୍ୟାଳୟର ବିଗତ ୩୫ ବର୍ଷ ର ସଫଳତା ପାଇଁ ଈଶ୍ବରଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ । ରେଭେରେଣ୍ଡ ପଲାଶ ଦେ ଓ ଦଶମ ଶ୍ରେଣୀ ର ଛାତ୍ରୀ ସିମରତ କଉର ବାଇବେଲ ଅନୁଛେଦ ପାଠ କରିଥିଲେ । କଟକ ଡାଇଓସେସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧୂକାରୀ ରେଭେରେଣ୍ଡ ଏଫ ସି ନର୍ଥ କାର୍ଯ୍ୟକ୍ରମର ଶେଷ ପ୍ରାର୍ଥନା କରିଥିଲେ ।
ରେଭେରେଣ୍ଡ ପରିତୋଷ ରାଉତ ଈଶ୍ବରଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଟକ ଡାଇଓସେସନ ଶିକ୍ଷା ବୋର୍ଡ ର ସମ୍ପାଦିକା ଡ଼ ରଶ୍ମିରେଖା ସେନାପତି, କଟକ ଷ୍ଟିୱାର୍ଟ ସ୍କୁଲ ର ଅଧ୍ଯକ୍ଷା ଡ଼ି ମାର୍ଟିନା, ଥମସନ ସି ଟି ଟ୍ରେନିଂ ଅନୁଷ୍ଠାନ ର ଅଧ୍ଯକ୍ଷା ଶ୍ରୀମତୀ ଅସୀମା ଯାଚକ, ବକଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୂଦୀପ୍ତି ଦାସ ବକଳି ପ୍ରି ପ୍ରାଇମେରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମୃତି ରେଖା ପଣ୍ଡା, ମମତା ସିଂ, ମାନସୀ ମହାନ୍ତି, ରେଭେରେଣ୍ଡ ଅବିନାଶ ଦାସ, ରେଭେରେଣ୍ଡ ଗୋଲକ ନାୟକ, ବିଦ୍ୟାଳୟର ସ୍କାଉଟ ଏବଂ ଗାଇଡ : ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ସଂଯୋଜକ ଚନ୍ଦନ କୁମାର ଦାସ, ସଂଯୋଜିକା ସୁମିତ୍ରା ପଣ୍ଡା,ଆକ୍ଟିଭିଟି ସଂଯୋଜକ ଆଲୋକ ପ୍ରକାଶ ସାହୁ, ବରିଷ୍ଠ ଶିକ୍ଷୟିତ୍ରୀ ସୁଲତା ବେହେରା, ଆଭା ବିଶ୍ବାଳ, ଅନିତା ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବରିଷ୍ଠ ସଂଯୋଜକ ଚନ୍ଦନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀର ଛାତ୍ର ରାଜବିର ବେହେରା ଓ ଛାତ୍ରୀ ଶୃଷ୍ଟି ନାୟକ ଉପସ୍ଥାପନା କରିଥିଲେ । ରେଭେରେଣ୍ଡ ମଯେଶ ମହାନ୍ତି ଅଧ୍ଯକ୍ଷ ନ୍ୟୁ ଷ୍ଟିୱାର୍ଟ ସ୍କୁଲ, କଟକ
Read More ...
ରେଭେରେଣ୍ଡ ପରିତୋଷ ରାଉତ ଈଶ୍ବରଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଟକ ଡାଇଓସେସନ ଶିକ୍ଷା ବୋର୍ଡ ର ସମ୍ପାଦିକା ଡ଼ ରଶ୍ମିରେଖା ସେନାପତି, କଟକ ଷ୍ଟିୱାର୍ଟ ସ୍କୁଲ ର ଅଧ୍ଯକ୍ଷା ଡ଼ି ମାର୍ଟିନା, ଥମସନ ସି ଟି ଟ୍ରେନିଂ ଅନୁଷ୍ଠାନ ର ଅଧ୍ଯକ୍ଷା ଶ୍ରୀମତୀ ଅସୀମା ଯାଚକ, ବକଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୂଦୀପ୍ତି ଦାସ ବକଳି ପ୍ରି ପ୍ରାଇମେରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମୃତି ରେଖା ପଣ୍ଡା, ମମତା ସିଂ, ମାନସୀ ମହାନ୍ତି, ରେଭେରେଣ୍ଡ ଅବିନାଶ ଦାସ, ରେଭେରେଣ୍ଡ ଗୋଲକ ନାୟକ, ବିଦ୍ୟାଳୟର ସ୍କାଉଟ ଏବଂ ଗାଇଡ : ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ସଂଯୋଜକ ଚନ୍ଦନ କୁମାର ଦାସ, ସଂଯୋଜିକା ସୁମିତ୍ରା ପଣ୍ଡା,ଆକ୍ଟିଭିଟି ସଂଯୋଜକ ଆଲୋକ ପ୍ରକାଶ ସାହୁ, ବରିଷ୍ଠ ଶିକ୍ଷୟିତ୍ରୀ ସୁଲତା ବେହେରା, ଆଭା ବିଶ୍ବାଳ, ଅନିତା ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବରିଷ୍ଠ ସଂଯୋଜକ ଚନ୍ଦନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀର ଛାତ୍ର ରାଜବିର ବେହେରା ଓ ଛାତ୍ରୀ ଶୃଷ୍ଟି ନାୟକ ଉପସ୍ଥାପନା କରିଥିଲେ । ରେଭେରେଣ୍ଡ ମଯେଶ ମହାନ୍ତି ଅଧ୍ଯକ୍ଷ ନ୍ୟୁ ଷ୍ଟିୱାର୍ଟ ସ୍କୁଲ, କଟକ
Read More ...
ସ୍ୱନମ୍ ୱାଙ୍ଗଚୁକ୍ଙ୍କ ଆମରଣ ଅନଶନ ପ୍ରତି ସଂହତି ଜଣାଇ ଭଦ୍ରକରେ ସିପିଆଇ(ଏମ) ପକ୍ଷରୁ ସଭା. |
କଟକ ( ଉତ୍କଳ ନ୍ୟୁଜ ). ୨୧-୦୭-୨୦୨୬: ଦିଲ୍ଲୀର ଜନ୍ତର ମନ୍ତର ରୋଡରେ ଚାଲିଥିବା ସର୍ବଭାରତୀୟ ଯୁବ-ଛାତ୍ର ଆନ୍ଦୋଳନ ଏବଂ ସୋନମ ୱାଙ୍ଗଚୁକ୍ଙ୍କ ଆମରଣ ଅନଶନ ପ୍ରତି ସଂହତି ପ୍ରକାଶ କରି ଭଦ୍ରକ ସହରସ୍ଥିତ ଷ୍ଟେଟ ବ୍ୟାଙ୍କ ଛକଠାରେ ଏକ ସଭା ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଯୁବ-ଛାତ୍ରମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ପୁଲିସ୍ ବଳ ପ୍ରୟୋଗ କରି ଦମନ କରିବା ଉଦ୍ୟମକୁ ସଭାରେ ତୀବ୍ର ନିନ୍ଦା କରା ଯାଇଛି । ଆନ୍ଦୋଳନ ସ୍ଥଳକୁ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିନିଧି ନଆସି ଯୁବ-ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା ନକରି ଏହି ଐତିହାସିକ ଆନ୍ଦୋଳନର ମୁଖ୍ୟ ନେତା ଭାରତର ବିଶିଷ୍ଟ ପରିବେଶବିତ୍ ତଥା ବୈଜ୍ଞାନିକ ସ୍ୱନମ୍ ୱାଙ୍ଗଚୁକ୍ଙ୍କୁ ବଳପୂର୍ବକ ଅନଶନ ସ୍ଥଳରୁ ଦିଲ୍ଲୀ ପୋଲିସ ଉଠାଇ ନେଇ ବେଆଇନ ଭାବେ ଅଟକ ରଖି ଭାରତର ଗଣତନ୍ତ୍ରକୁ ହତ୍ୟା କରିବା ଘଟଣାକୁ ସିପିଆଇ(ଏମ) ପକ୍ଷରୁ ତୀବ୍ର ନିନ୍ଦା କରା ଯାଇଛି । ସେହିପରି ଓଡିଶାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୨୨୦୦ ରୁ ଅଧିକ ତୃଟି ରାଜ୍ୟରେ ଚାଲିଥିବା ବିଜେପି ସରକାରର ଅପାରଗତାକୁ ପଦାରେ ପକାଇଛି ବୋଲି ସିପିଆଇ(ଏମ) ନେତୃବୃନ୍ଦ ପ୍ରକାଶ କରିଥିଲେ । ଭାରତର ଶିକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ଅରାଜକତା ପାଇଁ ଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା , ଏନ୍ ଟି ଏ କୁ ବାତିଲ କରି ନିଟ ସମେତ ସମସ୍ତ ଜାତୀୟ ପ୍ରବେଶିକା ପରୀକ୍ଷାରେ ସ୍ୱଛତା, ନିରପେକ୍ଷତା ଓ ଉତ୍ତର ଦାୟିତ୍ୱତା ସୁନିଶ୍ଚିତ କରିବା, ଏହି ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଜଡିତ ସମସ୍ତ ଅଭିଯୁକ୍ତ ଓ ଷଡଯନ୍ତ୍ରକାରୀ ମାନଙ୍କୁ ଗିରଫ କରିବା, ଛାତ୍ର ବିରୋଧି ଜାତୀୟ ଶିକ୍ଷା ନୀତି-୨୦୨୦ ବାତିଲ କରିବା, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପରିବାର ଗୁଡିକୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ, ଶିକ୍ଷାର ବ୍ୟବସାୟୀକରଣ ଓ ସାଂପ୍ରଦାୟିକରଣ ଶିକ୍ଷା ନୀତି ବାତିଲ କରି ଭାରତରେ ଗୁଣାତ୍ମକ ଓ ବୈଜ୍ଞାନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିବା, ଓଡିଶାରେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରକାଶ ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା, ସଂଶୋଧିତ ପାଠ୍ୟ ପୁସ୍ତକ ତୁରନ୍ତ ପ୍ରଚଳନ କରି ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାଇ ଦେବା ଆଦି ଦାବି ସଭାରେ ସିପିଆଇ(ଏମ) ନେତୃତ୍ୱ ଉପସ୍ଥାପନ କରିଥିଲେ । ଏହି ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଲଢେଇ ହେବ ବୋଲି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, କାଳନ୍ଦୀ ପାତ୍ର, ଗିରିଧାରୀ ନାଥ, ଜୟନୂଲ ଆବେଦିନ, ବିଶିଷ୍ଟ ଆଇନଜୀବୀ ଅଶୋକ ନାୟକ, ବରିଷ୍ଠ ନେତା ନିରଞ୍ଜନ ପାଣି, ଯୁବନେତା ସେକ୍ ସନାଉଲ୍ଲା, ବିନୋଦ ସାହୁ, ଯୁବନେତା ଅଶୋକ ବେହେରା, ଯୁବ ଆଇନଜୀବୀ ପାୟଲ ସାହୁ, ଉଷାଶ୍ରୀ ବାରିକ୍ ପ୍ରମୁଖ ଉପସ୍ଥିତ ହୋଇ ସ୍ୱନମ୍ ୱାଙ୍ଗଚୁକ୍ଙ୍କ ଆମରଣ ଅନଶନ ପ୍ରତି ସଂହତି ଜଣାଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ |
କଟକ ( ଉତ୍କଳ ନ୍ୟୁଜ ) ୨୦.୦୭.୨୬ : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ (ଓସ୍ନେଲିଆ) ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ୨୦ ତାରିଖରେ ସଂଘର ସଭାପତି ବିଶ୍ୱରଂଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ସୌମେନ୍ଦ୍ର ମିର୍ଦ୍ଧା ଓ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଶ୍ରୀ କମଳାକାନ୍ତ ଓଝାଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ସମସ୍ତ ଅନୁଦାନ ପ୍ରାପ୍ତ ଏବଂ ଅଣ ଅନୁଦାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ (୪୮୮ ଏବଂ ୬୬୨ ବର୍ଗ) ତା ୦୧.୬.୨୦୦୮ରିଖରୁ ତା୦୧.୬.୨୦୧୮ରିଖ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ପାଇଥିବା ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ନୂତନ ସରକାରୀ ଅନୁଦାନ ଦାବୀରେ ମୁଖ୍ୟମନ୍ତ୍ରୀ ମାହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ସମ୍ମାନନୀୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଅନୁଯାୟୀ ଏହି ଦାବୀ ଦୀର୍ଘଦିନର ଦାବୀ ଅଟେ । ଗତ ୨୦୨୫ ମସିହା ଜୁଲାଇ ମାସରେ ଲୋୟର ପିଏମଜିରେ ସଂଘ ତରଫରୁ ହୋଇଥିବା ଆମରଣ ଅନଶନ ମାଧ୍ୟମରେ ସଂଘ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଗୋଚର ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ସ୍ୱରୂପ ମାନ୍ୟବର ଏକାମ୍ର ବିଧାୟକ ବାବୁ ସିଂ ଓ ମାନ୍ୟବର ବିଧାୟକ ପିପିଲି ଆଶ୍ରିତ ପଟ୍ଟନାୟକଙ୍କ ସହଯୋଗରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ, ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ସହ ସଂଘର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏବଂ ନୂଆପଡ଼ା ନିର୍ବାଚନ ପରେ ୨୦୦୮-୧୮ ସରକାରୀ ଅନୁଦାନ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ମାତ୍ର ପରବର୍ତ୍ତୀ ଅବସ୍ଥାରେ ବିଧାନ ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷକ ସମାଜର ସମସ୍ତ ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଶୋକ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ୬ ମାସ ମଧ୍ୟରେ ସଂଘର ଦାବି ସମ୍ବନ୍ଧରେ ତଥ୍ୟ ଦେବା ପାଇଁ ଘୋଷଣା କରିଥିଲେ । ମାତ୍ର ଉକ୍ତ କମିଟି ୬ ମାସ ଅବଧି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସଂଘର ଦାବୀ ସମ୍ବନ୍ଧରେ ତଥ୍ୟ ପ୍ରେରଣ କରିଥିବା ବେଳେ ସରକାର ଅଧ୍ୟାପକ ଅଧ୍ୟାପିକା ମାନଙ୍କର ସମସ୍ୟାକୁ ସମାଧାନ ନ କରି "ଜ୍ଞାନୋଦୟରୁ ଶିକ୍ଷାର ସମୃଦ୍ଧି’ ଯୋଜନାକୁ ତରବରିଆ ଭାବେ ଘୋଷଣା କରିବା ଦ୍ୱାରା ଏହି ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ଆଡ଼କୁ ଟାଣି ହୋଇ ଯାଇଛି । ତେଣୁ ସଂଘ ଅଦ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ୨୦୦୮-୧୮ ସରକାରୀ ଅନୁଦାନ ଘୋଷଣା ନିମନ୍ତେ ଦାବିପତ୍ର ପ୍ରଦାନ କରିଅଛି ।ଯଦି ସରକାର ଏହାର ସମାଧାନ ନକରନ୍ତି ତେବେ ମୌସୁମୀ ଅଧିବେଶନରେ ସଂଘ ଲୋୟର ପି.ଏମ.ଜି ରେ ଗଣତାନ୍ତ୍ରିକ ପଦ୍ଧତିରେ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରୁଛନ୍ତି ଶହସ୍ରାଧିକ କାଉଡ଼ିଆ।
କଟକ ( ଉତ୍କଳ ନ୍ୟୁଜ ). ୨୦-୦୭-୨୦୨୬ : ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣି ପୀଠ ଆରଡି ଧାମରେ ଆରମ୍ଭ ହୋଇଛି ଶ୍ରାଵଣୀଯାତ୍ରା। ଆଜି ପ୍ରଥମ ସୋମବାରରେ ଵାଵାଙ୍କୁ ଜଳାଭିଷେକ କରିବା ପାଇଁ ଶହସ୍ରାଧିକ କାଉଡ଼ିଆ ଭକ୍ତଙ୍କର ସମାଗମ ହୋଇଛି ପୀଠରେ । ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପ୍ରଥମ ସୋମବାରରେ ଜଳାଭିଷେକ କରିବା ପାଇଁ ରବିବାର ମଧ୍ୟରାତ୍ରରୁ କାଉଡ଼ିଆ ଭକ୍ତମାନେ ଧାଡ଼ିରେ ଯାଇ ଜଳଲାଗି କରୁଛନ୍ତି ।କାଉଡ଼ିଆ ଭକ୍ତଙ୍କ ଆଗମନକୁ ନେଇ ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ଥଳପଥ ଓ ଜଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରା ଯାଇଛି।
ଏଥିସହ ଭରା ନଦୀରେ ଯାତ୍ରୀ ପରିବହନ ହେଉଥିବାରୁ ତାଙ୍କର ସୁରକ୍ଷା ନିମନ୍ତେ ବୈତରଣୀ ଓ ସାଳନ୍ଦୀ ନଦୀରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମାରୁଛନ୍ତି। ପୀଠକୁ ଆସିବା ବାଟରେ ଧାନକଣିଆ, ତିନିଥର ଓ ମୁଆଁ ଭଳି ୩ଟି ନଦୀ ଘାଟର ଉଭୟ ପାର୍ଶ୍ଵରେ ପୁଲିସ ମୃତୟନ ରହିବା ସହିତ ରାତିରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରା ଯାଇଛି। ବିଶେଷକରି କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ସଂଧ୍ୟା ୭ଟାରୁ ନଦୀ ଘାଟରେ ଯାତ୍ରୀ ପରିବହନ ରହିଥିଲା।
ସେହିପରି ନଦୀ ଦ୍ଵୟରେ ହିଂସ୍ର କୁମ୍ଭୀର ଯାତାୟତ କରୁଥିବାରୁ ନଦୀରେ ଗାଧୋଇଵା ଓ ପାଣି ଭାର ଉଠାଇବା ଉପରେ କଟକଣା ଜାରି କରା ଯାଇଛି। ଅନ୍ୟପଟେ ବାବାଙ୍କ ପାଖରେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହିତ ମନ୍ଦିର ଭିତରେ ଓ ବାହାରେ ଉଜ୍ଵଳ ଆଲୋକ ବ୍ୟବସ୍ଥା କରା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ. |
Read More ...
ଏଥିସହ ଭରା ନଦୀରେ ଯାତ୍ରୀ ପରିବହନ ହେଉଥିବାରୁ ତାଙ୍କର ସୁରକ୍ଷା ନିମନ୍ତେ ବୈତରଣୀ ଓ ସାଳନ୍ଦୀ ନଦୀରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମାରୁଛନ୍ତି। ପୀଠକୁ ଆସିବା ବାଟରେ ଧାନକଣିଆ, ତିନିଥର ଓ ମୁଆଁ ଭଳି ୩ଟି ନଦୀ ଘାଟର ଉଭୟ ପାର୍ଶ୍ଵରେ ପୁଲିସ ମୃତୟନ ରହିବା ସହିତ ରାତିରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରା ଯାଇଛି। ବିଶେଷକରି କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ସଂଧ୍ୟା ୭ଟାରୁ ନଦୀ ଘାଟରେ ଯାତ୍ରୀ ପରିବହନ ରହିଥିଲା।
ସେହିପରି ନଦୀ ଦ୍ଵୟରେ ହିଂସ୍ର କୁମ୍ଭୀର ଯାତାୟତ କରୁଥିବାରୁ ନଦୀରେ ଗାଧୋଇଵା ଓ ପାଣି ଭାର ଉଠାଇବା ଉପରେ କଟକଣା ଜାରି କରା ଯାଇଛି। ଅନ୍ୟପଟେ ବାବାଙ୍କ ପାଖରେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହିତ ମନ୍ଦିର ଭିତରେ ଓ ବାହାରେ ଉଜ୍ଵଳ ଆଲୋକ ବ୍ୟବସ୍ଥା କରା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ. |
Read More ...
ସାପ କାମୁଡ଼ାରେ ଓରାଳିରେ ଉମାକାନ୍ତ ବେହେରାଙ୍କ ମୃତ୍ୟୁ |
କଟକ ( ଉତ୍କଳ ନ୍ୟୁଜ ) ୨୦-୦୭-୨୦୨୬: ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବୋଡ଼କ ପଞ୍ଚାୟତ ଅନ୍ତର୍ଗତ ଓରାଳି ଗ୍ରାମର ଜଣେ ବ୍ୟକ୍ତି ବିଲରେ କାମ କରୁଥିବା ବେଳେ ସର୍ପ ଦଂଶନରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ଉମାକାନ୍ତ ବେହେରା (୫୬) । ସୂଚନା ଅନୁସାରେ, ଗତ ୧୭ ତାରିଖ ଦିନ ଉମାକାନ୍ତ ଓ ତାଙ୍କ ସାନଭାଇ ରାଧାକାନ୍ତ ଚାଷ କାମ ପାଇଁ ବିଲକୁ ଯାଇଥିଲେ । ସେଠାରେ ଉମାକାନ୍ତଙ୍କୁ ଏକ ବିଷଧର ସାପ କାମୁଡ଼ିଥିଲା । ସେ ସଂଗେ ସଂଗେ ତାଙ୍କ ସାନଭାଇଙ୍କୁ ଜଣାଇବା ପରେ ଅଚେତ ହରାଇ ନିଜ ଖେତରେ ପଡି ଯାଇଥିଲେ । ତାଙ୍କ ସାନ ଭାଇ ରାଧାକାନ୍ତ ସଂଗେ ସଂଗେ ଗ୍ରାମବାସୀଙ୍କ ଜରିଆରେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ପ୍ରଥମେ ଡିହିଡ଼ି ଡାକ୍ତରଖାନା ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ସାନ ଭାଇ ରାଧାକାନ୍ତ ବେହେରା ତିହିଡ଼ି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ତିହିଡ଼ି ଥାନା କେସ୍ ନଂ. ୩୦/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଶେଷରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ତାଙ୍କର ଏକମାତ୍ର ପୁଅ ଶ୍ରୀଧର ବେହେରା ମୁଖାଗ୍ନି ଦେଇଥିଲେ । ତାଙ୍କର ପତ୍ନୀ ସେବତୀ ବେହେରା, ତିନି ଝିଅ ଅସୀମା, ସୁଷମା ଓ ସୁରମା, ଜ୍ୱାଇଁ ମନୋଜ ଓ ବାଦଲ, ନାତିନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ଉମାକାନ୍ତଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳି ିଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ମହରଗରୁ ଯାଇ କାନ୍ତାରେ ପଡିଛନ୍ତି ନିହିହ ଗୋମାତା, ତିହିଡିରେ ଗୋଶାଳା ପାଇଁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ. |
କଟକ ( ଉତ୍କଳ ନ୍ୟୁଜ ) ୧୮-୦୭-୨୦୨୬ : ମହରଗରୁ ଯାଇ କାନ୍ତାରେ ପଡିଛନ୍ତି ନିହିହ ଗୋମାତା । ଗୋଶାଳା ପାଇଁ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ । ଅସମ୍ପୂର୍ଣ୍ଣ ଏକ ଗୋଶାଳାକୁ ଦେଖିଲେ ସତେ ଯେପରି ପଶୁଙ୍କୁ ଅମାନୁଷିକ ନିର୍ୟ୍ୟାତନା ଦିଆଯାଉଛି । କଂକ୍ରିଟ୍ ପିଲାର ପଡିଛି, ପାଶ୍ୱର୍ ଓ ଉପରେ ବାଉଁଶ ବନ୍ଧା ଯାଇଛି, ଲଗାଣ ବର୍ଷା ପରେ ମୁଣ୍ଡ ଉପରେ ପାଲ ନାହିଁ, ଖରା ବର୍ଷାରେ ସିଝୁଛନ୍ତି ନିରିହ ଗୋମାତା । ନାହିଁ ସରକାରୀ ଅନୁଦାନ, ଦାନ ଅର୍ଥରେ ପୋଷା ଯାଉଛନ୍ତି ଗୋମାତା । ସେପଟେ ପ୍ରଶାସନର ଚାପ । କେମିତି ସମ୍ଭାଳିବେ ଗୋଶାଳ କର୍ତ୍ତୃପକ୍ଷ । ଏଭଳି ଏକ ସମ୍ବେଦନଶୀଳ ଗୋଶାଳା ନଜରକୁ ଆସିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମହରମପୁର ଗାଁ ରାସ୍ତା କଡରେ । ପତିତପାବନ ବୃଦ୍ଧାଶ୍ରମ ପକ୍ଷରୁ ଏକ ଗୋଶାଳା ନିର୍ମାଣ ଆରମ୍ଭ ହୋଇଛି । ନିର୍ମାଣ ସମ୍ପୂର୍ଣ୍ଣ କରିବା ସହିତ ଗୋମାତାଙ୍କ ରକ୍ଷଣା ବେକ୍ଷଣ କରିବା ଲାଗି ଅର୍ଥର ଅଭାବ ରହିଛି । ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯିବା ସହିତ ଆବଶ୍ୟକୀୟ ଆର୍ଥିକ ସହଯୋଗକୁ ଅପେକ୍ଷା କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଚୋରା ଗୋଚାଲାଣରେ ଜବତ୍ କରାଯାଉଥିବା ଗୋମାତାଙ୍କୁ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇ ସେଠାରେ ଛଡା ଯାଉଛି । ସଂପ୍ରତି ଗୋଶାଳାରେ ୧୩୯ଟି ଗୋମାତା ରହୁଛନ୍ତି । ଗୋଶାଳାର ସମ୍ପାଦକଙ୍କ କହିବାନୁସାରେ ଗୋମାତାଙ୍କ ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକୀୟ ସୁବିଧା ନାହିଁ ମାତ୍ର ପୋଲିସ ପ୍ରଶାସନ ବାଧ୍ୟ କରାଯାଉଛି ଏପରିକି ଚାପ ସୃଷ୍ଟି କରାଇ ଗୋମାତାଙ୍କୁ ଏଠାରେ ଛାଡୁଛନ୍ତି । ଦିନରେ ରେଳପଥ ନିକଟରେ ଗୋମାତାଙ୍କୁ ଚରାଇ ଆଣିବା ପରେ ପାଣି ଓ କୁଣ୍ଡା ତୋରାଣି ଦିଆଯାଉଛି । ବର୍ଷାରେ ପାଲ ଛିଡି ଯିବାପରେ ଏବେ ମରାମତି ଚାଲୁଛି ବୋଲି କହିଛନ୍ତି । ତେବେ ସରକାରଙ୍କ ମାଳମାଳ ଯୋଜନା କାର୍ୟ୍ୟକାରୀ ହେଉଥିବା ବେଳେ ବ୍ଲକର ଏକମାତ୍ର ଗୋଶାଳା ପ୍ରତି ପ୍ରଶାସନର ନଜର ନାହିଁ । ସରକାରଙ୍କ ପକ୍ଷରୁ ଗପ୍ରତି ପଞ୍ଚାୟତର ଗୋଶାଳା ଖୋଲାଯିବା ଘୋଷଣା ସଂପ୍ରତି ପାଣିରେ ଗାର ସାଜିଛି । ଏପରି ସ୍ଥିତିରେ ପୋଲିସ ପ୍ରସାଶନ ଉକ୍ତ ଗୋଶାଳାରେ ଗୋରୁ ଛାଡିବା କେତେଦୂର ସମ୍ମିଚୀନ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ. |
Read More ...
Read More ...