More News

ଫୋର୍ବସ ତାଲିକାରେ ଓଡିଶାରୁ ୫ ଉଦ୍ୟୋଗୀ |

କଟକ(ଉତ୍କଳ ନ୍ୟୁଜ) ,୨୩.୫.୨୦୨୫ : ଫୋର୍ବସ ପକ୍ଷରୁ ଜରି କରାଯାଇଥିବା ଏସିଆର ୩୦ ବର୍ଷରୁ କାମ ୩୦ ଉଦ୍ୟୋଗୀଙ୍କ ତାଲିକାରେ ଓଡ଼ିଶାର ୫ ଜଣ ଯୁବ ଉଦ୍ୟୋଗୀଙ୍କ ନାମ ରହିଛି | ଶିଳ୍ପ, ମାନୁଫାକଚରିଂ(ବୀନିର୍ମାଣ )ଓ ଶକ୍ତି ୨୦୨୫ ତାଲିକାରେ ଓଡ଼ିଶାର ଷ୍ଟାର୍ଟଅପ ଆଇଜି ଡ୍ରନ ଦୁଇ ପ୍ରତିଷ୍ଠାତା ବୋଦ୍ଧି ସତ୍ୱେ ସଂଘପ୍ରିୟ ଓ ଓମପ୍ରକାଶ ; ସ୍ପେସ ଫିଲଡରସ ସହ ପ୍ରତିଷ୍ଠାତା ଓ ସିଇଓ ଅପୂର୍ବ ମାସୁକ ଏବଂ ୟଙ୍ଗ ଟିଙ୍କର ର ସହ ପ୍ରତିଷ୍ଠିତ ବୈଶାଳୀ ଶର୍ମା ଓ ଅନୀଲ ପ୍ରଧାନଙ୍କ ନାମ ରହିଛି |
Read More ...

ୱକଫ ଉପରେ ଶେଷ ରାୟ ଶୁଣାଇଲେ ସୁପ୍ରିମକୋର୍ଟ |

କଟକ(ଉତ୍କଳ ନ୍ୟୁଜ)୨୩.୫.୨୦୨୫: ୱକଫ(ସଂଶୋଧନ) ଆଇନ -୨୦୨୫ ଉପରେ ସୁପ୍ରିମକୋର୍ଟରେ ଲଗାତାର ତୃତୀୟ ଦିନ ପାଇଁ ଶୁଣାଣି ହୋଇଛି | ପ୍ରଧାନ ବିଚାରପତିଙ୍କ ନେତୃତ୍ଵାଧୀନ ଖଣ୍ଡପିଠ ଏହି ମାମଲାରେ ଶୁଣାଣି ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି | ଶେଷ ଦିବସ ଶୁଣାଣିରେ ଆଧ୍ୟାତ୍ମିକ ତର୍କ ଦେଖିବାକୁ ମିଳିଥିଲା | କେନ୍ଦ୍ର ସରକାର ଗତକାଲି କୋର୍ଟରେ ଯୁକ୍ତି ରଖିଥିଲେ ଯେ ୱକଫ ଇସଲାମରେ କେବଳ ଏକ ଦାନ ଏବଂ ଏହା ଇସଲାମରେ ଅପରିହାର୍ଯ୍ୟ ଅଙ୍ଗ ନୁହେଁ | ଆଜି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ ଜୀଵୀ କପିଳ ସିବଲ ଏହାକୁ ନେଇ ଆପତ୍ତି ଉଠାଇ କହିଥିଲେ- "ୱକଫ ପ୍ରତି ,ପରକାଳ ପ୍ରତି ସମର୍ପଣ | ଏହା କେବଳ ସମାଜ ପାଇଁ ଦାନ ନୁହେଁ ,ବରଂ ଇଶ୍ୱରଙ୍କ ପ୍ରତି ,ସମର୍ପଣ |
Read More ...

ଜୁନ ୫ରେ ଅଯୋଧ୍ୟା ରାମମନ୍ଦିର (ଦରବାର) ର ପ୍ରାଣପ୍ରତିଷ୍ଠା |

କଟକ (ଉତ୍କଳ ନ୍ୟୁଜ) ୨୨.୫.୨୦୨୫ : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି | ଜୁନ ୫ରେ ମନ୍ଦିରର ପ୍ରମୁଖ "ରାମ ଦରବାର " ସମେତ ଅନ୍ୟ ମନ୍ଦିରଗୁଡିକର ପ୍ରାଣପ୍ରତିଷ୍ଠା ହେବା |ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କିମ୍ବା ରାଜ୍ୟର କୌଣସି ବଡ ନେତା କିମ୍ବା ଭିଆଇପି ଅତିଥି ଯୋଗ ଦେବେନାହିଁ ବୋଲି ଶ୍ରୀ ରାମ ଜନ୍ମଭୂମି ନିର୍ମାଣ କମିଟି ଅଧକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି |
Read More ...

ସୁନା ଦର ୨୪୦୦ ଟଙ୍କା ବୃଦ୍ଧି |

କଟକ (ଉତ୍କଳ ନ୍ୟୁଜ) ୨୨.୫.୨୦୨୫ : ପୁଣି ଥରେ ଭୁବନେଶ୍ୱରେ ସୁନା ଦର ମହଙ୍ଗା ହୋଇଛି | ବୁଧବାର ଗୋଟିଏ ଦିନରେ ୨୪ କ୍ୟାରେଟ ସୁନା ଦାମ ୨୪୦୦ ଟଙ୍କା ବଢିଥିବା ବେଳେ ୨୨ କ୍ୟାରେଟ ସୁନା ଦାମ ୨୨୦୦ ଟଙ୍କା ମହଙ୍ଗା ହୋଇଛି |୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ ୮୯.୩୦୦ ଟଙ୍କାକୁ ବୃଦ୍ଧି ପାଇଛି | ସେହିପରି, ୨୪କ୍ୟାରେଟ ସୁନା ଦାମ ୯୭,୪୨୦ ଟଙ୍କା ହୋଇଛି | ସେହିପରି ରୁପା ମଧ୍ୟ କେଜି ପିଛା ଦାମ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୧୧,୦୦୦ ଟଙ୍କା ହୋଇଯାଇଛି | ଗତ କିଛି ଦିନ ଧରି ସୁନା ଓ ରୁପା ଦରରେ ଯେଉଁ ସାମାନ୍ୟ ସ୍ଥିରତା ଫେରିଥିଲା , ତାହା ପୁଣି ଉପରମୁଁହା ହେବା ସହ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି|
Read More ...

ନ୍ୟାୟିକ ସେବା ପରୀକ୍ଷା ପାଇଁ ଅଦାଲତରେ ତିନିବର୍ଷର ଆଇନ ଅଭ୍ୟାସ ଜରୁରି : ସୁପ୍ରିମକୋର୍ଟ

କଟକ (ଉତ୍କଳ ନ୍ୟୁଜ) ୨୧.୫.୨୦୨୫ : ନୂଆ ଆଇନ ସ୍ନାତକମାନେ ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି |ପ୍ରବେଶସ୍ତରୀୟ ପଦବୀ ଲାଗି ଆବେଦନ କରୁଥିବା ପ୍ରାଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରାଯାଇଛି | ସୁପ୍ରିମକୋର୍ଟଙ୍କ ଏହି ରାୟ ନ୍ୟାୟିକ ସେବା ଆଶାୟୀଙ୍କ ଉପେର ସୁଦୂରପ୍ରସାରି ପ୍ରଭାବ ପକାଇବ | ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗୱାଇ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ଭାବ୍ୟ ବିଚାରପତିମାନଙ୍କ ପାଇଁ କୋର୍ଟ ରୁମ ଅଭିଜ୍ଞତାର ଗୁରୁତ୍ୱକୁ ଦୋହରାଇଛନ୍ତି | ଖଣ୍ଡପୀଠରେ କହିଛନ୍ତି ଯେ ,ନିମ୍ନ ଡିଭିଜନ କ୍ୟାଡର ଥିବା ଏଣ୍ଟ୍ରି ଲେଭଲ ସିଭିଲ ଜର୍ଜ ପଦବୀ ପାଇଁ ନ୍ୟାୟିକ ସେବା ପରୀକ୍ଷାରେ ବସିବା ଲାଗି ସର୍ବନିମ୍ନ ୩ ବର୍ଷର ଆଇନ ଅଭ୍ୟାସ ବାଧ୍ୟତାମୂଳକ | ସର୍ବଭାରତୀୟ ବିଚାରପତି ସଂଘ ପକ୍ଷରୁ ଦାୟର ଏକ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦିଆଯାଇଛି |
Read More ...

ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚରାପତିଙ୍କୁ ସମାନ ପେନସନ |

କଟକ (ଉତ୍କଳ ନ୍ୟୁଜ) ୨୦.୫.୨୦୨୫ : ହାଇକୋର୍ଟର ସମସ୍ତ ଅବସରପ୍ରାପ୍ତ ବିଚାରପତିଙ୍କୁ ସ୍ଥାୟୀ କିମ୍ବା ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ କିମ୍ବା ମାନ୍ୟତା ନିର୍ବିଶେଷରେ ସମ୍ପୂର୍ଣ ଓ ସମାନ ପେନସନ ଦେବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦେଶ ଦେଇଛନ୍ତି | ଜାତୀୟ ଗ୍ରୀନ ଟ୍ରିବୁନାଲ (ଏନଜଟ) ର ବିଚାରପତି ଓ ସମସ୍ତ ଜିଲ୍ଲା ଜଜଙ୍କୁ ଅବସର ପରବର୍ତ୍ତୀ ସମାନ ସୁବିଧା ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି | ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚରାପତିଙ୍କୁ ବାର୍ଷିକ ୧୫ ଲକ୍ଷ ଟଙ୍କା ଏବଂ ହାଇକୋର୍ଟର ଅବସରପ୍ରାପ୍ତ ବିଚରାପତିଙ୍କୁ ବାର୍ଷିକ ୧୩.୫ ଲକ୍ଷ ଟଙ୍କା ପେନସନ ଦେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଗୱାଇଙ୍କ ନେତୃତ୍ଵାରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି |
Read More ...

ଅପରେସନ ସିନ୍ଦୂର ବିରୋଧରେ ବିଶ୍ୱସ୍ତରୀୟ ଅଭିଯାନ ଘୋଷଣା କଲା ପାକିସ୍ତାନ |

କଟକ (ଉତ୍କଳ ନ୍ୟୁଜ)୧୯.୫.୨୦୨୫ : ଅପରେସନ ସିନ୍ଦୂର ପରେ ବିଶ୍ୱ କୂଟନୈତିକ ଯୋଗାଯୋଗ ପାଇଁ ଭାରତ ତାର ୭ଟି ଟିମ ଘୋଷଣା କରିବାର କିଛି ଘଣ୍ଟା ପରେ ପାକିସ୍ତାନ ପିପୁଲସ ପାର୍ଟି (ପିପିପି) ଅଧ୍ୟକ୍ଷ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦରୀଙ୍କୁ ପାକିସ୍ତାନ ନିଜର ଅନ୍ତର୍ଜାତୀୟ ଶାନ୍ତି ମିଶନର ନେତୃତ୍ୱ ନେବା ପାଇଁ ନିଯୁକ୍ତ କରିଛି |ଏହାକୁ ବିଲାୱାଲ ଏକ୍ସ ଜରିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି | ବିଲାୱାଲ ନେତୃତ୍ୱରେ ପାକିସ୍ତାନ ଯେଉଁ କମିଟି ଗଠନ କରିଛି , ସେଥିରେ ପୂର୍ବତନ ମନ୍ତ୍ରୀ କେ ଦସ୍ତାଗିରି ଖାନ ଓ ହିନା ରଦ୍ଦାନିଙ୍କ ସହ ପୂର୍ବତନ ବୈଦେଶିକ ସଚିବ ଜଲିଲା ଅଦ୍ଦସ ଜିଲାନି ମଧ୍ୟ ସାମିଲ ଅଛନ୍ତି |
Read More ...

"ପରମାଣୁ ଅସ୍ତ୍ର ଆଇଏଇଏ ନାଜରେ ରହିବା ଉଚିତ" : ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜାମୁ କାଶ୍ମୀରର ବାଦାମୀ ବଗ କ୍ୟାଟେନମେଣ୍ଟକୁ ଗସ୍ତ ଅବସରରେ ପାକିସ୍ତାନର ପରମାଣୁ ଅସ୍ତ୍ରଭଣ୍ଡାରକୁ ନେଇ ଏକ ଗୁରୁତ୍ୱପୂର୍ଣ ଟିପ୍ପଣୀ ଦେଇଛନ୍ତି |ରାଜନାଥ କହିଛନ୍ତି , ଆଜି ମୁ ଶ୍ରୀନଗର ମାଟିରୁ ଏହି ପ୍ରଶ୍ନ ଉତହେବାକୁ ଯାଉଛି ଯେ ଏକ ଦାୟିତ୍ବହୀନ ଏବଂ ବିଶ୍ୱାସ ଘାତକ ରାଷ୍ଟ୍ର ହାତରେ ପରମାଣୁ ଅସ୍ତ୍ର ରହିବା ସୁରକ୍ଷିତ କି ? ତେବେ ପାକିସ୍ତାନର ପରମାଣୁ ଅସ୍ତ୍ର ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା ) ନିରକ୍ଷଣରେ ରହିବା ଉଚିତ ବୋଲି ରାଜନାଥ କହିଛନ୍ତି | ଯବାନଙ୍କୁ ଉଦ୍ବୋଧନ ଦେଇ ରାଜନାଥ କହିଛନ୍ତି , ପାକିସ୍ତାନ ଦ୍ଵାରା ବାରମ୍ବାର ଦାୟିତ୍ବହୀନ ପରମାଣୁ ଧମକ ଦିଆଯିବା ଘଟଣାର ବୈଷୟିକ ଯାଞ୍ଚ ହେବ ଉଚିତ | ଉଲ୍ଲେଖଯୋଗ୍ୟ , ଭାରତ ଓ ପାକିସ୍ତାନ ଏକ ଅସ୍ତ୍ରବିରତି ଚୁକ୍ତିରେ ପହଞ୍ଚିବାରେ ୫ ଦିନପରେ ରାଜନାଥ ସିଂହ ଶ୍ରୀନଗର ରେ ପହଞ୍ଚିଥିଲେ | ଅପରେସନ ସିନ୍ଦୂର ସମୟରେ ନିୟନ୍ତ୍ରଣ ରେଖା ନିକଟରେ ସୈନିକଙ୍କ ବୀରତ୍ୱ କୁ ପ୍ରଶଂସା କରିଛନ୍ତି |
Read More ...

ଗାଜାରେ ଇସ୍ରାଏଲ ଆକ୍ରମଣରେ ୧୧୪ ନିହତ |

କଟକ (ଉତ୍କଳ ନ୍ୟୁଜ ) ୧୬.୫.୨୦୨୫ : ପାଲେଷ୍ଟାଇନ ବାସିନ୍ଦା ୭୭ ତମ "ନକବା " ପାଳନ କରିବା ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଆକ୍ରମଣରେ ମହିଳା, ଶିଶୁଙ୍କ ସମେତ ୧୧୪ଜଣଙ୍କ ମୃତ୍ୟୁ ଘଟିଛି |ଆଜି ଭୋରୁ ଇସ୍ରାଏଲ ସେନା ୧୩ଥର ବୋମାମାଡ କରିଛି | ଦକ୍ଷିଣ ଗାଜର ଖାନ ୟୂନିସ ଏବଂ ସେହିଭଳି ଜାବାଲିଆ ଠାରେ ହୋଇଥିବା ଆକ୍ରମଣରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି | ନାସେର ମେଡିକାଲ କଂପ୍ଲେକ୍ସ ର ସ୍ୱାସ୍ଥ୍ୟଧିକାରୀ କହିଛନ୍ତି ,ମୃତଙ୍କ ମଧ୍ୟରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି |ସୂଚନାଯୋଗ୍ୟ , ୧୯୪୮ରେ ଇହୁଦିଙ୍କୁ ଦ୍ଵାରା ୭ଲକ୍ଷ ୫୦ହଜାର ପାଲେଷ୍ଟାଇନ ବାସିନ୍ଦାଙ୍କୁ ହଟାଇ ଇସ୍ରାଏଲ ରାଷ୍ଟ୍ର ସ୍ଥାପନ କରାଯାଇଥିଲା | ଏହି ଦିବସକୁ ପ୍ରତିବର୍ଷ ପାଲେଷ୍ଟାଇନ ପକ୍ଷରୁ "ନକବା " (ଵିଧ୍ଵଂସ ) ଭାବେ ପାଳନ କରାଯାଇଥାଏ |
Read More ...

ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବିଆର ଗୱାଇ |

କଟକ (ଉତ୍କଳ ନିୟୁଜ) ୧୫ .୫ ୨୦୨୫ : ଜଷ୍ଟିସ ଭୂଷଣ ରାମକୃଷ୍ଣ ଗୱାଇ ଆଜି ରାଷ୍ଟ୍ରପତି ଭାବନାରେ ଆୟୋଜିତ ଏକ ସମାରୋହରେ ଭାରତର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି |ଦେଶର ସର୍ବୋଚ୍ଚ ନ୍ୟାୟିକ ପାଦରେ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ସ୍ଥାନରେ ଜଷ୍ଟିସ ବିଆର ଗୱାଇଙ୍କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି | ଶପଥ ଗ୍ରହଣ ପରେ ପ୍ରଧାନ ବିଚାରପତି ଜଷ୍ଟିସ ଗୱାଇଙ୍କୁ ରାଷ୍ଟ୍ରପତି ମୁର୍ମୁ , ଉପରାଷ୍ଟ୍ରପତି ଜଗଦୀପ ଧଂଖଡ଼ , ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି , ଲୋକସଭା ବାଚସ୍ପତି ଓଁ ବିର୍ଲା ଓ କେନ୍ଦ୍ର କ୍ୟାବିନେଟ ର ଅନ୍ୟ ସଦସ୍ୟମାନେ ଅଭିଵାଦନ ଜଣାଇଥିଲେ | ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ମଧ୍ୟ୍ୟ ତାଙ୍କ ଉତ୍ତରାଧିକାରୀଙ୍କୁ ଶୁଭେତ୍ସା ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ |
Read More ...

ଭାରତ ବିରୋଧୀ ଯୁଦ୍ଧରେ ସାମିଲ ଥିଲା ତୁର୍କୀ |

କଟକ(ଉତ୍କଳ ନିୟୁଜ ) ୧୫.୫.୨୦୨୫ : ପାକିସ୍ତାନ ବିରୋଧରେ ଭାରତୀୟ ସେନାର ସାମରିକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରୁଥିବା ତୁର୍କୀର ଅସଲ ରୂପ ସାମ୍ମନାକୁ ଆସିଛି | ଭାରତ ସହ ସଂଘର୍ଷରେ ତୁର୍କୀ ପାକିସ୍ତାନକୁ କେବଳ ସମର୍ଥନ ଓ ଅସ୍ତ୍ର ସହାୟତା ଦେଇନଥିଲା ବରଂ ସିଧାସଳଖ ଭାରତ ବିରୋଧୀ ଲଢେଇରେ ସାମିଲ ହୋଇଥିଲା | ଅପରେସନ ସିନ୍ଦୂରରେ ତୁର୍କୀର ଦୁଇ ଜଣ ସାମରିକ କାର୍ଯ୍ୟକର୍ତ୍ତା ମଧ୍ୟ ନିହତ ହୋଇଛନ୍ତି | ସେମାନେ ଭାରତର ବିଭିନ୍ନ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ହେଉଥିବା ଡ୍ରୋନ ଆକ୍ରମଣର ସଂଚାଳନ କରୁଥିଲେ |ତୁର୍କୀ ୩୫୦ରୁ ଅଧିକ ଦ୍ରୋଣ ଦ୍ୱାରା ଭାରତ ବିରୁଦ୍ଧରେ ଯୁଦ୍ଧରେ ପାକିସ୍ତାନକୁ ସାହାଯ୍ୟ କରିବା ସହ ଅପରେଟର ମାନଙ୍କୁ ମଧ୍ୟ ପାକିସ୍ତାନ ପଠାଇଥିଲେ ଭାରତ ବିରୋଧୀ ଲଢେଇରେ ତୁର୍କୀ ଏଭଳି ପଦକ୍ଷପକୁ ଭାରତ ସରକାର ଗଭୀରତାର ସହ ନେଇଛନ୍ତି ଏବଂ ଆଗକୁ ତୁର୍କୀ ବିରୁଦ୍ଧରେ କଠୋର ପଦକ୍ଷପ ଗ୍ରହଣ କରାଯିବ ବୋଲି ଜଣାପଡିଛି |ମିଳିଥିବା ସୂଚନା ଅନୁଯାୟୀ ,ଅପରେସନ ସିନ୍ଦୂର ଅଧୀନରେ ପାକଁ ବିରୋଧୀ କାର୍ଯ୍ୟାନୁଷ୍ଠାନ ତୀବ୍ର ହେବାପରେ ତୁର୍କୀର ସାମରିକ କାର୍ଯ୍ୟକର୍ତ୍ତା ମାନେ ପାକିସ୍ତାନୀ ସେନା ଅଧିକାରୀଙ୍କୁ ଭାରତ ଉପରେ ଡ୍ରୋନ ଆକ୍ରମଣରେ ସମନ୍ୱୟ କରିବାରେ ସାହାଯ୍ୟ କରିଥିଲେ | ପାକିସ୍ତାନ ଭାରତ ବିରୁଦ୍ଧରେ ଅତି ମାରାତ୍ମକ ଡ୍ରୋନ ବ୍ୟବହାର କରିଥିବା ସୂଚନା ମିଳିଛି |
Read More ...

ଊର୍ଧ୍ୱଗାମୀ ହେଉଛି ଭାରତୀୟ ସେୟାର ବଜାର |

କଟକ (ଉତ୍କଳ ନ୍ୟୁଜ )୧୪.୫.୨୦୨୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଭାରତୀୟ ଷ୍ଟକ ବଜ଼ାରରେ ଏକ ପ୍ରକାରର ଖୁସି ଦେଖିବାକୁ ମିଳିଛି | ଗତକିଛି ମାସ ହେବ ସେୟାର ବଜ଼ାର ତଳମୁହାଁ ରହି ଆସୁଥିବା ବେଳେ ନିକଟରେ ଭାରତ-ପାକ ମଧ୍ୟରେ ଅସ୍ତ୍ରବିରତି ବୁଝାମଣା ହେବ ପରେ ଏହି ଟ୍ରେଣ୍ଡ ବଦଳୁଥିବା ନଜର ଆସୁଛି |ଗତ କିଛି ଦିନ ଲଗାତାର ଭାବେ ଉପରମୁଁହା ରହୁଛି ଭାରତୀୟ ଷ୍ଟକ ମାର୍କେଟ |ସପ୍ତାହର ତୃତୀୟ କାର୍ଯ୍ୟ ଦିବସ ବୁଧବାର ଦିନର କଥା ଯଦି ଦେଖିବା ତ ମାର୍କେଟ୍ର ଓପେନିଙ୍ଗ ଗ୍ରୀନ ଜୋନ ରୁ ହୋଇଛି | ଯାହାକି ଗତ କିଛି ମାସର ନିମ୍ନଗାମୀ ବଜ଼ାର ଟ୍ରେଣ୍ଡରେ ବିରାମ ଲାଗିଛି | ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାରଯୁକ୍ତ ସେନସେକ୍ସ ଖୋଲିବା ପରେ ୪୦୦ ପଏଣ୍ଟ ରୁ ବି ଅଧିକ ଉପରକୁ ଯାଉଛି | ସେହିପରି ନେସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟ ୧୨୦ ପୋଇଁତ ଚଢିକରି କାର୍ଯ୍ୟବାହୀ ଆରମ୍ଭ କରିଛି | ସେହିପରି ଟାଟା ଷ୍ଟିଲର ସେୟାର ଲଗାତାର ଭାବେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି |
Read More ...

ବିଭିନ୍ନ ସହରକୁ ବିମାନ ସେବା ବାତିଲ କଲେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ |

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ସୁରକ୍ଷାକୁ ଦୃଷ୍ଟିର ରଖି ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ମେ ୧୩ ପାଇଁ ଉତ୍ତର ଏବଂ ପଶ୍ଚମ ଭାରତର ଅନେକ ସହରକୁ ବିମାନ ଚଳାଳଚଳ ସ୍ଥଗିତ ରଖିଛନ୍ତି | କାରଣ ଗତକାଲି ରାତିରେ ପାକିସ୍ତାନ ପୁଣି ଥରେ ସୀମାରେ ଦ୍ରୌନ ଛାଡିଥିବା ରିପୋର୍ଟ ହୋଇଛି | ଇଣ୍ଡିଗୋ ଶନିବାର ରାତିରେ ୧୧.୫୯ ପର୍ଯ୍ୟନ୍ତ ଶ୍ରୀନଗର ,ଜାମ୍ମୁ , ଅମୃତସର, ହେଲ, ଚଣ୍ଡୀଗଡ଼ ଏବଂ ରାଜକୋଟକୁ ସମସ୍ତ ବିମାନ ଚଳାଚଳ ବାତିଲ କରାଯାଇଛି |ସେହିପରି ଇଣ୍ଡିଆ ଜାମ୍ମୁ ,ଲେହ, ଯୋଧପୁର , ଅମୃତସର ,ଭୁଜ ,ଜାମନଗର ,ଚଣ୍ଡୀଗଡ଼ ଏବଂ ରାଜକୋଟ କୁ ଦୁଇପାଖ ବିମାନ ବାତିଲ କରିବାର ଘୋଷଣା ମଧ୍ୟ କରିଛି |ସୋମବାର ସନ୍ଧ୍ୟାରେ ସମ୍ବାଦ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ, ଅମୃତସରରେ ସତର୍କତାମୂଳକ ବ୍ଳକାଉଟା ବ୍ୟବସ୍ଥା ଲାଗୁ କରାଯିବା ପରେ ଅମୃତସାର ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଦିଲ୍ଲୀ ଫେରି ଆସିଥିଲା | ଶାମ୍ବା ,ଅଖାନୁର , ଜୈସେଲମେର ଏବଂ କାଠୁଆରେ ଦ୍ରୌନ ଦେଖାଯିବା ପରେ ଏଆର ଲାଇନ୍ସ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି |
Read More ...

ALL NEWS