ନ୍ୟୁ ଷ୍ଟିୱାର୍ଟ ସ୍କୁଲ ରେ ଶିଶୁ ଦିବସ ପାଳିତ |

22

କଟକ (ଉତ୍କଳ ନ୍ୟୁଜ) ୧୪/୧୧ /୨୦୨୬: ମିଶନ ରୋଡ ସ୍ଥିତ ନ୍ୟୁ ଷ୍ଟିୱାର୍ଟ ସ୍କୁଲ ରେ ବିଦ୍ୟାଳୟର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ଙ୍କ ଅଧ୍ଯକ୍ଷତାରେ ବିଦ୍ୟାଳୟର ପରିସର ମଧ୍ୟରେ ଭାରତ ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଜନ୍ମ ଦିବସ ପାଳିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥ୍‌ ଭାବରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ଅନୁଷ୍ଠାନ ର ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ନିତ୍ୟନୂତନ ମିଶ୍ର ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ରେଭେରେଣ୍ଡ ମୋଯେଶ ମହାନ୍ତି ପ୍ରାରମ୍ଭିକ ପ୍ରାର୍ଥନା କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏକ ବକ୍ତୃତାକଳା ପ୍ରତିଯୋଗିତା ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ଏକ ଶିକ୍ଷଣୀୟ ନାଟକ ପରିବେଷିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସଂଯୋଜକ, ସଂଯୋଜିକା, ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ I ବିଦ୍ୟାଳୟର ହେଡ ବୟ ଓ ହେଡ ଗାର୍ଲ ଧନ୍ୟବାଦ ଅର୍ପଣ କରିଥିଲେ |