କଟକ,(ଉତ୍କଳ ନ୍ୟୁଜ),୨୦.୬.୨୦୨୫ : ରାଜ୍ୟରେ ବିଜେପି ସରକାର ଏକ ବର୍ଷ ପୂର୍ତ୍ତି ପାଇଁ ଜନତା ମଇଦାନରେ ବିରାଟ ସମାରୋହର ଆୟୋଜନ କରାଯାଇଛି | ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିବେ | ଏଥିପାଇଁ ବିଜେପି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି | ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରାୟ ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ | ଏଥିରେ ୨୭୫୦କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ , ନରଜରେ ନିର୍ମିତ ୫୦କୋଟି ଟଙ୍କାର ଇଭି ବସ ଡିପୋର ଉଦଘାଟନ ,୧୦୦ଟି ନୂଆ ଇଭି ବସର ଶୁଭାରମ୍ଭ ଆଦି ରହିଛି |ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତକୁ ନଜରରେ ରଖି ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନତା ମଇଦାନରେ ଆୟୋଜିତ ସଭାସ୍ଥଳରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି |