More News
ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ସଭାପତି ଇନ୍ଦ୍ରଶିଷ, ସମ୍ପାଦକ ଅମିତ ଓ ଉପସଭାପତି ଭାବେ ଅଞ୍ଜଳି ବିଜୟୀ l
କଟକ (ଉତ୍କଳ ନ୍ୟୁଜ ) ୧୬-୧୦-୨୬ : :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ବାଜିମାତ୍ କରିଛି। ଆଜି ଅପରାହ୍ନ ୨ଟାରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହେବା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା। ମହାବିଦ୍ୟାଳୟର ମୋଟ ୫୯୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩୮ ଜଣ ଛାତ୍ର ଛାତ୍ରୀ ମତାଧିକାର ସାବ୍ୟସ୍ତ କରିଥିଲେ। ଘୋଷିତ ଫଳାଫଳ ଅନୁଯାୟୀ, ସଭାପତି ପଦବୀରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଇନ୍ଦ୍ରଶିଷ ବେହେରା ୩୪୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜୋଗିନ୍ଦ୍ର ଦଳପତି ୧୮୪ ଭୋଟ ପାଇଥିଲେ। ଏହି ପଦବୀରେ ୮ଟି ଭୋଟ ନାକଚ ହୋଇଛି। ଉପ-ସଭାପତି ପଦରେ ଅଞ୍ଜଳି ନାୟକ ୩୩୮ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତପସ୍ୱିନୀ ଦୁର୍ଗା ୧୯୧ ଭୋଟ ପାଇ ପରାଜିତ ହୋଇଛନ୍ତି ।ସେହିପରି ସାଧାରଣ ସମ୍ପାଦକ ପଦବୀରେ ଅମିତ ବାଗ ୨୪୫ ଭୋଟ ପାଇ ବିଜୟ ହାସଲ କରିଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଗଣେଶ ସାହୁ ୨୦୬ ଭୋଟ ଓ ଅବନିକାନ୍ତ ଛତ୍ରପାଳ ୭୬ ଭୋଟ ପାଇଥିଲେ (୧୧ଟି ଭୋଟ ବାତିଲ)। ଏହି ନିର୍ବାଚନରେ ବିସିଜେଡି ସମସ୍ତ ପ୍ରମୁଖ ପଦବୀ ଅକ୍ତିଆର କରିବା ପରେ କ୍ୟାମ୍ପସ ପରିସରରେ ସମର୍ଥକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି।ସମସ୍ତ ବିଜୟୀ ଙ୍କୁ ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ର ଶୁଭେଚ୍ଛା ଜଣାଇଛନ୍ତି l
କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l
Read More ...
Read More ...
ବାରବାଟିଆ ଦୁର୍ଗାପୂଜା ଚାରି ଶତାବ୍ଦୀର ପରମ୍ପରା, ମା ଙ୍କ ମହିମା ଅପାର, ଆଟିକା ଭୋଗ ପାଇଁ ଭକ୍ତଙ୍କ ସୁଅ ଛୁଟିଥାଏ |
କଟକ ( ଉତ୍କଳ ନ୍ୟୁଜ ) ୧୫-୧୦-୨୬ : ଧରାପୃଷ୍ଟକୁ ଅବତରଣ କରୁଛି ପାର୍ବଣର ଋତୁ । ଚଳିତ ବର୍ଷର ମାହୋଲକୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ପାର୍ବଣର ମାହୋଲକୁ ଅଧିକ ମନୋରମ କରିବା ପାଇଁ ପୂଜା ମଣ୍ଡପ ଗୁଡିକ ଆନୁସଙ୍ଗିକ ପ୍ରସ୍ତୁତି ଚୂଡାନ୍ତ ହେବାକୁ ଯାଉଛି । ଗାଁ ଗହଳିରୁ ଆରମ୍ଭ କରି ସହର ଓ ବସ୍ତି ଯାଏଁ ସବୁଠି ପାର୍ବଣକୁ ନେଇ ଆରମ୍ଭ ହୋଇ ଗଲାଣି ମଉଜ ମସ୍ତିର ମାହୋଲ । ଏଥର ପୂଜାକୁ କିଏ କେମିତି ଉପଭୋଗ କରିବ ସେଥିଲାଗି ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରଣ୍ଟ ପ୍ରସ୍ତୁତ ହୋଇ ଗଲାଣି । ଭାରତ ବର୍ଷରେ ବଙ୍ଗଳା ପରେ ଓଡିଶାରେ ଏହି ପୂଜା ବେଶ୍ ପ୍ରସିଦ୍ଧି ଲାଭ କରିଛି । ଓଡିଶାର ଦୈତ୍ୟ ନଗରୀକୁ ଛାଡିଲା ପରେ ଅନ୍ୟାନ୍ୟ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ଏହି ପୂଜା ମାହୋଲ ରହିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ହରସିଂପୁର ପଞ୍ଚାୟତ ଅଧିନ ବାରବାଟିଆର ଗାଁର ସାର୍ବଜନୀନ ଦୁର୍ଗାପୂଜା ଚାରି ଶତାବ୍ଦୀରୁ ଉର୍ଦ୍ଧ ବର୍ଷରେ ପଦାର୍ପଣ କରିଛି । ମୃଣ୍ମୟୀ ମୂର୍ତ୍ତୀ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚଥିବା ବେଳେ ସାଜସଜ୍ଜା ମଧ୍ୟ ଆଗେଇ ଚାଲିଛି । ଏହି ଦୁର୍ଗାପୂଜା ବଡ ନିଆରା । ଗାଁ ଠାରୁ ଆରମ୍ଭ କରି ସୁଦୁର ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥାଏ । ମା’ଙ୍କ ମହିମା ଅପାର ଯିଏ ଯାହା ମନସ୍କାମନା କରିଥାଏ ତାହ ପୂରଣ ହୋଇଥିବା ଏବେବି ବିଶ୍ୱାସ ରହିଛି । ପ୍ରତିବର୍ଷ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ୱାରା ପୂଜା କାର୍ଯ୍ୟ ବିଭିନ୍ନ ଦାୟିତ୍ୱ ନେବା ଏପରିକି ମାନସିକ ପାଲା ଓ ଦାସକାଠିଆ ପରିବେଷଣ କରିଥାନ୍ତି । ଲୋକମୁଖରୁ ଯାହା ଶୁଣାଯାଏ, ୪ ଶହ ବର୍ଷ ତଳେ ଏହି ଗାଁର ନାରଣ ମିଶ୍ର ନାମକ ଜଣେ ବ୍ରାହ୍ମଣ କାକଟପୁର ମଙ୍ଗଳା ପୀଠରେ ଚଣ୍ଡି ପାଠ କରୁଥିବା ବେଳେ ମା ତାଙ୍କ ଉପରେ ପ୍ରିତ ହୋଇଥିଲେ । ସ୍ୱପ୍ନାଦେଶ ବଳରେ ତାଙ୍କ ଠାରୁ ପୂଜା ପାଇବାକୁ କହିବା ସହ ତାଙ୍କ ସହ ଆସିଥିଲେ । ସେତେବେଳ ଏହି ଗାଁର ଏକ ବିଶାଳ ବଟବୃକ୍ଷ ମୂଳେ ଏକ ଧୂଳିଆ ଘର ନିର୍ମାଣ କରାଯାଇ ପୂଜାର୍ଚ୍ଚନା କରା ଯାଉଥିଲା । ଦୁର୍ଗାପୂଜାରେ ପୂଜକ ପରିବାର ଲୋକେ କାଦୁଅ ପିଣ୍ଡୁଆ ତିଆରି କରାଯାଏ ଏବଂ ପୂଜା ଦିନ ମା ଙ୍କ ଆବିର୍ଭାବ ହୋଇଥାଏ । ୨ ଶହ ବର୍ଷ ଧରି ଧୂଳିଆ ଘରେ ପୂଜା ପାଉଥିଲେ ଏବଂ ପରବର୍ତ୍ତୀ ସମୟରେ ଏକ ଆଜବେଷ୍ଟସ ଘର ନିର୍ମାଣ ହୋଇ ପୂଜାକାର୍ଯ୍ୟ ଚାଲୁଥିଲା । ଏବଂ ପ୍ରାୟ ୫୭ ବର୍ଷ ତଳେ ଜଣେ ବଦାନ୍ୟ ବକ୍ତିଙ୍କ ସହାୟତାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ପୂଜକ ତଥା କର୍ତ୍ତାଭାବେ ସାଧୁଚରଣ ମିଶ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ସମସ୍ତ ଗ୍ରାମବାସୀ ସହଯୋଗ ଓ ସହାୟତାରେ ଉଜ୍ୱଳ ଆଲୋକମାଳା, ସାଜସଜ୍ଜା ସହ ଦୈନିକ ପାଲା ଓ ଦାସକାଠିଆରେ ପୀଠ ଚଳଚଞ୍ଚଳ ହୋଇଥାଏ । ସବୁଠୁ ବଡକଥା ହେଉଛି ଏହି ପୀଠରେ ଶ୍ରଦ୍ଧାଳୁ ଭକ୍ତମାନେ ଆଟିକା ଭୋଗ ଲଗାଇଥାନ୍ତି । ଏଥିସହ ହଜାର ହଜାର ଭକ୍ତଙ୍କ ସମାଗମରେ ପୀଠ ଶୋଭାବର୍ଦ୍ଧନ କରିଥାଏ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।
Read More ...
Read More ...
ପାଳିଆବିନ୍ଧା କଲେଜ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ।
କଟକ ( ଉତ୍କଳ ନ୍ୟୁଜ ) ୧୫-୧୦-୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରାୟଣ ମାଧବ ଅର୍ଜୁନ (ବିଏନଏମଏ) କଲେଜରେ ଗୁରୁବାର ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନର ଫଳାଫଳ ସରକାରୀ ଭାବେ ଘୋଷିତ ହୋଇଛି l ଏହି ନିର୍ବାଚନରେ ଏବିଭିପି ଛାତ୍ର ସଙ୍ଗଠନ ବାଜିମାତ କରିଥିବା ଜଣା ଯାଇଛି l ସଭାପତି ପଦବୀରେ ଅମନ କୁମାର ସାହୁ, ଉପ ସଭାପତି ସୁମନ୍ତ କୁମାର ମଲିକ, ସାଧାରଣ ସମ୍ପାଦକ ନିବେଦିତା ଦାସ, ସହ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ନାୟକ, କ୍ରୀଡ଼ା ସମ୍ପାଦକ ସତ୍ୟଜିତ ବେହେରା, କ୍ରୀଡ଼ା ସହ ସମ୍ପାଦକ ଗାୟତ୍ରୀ ବେହେରା, ନାଟ୍ୟ ସମ୍ପାଦକ ବର୍ଷାରାଣୀ ନାୟକ, ନାଟ୍ୟ ସହ ସମ୍ପାଦକ ବରଦା ପ୍ରସାଦ ପଣ୍ଡା, ଡିଏସଏ ସମ୍ପାଦକ ସଂଘମିତ୍ରା ନାଥ, ଡିଏସଏ ସହ ସମ୍ପାଦକ ସୌଭାଗ୍ୟଲଷ୍ମୀ ବେହେରା, ଶ୍ରେଣୀ ପ୍ରତିନିଧି ବ୍ରଜ କିଶୋର ଦଳେଇ, ସ୍ମିତାଞ୍ଜଳୀ ପଣ୍ଡା, ନବୀନ କୁମାର ସାମଲ ବଜୟୀ ହୋଇଥିବା ଜଣା ଯାଇଛି l
ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।
Read More ...
Read More ...
ନିର୍ବାଚନୀ ଅଖଣ୍ଡତାର ତ୍ରିସୂତ୍ର: ତଥ୍ୟ, ସ୍ବଚ୍ଛତା ଓ ଜନଭାଗୀଦାରି. |
କଟକ ( ଉତ୍କଳ ନ୍ୟୁଜ ) ୧୪ -୧୦-୨୬ : ନିର୍ବାଚନ ବ୍ୟବସ୍ଥାର ଅଖଣ୍ଡତା କେବଳ ନିର୍ବାଚନର ସୁଚାରୁ ପରିଚାଳନା ଉପରେ ନିର୍ଭରଶୀଳ ନୁହେଁ; ବରଂ ଭୋଟର ତାଲିକାର ପ୍ରସ୍ତୁତି, ସଂଶୋଧନ ଓ ଚୂଡ଼ାନ୍ତ ପ୍ରକାଶନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କର ସ୍ପଷ୍ଟ ବୁଝାମଣା ଓ ବିଶ୍ବାସ ମଧ୍ୟ ଏହାର ଏକ ମୁଖ୍ୟ ଆଧାର। SIRକୁ ନେଇ ସାମ୍ପ୍ରତିକ ସାର୍ବଜନୀନ ବିତର୍କ ଡ୍ରାଫ୍ଟ ପର୍ଯ୍ୟାୟର ସୂଚନା ଓ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରକାଶିତ ସଂଖ୍ୟା ମଧ୍ୟରେ ଥିବା ପାର୍ଥକ୍ୟକୁ ସ୍ପଷ୍ଟ ଭାବେ ବୁଝିବାରେ ସାହାଯ୍ୟ କରିଛି ।
ଏକ ଦାବି ବ୍ୟାପକ ଭାବେ ପ୍ରଚାରିତ ହେଉଛି ଯେ SIR ପ୍ରକ୍ରିୟା ମାଧ୍ଯମରେ ୧୩ କୋଟି ଭୋଟରଙ୍କୁ ଚୂଡ଼ାନ୍ତ ତାଲିକାରୁ ବାଦ ଦିଆଯାଇଛି । ତେବେ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଏହି ସଂଖ୍ୟା ଡ୍ରାଫ୍ଟ ପର୍ଯ୍ୟାୟରେ ବିଭିନ୍ନ ବର୍ଗ ସମ୍ବନ୍ଧିତ ଅଟେ, ଯେଉଁଥିରେ ପ୍ରାୟ ୨.୮ କୋଟି ମୃତ ଭୋଟର, ୩ କୋଟି ଅନୁପସ୍ଥିତ କିମ୍ବା ଅନ୍ଵେଷଣଯୋଗ୍ୟ ଭୋଟର, ୬.୩ କୋଟି ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଭୋଟର ଏବଂ ୧ କୋଟି ଏକାଧିକ ନାମଲେଖା ଥିବା ଭୋଟର ଅନ୍ତର୍ଭୁକ୍ତ । ତେଣୁ ଏହି ଡ୍ରାଫ୍ଟ-ଷ୍ଟେଜ୍ ବର୍ଗୀକରଣକୁ ସିଧାସଳଖ ୧୩ କୋଟି ଚୂଡ଼ାନ୍ତ ଭାବେ ବାଦ ପଡ଼ିଥିବା ଭୋଟରଙ୍କ ସହ ସମାନ କରିବା ଠିକ୍ ନୁହେଁ । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପୂର୍ବରୁ ଯାଞ୍ଚ, ଦାବି ଓ ଆପରି ଦାଖଲ, ସେଗୁଡ଼ିକର ନିରାକରଣ ଏବଂ ଚୂଡ଼ାନ୍ତକରଣ ଭଳି ପ୍ରକ୍ରିୟା ଜାରି ରହିଥାଏ ।ଭାରତର ନିର୍ବାଚନୀ ଇତିହାସ ଦର୍ଶାଏ ଯେ ନିର୍ବାଚନୀ ପ୍ରତିଷ୍ଠାନର ବିଶ୍ବସନୀୟତା ଗୋଟିଏ ଦିନ ଗଢ଼ି ଉଠେ ନାହିଁ; ଏହା ଦୀର୍ଘ ସମୟ ଧରି ପ୍ରତିଷ୍ଠାନଗତ ପ୍ରଥା, ଦାୟିତ୍ବବୋଧ ଓ ଆଇନଗତ କ୍ଷମତାର ପ୍ରୟୋଗ ମାଧ୍ୟମରେ ଗଢ଼ିଉଠିଥାଏ । ୧୯୯୦ ଦଶକରେ ଟି.ଏନ୍. ଶେଷନଙ୍କ କାର୍ଯ୍ୟକାଳ ନିର୍ବାଚନ କମିଶନଙ୍କ ବିଦ୍ୟମାନ କ୍ଷମତାର ଅଧୂକ ଦୃଢ଼ ପ୍ରୟୋଗ ପାଇଁ ବିଶେଷ ଭାବେ ସ୍ମରଣୀୟ। ଏହି ସମୟରେ ଆଦର୍ଶ ଆଚରଣ ସଂହିତାର କଠୋର ପ୍ରୟୋଗ ସହିତ କମିଶନର ଭୂମିକା ମଧ୍ଯ ସାର୍ବଜନୀନ ଭାବେ ଅଧିକ ଦୃଶ୍ୟମାନ ହୋଇଥିଲା । ଏହି ପର୍ଯ୍ୟାୟର ଗୁରୁତ୍ୱ କେବଳ କମିଶନ ନିଜ କ୍ଷମତାକୁ ଅଧୂକ ସକ୍ରିୟ ଭାବେ ପ୍ରୟୋଗ କରିଥୁବାରେ ସୀମିତ ନଥୁଲା; ବରଂ ନାଗରିକମାନେ କ୍ରମାଗତ ଭାବରେ ଏହାକୁ ଏପରି ଏକ ସଂସ୍ଥା ଭାବରେ ଦେଖୁଥିଲେ ଯାହା ରାଜନୈତିକ ଚାପରୁ ମୁକ୍ତ ରହି ସ୍ବାଧୀନ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ଥିଲା । ନିର୍ବାଚନୀ ତଥ୍ୟ, ପ୍ରଶାସନିକ ନିଷ୍ପଭି ଓ ବୈଷୟିକ ପ୍ରକ୍ରିୟା ମଧ୍ଯ ଅତ୍ୟନ୍ତ ସହଜରେ ଏକ ଶିରୋନାମା, ସଂକ୍ଷିପ୍ତ ପୋଷ୍ଟ କିମ୍ବା କ୍ଷୁଦ୍ର ଭିଡିଓରେ ସୀମିତ ହୋଇପାରେ I ଭୋଟର ତାଲିକା ସଂଶୋଧନକୁ ନେଇ ସାମ୍ପ୍ରତିକ ବିତର୍କ ଏହି ବିଷୟଟିକୁ ଆହୁରି ସ୍ପଷ୍ଟ କରେ । ନିର୍ବାଚନ କମିଶନଙ୍କ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ କରିବା ପାଇଁ ଦାବି, ପ୍ରସ୍ତାବିତ ଅନ୍ତର୍ଭୁକ୍ତି କିମ୍ବା ବାଦ ଦେବା ବିରୋଧରେ ଆପରି, ଏବଂ ବାସସ୍ଥାନ ସଂଶୋଧନ କିମ୍ବା ସ୍ଥାନାନ୍ତର ସମ୍ପର୍କିତ ଆବେଦନ-ଏସବୁକୁ ପୃଥକ ପ୍ରକ୍ରିୟା ଓ ଶ୍ରେଣୀ ଭାବେ ବିଚାର କରାଯାଏ I ତେଣୁ, ଏହି ଭିନ୍ନ ପ୍ରକ୍ରିୟାଗତ ଶ୍ରେଣୀଗୁଡ଼ିକୁ ଏକାଠି କରି ଦେଖୁବା ପରିବର୍ଭେ, ପ୍ରତ୍ୟେକ ସଂଖ୍ୟାର ପ୍ରଶାସନିକ ଅର୍ଥ ଓ ପ୍ରକ୍ରିୟାଗତ ପରିପ୍ରେକ୍ଷିତକୁ ବୁଝିବା ଅଧୂକ ଗୁରୁତ୍ବପୂର୍ଣ୍ଣ ।କମିଶନଙ୍କ ସାମ୍ବିଧାନିକ ସ୍ଥିତି ତାଙ୍କର ନିର୍ଦ୍ଦେଶ ଓ ନିଷ୍ପଭିକୁ ବୈଧତା ପ୍ରଦାନ କରେ; କିନ୍ତୁ ଜନସାଧାରଣଙ୍କ ବିଶ୍ବାସ ସେତେବେଳେ ଅଧିକ ଦୃଢ଼ ହୁଏ, ଯେତେବେଳେ ସେହି ନିର୍ଦ୍ଦେଶ ଓ ନିଷ୍ପଭିଗୁଡ଼ିକ ସ୍ବଚ୍ଛ ଭାବେ କାର୍ଯ୍ୟକାରୀ ହୁଏ, ସେଗୁଡ଼ିକର ଯୁକ୍ତି ଓ ପ୍ରକ୍ରିୟା ସାଧାରଣ ଲୋକଙ୍କ ପାଇଁ ବୋଧଗମ୍ୟ ହୁଏ ଏବଂ ସ୍ଵାଧୀନ ଭାବେ ଯାଞ୍ଚ କରିବାର ସୁଯୋଗ ରହେ । ଅର୍ଥାତ୍ ପ୍ରତିଷ୍ଠାନଗତ ବୈଧତା ସହିତ ସ୍ବଚ୍ଛତା, ଜବାବଦେହିତା ଓ ବୋଧଗମ୍ୟତା ମଧ୍ୟ ଜନବିଶ୍ଵାସର ମୁଖ୍ୟ ଆଧାର | ଏପରି ସ୍ବଚ୍ଛ ଓ ସୁସଙ୍ଗତ ଯୋଗାଯୋଗ ମାଧ୍ୟମରେ ତଥ୍ୟର ଭୁଲ ବ୍ୟାଖ୍ୟାର ସମ୍ଭାବନା କମିବା ସହିତ ଜନସାଧାରଣଙ୍କ ପାଇଁ ନିର୍ବାଚନୀ ପ୍ରକ୍ରିୟାକୁ ବୁଝିବା ମଧ୍ୟ ସହଜ ।ତ୍ରୁଟିର ପରିଚାଳନା କ୍ଷେତ୍ରରେ ମଧ୍ୟ ସମାନ ନୀତି ପ୍ରଯୁଜ୍ୟ । ଭାରତ ଭଳି ବିଶାଳ ଓ ଜଟିଳ ଦେଶରେ ଏକ ବ୍ୟାପକ ନିର୍ବାଚନୀ ପ୍ରକ୍ରିୟା ପରିଚାଳନା କରୁଥିବା ପ୍ରତିଷ୍ଠାନ ତ୍ରୁଟି, ବାଦ ପଡ଼ିବା ଏବଂ ବିବାଦ ଭଳି ପରିସ୍ଥିତିର ସମ୍ମୁଖୀନ ହେବା ସ୍ଵାଭାବିକ । ପ୍ରତିଷ୍ଠାନଗତ ବିଶ୍ୱସନୀୟତାର ଅର୍ଥ ଏପରି ସମସ୍ୟା କେବେ ଘଟିବ ନାହିଁ ବୋଲି ଦାବି କରିବା ନୁହେଁ; ବରଂ ଏହା ପ୍ରମାଣ କରିବା ଯେ ସ୍ପଷ୍ଟ ଓ ପ୍ରତିଷ୍ଠିତ ପ୍ରକ୍ରିୟା ମାଧ୍ଯମରେ ତ୍ରୁଟିକୁ ଚିହ୍ନଟ, ସଂଶୋଧନ ଏବଂ ତାହା ପାଇଁ ଜବାବଦେହିତା ନିର୍ଦ୍ଧାରଣ କରାଯାଇପାରେ । ତେଣୁ ନିର୍ବାଚନ ପ୍ରତି ଜନସାଧାରଣଙ୍କ ବିଶ୍ବାସକୁ କୌଣସି ପ୍ରତିଷ୍ଠାନ ଉପରେ ପ୍ରଶ୍ନହୀନ କିମ୍ବା ଅନ୍ଧ ବିଶ୍ବାସ ଭାବେ ବୁଝିବା ଉଚିତ୍ ନୁହେଁ | ବରଂ, ଏହା ଏକ ଏପରି ଯୁକ୍ତିସଙ୍ଗତ ଆତ୍ମବିଶ୍ବାସ, ଯେ ପ୍ରତିଷ୍ଠାନର ନିଜ ଦାୟିତ୍ବ ପାଳନ କରିବାର ବୈଧ କ୍ଷମତା ରହିଛି, ତ୍ରୁଟି ଚିହ୍ନଟ ଓ ସଂଶୋଧନ ପାଇଁ ପ୍ରତିଷ୍ଠିତ ପ୍ରକ୍ରିୟା ରହିଛି, ଏବଂ ନିଜର ନିଷ୍ପଭି ଓ କାର୍ଯ୍ୟପଦ୍ଧତିକୁ ସ୍ପଷ୍ଟ ଭାବେ ବ୍ୟାଖ୍ୟା ଓ ସାର୍ବଜନୀନ ଯାଞ୍ଚ ପାଇଁ ଉପଲବ୍ଧ କରାଇବାରେ ଏହା ପ୍ରସ୍ତୁତ। ଏହି ଅର୍ଥରେ, ଜନବିଶ୍ବାସ ଅନ୍ଧ ସମର୍ଥନ ଉପରେ ନୁହେଁ, ବରଂ ସ୍ବଚ୍ଛତା, ଜବାବଦେହିତା ଓ ପ୍ରତିଷ୍ଠାନଗତ ପ୍ରକ୍ରିୟାର ବିଶ୍ବସନୀୟତା ଉପà
Read More ...
Read More ...
୭୯ ବର୍ଷର ପଦାର୍ପଣ କଲା ନନ୍ଦପୁର ସାର୍ବଜନୀନ ଦୁର୍ଗାପୂଜା।
କଟକ ( ଉତ୍କଳ ନ୍ୟୁଜ ). ୧୨-୧୦-୨୬ : ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଚକ ପଞ୍ଚାୟତର ନନ୍ଦପୁର ବଜାରରେ ସାର୍ବଜନୀନ ଦୁର୍ଗାପୂଜା ଆଜକୁ ୭୯ ବର୍ଷ ହେଲା ପାଳିତ ହୋଇ ଯାଇଛି। ଏହି ପୂଜା ପ୍ରଥମେ ୧୯୪୮ ମସିହାରେ ତଳପଦାର ଜମିଦାର ଇନ୍ଦ୍ରମଣି ମହାପାତ୍ର ଆରମ୍ଭ କରିଥିଲେ। ୧୯୫୦ମସିହା ପର୍ଯ୍ୟନ୍ତ ଏକ କୁଡ଼ିଆ ଘରେ ମା ଙ୍କର ପୂଜାର୍ଚ୍ଚନା କରା ଯାଇଥିଲା। ପରେ ସ୍ୱର୍ଗତ ରବି ଭୋଇ, ବାଇଧର ପତି, ବାଞ୍ଛାନିଧି ଭୋଇ, ଗୟାଧର ଜେନା ଓ ବାଇଧର ନାୟକଙ୍କ ଉଦ୍ୟମରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇ ସର୍ବଜନୀନ ଦୂର୍ଗାପୂଜା ଆରମ୍ଭ କରା ଯାଇଥିଲା। ସେତେବେଳେ ଏମାନେ କଟକରୁ କାରିଗର ଶ୍ରୀଧର ରଣାଙ୍କୁ ଆଣି ମା ଙ୍କର ମୂର୍ତ୍ତି ତିଆରି କରିଥିଲେ। ମାଙ୍କୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୦ ଖଣ୍ଡ ଗାଁର ଲୋକେ ପ୍ରତ୍ୟକ୍ଷ ଦେବୀ ବୋଲି ମାନି ଆସୁଛନ୍ତି। ଏମାନଙ୍କର ବିପଦ ଆପଦରେ ମା ଆପେ ଆପେ ଆସି ଛିଡା ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏପରିକି ପାଖ ଅଞ୍ଚଳର ଯେ କେହି ଲୋକ ଗାଁ ଛାଡି ସହରକୁ ଯାଏ ବା ଆସେ ଅବା ବୋହୁଭୂଆସୁଣୀ ବା ଝିଅମାନେ ବାପଘର ଓ ଶଶୁର ଘରକୁ ଯିବା ପାଇଁ ବାହାରିଲେ ଆଗ ମା ଙ୍କ ପୀଠରୁ ଦର୍ଶନ କରି ଯାଆନ୍ତି। ପୂଜା ସମୟ ବାଦେ ଅନ୍ୟ ସମୟରେ ଦେବୀଙ୍କ ପ୍ରତିମା ମନ୍ଦିରରେ ନଥିଲେ ମଧ୍ୟ ମା ଙ୍କ ଖାଲି ପଡ଼ିଥିବା ଆସ୍ଥାନକୁ ମୁଣ୍ଡିଆ ମାରି ସେମାନେ ଶୁଭ ମନାସି ଯାଇଥାନ୍ତି। ଏଠାକାର ପୂଜା ବିଧି ବି ନିଆରା। ପ୍ରତ୍ୟେକ ବର୍ଷ ମା ଙ୍କ ମୃଣୟୀ ମୂର୍ତ୍ତି ତିଆରି ପାଣି ଗଣେଶ ଚତୁର୍ଥୀରୁ ମାଟି ଉଠା ଏବଂ ରାଧାଷ୍ଟମୀରେ ଏକମାଟିଆ ଓ ମହାଳୟାରେ ଖଡ଼ିଚଢ଼ା ଓ ରଙ୍ଗ କାର୍ଯ୍ୟ କରା ଯାଇଥାଏ। ମା ଙ୍କ ଆବାହନ କାଳରୁ ଏଠାରେ ପୂଜା ସମୟରେ ମା ଙ୍କ ନିକଟରେ କଖାରୁ ବଳି ପ୍ରଥା ରହି ଆସିଛି। ତେବେ ଏହି ପ୍ରତ୍ୟକ୍ଷ ଦେବୀଙ୍କର ଆଲୌକିକ ମହିମା ନିଆରା। ୧୯୯୦ ମସିହା ପୂଜା ସମୟରେ ପୂଜକଙ୍କ ବ୍ୟତିକ୍ରମ ଯୋଗୁଁ ଆସ୍ଥାନ ତଳୁ ନାଗ ସାପଟିଏ ବାହାରି ଫଣା ଟେକିଥିବା କଥା ଲୋକଙ୍କ ମୁହଁରୁ ଶୁଣାଯାଏ। ପୂଜକ ନିଜ ଭୁଲ ବୁଝିପାରି ନିଜେ ମାର୍ଜନା ହୋଇ ମା ଙ୍କୁ ଶାନ୍ତ କରାଇବା ପରେ ନାଗ ଦେବତା ଉଭେଇ ଯାଇଥିଲେ।ଆଉ ଏକ ଘଟଣା ଏକଦା ଜୈନିକ ଘାତକ ଛେଳି ଟିଏ ମାରିବାକୁ ନେଉଥିବା ବେଳେ ଛେଳିଟି ଘାତକର ହାତରୁ ଖସି ଆସି ସିଧା ମା ଙ୍କ ମନ୍ଦିର ବେଢାରେ ପହଞ୍ଚି ଥିଲା। ମା ଙ୍କ ଦଇବ କୃପାରୁ ଏହି ଛେଳିଟି ମୃତ୍ୟୁ ମୂଖରୁ ବଞ୍ଚି ଯାଇଥିବାରୁ ଘାତକ ଛାଡି ପଳାଇଯାଇଥିଲା। ଏଠାରେ ୫ ଦିନ ଧରି ମା ଙ୍କର ପୂଜା ଲାଗି ରହେ। ଆକର୍ଷଣୀୟ ତୋରଣ ସାଙ୍ଗକୁ ଲାଇଟ ର ସାଯ୍ୟଶାଯ୍ୟା ମଧ୍ୟରେ ପ୍ରତିଦିନ ହଜାର ହଜାର ଲୋକ ମା ଙ୍କୁ ଦର୍ଶନ କରିବା ସହ ଏଠାରେ ଅନ୍ନ ପ୍ରସାଦ କରା ଯାଇଥାଏ। ଗତ ତିନି ବର୍ଷ ଠାରୁ ପଲିଥିନରେ ଭୋଗ ନ ନେବା ପାଇଁ କମିଟି ପକ୍ଷରୁ ବାରଣ କରା ଯାଇଛି। ଶ୍ରଦ୍ଧାଳୁମାନେ ଚଳିତ ବର୍ଷ ଭୋଗ ନ ଆଣି ଭୋଗ ପାତ୍ରରେ ଆଣିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରା ଯାଇଛି। ଏହି ପୂଜା ଶାନ୍ତି ଶୁଙ୍ଖଳା ସହ ସମ୍ପୂର୍ଣ କରିବା ପାଇଁ ଏକ କମିଟି ଗଠନ କରା ଯାଇଛି। ଚଳିତ ବର୍ଷ କମିଟିର ସଭାପତି ଭାବେ ପୂର୍ଣଚନ୍ଦ୍ର ନାୟକ ସମ୍ପାଦକ କମଳାକାନ୍ତ ସାହୁ, ମୁଖ୍ୟ ଉପଦେଷ୍ଟା ସମାଜସେବୀ ସୂର୍ଯ୍ୟ ନାରାୟଣ ଭୋଇ, ଆଇନଜୀବି ନିକୁଞ୍ଜକୃଷ୍ଣ ପୁହାଣଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କମିଟିର ସମସ୍ତ ସଭ୍ୟ ସଭ୍ୟାମାନେ ପୂଜା କାର୍ଯ୍ୟ ପରିଚାଳନା କରିବେ। ଏହି ସର୍ବଜନୀନ ଦୂର୍ଗା ପୂଜାରେ ସ୍ଥାନୀୟ ଅଞ୍ଚଳର ସମସ୍ତ ବ୍ୟକ୍ତି ସହଯୋଗ କରିଥାନ୍ତି।

ମୋଦି ସରକାରଙ୍କ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ନରେନ୍ଦ୍ର ମୋଦି-ଅମିତ ଶାହାଙ୍କ ଇସ୍ତଫା ଦାବିରେ ଇଣ୍ଡିଆ ବ୍ଲକ ପକ୍ଷରୁ ଭଦ୍ରକରେ ସଭା।
କଟକ ( ଉତ୍କଳ ନ୍ୟୁଜ ) ୧୨-୧୦-୨୬ : ଭୋଟଚୋର ଜ୍ଞାନେଶ କୁମାରଙ୍କୁ ଗିରଫ ଦାବିରେ ଦିଲ୍ଲୀରେ ଚାଲିଥିବା ଐତିହାସିକ ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ଅମାନୁଷିକ ଆକ୍ରମଣ, ବେଆଇନ ଗିରଫଦାରୀ ଓ ମୋଦି ସରକାରଙ୍କ ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ବାମ ଓ ଗଣତାନ୍ତ୍ରିକ ମିଳିତ ମଞ୍ଚ ଓ ଇଣ୍ଡିଆ ବ୍ଲକ ଭଦ୍ରକ ଶାଖା ପକ୍ଷରୁ କଂଗ୍ରେସ ଜିଲ୍ଳା ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ( ଲିବରେସନ) ଜିଲ୍ଲା ସଂପାଦକ ସମର ବଳଙ୍କ ମିଳିତ ସଭାପତିତ୍ବରେ ଓ ସିପିଆଇ(ଏମ) ଯୁବନେତା ବିକାଶ ନାଥଙ୍କ ସଂଯୋଜନାରେ ଭଦ୍ରକ ବନ୍ତଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ ସଭାରେ ଭଦ୍ରକ ଓକିଲ ସଂଘ ପୂର୍ବତନ ସଂପାଦକ ବରିଷ୍ଠ ଅଧିବକ୍ତା ଶଶିଭୂଷଣ ପଣ୍ଡା, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ପାଢୀ, ଗିରିଧାରୀ ନାଥ, ରାଧାନାଥ ଦାସ, ଅଶୋକ ନାୟକ, ମଳୟ ଭୋଇ, ବିଷ୍ଣ ଦାଶ, ଜୟନୂଲ ଆବେଦିନ, ଅଗଣି ଚରଣ ଜେନା, ଶରତ ମହାକୁଡ, ସିପିଆଇ ନେତା ରମେଶ ଜେନା, ବିମ୍ବାଧର ବାରିକ୍, କଂଗ୍ରେସ ନେତା ପୀତବାସ ଧଳ, ସରୋଜ ଦାସ, ପ୍ରଦ୍ୟୁମ୍ନ ଦାସ, ବରିଷ୍ଠ ସିପିଆଇ(ଏମ) ନେତା ଚନ୍ଦ୍ରଶେଖର ନାୟକ, ନିରଞ୍ଜନ ପାଣି, ଚକ୍ରଧର ପାତ୍ର, ଯୁବନେତା ଇଂ. କାହ୍ନୁ କିଶୋର ସାହୁ, କାର୍ତିକ ନାଥ, କଂଗ୍ରେସ ନେତା ରାଜେନ୍ଦ୍ର ପ୍ରସାଦ ଯେନା, ଯୁବନେତା ବିଜୟ ବାରିକ୍, ବିନୋଦ ସାହୁ, ଷ୍ଟାଲିନ ଟିଟନ ଲେଙ୍କା, ଦିଲିପ ନାୟକ, ବିଜୟ ରାଉତ, ମହିଳା ନେତ୍ରୀ ସୁରଜିତା ନାୟକ, ଜୟନ୍ତୀ ବିଶ୍ୱାଳ, ସ୍ୱସ୍ତିକା ପଣ୍ଡା, ଶର୍ମିଷ୍ଠା ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ । ବ୍ରିଟିଶ୍ ପୋଲିସ ପରି ଗଣଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ନବ୍ୟଫାଶୀବାଦୀ ଆକ୍ରମଣ ବନ୍ଦ ନହେଲେ ଭଦ୍ରକ ଜିଲ୍ଲାରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ।
ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଧାମରା ଆଦାନୀ ବନ୍ଦର ବିରୋଧରେ ପୀରହାଟରେ ବିଶାଳ ଜନଆକ୍ରୋଶ ଓ ରେଳରୋକ |
କଟକ ( ଉତ୍କଳ ନ୍ୟୁଜ ) ୯-୧୦-୨୬ : ଧାମରା ବନ୍ଦରର ଅନ୍ୟାୟ ଓ ଅନୀତି ବିରୋଧରେ ଶିକ୍ଷିତ-ବେରୋଜଗାର, ଚାଷୀ, ଶ୍ରମିକ, ଗରିବ-ଖଟିଖିଆ, ଶୋଷିତ-ନିଷ୍ପେଷିତ, ଅଭାବି ଗାଡି ମାଲିକମାନଙ୍କ ଦ୍ୱାରା ଆୟୋଜିତ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ ପୀରହାଟ-ସାହାପୁର ରୋଡ ରେଳପଥରେ ବିଶାଳ ଜନଆକ୍ରୋଶ ଓ ରେଳରୋକ ଅନୁଷ୍ଠିତ ହୋଇଥିଲା । ଭଦ୍ରକ ଜିଲ୍ଲା ବିକାଶ ପରିଷଦ, ଚାନ୍ଦବାଲି ଓ ତିହିଡି ବ୍ଲକର ୪୨ ପଞ୍ଚାୟତ ଉପେକ୍ଷତି ଶତାଧିକ ଗ୍ରାମବାସୀ, ଭଦ୍ରକ ଜିଲ୍ଲା ଟିପର ଓ ଟ୍ରକ୍ ମାଲିକ ସଂଘ ଓ ବିଶ୍ୱକର୍ମା ଟ୍ରକ ମାଲିକ ସଂଘର ମିଳିତ ଆନୁକୂଲ୍ୟରେ ଏହି ରେଳରୋକ୍ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା । ଫଳରେ ବନ୍ଦର କମ୍ପାନୀ ପକ୍ଷରୁ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଜିଲ୍ଲା ବିକାଶ ପରିଷଦର ସଭାପତି ଶୁଭେନ୍ଦୁ ରାୟମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ସାଧାରଣ ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି, ସମ୍ପାଦକ ସେକ୍ ରେଜାଉଲ ମୁସ୍ତାଫା, ପ୍ରଫୁଲ କୁମାର ପୃଷ୍ଟି, ଚନ୍ଦନ ନାୟକ, ରଜତ ପତି, ଅଶୋକ ବାରିକ, ତାଳଧ୍ୱଜ ବେହୁରା, ଶୁସାନ୍ତ ନାୟକ, ହେମନ୍ତ ନାୟକ, ପ୍ରଶାନ୍ତ ବାରିକ, ବବୁଲ ସେନାପତି, ସୁନନ୍ଦ ଦାସ, ରଥିଆ ବାରିକ, ସୁବାଶ ନାଥ, କହ୍ନେଇଲାଲ ବାରିକ, ଜୟନ୍ତ ନାୟକ, ଗଣେଶ ବିଶ୍ୱାଳ, ସେକ୍ ରିଜଲ ମୁସ୍ତାଫା, ବଳରାମ ପରିଡା, ହରିପଦ ପରିଡା, ନାରାୟଣ ଦାସ, ବାବାଜୀ ପରିଡା, ଭରତ ନାୟକ, ଉମାକାନ୍ତ ବାରିକ, ସନାତନ ଦାସ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ପ୍ରମୁଖ ଶତାଧିକ ସାମିଲ ହୋଇ ରେଳପଥରେ ନାଲି ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଧାମରା ବନ୍ଦର ବିରୋଧରେ ନାରାବାଜି କରିଥିଲେ । ଅଭିଯୋଗ ଅନୁଯାଇ, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଧାମରା ବନ୍ଦରର ରେଳପଥ । ଆବଶ୍ୟକ ମୁତାବକ କଲଭର୍ଟ ନଥିବାରୁ ବନ୍ୟା ଜଳ ଓ ବର୍ଷା ନିଷ୍କାଷିତ ହୋଇ ପାରୁନାହିଁ ଯାହା ଫଳରେ ଚାଷ ଜମିରେ ସର୍ବଦା ପାଣି ଜମି ରହୁଛି ଏବଂ ଚାଷୀ ବେରୋଜଗାର ହୋଇ ଯାଇଛି । ବନ୍ଦର କମ୍ପାନୀ ପକ୍ଷରୁ ଆଞ୍ଚଳିକ ଉନ୍ନୟନ କରାଯାଉ ନାହିଁ । ବନ୍ଦର ଓ ରେଳପଥ ନିର୍ମାଣ ପୂର୍ବରୁ ଲୋକେ ଶାଗମାଛ ଦରରେ ଜମି ବିକି ଦେଇଥିଲେ ଆଶାଥିଲା ନିଯୁକ୍ତି ମିଳିବ ହେଲେ ବାହାର ରାଜ୍ୟରୁ ଲୋକଙ୍କୁ ଆଣି ଭର୍ତ୍ତୀ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଏଯାବତ୍ ଭୁଆଁ ବୁଲାଇ ଆସୁଛି । ଫଳରେ ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରୀ ପ୍ରାପ୍ତ ଶହ ଶହ ବେକାର ଯୁବକ ଯୁବତୀମାନଙ୍କର ଧାମରା ବନ୍ଦରକୁ ଲକ୍ଷ୍ୟ କରି ଦେଖୁଥିବା ସ୍ୱପ୍ନ, ଉତ୍ସାହ ଓ ଉଦ୍ଦୀପନା ପାଣି ଫୋଟକା ଭଳି ମେଳେଇ ଯାଇଛି । ସଂପ୍ରତି ଚାଲିଥିବା କୋଇଲା ପରିବହନରେ କେତେକ ନିଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ଓ କରାୟତ ସଂଘଗୁଡ଼ିକ ଗାଡ଼ି ଲଗେଇ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ଧାମରା ଅଞ୍ଚଳର ଜଣକା ୮-୧୦ ଖଣ୍ଡ ଗାଡ଼ି କିଣି କୋଇଲା ପରିବହନ ଓ ବ୍ୟବସାୟରେ ନିୟୋଜିତ କରୁଥିବା ବେଳେ ଏହି ଅଞ୍ଚଳରେ ଲୋକେ ଗୋଟିଏ ଦୁଇଟା ଗାଡି କିଣି ଗାଡ଼ିର ଋଣ ସୁଝି ପାରୁ ନାହାଁନ୍ତି । ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ ଆଧାରରେ ପ୍ରତିଷ୍ଠିତ ହୋଇଥିବା ଏହି ବନ୍ଦରକୁ ଏକ ଘରୋଇ ବନ୍ଦର ବୋଲି ଅଭିହିତ କରି ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କର ସ୍ୱରକୁ ଅଧିକାଂଶ ବେଳେ ଅଣଦେଖା କରୁଅଛି । ଏବେ ଚୁପ୍ ରହିବା, ନୀରବଦ୍ରଷ୍ଟା ସାଜିବା ଓ ହତୋତ୍ସାହିତ ହେବାର ବେଳ ଶେଷ ହୋଇଛି ଏବଂ ଦୁର୍ବାର ଆନ୍ଦୋଳନ କରିବାର ସମୟ ଆସିଛି ବୋଲି ମତପ୍ରକାଶ ପାଇଥିଲା । ମଧ୍ୟାହ୍ନରେ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟଭାବେ ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ଜେନା, ଚାନ୍ଦବାଲି ଏସଡିଓ ପ୍ରଭାସ ଚନ୍ଦ୍ର ସାହୁ, ଅତିରିକ୍ତ ଏସପି(ଡିଆଇବି) ଅଶୁଂମାନ ଦ୍ୱିବେଦୀ, ପୀରହାଟ ଆଇଆଇସି ରୋଜାଲିନ୍ ବେହେରା, ଧାମରା ମେରାଇନ୍ ଆଇଆଇସି ପ୍ରିୟଦର୍ଶନୀ ଖଟୁଆ ଓ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ଅରୁପ ସାମଲ ପ୍ରମୁଖ ଘଟଣାରେ ହସ୍ତକ୍ଷେପ କରି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଥାନାକୁ ଆସି ସେଠାରେ ସବିଶେଷ ଆଲୋଚନା କରିବା ପରେ ଏକ ପ୍ରତିକାର ମୂଳକ ଲିଖିତ ପ୍ରତିଶୃତି ମିଳିବା ପରେ ରେଳରୋକ୍ ପ୍ରତ୍ୟାହୃତ ହୋଇଥିଲା ।
ଧାମରା ବନ୍ଦରରୁ ବିଭିନ୍ନ ସ୍ଥାନକୁ ସାମଗ୍ରୀ ପରିବହନ ସମ୍ପର୍କିତ ପରିବହନ କାର୍ଯ୍ୟର ବଣ୍ଟନ ଏବଂ ବଣ୍ଟନ ସମ୍ପର୍କରେ ବିଭିନ୍ନ ଟ୍ରକ ମାଲିକ ସଂଘର ପ୍ରତିନିଧିମାନଙ୍କ ଦ୍ୱାରା ଉଠାଯାଇଥିବା ଅଭିଯୋଗ ସମ୍ପର୍କରେ ଆଲୋଚନା ହୋଇଥିଲା । ଉଚ୍ଚ କର୍ତ୍ତର୍ୃପକ୍ଷ ଏବଂ ସାଂସଦ (ରାଜ୍ୟସଭା)ଙ୍କ ସହିତ ପରାମର୍ଶ ପରେ ଅଭିଯୋଗ ଗୁଡ଼ିକର ଆଲୋଚନା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ଆସନ୍ତା ତା ୨୨.୧୦.୨୦୨୬ ରିଖରୁ ତା ୦୮.୧୧.୨୦୨୬ ରିଖ ମଧ୍ୟରେ ସମସ୍ତ ସମ୍ପୃକ୍ତ ଅଂଶୀଦାର, ସମ୍ପୃକ୍ତ ଟ୍ରକ ମାଲିକ ସଂଘର ପ୍ରତିନିଧି, ବନ୍ଦର କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହିତ ଏକ ମିଳିତ ବୈଠକ ଡକାଇବାକୁ ପ୍ରସ୍ତାବ ଦିଆ ଯାଇଛି । ପ୍ରସ୍ତାବିତ ବୈଠକର ସଠିକ୍ ତାରିଖ, ସମୟ ଏବଂ ସ୍ଥାନ ସମ୍ପୃକ୍ତ କର୍ତ୍ତର୍ୃପକ୍ଷ ଏବଂ ଅଂଶୀଦାରଙ୍କ ସହ ପରାମର୍ଶ କରି ଚୂଡ଼ାନ୍ତ କରାଯିବ ଏବଂ ଯଥାସମ୍ଭବ ଜଣାଇ ଦିଆଯିବ । ସଂଘଗୁଡ଼ିକୁ ଶାନ୍ତି ଏବଂ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବାକୁ, ରେଳ ଚଳାଚଳ ଏବଂ ପରିବହନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିବାରୁ ନିବୃତ୍ତ ରହିବାକୁ ଏବଂ ଆଲୋଚନା ମାଧ୍ୟମରେ ମାମଲାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ସେମାନଙ୍କର ସହଯୋଗ ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି । ଏହି ସୂଚନା ସମସ୍ତଙ୍କ ପାଇଁ ଏବଂ ବ

ବିଦ୍ୟୁତ ଠିକା ଶ୍ରମିକଙ୍କ ଛଟେଇ ବନ୍ଦ, ପୁନଃନିଯୁକ୍ତି ଓ ସର୍ବନିମ୍ନ ମଜୁରି ବାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର |
କଟକ ( ଉତ୍କଳ ନ୍ୟୁଜ ) ୯-୧୦-୨୬ : ବିଦ୍ୟୁତ ଠିକା ଶ୍ରମିକଙ୍କ ଛଟେଇ ବନ୍ଦ, ପୁନଃନିଯୁକ୍ତି ଓ ସର୍ବନିମ୍ନ ମଜୁରି ବାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର | ଦାବି ପୂରଣ ନହେଲେ ଅକ୍ଟୋବର ୧୫ରେ ଭୁବନେଶ୍ବରରେ ଗୋଲାପ ଫୁଲ ଧରି ମହା ସମାବେଶ: ଓଡିଶାର ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ହଜାର ହଜାର ଠିକା ଶ୍ରମିକଙ୍କ ଚାକିରି ସୁରକ୍ଷା, ଛଟେଇ ବନ୍ଦ, କାର୍ଯ୍ୟରୁ ବାଦ୍ ପଡିଥିବା କର୍ମଚାରୀଙ୍କ ପୁନଃ ନିଯୁକ୍ତି ଓ ଉଚିତ ମଜୁରି ପ୍ରଦାନ ଦାବିରେ କାର୍ଯ୍ୟାଳୟ ସମ୍ମୁଖ ରେ ହଜାରେ ରୁ ଅଧିକ ବିଦ୍ୟୁତ ଶ୍ରମିକ ଏକାଠି ହୋଇ ଟାଟା ପାୱାର ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କରି ଆଜି ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ବିଦ୍ୟୁତ ବିତରଣ ବ୍ୟବସ୍ଥାର ସୁଚାରୁ ପରିଚାଳନା, ବିଦ୍ୟୁତ ତ୍ରୁଟିର ମରାମତି ଓ ଉପଭୋକ୍ତାଙ୍କୁ ନିରନ୍ତର ସେବା ଯୋଗାଇବାରେ ଏହି ଶ୍ରମିକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ I
ବର୍ଷା, ବାତ୍ୟା, ପ୍ରବଳ ଗ୍ରୀଷ୍ମ ଓ ରାତିଦିନ ବିଭିନ୍ନ ବିପଦପୂର୍ଣ୍ଣ ପରିସ୍ଥିତିରେ ସେମାନେ ନିଜ ଜୀବନକୁ ବାଜି ଲଗାଇ ବିଦ୍ୟୁତ ସେବା ସ୍ଵାଭାବିକ ରଖୁବା ପାଇଁ କାର୍ଯ୍ୟ କରୁଛନ୍ତି। କିନ୍ତୁ ଟେଣ୍ଡର ଓ ଏଜେନ୍ସି ପରିବର୍ତ୍ତନ ଆଳରେ ଅଭିଜ୍ଞ ଶ୍ରମିକମାନଙ୍କ ଜୀବିକା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଅଭିଯୋଗ ଗମ୍ଭୀର ଚିନ୍ତାର ବିଷୟ ହୋଇଛି। ମିଳିତ ମଞ୍ଚର ପକ୍ଷରୁ କୁହାଯାଇଛି ଯେ, ଗତ ମେ ମାସରେ ଶ୍ରମିକମାନଙ୍କ ଆନ୍ଦୋଳନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମିଳିଥିବା ଆଶ୍ୱାସନା ଉପରେ ଭରସା କରି ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ତେଣୁ ସେହି ଆଶ୍ବାସନାର ବାସ୍ତବ କାର୍ଯ୍ୟକାରିତା ସହିତ ଶ୍ରମିକଙ୍କ ଚାକିରି ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ନୈତିକ ଦାୟିତ୍ବ ବୋଲି ମଞ୍ଚ ଦାବି କରିଛି।ଦାବିପତ୍ରରେ ମୁଖ୍ୟତଃ ନିମ୍ନଲିଖିତ ଦାବି ଉପସ୍ଥାପନ କରାଯାଇଛି:. ବିଦ୍ୟୁତ ଠିକା ଶ୍ରମିକଙ୍କ ଅନ୍ୟାୟ ପୂର୍ଣ ଛଟେଇ ତୁରନ୍ତ ବନ୍ଦ କରାଯାଉ, କାର୍ଯ୍ୟରୁ ବାଦ୍ ପଡିଥିବା ଅଭିଜ୍ଞ ସିସିଏ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ପ୍ରାଥମିକତା

ଓଡ଼ିଶା ବନ୍ଦ ସଫଳ: ଜୁନାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରତିବାଦ।
କଟକ ( ଉତ୍କଳ ନ୍ୟୁଜ ) ୮-୧୦-୨୬ : ହାତୀ ନଦୀଠାରେ ଷ୍ଟ୍ରାଇକ୍, ଦୋକାନ ବଜାର ଓ ଯାନବାହନ ଚଳାଚଳ ପ୍ରଭାବିତ କଳାହାଣ୍ଡି (ଉତ୍କଳ ନ୍ୟୁଜ ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିର ପ୍ରତିବାଦରେ ଆଜି ଡାକରା ଦିଆଯାଇଥିବା ‘ଓଡ଼ିଶା ବନ୍ଦ’ ଜୁନାଗଡ଼ରେ ସଫଳ ହୋଇଛି। ଇଣ୍ଡିଆ ମେଣ୍ଟ ପକ୍ଷରୁ ବନ୍ଦକୁ ସଫଳ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରାଯିବା ସହ ହାତୀ ନଦୀଠାରେ ବନ୍ଦ ପାଳନ କରାଯାଇ ଥିଲା ।ବନ୍ଦ ପ୍ରଭାବରେ ଜୁନାଗଡ଼ ସହରର ଅଧିକାଂଶ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ଇଣ୍ଡିଆ ମେଣ୍ଟର ନେତା ଓ କର୍ମୀମାନେ ବନ୍ଦ ସମର୍ଥନରେ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ନାରାବାଜି କରିଥିଲେ।ଗତକାଲି ଜୁନାଗଡ଼ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଜି ଆନ୍ଦୋଳନକୁ ବ୍ୟାପକ କରାଯାଇଥିଲା। ବନ୍ଦ ସମୟରେ ଦଳୀୟ ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ବନ୍ଦକୁ ସଫଳ କରିଥିଲେ।ଏହି ଅବସରରେ ଇଣ୍ଡିଆ ମେଣ୍ଟ ପକ୍ଷରୁ MMDR ଆଇନ ପ୍ରତ୍ୟାହାର, UPI ସମ୍ବନ୍ଧୀୟ MDR ନିୟମ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା, ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ସମେତ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ଦାବି ଉଠାଯାଇଥିଲା।ବନ୍ଦ ପାଳନରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ସିପିଆଇର ନେତା ଓ କର୍ମୀମାନେ ସାମିଲ ହୋଇଥିଲେ। ଜୁନାଗଡ଼ ନଗର କଂଗ୍ରେସ କମିଟି ସଭାପତି ପ୍ରଭାତ କୁମାର ଦାଶଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବନ୍ଦକୁ ସଫଳ କରିବାରେ ସକ୍ରିୟ ଭୂମିକା ନେଇଥିଲେ। ବନ୍ଦକୁ ସଫଳ କରିବାରେ ସହଯୋଗ କରିଥିବା ବ୍ୟବସାୟୀ, ଯାନବାହନ ମାଲିକ ଓ ସାଧାରଣ ଜନତାଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।
ଉପସ୍ଥିତ ସଦସ୍ୟ : ସମାଜବାଦି ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଶିବ ହାତୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଶ୍ରୀ ଦାମୋଦର ବେହେରା, ଜୁନାଗଡ଼ ବ୍ଲକ୍ କଂଗ୍ରେସ ଦଳର ସଭାପତି ଚିତ ରଞ୍ଜନ ନିଆଲ, ଜୁନାଗଡ଼ ନଗର ସଭାପତି ଶ୍ରୀ ପ୍ରଭାତ କୁମାର ଦାସ, ଜୁନାଗଡ଼ ବ୍ଲକ୍ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ସଦସ୍ୟ ଶ୍ରୀ ଅମିତ ଅଗ୍ରୱାଲ ଓ କଳାହାଣ୍ଡି ଉତ୍କଳ ମହିଳା ସଭାପତି ଶ୍ରୀମତୀ ରାଣୀମତି ଛତ୍ରିଆ।ଏବଂ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ ଥିଲେ।
କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l
Read More ...
Read More ...
ସିନ୍ଦୋଳରେ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ, ତ୍ରିସ୍ତରୀୟ ନିର୍ବାଚନ ଲାଗି ସଜବାଜ |
କଟକ ( ଉତ୍କଳ ନ୍ୟୁଜ ) ୮-୧୦-୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ସିନ୍ଦୋଳ ଗ୍ରାମରେ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚାୟତ ସଭାପତି କରୁଣାକର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଯୋଗଦେଇ ନିର୍ବାଚନ ସଂକ୍ରାନ୍ତରେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ବ୍ଲକ ସଭାପତି ତଥା ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ଦାସ ଯୋଗଦେଇ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଲାଗି ଆମକୁ ସଜବାଜ ହେବାର ସମୟ ଆସିଛି ବୋଲି କହିଥିଲେ । ଡବଲ୍ ଇଞ୍ଜିନ୍ର ଡବଲ୍ ମିଛ ଲୋକଲୋଚନକୁ ଆଣିବା, ସେମାନଙ୍କ କଳାକାରନାମାକୁ ଲୋକଙ୍କ ନିକଟରେ ପହଂଚାଇବା, ଘରେ ଘରେ ଭୋଟରଙ୍କୁ ଭେଟି ସୁଖ ଦୁଃଖର ସାଥି ହେବା ସହିତ ଆପଦବିପଦ କାଳରେ ସେମାନଙ୍କୁ ସହଯୋଗ କରିବା ଏବଂ ଲୋକଙ୍କ ବିଶ୍ୱାସ ଭାଜନ ହେଲେ ସମର୍ଥନ ମିଳିବ ବୋଲି ପରାମର୍ଶ ଦେଇଥିଲେ । ବରିଷ୍ଠ ନେତା ମୀନକେତନ ସେନାପତି, ବଳରାମ ମଳିକ, ଦୀପକ ଦାସ, ଗୋରାବାବୁ ସାହା, ସଞ୍ଜିବ ନାୟକ, ମୁକ୍ତିକାନ୍ତ ବାରିକ, ପ୍ରକାଶ ନାୟକ, ଗୟାଧର ନାୟକ, ଭାବଗ୍ରାହୀ ମଲ୍ଲିକ, ଲକ୍ଷ୍ମୀକାନ୍ତ ନାୟକ, ଭାଗିରଥି ମଳିକ, ଚକ୍ରଧର ନାୟକ, ସନ୍ତୋଷ ଗାହାଣ, ଅଜିତ ସାହା, ଶ୍ରୀକାନ୍ତ ଜେନା, ପଞ୍ଚାନନ ମଳିକ, ରାମଚନ୍ଦ୍ର ମଳିକ, ଦୁଃଶାସନ ମଳିକ, ଅର୍ଜୁନ ମଳିକ, ସୟଦ୍ ଖୁର୍ବାନ୍, ସତ୍ୟନାରାୟଣ ଦାସ, ପୁରୋସ୍ତମ ବାରିକ, ଗୌତମ ବାରିକ, ତାରାକାନ୍ତ ବାରିକ, ନାରାୟଣ ଦାସ, ସଦାପ୍ରକାଶ ନାୟକ, ଶିବପ୍ରସାଦ ନାୟକ, ଅକ୍ଷୟ ମଲ୍ଲିକ, ଚରଣ ବାରିକ, ପରମେଶ୍ୱର ଦାସ, ଅନିଲ ଖାଁ, ଅଭିମନ୍ୟୁ ପୃଷ୍ଟି, କେଶବ ନାୟକ, ଦିପୁ ଦାସ ଓ ବଳରାମ ବାରିକ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |
Read More ...
Read More ...
ଇଣ୍ଡିଆ ବ୍ଲକ ଆହ୍ୱାନରେ ତିହିଡିରେ ୧୨ ଘଣ୍ଟିଆ ବନ୍ଦ ପାଳନ ସଫଳ |
କଟକ ( ଉତ୍କଳ ନ୍ୟୁଜ ). ୮-୧୦-୨୬ : ଇଣ୍ଡିଆ ବ୍ଲକ ଓଡିଶା ଆହ୍ୱାନରେ ସମଗ୍ର ଓଡିଶା ବନ୍ଦ ପାଳନ କରାଯାଇଛି । ସକାଳ ୬ ଘଟିକାରୁ ଆରମ୍ଭ ହୋଇ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ହୋଇଥିଲା । ଏହି ବନ୍ଦ ପାଳନରେ ଜରୁରୀ କାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଯାନବାହାନ ଚଳାଚଳ ବନ୍ଦ ରହଥିଲା । ଦୋକାନ ବଜାର, ହାଟ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ କଳ କାରଖାନାମାନ ବନ୍ଦ ରହିଛି । କଂଗ୍ରେସ ସମେତ ୧୧ଟି ବାମପନ୍ଥୀ ଓ ବିରୋଧି ଦଳ ଏହି ବନ୍ଦ ପାଳନରେ ସାମିଲ ହୋଇଥିଲେ । ନେତା ଓ କର୍ମୀମାନେ ଶୋଭାଯାତ୍ରା ଜରିଆରେ ପିକେଟିଂ କରିବା ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧରେ ନାରା ଦେଇଥିଲେ । ମୁଖ୍ୟ ନିର୍ବାଚନ କମିଶନର ନିରପେକ୍ଷତା ଅବଲମ୍ବନ କରିବା ବଦଳରେ ବିଜେପି ଦଳର ରକ୍ଷା କବଜ୍ ସାଜିଥିବା ଅଭିଯୋଗ ହୋଇଛି । ଦେଶରେ ୧୪ରୁ ଉର୍ଦ୍ଧ କୋଟି ଭାରତୀୟ ନିଜର ମତଦାନ ଅଧିକାରରୁ ବଞ୍ôଚତ ହୋଇଛନ୍ତି । ତେବେ ଗଣତନ୍ତ୍ର ହତ୍ୟାକାରୀ ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବହିଷ୍କାର କରିବା ଏବଂ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ଗିରଫ୍ କରିବା ଦାବୀ ଜୋର ଧରିଛି । ଓଡିଶାର ଖଣିଖାଦାନକୁ କେନ୍ଦ୍ର ସରକାର ଅଧିନକୁ ନେଇ ଓଡିଶାବାସୀଙ୍କ ପ୍ରତି ବଡ ଅନ୍ୟାୟ କରାଯାଇଛି । ଏହି ଏମଏମଡିଆର ଆଇନ୍-୨୦୨୬ ପ୍ରତ୍ୟାହାର କରିବା, ରାଜ୍ୟରେ ପାଠ୍ୟ ପୁସ୍ତକରେ ବ୍ୟାପକ ତୃଟି ଆଣିଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ କରିବା ସହ ଚଳିତ ବର୍ଷରେ ବାରମ୍ବାର ଘଟିଥିବା ପ୍ରଳୟଙ୍କରୀ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉଚିତ ସହଯୋଗ କରିବା ଦାବୀ କରା ଯାଇଛି । କେବଳ ସେତିକି ନୁହେଁ ବନ୍ୟା ସମୟରେ ବିପନ୍ନଙ୍କୁ ନାମକୁ ମାତ୍ର ଓଳିଏ ଖାଇବାକୁ ଦେଇ କୋଟି କୋଟି ଟଙ୍କାର ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି । ଜନପ୍ରତିନିଧିମାନଙ୍କୁ ଉପେକ୍ଷିତ କରି ବିଜେପି ସରକାର ଦଳୀୟ ଭିତ୍ତିରେ କର୍ମୀମାନଙ୍କ ଜରିଆରେ ଏପରି କରାଇଥିବା ଅଭିଯୋଗ ହୋଇଛି । ବନ୍ୟା ନିୟନ୍ତ୍ରଣ କରିବା ବଦଳରେ ଡବଲ୍ ଇଞ୍ଜିନ ସରକାର ଆଡିବନ୍ଧ ନିର୍ମାଣ ନକରି କୃତିମ ବନ୍ୟା ସୃଷ୍ଟି କରୁଛି ଯାହାଦ୍ୱାରା ସେମାନେ ବନ୍ୟା ଆଳରେ ମାଲେମାଲ ହୋଇ ପାରିବେ । ଏହି ୪ ଦଫା ଦାବୀର ସ୍ଥାୟୀ ସମାଧାନ କରାନଗଲେ ଆଗାମି ଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି । ଭଦ୍ରକ ଜିଲ୍ଲା ତିହିଡି ସଦର ମହକୁମା ସହିତ ଗଦି ବଜାର, ପୀରହାଟ, କମାରିଆ ଓ ଦୋଳସାହି ଆଦି ସ୍ଥାନରେ ଏହି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି । ସରୋଜ ଦାସ, ସତ୍ୟାନନ୍ଦ ରାଉତ, ବିପିନ ବିହାରୀ ପତି, କରୁଣାକର ନାୟକ, ବିଷ୍ଣୁ ଦାଶ, ସର୍ବେଶ୍ୱର ବେହେରା, ରବିନ୍ଦ୍ର ବାରିକ, ନାରାୟଣ ତ୍ରିପାଠୀ, ପ୍ରଫୁଲ ପାଢୀ, ସୁଶାନ୍ତ ଜେନା, ଟୁନିଲତା ଜେନା, ସଂଗ୍ରାମ ବଳ, ନାରାୟଣ ଦାଶ, ଭାଗବତ ସେନାପତି, ନିର୍ମଳ ଦଳେଇ, ସତ୍ୟବ୍ରତ କୁଣ୍ଡ, ସୁରେଶ ମହାପାତ୍ର, ସୁଦର୍ଶନ ସ୍ୱାଇଁ, ବସନ୍ତ କୁମାର ନାୟକ, ଭରତ ପଣ୍ଡା, ଚୈତନ୍ୟ ସେଠୀ, ପୀତବାସ ନାୟକ, ଶଶିକାନ୍ତ ରାଉତ, ଶିବଚରଣ ନାୟକ, ସୌମ୍ୟପ୍ରକାଶ ନାୟକ, ଅମରେନ୍ଦ୍ର ବେହେରା, ତ୍ରିଲୋଚନ ମହାଳିକ, ଗଜେନ୍ଦ୍ର ପରିଡା, ନାରଣ ଚନ୍ଦ୍ର ଜେନା, ଗଣେଶ ମଳିକ, ଚନ୍ଦ୍ରକାନ୍ତ ବାରିକ, ରାଧାକାନ୍ତ ନାୟକ, ନାରାୟଣ ବାରିକ, ଦେବେନ୍ଦ୍ର ବେହେରା, ବେଣୁଧର ଦାସ, କରୁଣାକର ମହାରଣା, ସରୋଜ ପାଣି, ପାର୍ଥସାରଥି ଦାସ, କୈଳାସ ପାତ୍ର, ପୀତାମ୍ବର ସେଠୀ, ମାଧବାନନ୍ଦ ନାୟକ, ଦୀପକ ଦାସ, ଗୋରାବାବୁ ସାହା, ଶଶିକାନ୍ତ ବାରିକ, ପୃଥିରାଜ ନାୟକ, ସମ୍ବିତ ସାହୁ, ଜଗନ୍ନାଥ ମଲ୍ଲିକ, ଶୁସାନ୍ତ ସ୍ୱାଇଁ, ଶଶିକାନ୍ତ ନାୟକ, ସୁବାଶ ପାଢୀ, ଅଭିମନ୍ୟୁ ସେଠୀ, ଶ୍ରୀଧର ଜେନା, ଗତିକୃଷ୍ଣ ନାୟକ, ନଗଘନ ସାହୁ, ଧନଞ୍ଜୟ ନାୟକ ଓ ଅଶୋକ ମୁଦୁଲୀ ପ୍ରମୁଖ ଶତାଧିକ ସାମିଲ୍ ହୋଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।
Read More ...
Read More ...